ଇଡି ସମନକୁ ଏଡାଇ ପ୍ରଚାର ମଇଦାନରେ ପୂର୍ବତନ ଟିଏମସି ସାଂସଦ ମହୁଆ ମୋଇତ୍ର

The Sakala Picture
Published On

ନୂଆଦିଲ୍ଲୀ: ବଢିବାରେ ଲାଗିଛି ପଶ୍ଚିମବଙ୍ଗର ପୂର୍ବତନ ଟିଏମସି ସାଂସଦ ମହୁଆ ମୋଇତ୍ରଙ୍କ ସମସ୍ୟା । ଇଡି ସମନକୁ ଏଡାଇ ପ୍ରଚାର ମଇଦାନରେ ମହୁଆ ମୋଇତ୍ର । ବୈଦେଶିକ ବିନିମୟ ପରିଚାଳନା ଅଧିନିୟମ (ଫେମା) ଉଲ୍ଲଂଘନ ମାମଲାରେ ଗୁରୁବାର ଦିଲ୍ଲୀରେ ହାଜର ହେବାକୁ ଇଡି ସମନ ଦେଇଥିଲା । କିନ୍ତୁ ସେ ହାଜର ହୋଇନାହାନ୍ତି । କୃଷ୍ଣନଗରରେ ମହୁଆ କହିଛନ୍ତି, ସେ ଲୋକସଭା ନିର୍ବାଚନ ପାଇଁ ଟିଏମସିର ପ୍ରାର୍ଥୀ ହୋଇଛନ୍ତି । ସେ ଇଡି ସମନ ଅପେକ୍ଷା ତାଙ୍କ […]

ନୂଆଦିଲ୍ଲୀ: ବଢିବାରେ ଲାଗିଛି ପଶ୍ଚିମବଙ୍ଗର ପୂର୍ବତନ ଟିଏମସି ସାଂସଦ ମହୁଆ ମୋଇତ୍ରଙ୍କ ସମସ୍ୟା । ଇଡି ସମନକୁ ଏଡାଇ ପ୍ରଚାର ମଇଦାନରେ ମହୁଆ ମୋଇତ୍ର । ବୈଦେଶିକ ବିନିମୟ ପରିଚାଳନା ଅଧିନିୟମ (ଫେମା) ଉଲ୍ଲଂଘନ ମାମଲାରେ ଗୁରୁବାର ଦିଲ୍ଲୀରେ ହାଜର ହେବାକୁ ଇଡି ସମନ ଦେଇଥିଲା । କିନ୍ତୁ ସେ ହାଜର ହୋଇନାହାନ୍ତି । କୃଷ୍ଣନଗରରେ ମହୁଆ କହିଛନ୍ତି, ସେ ଲୋକସଭା ନିର୍ବାଚନ ପାଇଁ ଟିଏମସିର ପ୍ରାର୍ଥୀ ହୋଇଛନ୍ତି । ସେ ଇଡି ସମନ ଅପେକ୍ଷା ତାଙ୍କ ପ୍ରଚାରକୁ ପ୍ରାଥମିକତା ଦେବେ ବୋଲି ସେ କହିଛନ୍ତି। ଲୋକସଭା ଆସନର ସାତଟି ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ କାଲିଗଞ୍ଜ ଗସ୍ତ ପାଇଁ ସେ ହାଜର ହୋଇ ପାରୁନଥିବା କହିଛନ୍ତି ।

ଆହୁରି ପଢ଼ନ୍ତୁ: ଦୁବାଇ ଆନ୍ତର୍ଜାତୀୟ ବିମାନବନ୍ଦର ଉପରେ ଇରାନର ଡ୍ରୋନ୍ ଆକ୍ରମଣ

ଗତ ଡିସେମ୍ବରରେ ଲୋକସଭାରୁ ବହିଷ୍କୃତ ହୋଇଥିଲେ ମହୁଆ । ମାର୍ଚ୍ଚ ୧୧ ଓ ଫେବ୍ରୁଆରି ୧୯ରେ ହାଜର ହେବ ପାଇଁ ଇଡି ସମାନ ଜାରି କରିଥିଲା । ମାତ୍ର ଇଡିର ଦୁଇଟି ସମନ ସତ୍ତ୍ୱେ ସେ ହଜାର ନ ହେବାରୁ ପରେ ତୃତୀୟ ଥର ସମନ ହୋଇଥିଲା । ଯାହାକୁ ସେ ଏଡାଇ ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ୬ ବର୍ଷ ପରେ ଆକାଶ ଛୁଇଁଲା ଏୟାର ଇଣ୍ଡିଆର ‘ବୋଇିଂ ୭୭୭’, ନାଗପୁରରୁ ଉଡି ଅହମ୍ମଦାବାଦରେ କଲା ଲ୍ୟାଣ୍ଡିଂ

28 Mar 2024 By The Sakala

ଇଡି ସମନକୁ ଏଡାଇ ପ୍ରଚାର ମଇଦାନରେ ପୂର୍ବତନ ଟିଏମସି ସାଂସଦ ମହୁଆ ମୋଇତ୍ର

ନୂଆଦିଲ୍ଲୀ: ବଢିବାରେ ଲାଗିଛି ପଶ୍ଚିମବଙ୍ଗର ପୂର୍ବତନ ଟିଏମସି ସାଂସଦ ମହୁଆ ମୋଇତ୍ରଙ୍କ ସମସ୍ୟା । ଇଡି ସମନକୁ ଏଡାଇ ପ୍ରଚାର ମଇଦାନରେ ମହୁଆ ମୋଇତ୍ର । ବୈଦେଶିକ ବିନିମୟ ପରିଚାଳନା ଅଧିନିୟମ (ଫେମା) ଉଲ୍ଲଂଘନ ମାମଲାରେ ଗୁରୁବାର ଦିଲ୍ଲୀରେ ହାଜର ହେବାକୁ ଇଡି ସମନ ଦେଇଥିଲା । କିନ୍ତୁ ସେ ହାଜର ହୋଇନାହାନ୍ତି । କୃଷ୍ଣନଗରରେ ମହୁଆ କହିଛନ୍ତି, ସେ ଲୋକସଭା ନିର୍ବାଚନ ପାଇଁ ଟିଏମସିର ପ୍ରାର୍ଥୀ ହୋଇଛନ୍ତି । ସେ ଇଡି ସମନ ଅପେକ୍ଷା ତାଙ୍କ ପ୍ରଚାରକୁ ପ୍ରାଥମିକତା ଦେବେ ବୋଲି ସେ କହିଛନ୍ତି। ଲୋକସଭା ଆସନର ସାତଟି ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ କାଲିଗଞ୍ଜ ଗସ୍ତ ପାଇଁ ସେ ହାଜର ହୋଇ ପାରୁନଥିବା କହିଛନ୍ତି ।

ଗତ ଡିସେମ୍ବରରେ ଲୋକସଭାରୁ ବହିଷ୍କୃତ ହୋଇଥିଲେ ମହୁଆ । ମାର୍ଚ୍ଚ ୧୧ ଓ ଫେବ୍ରୁଆରି ୧୯ରେ ହାଜର ହେବ ପାଇଁ ଇଡି ସମାନ ଜାରି କରିଥିଲା । ମାତ୍ର ଇଡିର ଦୁଇଟି ସମନ ସତ୍ତ୍ୱେ ସେ ହଜାର ନ ହେବାରୁ ପରେ ତୃତୀୟ ଥର ସମନ ହୋଇଥିଲା । ଯାହାକୁ ସେ ଏଡାଇ ଦେଇଛନ୍ତି ।

https://www.thesakala.in/national-international/tmc-leader-mahua-moitra-to-skip-ed-summons/article-30994
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର