ମୁକୁଲ ରୟଙ୍କ ହେଲା ଘର ବାହୁଡ଼ା, ବିଜେପି ଛାଡି ତୃଣମୂଳ କଂଗ୍ରେସରେ ସାମିଲ ହେଲେ

The Sakala Picture
Published On

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପରାଜୟ ପରେ ବିଜେପିକୁ ଏବେ ଆଉ ଏକ ଝଟକା ଲାଗିଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଏକଦା ଘନିଷ୍ଠ ସହଯୋଗୀ ଥିବା ମୁକୁଲ ରୟ ବିଜେପି ଛାଡ଼ି ତୃଣମୂଳ କଂଗ୍ରେସରେ ସାମିଲ ହୋଇଛନ୍ତି । ଆଜି ସେ ତାଙ୍କ ପୁଅ ଶୁଭ୍ରାଂଶୁଙ୍କ ସହିତ ତୃଣମୂଳ କଂଗ୍ରେସକୁ ବାହୁଡିଛନ୍ତି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ସାଂସଦ ଅଭିଷେକ ବାନାର୍ଜୀଙ୍କ ଉପସ୍ଥିତିରେ ଦୁହେଁ ଟିଏମସିରେ ସାମିଲ ହୋଇଛନ୍ତି । ପ୍ରାୟ ୪ ବର୍ଷ ପରେ […]

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପରାଜୟ ପରେ ବିଜେପିକୁ ଏବେ ଆଉ ଏକ ଝଟକା ଲାଗିଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଏକଦା ଘନିଷ୍ଠ ସହଯୋଗୀ ଥିବା ମୁକୁଲ ରୟ ବିଜେପି ଛାଡ଼ି ତୃଣମୂଳ କଂଗ୍ରେସରେ ସାମିଲ ହୋଇଛନ୍ତି । ଆଜି ସେ ତାଙ୍କ ପୁଅ ଶୁଭ୍ରାଂଶୁଙ୍କ ସହିତ ତୃଣମୂଳ କଂଗ୍ରେସକୁ ବାହୁଡିଛନ୍ତି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ସାଂସଦ ଅଭିଷେକ ବାନାର୍ଜୀଙ୍କ ଉପସ୍ଥିତିରେ ଦୁହେଁ ଟିଏମସିରେ ସାମିଲ ହୋଇଛନ୍ତି ।

ଆହୁରି ପଢ଼ନ୍ତୁ: ସୋନମ ରଘୁବଂଶୀଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟକା: ଜାମିନ ଖାରଜ, ୩ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ ପାଇଁ ନିର୍ଦ୍ଦେଶ

ପ୍ରାୟ ୪ ବର୍ଷ ପରେ ଘରକୁ ଫେରିଛନ୍ତି ମୁକୁଲ ରୟ । ୨୦୧୭ ନଭେମ୍ବରରେ ଟିଏମସି ଛାଡ଼ି ମୁକୁଲ ରୟ ବିଜେପିରେ ସାମିଲ୍ ହୋଇଥିଲେ । ଗତ କିଛିଦିନ ହେଲା ବିଜେପି ସହ ମୁକୁଲଙ୍କ ମତଭେଦ ଲାଗି ରହିଥିବା ବେଳେ ସେ ଆଜି ଟିଏମସିରେ ଯୋଗ ଦେଇଥିଲେ । କିଛିଦିନ ତଳେ ଟିଏମସି ସାଂସଦ ଅଭିଷେକ ବାନାର୍ଜୀ ରୋଗରେ ପୀଡ଼ିତ ଥିବା ମୁକୁଲ ରୟଙ୍କ ପତ୍ନୀଙ୍କୁ ଦେଖିବାକୁ ଯାଇଥିଲେ । ସେବେଠାରୁ ଏହାକୁ ନେଇ ଚର୍ଚ୍ଚା ଲାଗି ରହିଥିଲା ।

ଆହୁରି ପଢ଼ନ୍ତୁ: ପେପର ଲିକ୍ ମାମଲା ପାଇଁ ଗଠନ ହେବ ଫାଷ୍ଟଟ୍ରାକ୍ କୋର୍ଟ, ଦେଶବ୍ୟାପୀ ବିକ୍ଷୋଭ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବଡ଼ ଘୋଷଣା

ମୁକୁଲ ରୟ ପୁଅ ଶୁଭ୍ରାଂଶୁ ସହ ଟିଏମସିରେ ସାମିଲ୍ ହେବା ପରେ ମମତା ବାନାର୍ଜୀ ପ୍ରତିକ୍ରିୟା ରଖିଛନ୍ତି । ମମତା କହିଛନ୍ତି, ମୁକୁଲ ରୟ ଦଳ ସହ କୌଣସି ବିଶ୍ୱାସ ଘାତକତା କରିନାହାଁନ୍ତି । ଯେଉଁମାନେ ଦଳ ସହ ବିଶ୍ୱାସ ଘାତକତା କରିଛନ୍ତି, ସେମାନଙ୍କୁ ଫେରାଇ ଅଣାଯିବ ନାହିଁ ।

ଆହୁରି ପଢ଼ନ୍ତୁ: ପ୍ରଶ୍ନପତ୍ର ଲିକକୁ ନେଇ କଡ଼ା ଆଇନ ଆଣିବେ କେନ୍ଦ୍ର ସରକାର, ଆସନ୍ତା ସପ୍ତାହରେ ସଂସଦରେ ଆସିବ ବିଲ୍

11 Jun 2021 By The Sakala

ମୁକୁଲ ରୟଙ୍କ ହେଲା ଘର ବାହୁଡ଼ା, ବିଜେପି ଛାଡି ତୃଣମୂଳ କଂଗ୍ରେସରେ ସାମିଲ ହେଲେ

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପରାଜୟ ପରେ ବିଜେପିକୁ ଏବେ ଆଉ ଏକ ଝଟକା ଲାଗିଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଏକଦା ଘନିଷ୍ଠ ସହଯୋଗୀ ଥିବା ମୁକୁଲ ରୟ ବିଜେପି ଛାଡ଼ି ତୃଣମୂଳ କଂଗ୍ରେସରେ ସାମିଲ ହୋଇଛନ୍ତି । ଆଜି ସେ ତାଙ୍କ ପୁଅ ଶୁଭ୍ରାଂଶୁଙ୍କ ସହିତ ତୃଣମୂଳ କଂଗ୍ରେସକୁ ବାହୁଡିଛନ୍ତି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ସାଂସଦ ଅଭିଷେକ ବାନାର୍ଜୀଙ୍କ ଉପସ୍ଥିତିରେ ଦୁହେଁ ଟିଏମସିରେ ସାମିଲ ହୋଇଛନ୍ତି ।

ପ୍ରାୟ ୪ ବର୍ଷ ପରେ ଘରକୁ ଫେରିଛନ୍ତି ମୁକୁଲ ରୟ । ୨୦୧୭ ନଭେମ୍ବରରେ ଟିଏମସି ଛାଡ଼ି ମୁକୁଲ ରୟ ବିଜେପିରେ ସାମିଲ୍ ହୋଇଥିଲେ । ଗତ କିଛିଦିନ ହେଲା ବିଜେପି ସହ ମୁକୁଲଙ୍କ ମତଭେଦ ଲାଗି ରହିଥିବା ବେଳେ ସେ ଆଜି ଟିଏମସିରେ ଯୋଗ ଦେଇଥିଲେ । କିଛିଦିନ ତଳେ ଟିଏମସି ସାଂସଦ ଅଭିଷେକ ବାନାର୍ଜୀ ରୋଗରେ ପୀଡ଼ିତ ଥିବା ମୁକୁଲ ରୟଙ୍କ ପତ୍ନୀଙ୍କୁ ଦେଖିବାକୁ ଯାଇଥିଲେ । ସେବେଠାରୁ ଏହାକୁ ନେଇ ଚର୍ଚ୍ଚା ଲାଗି ରହିଥିଲା ।

ମୁକୁଲ ରୟ ପୁଅ ଶୁଭ୍ରାଂଶୁ ସହ ଟିଏମସିରେ ସାମିଲ୍ ହେବା ପରେ ମମତା ବାନାର୍ଜୀ ପ୍ରତିକ୍ରିୟା ରଖିଛନ୍ତି । ମମତା କହିଛନ୍ତି, ମୁକୁଲ ରୟ ଦଳ ସହ କୌଣସି ବିଶ୍ୱାସ ଘାତକତା କରିନାହାଁନ୍ତି । ଯେଉଁମାନେ ଦଳ ସହ ବିଶ୍ୱାସ ଘାତକତା କରିଛନ୍ତି, ସେମାନଙ୍କୁ ଫେରାଇ ଅଣାଯିବ ନାହିଁ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର