ମୁକୁଲ ରୟଙ୍କ ହେଲା ଘର ବାହୁଡ଼ା, ବିଜେପି ଛାଡି ତୃଣମୂଳ କଂଗ୍ରେସରେ ସାମିଲ ହେଲେ

The Sakala Picture
Published On

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପରାଜୟ ପରେ ବିଜେପିକୁ ଏବେ ଆଉ ଏକ ଝଟକା ଲାଗିଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଏକଦା ଘନିଷ୍ଠ ସହଯୋଗୀ ଥିବା ମୁକୁଲ ରୟ ବିଜେପି ଛାଡ଼ି ତୃଣମୂଳ କଂଗ୍ରେସରେ ସାମିଲ ହୋଇଛନ୍ତି । ଆଜି ସେ ତାଙ୍କ ପୁଅ ଶୁଭ୍ରାଂଶୁଙ୍କ ସହିତ ତୃଣମୂଳ କଂଗ୍ରେସକୁ ବାହୁଡିଛନ୍ତି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ସାଂସଦ ଅଭିଷେକ ବାନାର୍ଜୀଙ୍କ ଉପସ୍ଥିତିରେ ଦୁହେଁ ଟିଏମସିରେ ସାମିଲ ହୋଇଛନ୍ତି । ପ୍ରାୟ ୪ ବର୍ଷ ପରେ […]

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପରାଜୟ ପରେ ବିଜେପିକୁ ଏବେ ଆଉ ଏକ ଝଟକା ଲାଗିଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଏକଦା ଘନିଷ୍ଠ ସହଯୋଗୀ ଥିବା ମୁକୁଲ ରୟ ବିଜେପି ଛାଡ଼ି ତୃଣମୂଳ କଂଗ୍ରେସରେ ସାମିଲ ହୋଇଛନ୍ତି । ଆଜି ସେ ତାଙ୍କ ପୁଅ ଶୁଭ୍ରାଂଶୁଙ୍କ ସହିତ ତୃଣମୂଳ କଂଗ୍ରେସକୁ ବାହୁଡିଛନ୍ତି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ସାଂସଦ ଅଭିଷେକ ବାନାର୍ଜୀଙ୍କ ଉପସ୍ଥିତିରେ ଦୁହେଁ ଟିଏମସିରେ ସାମିଲ ହୋଇଛନ୍ତି ।

ଆହୁରି ପଢ଼ନ୍ତୁ: ଗୁଜରାଟର ଏକ ଫାର୍ମା କମ୍ପାନୀରେ ଭୟାବହ ରିଆକ୍ଟର ବିସ୍ଫୋରଣ: ୫ ମୃତ, ୬ ଆହତ

ପ୍ରାୟ ୪ ବର୍ଷ ପରେ ଘରକୁ ଫେରିଛନ୍ତି ମୁକୁଲ ରୟ । ୨୦୧୭ ନଭେମ୍ବରରେ ଟିଏମସି ଛାଡ଼ି ମୁକୁଲ ରୟ ବିଜେପିରେ ସାମିଲ୍ ହୋଇଥିଲେ । ଗତ କିଛିଦିନ ହେଲା ବିଜେପି ସହ ମୁକୁଲଙ୍କ ମତଭେଦ ଲାଗି ରହିଥିବା ବେଳେ ସେ ଆଜି ଟିଏମସିରେ ଯୋଗ ଦେଇଥିଲେ । କିଛିଦିନ ତଳେ ଟିଏମସି ସାଂସଦ ଅଭିଷେକ ବାନାର୍ଜୀ ରୋଗରେ ପୀଡ଼ିତ ଥିବା ମୁକୁଲ ରୟଙ୍କ ପତ୍ନୀଙ୍କୁ ଦେଖିବାକୁ ଯାଇଥିଲେ । ସେବେଠାରୁ ଏହାକୁ ନେଇ ଚର୍ଚ୍ଚା ଲାଗି ରହିଥିଲା ।

ଆହୁରି ପଢ଼ନ୍ତୁ: ୟେମେନ୍ ସରକାରୀ ସେନା ଶିବିର ଉପରେ ହୁଥି ବିଦ୍ରୋହୀଙ୍କ ବଡ଼ ଆକ୍ରମଣ, ୧୮ ନିହତ

ମୁକୁଲ ରୟ ପୁଅ ଶୁଭ୍ରାଂଶୁ ସହ ଟିଏମସିରେ ସାମିଲ୍ ହେବା ପରେ ମମତା ବାନାର୍ଜୀ ପ୍ରତିକ୍ରିୟା ରଖିଛନ୍ତି । ମମତା କହିଛନ୍ତି, ମୁକୁଲ ରୟ ଦଳ ସହ କୌଣସି ବିଶ୍ୱାସ ଘାତକତା କରିନାହାଁନ୍ତି । ଯେଉଁମାନେ ଦଳ ସହ ବିଶ୍ୱାସ ଘାତକତା କରିଛନ୍ତି, ସେମାନଙ୍କୁ ଫେରାଇ ଅଣାଯିବ ନାହିଁ ।

ଆହୁରି ପଢ଼ନ୍ତୁ: ସାଉଦି ଆରବର କିଙ୍ଗ ଫାହଦ ବିମାନବନ୍ଦର ଉପରେ ଅତର୍କିତ ଡ୍ରୋନ୍ ଆକ୍ରମଣ: ଏକାଧିକ ବିମାନର ଗତିପଥ ପରିବର୍ତ୍ତନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର