କରୋନା କଟକଣା କୋହଳ କରାଯିବାକୁ ନେଇ ଭାରତକୁ ‘WHO’ ର ଚେତାବନୀ

The Sakala Picture
Published On

ନୂଆଦିଲ୍ଲୀ: ଭାରତକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଚେତାବନୀ । ଦେଶରେ କରୋନା କଟକଣାକୁ କୋହଳ କରାଯିବାକୁ ନେଇ ସତର୍କ କରାଇଛି ‘WHO’ । ବିପଜ୍ଜନକ ଡେଲ୍ଟା ଭ୍ୟାରିଆଣ୍ଟ ସହ ଦେଶ ଯୁଝୁଥିବା ବେଳେ ଏଭଳି କଟକଣା କୋହଳ ବିପଜ୍ଜନକ ହୋଇପାରେ ବୋଲି ସ୍ୱାସ୍ଥ୍ୟ ସଂଗଠନ କହିଛି । ସମ୍ପ୍ରତି ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଛି । ଗତ କିଛି ସପ୍ତାହ ପୂର୍ବେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷ ଟପିଥିବା ବେଳେ […]

ନୂଆଦିଲ୍ଲୀ: ଭାରତକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଚେତାବନୀ । ଦେଶରେ କରୋନା କଟକଣାକୁ କୋହଳ କରାଯିବାକୁ ନେଇ ସତର୍କ କରାଇଛି ‘WHO’ । ବିପଜ୍ଜନକ ଡେଲ୍ଟା ଭ୍ୟାରିଆଣ୍ଟ ସହ ଦେଶ ଯୁଝୁଥିବା ବେଳେ ଏଭଳି କଟକଣା କୋହଳ ବିପଜ୍ଜନକ ହୋଇପାରେ ବୋଲି ସ୍ୱାସ୍ଥ୍ୟ ସଂଗଠନ କହିଛି ।

ଆହୁରି ପଢ଼ନ୍ତୁ: ମିରଟ ହତ୍ୟାକାଣ୍ଡର ବଡ଼ ଖୁଲାସା: ଅର୍ଚିତା ନୁହେଁ, ମୃତ ମହିଳା ହେଲେ ତୁର୍କମେନିସ୍ତାନର 'ମହବତ'

ସମ୍ପ୍ରତି ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଛି । ଗତ କିଛି ସପ୍ତାହ ପୂର୍ବେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷ ଟପିଥିବା ବେଳେ ଏବେ ଏହା ୧ ଲକ୍ଷକୁ ଖସିଆସିଛି । ଗତ ୨୪ ଘଣ୍ଟା ମଧ୍ୟରେ ୮୬ ହଜାର କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨ହଜାର ୧୨୩ ଜଣଙ୍କ ମୃତ୍ୟୁ ହୋଇଛି । ଚଳିତ ଥର କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ପ୍ରକାର ଲକ୍‌ଡାଉନ୍ କଟକଣା ଘୋଷଣା କରାଯାଇନଥିବା ବେଳେ ରାଜ୍ୟ ସରକାରମାନେ ନିଜ ନିଜ ରାଜ୍ୟର ସ୍ଥିତି ଅନୁଯାୟୀ ଲକ୍‌ଡାଉନ୍ କଟକଣା ଲାଗୁ କରିଛନ୍ତି । ବର୍ତ୍ତମାନ ସ୍ଥିତି କ୍ରମଶଃ ସୁଧୁରିବାରୁ କୋହଳ ମଧ୍ୟ କରିଛନ୍ତି । ଦିଲ୍ଲୀ ଓ ମହାରାଷ୍ଟ୍ର ଭଳି ସର୍ବାଧିକ ପ୍ରଭାବିତ ରାଜ୍ୟ ମଧ୍ୟ କଟକଣାକୁ କୋହଳ କରିବାରେ ଲାଗିଛନ୍ତି । ଆଉ ଏହି କଟକଣା କୋହଳକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ ଟେଡ୍ରୋସ ଆଧାନୋମ ଗେବ୍ରିୟେସସ୍ । ଲକ୍‌ଡାଉନ୍ କଟକଣା କୋହଳା କରାଯିବାକୁ ନେଇ ଚିନ୍ତାପ୍ରକଟ କରିଛନ୍ତି ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ । ସଂକ୍ରମିତଙ୍କ ସଂଖ୍ୟା କମିଥିଲେ ମଧ୍ୟ ଟିକାକରଣ ପ୍ରକ୍ରିୟା ପୂରା ହୋଇପାରିନି । ଯେଉଁମାନେ ଏଯାବତ୍ କରୋନା ଟିକା ଲଗାଇନାହାନ୍ତି ସେମାନଙ୍କ ପାଇଁ କଟକଣାକୁ କୋହଳ କରିବା ବିପଜ୍ଜନକ ହୋଇପାରେ । ଏହା ପୂର୍ବରୁ ‘ହୁ’ କରୋନା ଡେଲ୍ଟା ଷ୍ଟ୍ରେନକୁ ନେଇ ଚିନ୍ତା ବ୍ୟକ୍ତ କରିଥିଲେ । କରୋନାର ଏହି ଷ୍ଟ୍ରେନ୍ ସର୍ବ ପ୍ରଥମେ ଭାରତରେ ଦେଖିବାକୁ ମିଳିଥିଲା ବେଳେ ଏ ଷ୍ଟ୍ରେନ୍କୁ ଭ୍ୟାରିଆଣ୍ଟ ଅଫ୍ କନସର୍ନ ଭାବେ ଘୋଷଣା କରିଥିଲା ‘ହୁ’ । ତେବେ କରୋନା ତୃତୀୟ ପ୍ରବାହ ନେଇ ବିଶେଷଜ୍ଞମାନେ ପୂର୍ବାନୁମାନ କରିଥିବା ବେଳେ ଏ ନେଇ ଏସବିଆଇ ପକ୍ଷରୁ କରାଯାଇଥିବା ଗବେଷଣାଲବ୍ଧ ରିପୋର୍ଟ ପ୍ରକାଶ ପାଇଛି । ଯେଉଁଥିରେ ପ୍ରାୟ ୯୦ ଦିନରୁ ଅଧିକ ସମୟ ଧରି କରୋନା ତାଣ୍ଡବ ରଚିବ ବୋଲି ଉଲ୍ଲେଖ ରହିଛି । ଏଣୁ ଟିକାକରଣ ପ୍ରକ୍ରିୟା ସମ୍ପୂର୍ଣ୍ଣ ସରିନଥିବା ବେଳେ କେବଳ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ଦୃଷ୍ଟିରୁ କଟକଣାରେ କୋହଳ କରାଯିବା ଆଲୋଚନାର ବିଷୟ । କିନ୍ତୁ ଲୋକଙ୍କ ସତର୍କତା ଓ ସଚେତନତା ହିଁ କରୋନା ମୁକାବିଲା ଦିଗରେ ଅଧିକ ଗୁରୁତ୍ୱପୂର୍ଣ୍ଣ ।

ଆହୁରି ପଢ଼ନ୍ତୁ: ପତ୍ନୀଙ୍କୁ ମାରିବାକୁ ସ୍ୱାମୀର ଭୟଙ୍କର ଷଡ଼ଯନ୍ତ୍ର: ୩ ଥର ବିଷ ଦେଇ ବିଫଳ ହେବା ପରେ ୧ ଲକ୍ଷର ସୁପାରି ଦେଇ ହତ୍ୟା

08 Jun 2021 By The Sakala

କରୋନା କଟକଣା କୋହଳ କରାଯିବାକୁ ନେଇ ଭାରତକୁ ‘WHO’ ର ଚେତାବନୀ

ନୂଆଦିଲ୍ଲୀ: ଭାରତକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଚେତାବନୀ । ଦେଶରେ କରୋନା କଟକଣାକୁ କୋହଳ କରାଯିବାକୁ ନେଇ ସତର୍କ କରାଇଛି ‘WHO’ । ବିପଜ୍ଜନକ ଡେଲ୍ଟା ଭ୍ୟାରିଆଣ୍ଟ ସହ ଦେଶ ଯୁଝୁଥିବା ବେଳେ ଏଭଳି କଟକଣା କୋହଳ ବିପଜ୍ଜନକ ହୋଇପାରେ ବୋଲି ସ୍ୱାସ୍ଥ୍ୟ ସଂଗଠନ କହିଛି ।

ସମ୍ପ୍ରତି ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଛି । ଗତ କିଛି ସପ୍ତାହ ପୂର୍ବେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷ ଟପିଥିବା ବେଳେ ଏବେ ଏହା ୧ ଲକ୍ଷକୁ ଖସିଆସିଛି । ଗତ ୨୪ ଘଣ୍ଟା ମଧ୍ୟରେ ୮୬ ହଜାର କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨ହଜାର ୧୨୩ ଜଣଙ୍କ ମୃତ୍ୟୁ ହୋଇଛି । ଚଳିତ ଥର କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ପ୍ରକାର ଲକ୍‌ଡାଉନ୍ କଟକଣା ଘୋଷଣା କରାଯାଇନଥିବା ବେଳେ ରାଜ୍ୟ ସରକାରମାନେ ନିଜ ନିଜ ରାଜ୍ୟର ସ୍ଥିତି ଅନୁଯାୟୀ ଲକ୍‌ଡାଉନ୍ କଟକଣା ଲାଗୁ କରିଛନ୍ତି । ବର୍ତ୍ତମାନ ସ୍ଥିତି କ୍ରମଶଃ ସୁଧୁରିବାରୁ କୋହଳ ମଧ୍ୟ କରିଛନ୍ତି । ଦିଲ୍ଲୀ ଓ ମହାରାଷ୍ଟ୍ର ଭଳି ସର୍ବାଧିକ ପ୍ରଭାବିତ ରାଜ୍ୟ ମଧ୍ୟ କଟକଣାକୁ କୋହଳ କରିବାରେ ଲାଗିଛନ୍ତି । ଆଉ ଏହି କଟକଣା କୋହଳକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ ଟେଡ୍ରୋସ ଆଧାନୋମ ଗେବ୍ରିୟେସସ୍ । ଲକ୍‌ଡାଉନ୍ କଟକଣା କୋହଳା କରାଯିବାକୁ ନେଇ ଚିନ୍ତାପ୍ରକଟ କରିଛନ୍ତି ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ । ସଂକ୍ରମିତଙ୍କ ସଂଖ୍ୟା କମିଥିଲେ ମଧ୍ୟ ଟିକାକରଣ ପ୍ରକ୍ରିୟା ପୂରା ହୋଇପାରିନି । ଯେଉଁମାନେ ଏଯାବତ୍ କରୋନା ଟିକା ଲଗାଇନାହାନ୍ତି ସେମାନଙ୍କ ପାଇଁ କଟକଣାକୁ କୋହଳ କରିବା ବିପଜ୍ଜନକ ହୋଇପାରେ । ଏହା ପୂର୍ବରୁ ‘ହୁ’ କରୋନା ଡେଲ୍ଟା ଷ୍ଟ୍ରେନକୁ ନେଇ ଚିନ୍ତା ବ୍ୟକ୍ତ କରିଥିଲେ । କରୋନାର ଏହି ଷ୍ଟ୍ରେନ୍ ସର୍ବ ପ୍ରଥମେ ଭାରତରେ ଦେଖିବାକୁ ମିଳିଥିଲା ବେଳେ ଏ ଷ୍ଟ୍ରେନ୍କୁ ଭ୍ୟାରିଆଣ୍ଟ ଅଫ୍ କନସର୍ନ ଭାବେ ଘୋଷଣା କରିଥିଲା ‘ହୁ’ । ତେବେ କରୋନା ତୃତୀୟ ପ୍ରବାହ ନେଇ ବିଶେଷଜ୍ଞମାନେ ପୂର୍ବାନୁମାନ କରିଥିବା ବେଳେ ଏ ନେଇ ଏସବିଆଇ ପକ୍ଷରୁ କରାଯାଇଥିବା ଗବେଷଣାଲବ୍ଧ ରିପୋର୍ଟ ପ୍ରକାଶ ପାଇଛି । ଯେଉଁଥିରେ ପ୍ରାୟ ୯୦ ଦିନରୁ ଅଧିକ ସମୟ ଧରି କରୋନା ତାଣ୍ଡବ ରଚିବ ବୋଲି ଉଲ୍ଲେଖ ରହିଛି । ଏଣୁ ଟିକାକରଣ ପ୍ରକ୍ରିୟା ସମ୍ପୂର୍ଣ୍ଣ ସରିନଥିବା ବେଳେ କେବଳ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ଦୃଷ୍ଟିରୁ କଟକଣାରେ କୋହଳ କରାଯିବା ଆଲୋଚନାର ବିଷୟ । କିନ୍ତୁ ଲୋକଙ୍କ ସତର୍କତା ଓ ସଚେତନତା ହିଁ କରୋନା ମୁକାବିଲା ଦିଗରେ ଅଧିକ ଗୁରୁତ୍ୱପୂର୍ଣ୍ଣ ।

https://www.thesakala.in/national-international/who-alerts-india-on-covid-norms-relaxation/article-2789
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର