ପୁଣି ବଢିଲା ଏଲପିଜି ସିଲିଣ୍ଡର ଦର : କେବଳ ଫେବୃଆରୀ ମାସରେ ବୃଦ୍ଧି ହେଲାଣି ୧୦୦ ଟଙ୍କା

The Sakala Picture
Published On

ନୂଆଦିଲ୍ଲୀ : ଗୋଟେ ପଟେ କୋରୋନାରେ ଲୋକେ ଜୀବନ ଜିବିକା ସଜାଡି ପାରିନଥିବାବେଳେ ଅନ୍ୟପଟେ ଦର ବୃଦ୍ଧି ଖାଉଟିଙ୍କ ଉପରେ ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି । ଗୋଟେପଟେ ତେଲ ଦର ଅଥୟ କରିଥିବାବେଳେ ଏପଟେ ବୃଦ୍ଧି ପାଇଲା ଏଲପିଜି ଗ୍ୟାସ ସିଲିଣ୍ଡର ଦର । ଚଳିତ ମାସରେ ତୃତୀୟ ଥର ପାଇଁ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି ପାଇଛି । ଆଜିଠୁ ୧୪.୨ କେଜି ଏଲପିଜି ସିଲିଣ୍ଡର ପିଛା ୨୫ ଟଙ୍କା ବୃଦ୍ଧି ପାଇଛି […]

ନୂଆଦିଲ୍ଲୀ : ଗୋଟେ ପଟେ କୋରୋନାରେ ଲୋକେ ଜୀବନ ଜିବିକା ସଜାଡି ପାରିନଥିବାବେଳେ ଅନ୍ୟପଟେ ଦର ବୃଦ୍ଧି ଖାଉଟିଙ୍କ ଉପରେ ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି । ଗୋଟେପଟେ ତେଲ ଦର ଅଥୟ କରିଥିବାବେଳେ ଏପଟେ ବୃଦ୍ଧି ପାଇଲା ଏଲପିଜି ଗ୍ୟାସ ସିଲିଣ୍ଡର ଦର । ଚଳିତ ମାସରେ ତୃତୀୟ ଥର ପାଇଁ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି ପାଇଛି । ଆଜିଠୁ ୧୪.୨ କେଜି ଏଲପିଜି ସିଲିଣ୍ଡର ପିଛା ୨୫ ଟଙ୍କା ବୃଦ୍ଧି ପାଇଛି ।

ଆହୁରି ପଢ଼ନ୍ତୁ: ଅବସରପ୍ରାପ୍ତ ଏୟାର ମାର୍ଶଲ ଜିତେନ୍ଦ୍ର ମିଶ୍ର ହେଲେ ରାମ ମନ୍ଦିର ଟ୍ରଷ୍ଟର ପ୍ରଥମ ସିଇଓ

ପୂର୍ବରୁ ଚଳିତ ମାସ ୪ ଓ ୧୪ ତାରିଖରେ ଏଲପିଜି ଦର ବୃଦ୍ଧି ପାଇଥିଲା । ତେଲ ଦର ହୁ ହୁ ବଢୁଥିବା ବେଳେ ଗ୍ୟାସ ଦର ବୃଦ୍ଧି କାଉଟିଙ୍କୁ ଚିନ୍ତାରେ ପକାଇଛି । ଏଠାରେ କହି ରଖୁଛୁ ଯେ ଡିସେମ୍ବର ମାସରେ ଦୁଇ ଦୁଇ ଥର ଦର ବୃଦ୍ଧି ପାଇଥିଲା । ଡିସେମ୍ବର ୧ ରେ ଗ୍ୟାସ ଦର ୫୯୪ ରୁ ୬୪୪ ଟଙ୍କା ବଢିଥିଲା । ୧ ଜାନୁଆରୀରେ ୬୪୪ ରୁ ୬୯୪ ହୋଇଥିଲା। ଜାନୁଆରୀ ୧ରେ ଜାରି ହୋଇଥିବା ନୂଆ ଦର ସେହି ମାସରେ ଅପରିବର୍ତ୍ତିତ ରହିଥିଲା । ହେଲେ ଫେବୃଆରୀ ମାସରେ ତିନି ତିନି ଥର ଦର ବୃଦ୍ଧି ହୋଇ ଏବେ ୭୯୪ ଟଙ୍କାରେ ପହଞ୍ଚିଛି। କେଳବ ଫେବୃଆରୀ  ମାସରେ ଗ୍ୟାସ ଦର ୧୦୦ ଟଙ୍କା ବୃଦ୍ଧି ପାଇସାରିଲାଣି।

ଆହୁରି ପଢ଼ନ୍ତୁ: ନେପାଳରେ ଭୟାବହ ବନ୍ୟା: ଜଳବାୟୁ କ୍ଷତିପୂରଣ ପାଇଁ ଭାରତ, ଚୀନ୍ ଏବଂ ଆମେରିକାକୁ ଦାୟୀ କଲା ନେପାଳ

୪ ଫେବୃଆରୀରେ ଏଲପିଜି ସିଲିଣ୍ଡର ପିଛା ୨୫ ଟଙ୍କା ବୃଦ୍ଧି  ୬୯୪ ରୁ ୭୧୯ ଟଙ୍କା ହୋଇଥିଲା। ଏହାର କିଛି ଦିନ ପରେ ୧୫ ଫେବୃଆରୀରେ ଦର ପୁଣି ୫୦ ଟଙ୍କା ବୃଦ୍ଧି ପାଇ ୭୧୯ ରୁ ୭୬୯ ରେ ପହଞ୍ଚିଥିଲା। ପୁଣି ଆଜି ଅର୍ଥାତ ୨୫ ଫେବୃଆରୀରେ  ୨୫ ଟଙ୍କା ବୃଦ୍ଧି ପାଇ ୭୬୯ରୁ ୭୯୪ରେ ପହଞ୍ଚିଛି।

ଆହୁରି ପଢ଼ନ୍ତୁ: ତେଜସ୍ ଫାଇଟର୍ ଜେଟ୍ ଉତ୍ପାଦନକୁ ମିଳିଲା ବୁଷ୍ଟ୍, HAL କୁ ଆମେରିକାରୁ ମିଳିଲା ଆଉ ୩ଟି ନୂଆ ଇଞ୍ଜିନ୍

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର