ହାୱଡାସ୍ଥିତ ଖାଇବା ତେଲ ଗୋଦାମରେ ଭୟାଭୟ ଅଗ୍ନିକାଣ୍ଡ, ନିଆଁ ଲିଭାଇବାକୁ ଦମକଳ ବାହିନୀର ୧୧ଟି ଗାଡ଼ି ନିୟୋଜିତ

The Sakala Picture
Published On

ହାୱଡା: ପଶ୍ଚିମବଙ୍ଗରେ ବଡ଼ ଧରଣର ଅଗ୍ନିକାଣ୍ଡ । ହାୱଡାରେ ଥିବା ଏକ ଖାଇବା ତେଲ ଗୋଦାମରେ ଲାଗିଛି ଭୀଷଣ ନିଆଁ । ନିଆଁକୁ ଆୟତ୍ତ କରିବା ପାଇଁ ଘଟଣାସ୍ଥଳରେ ୧୧ ଟି ଦମକଳ ଗାଡ଼ି ନିୟୋଜିତ ହୋଇଛି । ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବା ପାଇଁ ଲଗାତାର ଚେଷ୍ଟା କରୁଛନ୍ତି । ହାୱଡାର ସଙ୍କରେଲ ଇଣ୍ଡଷ୍ଟ୍ର୍ରିଆଲ ପାର୍କରେ ଥିବା ଏହି ଗୋଦାମ ଘରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ କୋଟି କୋଟି ଟଙ୍କାର ସମ୍ପତି […]

ହାୱଡା: ପଶ୍ଚିମବଙ୍ଗରେ ବଡ଼ ଧରଣର ଅଗ୍ନିକାଣ୍ଡ । ହାୱଡାରେ ଥିବା ଏକ ଖାଇବା ତେଲ ଗୋଦାମରେ ଲାଗିଛି ଭୀଷଣ ନିଆଁ । ନିଆଁକୁ ଆୟତ୍ତ କରିବା ପାଇଁ ଘଟଣାସ୍ଥଳରେ ୧୧ ଟି ଦମକଳ ଗାଡ଼ି ନିୟୋଜିତ ହୋଇଛି । ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବା ପାଇଁ ଲଗାତାର ଚେଷ୍ଟା କରୁଛନ୍ତି । ହାୱଡାର ସଙ୍କରେଲ ଇଣ୍ଡଷ୍ଟ୍ର୍ରିଆଲ ପାର୍କରେ ଥିବା ଏହି ଗୋଦାମ ଘରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ କୋଟି କୋଟି ଟଙ୍କାର ସମ୍ପତି ଜଳିଯାଇଥିବା ସୂଚନା ମିଳିଛି । ତେବେ ଗୋଦାମରେ କେଉଁ କାରଣରୁ ନିଆଁ ଲାଗିଛି ତା’ର ସୂଚନା ଏପର୍ଯ୍ୟନ୍ତ ମିଳିପାରି ନାହିଁ । ଅଗ୍ନିଶମ ବିଭାଗର କର୍ମଚାରୀମାନେ ଯଥା ସମ୍ଭବ ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରୁଥିବା ଦେଖାଯାଇଛି । ଏ ପର୍ଯ୍ୟନ୍ତ ଅଗ୍ନିକାଣ୍ଡରେ ହୋଇଥିବା କ୍ଷୟକ୍ଷତିର ସଠିକ ଆକଳନ କରାଯାଇ ନାହିଁ । ନିଆଁ ସମ୍ପୂର୍ଣ୍ଣ ଲିଭିବା ପରେ କ୍ଷୟକ୍ଷତିର ଆକଳନ କରାଯିବ ।

ଆହୁରି ପଢ଼ନ୍ତୁ: ADR ରିପୋର୍ଟ: ୨୦୨୪-୨୫ରେ ଆଞ୍ଚଳିକ ରାଜନୈତିକ ଦଳଙ୍କୁ ୧୦୫୧ କୋଟି ଚାନ୍ଦା, ଡିଏମକେକୁ ମିଳିଛି ସର୍ବାଧିକ ଟଙ୍କା

14 Oct 2023 By The Sakala

ହାୱଡାସ୍ଥିତ ଖାଇବା ତେଲ ଗୋଦାମରେ ଭୟାଭୟ ଅଗ୍ନିକାଣ୍ଡ, ନିଆଁ ଲିଭାଇବାକୁ ଦମକଳ ବାହିନୀର ୧୧ଟି ଗାଡ଼ି ନିୟୋଜିତ

ହାୱଡା: ପଶ୍ଚିମବଙ୍ଗରେ ବଡ଼ ଧରଣର ଅଗ୍ନିକାଣ୍ଡ । ହାୱଡାରେ ଥିବା ଏକ ଖାଇବା ତେଲ ଗୋଦାମରେ ଲାଗିଛି ଭୀଷଣ ନିଆଁ । ନିଆଁକୁ ଆୟତ୍ତ କରିବା ପାଇଁ ଘଟଣାସ୍ଥଳରେ ୧୧ ଟି ଦମକଳ ଗାଡ଼ି ନିୟୋଜିତ ହୋଇଛି । ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବା ପାଇଁ ଲଗାତାର ଚେଷ୍ଟା କରୁଛନ୍ତି । ହାୱଡାର ସଙ୍କରେଲ ଇଣ୍ଡଷ୍ଟ୍ର୍ରିଆଲ ପାର୍କରେ ଥିବା ଏହି ଗୋଦାମ ଘରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ କୋଟି କୋଟି ଟଙ୍କାର ସମ୍ପତି ଜଳିଯାଇଥିବା ସୂଚନା ମିଳିଛି । ତେବେ ଗୋଦାମରେ କେଉଁ କାରଣରୁ ନିଆଁ ଲାଗିଛି ତା’ର ସୂଚନା ଏପର୍ଯ୍ୟନ୍ତ ମିଳିପାରି ନାହିଁ । ଅଗ୍ନିଶମ ବିଭାଗର କର୍ମଚାରୀମାନେ ଯଥା ସମ୍ଭବ ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରୁଥିବା ଦେଖାଯାଇଛି । ଏ ପର୍ଯ୍ୟନ୍ତ ଅଗ୍ନିକାଣ୍ଡରେ ହୋଇଥିବା କ୍ଷୟକ୍ଷତିର ସଠିକ ଆକଳନ କରାଯାଇ ନାହିଁ । ନିଆଁ ସମ୍ପୂର୍ଣ୍ଣ ଲିଭିବା ପରେ କ୍ଷୟକ୍ଷତିର ଆକଳନ କରାଯିବ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର