ଦିଲ୍ଲୀରେ ଭୂକମ୍ପ ଝଟକା, ଘର ଓ ଅଫିସରୁ ବାହାରି ଖୋଲାସ୍ଥାନକୁ ପଳାଇ ଆସିଲେ ଲୋକେ

The Sakala Picture
Published On

ନୂଆଦିଲ୍ଲୀ: ଦିଲ୍ଲୀରେ ଭୂକମ୍ପର ଝଟକା। ଦିଲ୍ଲୀ ଏନସିଆର ଅଞ୍ଚଳରେ ତୀବ୍ର ଭୂକମ୍ପର ଝଟକା ଅନୁଭୂତ ହୋଇଛି। ଏଥିରେ ଆତଙ୍କିତ ଲୋକେ ଘର ଓ ଅଫିସରୁ ବାହାରି ଖୋଲାସ୍ଥାନକୁ ପଳାଇ ଆସିଥିଲେ। ଭୂମିକମ୍ପ ଏତେ ତୀବ୍ର ଥିଲା ଯେ ଏହାର କମ୍ପନ ଉତ୍ତରାଖଣ୍ଡର ଖଟିମା ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା। ନ୍ୟାସନାଲ ସିସ୍ମୋଲଜି ସେଣ୍ଟର ଅନୁସାରେ ଭୂମିକମ୍ପ ଦୁଇଥର ଅନୁଭୂତ ହୋଇଥିଲା। ପ୍ରଥମ ଝଟକା ମଧ୍ୟାହ୍ନ ୨ଟା୨୫ମିନିଟରେ ଅନୁଭୂତ ହୋଇଥିବା ବେଳେ ଦ୍ୱିତୀୟ କମ୍ପନ ଏହାର ଅଧଘଣ୍ଟା ପରେ ଅର୍ଥାତ ୨ଟା […]

ନୂଆଦିଲ୍ଲୀ: ଦିଲ୍ଲୀରେ ଭୂକମ୍ପର ଝଟକା। ଦିଲ୍ଲୀ ଏନସିଆର ଅଞ୍ଚଳରେ ତୀବ୍ର ଭୂକମ୍ପର ଝଟକା ଅନୁଭୂତ ହୋଇଛି। ଏଥିରେ ଆତଙ୍କିତ ଲୋକେ ଘର ଓ ଅଫିସରୁ ବାହାରି ଖୋଲାସ୍ଥାନକୁ ପଳାଇ ଆସିଥିଲେ। ଭୂମିକମ୍ପ ଏତେ ତୀବ୍ର ଥିଲା ଯେ ଏହାର କମ୍ପନ ଉତ୍ତରାଖଣ୍ଡର ଖଟିମା ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା। ନ୍ୟାସନାଲ ସିସ୍ମୋଲଜି ସେଣ୍ଟର ଅନୁସାରେ ଭୂମିକମ୍ପ ଦୁଇଥର ଅନୁଭୂତ ହୋଇଥିଲା। ପ୍ରଥମ ଝଟକା ମଧ୍ୟାହ୍ନ ୨ଟା୨୫ମିନିଟରେ ଅନୁଭୂତ ହୋଇଥିବା ବେଳେ ଦ୍ୱିତୀୟ କମ୍ପନ ଏହାର ଅଧଘଣ୍ଟା ପରେ ଅର୍ଥାତ ୨ଟା ୫୧ରେ ଅନୁଭୂତ ହୋଇଥିଲା।୨ଟା ୨୫ ମିନିଟ୍‌ରେ ଅନୁଭୂତ ହୋଇଥିବା ପ୍ରଥମ କମ୍ପନର ତୀବ୍ରତା ରିକ୍ଟର ସ୍କେଲରେ ୪.୪୬ ମପା ଯାଇଛି। ଏହାର ଅଧଘଣ୍ଟା ପରେ ଅର୍ଥାତ ୨ଟା ୫୧ ମିନିଟ୍‌ରେ ଅନୁଭୂତ ହୋଇଥିବା ଦ୍ୱିତୀୟ କମ୍ପନର ତୀବ୍ରତା ୬.୨ ମପା ଯାଇଛି।

ଆହୁରି ପଢ଼ନ୍ତୁ: ନେପାଳରେ ଭୟାବହ ବନ୍ୟା: ଜଳବାୟୁ କ୍ଷତିପୂରଣ ପାଇଁ ଭାରତ, ଚୀନ୍ ଏବଂ ଆମେରିକାକୁ ଦାୟୀ କଲା ନେପାଳ

ଏହି ଭୂମିକମ୍ପର ଉତ୍ପତି ସ୍ଥଳ ନେପାଳରେ ଥିବା କୁହାଯାଇଛି। ତେବେ ଦିଲ୍ଲୀ ଏନସିଆର ଅଞ୍ଚଳ ନୁହେଁ ଏହି କମ୍ପନ ଦେଶର ଅନେକ ଅଞ୍ଚଳରେ ଅନୁଭୂତ ହୋଇଥିବା ଜଣାପଡିଛି। ଦିଲ୍ଲୀ ଏନସିଆରରୁ ଆରମ୍ଭ କରି ଲକ୍ଷ୍ନୌ ଓ ଜୟପୁର ପର୍ଯ୍ୟନ୍ତ କମ୍ପନ ଅନୁଭୂତ ହୋଇଥିବାର ସୂଚନା ଆସୁଛି। ଅପରାହ୍ନରେ ଅଧଅଧଘଣ୍ଟା ଅନ୍ତରରେ ଆସିଥିବା ଏହି ଭୂମିକମ୍ପର ଦ୍ୱିତୀୟ ଝଟକା ସବୁଠୁ ଶକ୍ତିଶାଳୀ ଥିଲା। ଏହା ରିକ୍ଟର ସ୍କେଲରେ ୬.୨ ଥିବା ନ୍ୟାସନାଲ ସିସମୋଲଜିଙ୍କ ସୂଚନାରୁ ଜଣାପଡିଛି।

ଆହୁରି ପଢ଼ନ୍ତୁ: ପଞ୍ଜାବ ଭୋଟର ତାଲିକାରୁ କଟିଲା ରାଘବ ଚଢ଼ାଙ୍କ ନାଁ: ଆଣିଲେ ରାଜନୈତିକ ଷଡ଼ଯନ୍ତ୍ରର ଅଭିଯୋଗ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର