ଭୂକମ୍ପରେ ଥରିଲା ମେଘାଳୟ, ରିକ୍ଟର ସ୍କେଲରେ ତୀବ୍ରତା ୫.୨ ରେକର୍ଡ
ନୂଆଦିଲ୍ଲୀ: ଭୂମିକମ୍ପରେ ଥରିଲା ମେଘାଳୟ। କେବଳ ମେଘାଳୟ ନୁହେଁ ସୋମବାର ସନ୍ଧ୍ୟାରେ ପୂର୍ବୋତ୍ତରରେ ଭୂମିକମ୍ପର ତୀବ୍ର ଝଟକା ଅନୁଭୂତ ହୋଇଛି। ଭୂମିକମ୍ପ ଯୋଗୁଁ, ମେଘାଳୟ, ଆସାମ ସହ ତ୍ରିପୁରା ଏବଂ ପଶ୍ଚିମବଙ୍ଗରେ ମଧ୍ୟ ତୀବ୍ର ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୨ ରେକର୍ଡ ହୋଇଛି। ହଠାତ୍ ଭୂମିକମ୍ପ ଫଳରେ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ବର୍ତ୍ତମାନ ସୁଦ୍ଧା କୌଣସି ଧନ-ଜୀବନ କ୍ଷତି ନେଇ ସୂଚନା ମିଳିନାହିଁ। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୂଯାୟୀ […]
ନୂଆଦିଲ୍ଲୀ: ଭୂମିକମ୍ପରେ ଥରିଲା ମେଘାଳୟ। କେବଳ ମେଘାଳୟ ନୁହେଁ ସୋମବାର ସନ୍ଧ୍ୟାରେ ପୂର୍ବୋତ୍ତରରେ ଭୂମିକମ୍ପର ତୀବ୍ର ଝଟକା ଅନୁଭୂତ ହୋଇଛି। ଭୂମିକମ୍ପ ଯୋଗୁଁ, ମେଘାଳୟ, ଆସାମ ସହ ତ୍ରିପୁରା ଏବଂ ପଶ୍ଚିମବଙ୍ଗରେ ମଧ୍ୟ ତୀବ୍ର ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୨ ରେକର୍ଡ ହୋଇଛି। ହଠାତ୍ ଭୂମିକମ୍ପ ଫଳରେ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ବର୍ତ୍ତମାନ ସୁଦ୍ଧା କୌଣସି ଧନ-ଜୀବନ କ୍ଷତି ନେଇ ସୂଚନା ମିଳିନାହିଁ। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୂଯାୟୀ ସନ୍ଧ୍ୟା ୬ଟା ୧୫ ମିନିଟ୍ ସମୟରେ ଭୂମିକମ୍ପ ହୋଇଥିଲା। ଏହି ଭୂମିକମ୍ପ ବିଶେଷ କରି ମେଘାଳୟରେ ଆସିଛି। ମେଘାଳୟର ଉତ୍ତର ଗାରୋ ପର୍ବତ ଏହାର କେନ୍ଦ୍ରସ୍ଥଳ ରହିଛି। ଏହାର ତୀବ୍ରତା ୫.୨ ରହିଛି। ତେବେ ସବୁଠୁ ଅଧିକ ଉତ୍ତର ପଶ୍ଚିବଙ୍ଗର ଅର୍ଥାତ୍ ସିଲିଗୁଡ଼ୀ, ଦାର୍ଜିଲିଂ ଏବଂ ଜୁଚ ବିହାରରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ତ୍ରିପୁରା ଏବଂ ଆସାମରେ ମଧ୍ୟ ଅନେକ ଅଞ୍ଚଳରେ ଭୂମିକମ୍ପର ତୀବ୍ର ଝଟକା ଅନୁଭୁତ ହୋଇଛି।