ରେକର୍ଡ ସ୍ତରରେ ପେଟ୍ରୋଲ ଦାମ୍, ଦେଶରେ ମହାମାରୀ କରୋନା ସମୟରେ ଶତକ ପାର କଲା ଦର

The Sakala Picture
Published On

ଏପଟେ ମହାମାରୀ କରୋନା ଦାଉ ସାଧୁଥିବାବେଳେ ସେପଟେ ପେଟ୍ରୋଲ ଦର ଲୋକଙ୍କୁ ଆହୁରି ହନ୍ତସନ୍ତ କରୁଛି । ପେଟ୍ରୋଲର ମହଙ୍ଗା ଦର ଲୋକଙ୍କ ଆଖିରୁ ନିଦ ହଜେଇ ସାରିଲାଣି । କେତେକ ସହରରେ ପେଟ୍ରୋଲ ଦର ଲିଟର ପିଛା ୧୦୦ ପାର କରିଥିବା ବେଳେ ଆଉ କେତେକ ସହରରେ ୯୫, ୯୭ରେ ରହିଛି। ଦେଶର ଆର୍ଥିକ ରାଜଧାନୀ କୁହାଯାଉଥିବା ମୁମ୍ବାଇରେ ସର୍ବୋଚ୍ଚ ସ୍ତରରେ ପହଂଚିଛି ତୈଳଦର । ଏଠାରେ ଶନିବାର ଦିନ ପେଟ୍ରୋଲ ଲିଟର ପିଛା ୨୫ […]

ଏପଟେ ମହାମାରୀ କରୋନା ଦାଉ ସାଧୁଥିବାବେଳେ ସେପଟେ ପେଟ୍ରୋଲ ଦର ଲୋକଙ୍କୁ ଆହୁରି ହନ୍ତସନ୍ତ କରୁଛି । ପେଟ୍ରୋଲର ମହଙ୍ଗା ଦର ଲୋକଙ୍କ ଆଖିରୁ ନିଦ ହଜେଇ ସାରିଲାଣି । କେତେକ ସହରରେ ପେଟ୍ରୋଲ ଦର ଲିଟର ପିଛା ୧୦୦ ପାର କରିଥିବା ବେଳେ ଆଉ କେତେକ ସହରରେ ୯୫, ୯୭ରେ ରହିଛି। ଦେଶର ଆର୍ଥିକ ରାଜଧାନୀ କୁହାଯାଉଥିବା ମୁମ୍ବାଇରେ ସର୍ବୋଚ୍ଚ ସ୍ତରରେ ପହଂଚିଛି ତୈଳଦର । ଏଠାରେ ଶନିବାର ଦିନ ପେଟ୍ରୋଲ ଲିଟର ପିଛା ୨୫ ପଇସା ବୃଦ୍ଧି ପାଇ ୧୦୦.୧୯ ଟଙ୍କାରେ ପହଂଚିଛି । ସେହିଭଳି ରାଜସ୍ଥାନର ଶ୍ରୀ ଗଙ୍ଗାନଗରରେ ଶନିବାର ତେଲ ଦର ବୃଦ୍ଧି ହେବା ପରେ ପେଟ୍ରୋଲ ଦର ଲିଟର ପିଛା ୧୦୫.୧୫ ଟଙ୍କା ହୋଇଛି ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନରେ ୨୭ ଘଣ୍ଟା ପରେ ରେସ୍କ୍ୟୁ ଅପରେସନ୍ ଶେଷ, ୭ ମୃତକଙ୍କ ମଧ୍ୟରେ ୫ ଛାତ୍ର

ତେବେ ପୂର୍ବରୁ ରାଜସ୍ଥାନ, ମଧ୍ୟପ୍ରଦେଶ, ଏବଂ ମହାରାଷ୍ଟ୍ରର କେତେକ ସହରରେ ତେଲ ଦର ୧୦୦ ଟଙ୍କା ପାର୍ କରି ସାରିଥିବା ବେଳେ ଆଜି ମୁମ୍ବାଇରେ ୧୦୦ ପାର୍ କରିଛି ପେଟ୍ରୋଲ ମୂଲ୍ୟ ।

ଆହୁରି ପଢ଼ନ୍ତୁ: ଦୀର୍ଘ ୬ ବର୍ଷ ପରେ ଗୁଆଙ୍ଗଜୋ-ଦିଲ୍ଲୀ ବିମାନ ସେବା ପୁଣି ଆରମ୍ଭ କରିବ ଚୀନ୍ ସଦର୍ଣ୍ଣ ଏୟାରଲାଇନ୍ସ

ମେ ମାସରେ ଆଜି ପର୍ଯ୍ୟନ୍ତ ୧୬ ଥର ତୈଳଦର ବୃଦ୍ଧି ପାଇଥିବା ବେଳେ ମାତ୍ର ଗୋଟିଏ ଥର ତୈଳଦାମ କମି ନାହିଁ । ଏପ୍ରିଲ ମାସରେ କିଛିଥର ତୈଳଦର କମି ପେଟ୍ରୋଲ ଉପରେ ୭୭ ପଇସା ହ୍ରାସ ପାଇଥିଲା ହେଲେ ମେ ମାସରେ କ୍ରମାଗତ ଭାବେ ପେଟ୍ରୋଲ ଦର ବୃଦ୍ଧି ପାଇ ୩.୫୯ ଟଙ୍କା ମହଙ୍ଗା ହେଲାଣି । ସେହିଭଳି ଡିଜେଲର ଦର ବୃଦ୍ଧି ପାଇ ମେ ମାସରେ ୪.୧୩ ଟଙ୍କା ମହଙ୍ଗା ହୋଇଛି । ଏହାସହ ଦେଶର ଅନେକ ସହରରେ ଏବେ ପେଟ୍ରୋଲ ଦାମ ଲିଟର ପିଛା ୧୦୦ ଟଙ୍କା ଉପରେ ବିକ୍ରି ହେଉଛି ।

ଆହୁରି ପଢ଼ନ୍ତୁ: ଇତିହାସ ରଚିଲା ଭାରତୀୟ ବାୟୁସେନା: ବ୍ରିଟେନ ପାଇଲଟଙ୍କୁ ତାଲିମ ଦେବେ ୩ ଭାରତୀୟ ଇନଷ୍ଟ୍ରକ୍ଟର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର