ମସ୍କୋ ଉପରେ ୟୁକ୍ରେନର ଡ୍ରୋନ୍ ଆକ୍ରମଣ, ୨ କୋଠା କ୍ଷତିଗ୍ରସ୍ତ

The Sakala Picture
Published On

ମସ୍କୋ: ଥମିବାର ନାଁ ଧରୁନାହିଁ ଋଷ୍ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ । ପୁଣି ଥରେ ମସ୍କୋ ଉପରେ ଡ୍ରୋନ୍ ହମଲା କରିଛି ୟୁକ୍ରେନ। ବିଳମ୍ବିତ ରାତିରେ ବଡ଼ ଧରଣର ଆକ୍ରମଣ କରିଛି କୀଭ୍ । ଏଥିରେ ଦୁଇଟି ବିଲ୍ଡିଂ କ୍ଷତିଗ୍ରସ୍ତ ହୋଇଛି। ଡ୍ରୋନ୍ ଆକ୍ରମଣ ପରେ ମସ୍କୋ ଭାନୁକୋଭା ବିମାନବନ୍ଦରକୁ ବନ୍ଦ କରି ଦିଆଯାଇଛି। ରୁଷ୍ ସେନା ୟୁକ୍ରେନର ତିନିଟି ଡ୍ରୋନକୁ ନଷ୍ଟ କରିଦେଇଥିବା ଦାବି କରିଛି। ୟୁକ୍ରେନ୍ ସୀମାରୁ ପାଖାପାଖି ୫୦୦ କିଲୋମିଟର ଦୂରରେ […]

ମସ୍କୋ: ଥମିବାର ନାଁ ଧରୁନାହିଁ ଋଷ୍ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ । ପୁଣି ଥରେ ମସ୍କୋ ଉପରେ ଡ୍ରୋନ୍ ହମଲା କରିଛି ୟୁକ୍ରେନ। ବିଳମ୍ବିତ ରାତିରେ ବଡ଼ ଧରଣର ଆକ୍ରମଣ କରିଛି କୀଭ୍ । ଏଥିରେ ଦୁଇଟି ବିଲ୍ଡିଂ କ୍ଷତିଗ୍ରସ୍ତ ହୋଇଛି।

ଆହୁରି ପଢ଼ନ୍ତୁ: ଦୀର୍ଘ ୬ ବର୍ଷ ପରେ ଗୁଆଙ୍ଗଜୋ-ଦିଲ୍ଲୀ ବିମାନ ସେବା ପୁଣି ଆରମ୍ଭ କରିବ ଚୀନ୍ ସଦର୍ଣ୍ଣ ଏୟାରଲାଇନ୍ସ

ଡ୍ରୋନ୍ ଆକ୍ରମଣ ପରେ ମସ୍କୋ ଭାନୁକୋଭା ବିମାନବନ୍ଦରକୁ ବନ୍ଦ କରି ଦିଆଯାଇଛି। ରୁଷ୍ ସେନା ୟୁକ୍ରେନର ତିନିଟି ଡ୍ରୋନକୁ ନଷ୍ଟ କରିଦେଇଥିବା ଦାବି କରିଛି। ୟୁକ୍ରେନ୍ ସୀମାରୁ ପାଖାପାଖି ୫୦୦ କିଲୋମିଟର ଦୂରରେ ଥିବା ମସ୍କୋ ଓ ଏହାର ଆଖପାଖ ଅଞ୍ଚଳରେ ରୁଷ୍ ସହ ସଂଘର୍ଷ ବେଳେ ଏହି ଡ୍ରୋନ୍ ଦ୍ୱାରା ଆକ୍ରମଣ କରାଯାଇଥିଲା ।

ଆହୁରି ପଢ଼ନ୍ତୁ: ଡୋଡା ଜଙ୍ଗଲରୁ ଜୈଶ୍ ଆତଙ୍କବାଦୀର ମୃତଦେହ ସହ ଆମେରିକୀୟ M4 କାର୍ବାଇନ୍ ଉଦ୍ଧାର

ମସ୍କୋର ମେୟର ସର୍ଗେଇ ସୋଭୟାନିନ୍ କହିଛନ୍ତି ବିଳମ୍ବିତ ରାତିରେ ଏହି ଆକ୍ରମଣ କରାଯାଇଛି, ଯେଉଁଥିରେ ଦୁଇଟି ବିଲ୍ଡିଂ ନଷ୍ଟ ହୋଇଛି । ହେଲେ କୌଣସି ମୃତହାତ ହୋଇନାହାନ୍ତି ।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟରେ 'ବୈବାହିକ ଦୁଷ୍କର୍ମ'କୁ ନେଇ ଶୁଣାଣି: କାହିଁକି ଏହା ଏକ ଆଇନଗତ ବିବାଦ?

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର