ଗୋଆର ଏକ ସରକାରୀ ହସ୍ପିଟାଲରେ ଆଖିବୁଜିଲେ ୨୬ କରୋନା ରୋଗୀ

The Sakala Picture
Published On

ଗୋଆର ଏକ ସରକାରୀ ହସ୍ପିଟାଲରେ ମଙ୍ଗଳବାର ସକାଳେ ୨୬ କରୋନା ରୋଗୀଙ୍କ ମୃତ୍ୟୁ ମାମଲା ସାମନାକୁ ଆସିଛି । ଗୋଆ ମେଡିକାଲ କଲେଜ ଓ ହସ୍ପିଟାଲରେ ମାତ୍ର ୪ ଘଣ୍ଟା ଭିତରେ ୨୬ ଜଣ କରୋନା ରୋଗୀ ହଠାତ୍‌ ପ୍ରାଣ ହରାଇଛନ୍ତି। ଗୋଆ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସୂଚନା ଅନୁସାରେ, ୨୬ ଜଣଙ୍କ ମୃତ୍ୟୁ ରାତି ୨ରୁ ସକାଳ ୬ଟା ମଧ୍ୟରେ ହୋଇଛି । ତେବେ ମୃତ୍ୟୁ କେମିତି, କେଉଁ ପରିସ୍ଥିତିରେ ହେଲା ଜଣାପଡ଼ିନାହିଁ ? ଭୋର୍ ସମୟରେ ହୋଇଥିବା […]

ଗୋଆର ଏକ ସରକାରୀ ହସ୍ପିଟାଲରେ ମଙ୍ଗଳବାର ସକାଳେ ୨୬ କରୋନା ରୋଗୀଙ୍କ ମୃତ୍ୟୁ ମାମଲା ସାମନାକୁ ଆସିଛି । ଗୋଆ ମେଡିକାଲ କଲେଜ ଓ ହସ୍ପିଟାଲରେ ମାତ୍ର ୪ ଘଣ୍ଟା ଭିତରେ ୨୬ ଜଣ କରୋନା ରୋଗୀ ହଠାତ୍‌ ପ୍ରାଣ ହରାଇଛନ୍ତି। ଗୋଆ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସୂଚନା ଅନୁସାରେ, ୨୬ ଜଣଙ୍କ ମୃତ୍ୟୁ ରାତି ୨ରୁ ସକାଳ ୬ଟା ମଧ୍ୟରେ ହୋଇଛି । ତେବେ ମୃତ୍ୟୁ କେମିତି, କେଉଁ ପରିସ୍ଥିତିରେ ହେଲା ଜଣାପଡ଼ିନାହିଁ ? ଭୋର୍ ସମୟରେ ହୋଇଥିବା ଏହି ମୃତ୍ୟୁକୁ ନେଇ ହାଇକୋର୍ଟ ତଦନ୍ତ କରନ୍ତୁ ବୋଲି ଦାବି କରିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ।

ଆହୁରି ପଢ଼ନ୍ତୁ: ଆମେରିକା ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ: ରିପବ୍ଲିକାନ୍ ପାର୍ଟି ଜିତିଲେ ପ୍ରତି ନାଗରିକଙ୍କୁ ୫,୦୦୦ ଡଲାର ଦେବାକୁ ଟ୍ରମ୍ପଙ୍କ ଘୋଷଣା

ଘଟଣା ପରେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରମୋଦ ସାୱନ୍ତ ଗୋଆ ମେଡିକାଲ୍ କଲେଜ ଏବଂ ହସ୍ପିଟାଲ ପରିଦର୍ଶନ କରିଛନ୍ତି । ସେ କହିଛନ୍ତି ଯେ ମେଡିକାଲ ଅକ୍ସିଜେନର ଉପଲବ୍ଧି ଓ ହସ୍ପିଟାଲକୁ ସପ୍ଲାଏ ମଧ୍ୟରେ ସୃଷ୍ଟି ହୋଇଥିବା ବ୍ୟବଧାନ ରୋଗୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ। ତେବେ, ରାଜ୍ୟରେ ଅକ୍ସିଜେନର ଅଭାବ ନଥିବା କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ଅନ୍ୟପଟେ ଦିନକ ପୂର୍ବରୁ ମୁଖ୍ୟମନ୍ତ୍ର ପ୍ରମୋଦ ସାୱନ୍ତ ପିପିଇ କିଟ୍ ପିନ୍ଧି ମେଡିକାଲରେ କୋଭିଡ୍ ୱାର୍ଡ ବୁଲି ଦେଖିବା ସହ ରୋଗୀ ଓ ସମ୍ପର୍କୀୟଙ୍କୁ ଭେଟିଥିଲେ ।

ଆହୁରି ପଢ଼ନ୍ତୁ: ଦୀର୍ଘ ୬ ବର୍ଷ ପରେ ଗୁଆଙ୍ଗଜୋ-ଦିଲ୍ଲୀ ବିମାନ ସେବା ପୁଣି ଆରମ୍ଭ କରିବ ଚୀନ୍ ସଦର୍ଣ୍ଣ ଏୟାରଲାଇନ୍ସ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର