ଅମ୍ରିତପାଲ ସିଂକୁ ନେଇ ବଡ଼ ଖୁଲାସା : ପୃଥକ ଖଲିସ୍ତାନ ରାଷ୍ଟ୍ର ପାଇଁ ନକ୍ସା, ପତାକା, ମୁଦ୍ରା ସହିତ ସେନା ଗଠନ ପାଇଁ ବି ହୋଇସାରିଥିଲା ଯୋଜନା

The Sakala Picture
Published On

ନୂଆଦିଲ୍ଲୀ : ପଳାତକ ଘୋଷିତ ଖଲିସ୍ତାନୀ ସମର୍ଥକ ତଥା ୱାରିସ୍‌ ପଞ୍ଜାବ ଦେ ସଂଗଠନ ମୁଖିଆ ଅମ୍ରିତପାଲ ସିଂକୁ ଧରିବା ଏବେ ମଧ୍ୟ ସମ୍ଭବ ହୋଇପାରି ନାହିଁ। ତାକୁ ଧରିବାକୁ ବିଗତ ୭ ଦିନ ଧରି ପଞ୍ଜାବ ସମେତ ଅନ୍ୟ ରାଜ୍ୟମାନଙ୍କରେ ପୁଲିସର ସ୍ବତନ୍ତ୍ର ଟିମ୍‌ ତନାଘନା କରିଥିଲେ ହେଁ ଅମ୍ରିତପାଲ ଚକମା ଦେଇ ଫେରାର ହୋବରେ ସଫଳ ହୋଇଛି। କିନ୍ତୁ ଏହା ମଧ୍ୟରେ ପୁଲିସ ଏବଂ ଗୁଇନ୍ଦା ଏଜେନ୍ସିଗୁଡିକୁ ଅମ୍ରିତପାଲ ସମ୍ପର୍କରେ ଯେଭଳି ତଥ୍ୟ ମିଳିଛି ତାହା […]

ନୂଆଦିଲ୍ଲୀ : ପଳାତକ ଘୋଷିତ ଖଲିସ୍ତାନୀ ସମର୍ଥକ ତଥା ୱାରିସ୍‌ ପଞ୍ଜାବ ଦେ ସଂଗଠନ ମୁଖିଆ ଅମ୍ରିତପାଲ ସିଂକୁ ଧରିବା ଏବେ ମଧ୍ୟ ସମ୍ଭବ ହୋଇପାରି ନାହିଁ। ତାକୁ ଧରିବାକୁ ବିଗତ ୭ ଦିନ ଧରି ପଞ୍ଜାବ ସମେତ ଅନ୍ୟ ରାଜ୍ୟମାନଙ୍କରେ ପୁଲିସର ସ୍ବତନ୍ତ୍ର ଟିମ୍‌ ତନାଘନା କରିଥିଲେ ହେଁ ଅମ୍ରିତପାଲ ଚକମା ଦେଇ ଫେରାର ହୋବରେ ସଫଳ ହୋଇଛି। କିନ୍ତୁ ଏହା ମଧ୍ୟରେ ପୁଲିସ ଏବଂ ଗୁଇନ୍ଦା ଏଜେନ୍ସିଗୁଡିକୁ ଅମ୍ରିତପାଲ ସମ୍ପର୍କରେ ଯେଭଳି ତଥ୍ୟ ମିଳିଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଦୁବାଇରେ କାର୍ଯ୍ୟ କରୁଥିବା ଅମ୍ରିତପାଲ ଗତ କିଛି ବର୍ଷ ହେଲା ଭାରତକୁ ଆସିଥିବା ବେଳେ ସେ ପୃଥକ ଖଲିସ୍ତାନ ଗଠନ କରିବା ନେଇ ସବୁ ପ୍ରସ୍ତୁତି ଶେଷ କରିସାରିଥିଲା।

ଆହୁରି ପଢ଼ନ୍ତୁ: ନିଶା କାରବାର ବିରୋଧରେ ସ୍ୱର ଉତ୍ତୋଳନ କରିବାରୁ ସାମାଜିକ କର୍ମୀଙ୍କୁ ହତ୍ୟା: ଫେସବୁକ୍ ଲାଇଭ୍‌ରେ କଏଦ ହେଲା ଲୋମଟାଙ୍କୁରା ଦୃଶ୍ୟ

ଏପରିକି ନୂଆ ଖଲିସ୍ତାନର ନକ୍ସା ମଧ୍ୟ ପ୍ରସ୍ତୁତ ହୋଇସାରିଥିଲା। ଏହାବ୍ୟତୀତ ରାଷ୍ଟ୍ରୀୟ ଝଣ୍ଡା, ମୁଦ୍ରା ଏବଂ ସେନାର ରୂପ କିଭଳି ହେବ ତାହା ମଧ୍ୟ ପ୍ରସ୍ତୁତି ହୋଇଥିଲା ବୋଲି ପୁଲିସକୁ ତଥ୍ୟ ହାସଲ ହୋଇଛି। ହରିୟାଣାରେ ଅମ୍ରିତପାଲକୁ ଘରେ ରହିବାକୁ ସୁରକ୍ଷା ଦେଇଥିବା ମହିଳାଙ୍କ ସମେତ ତା’ର ଅଙ୍ଗରକ୍ଷୀ ତଜିନ୍ଦର ସିଂକୁ ଗତକାଲି ଗିରଫ କରାଯାଇଥିଲା ବେଳେ ତଜିନ୍ଦର ଏ ସମ୍ପର୍କରେ ପୁଲିସକୁ ସବିଶେଷ ତଥ୍ୟ ଦେଇଥିବା ପୁଲିସ କହିଛି।

ଆହୁରି ପଢ଼ନ୍ତୁ: ଚୀନ୍‌କୁ ଭାରତର କଡ଼ା ଜବାବ: ଲାଦାଖ ଓ କାଶ୍ମୀର ଆମର ଅବିଚ୍ଛେଦ୍ୟ ଅଙ୍ଗ, ବଦଳିବନି ବାସ୍ତବତା

ଅମ୍ରିତପାଲ ଆନନ୍ଦପୁର ଖଲସା ଫୌଜ(ଏକେଏଫ) ବ୍ୟତୀତ ‘କ୍ଳୋଜ୍‌ ପ୍ରୋଟେକ୍ସନ ଟିମ୍‌(ସିପିଟି) ମଧ୍ୟ ଗଠନ କରାଯାଇଥିଲା। ଏହାବ୍ୟତୀତ ଅମ୍ରିତପାଲ ବନ୍ଧୁକ ଚାଳନା ପ୍ରଶିକ୍ଷଣ ଦେବା ଲାଗି ଏକ ସ୍ବତନ୍ତ୍ର ‘ଫାୟରିଂ ରେଞ୍ଜ’ ମଧ୍ୟ ଗଠନ କରିଥିଲା ବୋଲି ଜଣାପଡ଼ିଛି। ଅମ୍ରିତପାଲ ହରିୟାଣାରୁ ଆସି ଦିଲ୍ଲୀ ଆଇଏସବିଟି ବସ୍‌ ଷ୍ଟାଣ୍ଡରେ ଛଦ୍ମ ବେଶରେ ବୁଲିବା ସହିତ ରାଜସ୍ଥାନ ଅଭିମୁଖେ ଯାଉଥିବା ଗୁଇନ୍ଦା ବିଭାଗକୁ ଆଭାସ ମିଳିବା ପରେ ଦିଲ୍ଲୀରେ ଯାଞ୍ଚ ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

ଆହୁରି ପଢ଼ନ୍ତୁ: ଅପହରଣ ଗୁଜବ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀକାଳୀନ ଅବତରଣ, ସମସ୍ତ ଯାତ୍ରୀ ସୁରକ୍ଷିତ

ସେପଟେ ଆଜି ମିଳିଥିବା ଏକ ଭାଇରାଲ୍‌ ଭିଡିଓରେ ତାକୁ ଜ୍ୟାକେଟ୍, ଟ୍ରାଉଜର ଏବଂ ଚଷମା ପିନ୍ଧିଥିବାର ଦେଖିବାକୁ ମିଳିଛି। ଏହି ସିସିଟିଭି ଫୁଟେଜ୍ ଅମୃତସରର ଏବଂ ଏହାକୁ ମାର୍ଚ ୨୦ ତାରିଖରେ ରେକର୍ଡ କରାଯାଇଛି। କୁହାଯାଉଛି ଯେ ଅମୃତପାଲ ସେଠାରେ ଜଣେ ସମ୍ପର୍କୀୟଙ୍କ ଘରେ ଲୁଚି ରହିଥିଲା। ପଞ୍ଜାବ ପୁଲିସ ହାତରୁ ଖସି ପଳାଇ ଆସିଥିବା ଅମୃତପାଲ ସିଂ ଏକ ସପ୍ତାହ ଧରି ବାରମ୍ବାର ନିଜର ରୂପ ବଦଳାଉଛି। ସୂତ୍ରରୁ ପ୍ରକାଶ ଯେ ଏହି ଭିଡିଓରେ ଦର୍ଶାଯାଇଛି କି ସେ ଅମୃତସରରୁ ହରିଆଣାର କୁରୁକ୍ଷେତ୍ରକୁ ଯାଇ ସେଠାରୁ ପୁଣି ଜାତୀୟ ରାଜଧାନୀ ଦିଲ୍ଲୀ ଅଭିମୁଖେ ଯାଉଥିଲା ।

ଗତକାଲି ‘ୱାରିସ୍‌ ପଞ୍ଜାବ ଦେ’ର ମୁଖ୍ୟ ତଥା ଖଲିସ୍ତାନୀ ନେତା ଅମୃତପାଲ୍‌ ସିଂହ କୁରୁକ୍ଷେତ୍ରର ଶାହାବାଦ୍‌ ଅଞ୍ଚଳରେ ଛତା ଧରି ଯାଉଥିବାର ଦୃଶ୍ୟ ଗୋଟାଏ ନୂଆ ‘ସିସିଟିଭି ଫୁଟେଜ୍‌’ରେ ଦେଖିବାକୁ ମିଳିଥିଲା। ‘ଫୁଟେଜ୍’ ବା ‘ଭିଡିଓ କ୍ଲିପ୍‌’ରେ ଦେଖାଯାଉଛି ପଳାତକ ଅମୃତପାଲ୍‌ ଈଷତ୍‌ ନୀଳ ରଙ୍ଗର ସାର୍ଟ ଓ କଳାପ୍ୟାଣ୍ଟ୍‌ ପିନ୍ଧି ଗୋଟାଏ ଆବାସିକ ଅଞ୍ଚଳରେ ରାସ୍ତା ପାରି ହେଉଛନ୍ତି। ହାତରେ ଧରିଛନ୍ତି ଛୋଟ ବ୍ୟାଗ୍‌ ଓ କଳାଛତା। ଗୁରୁବାର ଦିନ ସଂଗ୍ରହ କରାଯାଇଥିବା ଏହି ‘ଫୁଟେଜ୍‌’ଟି ସୋମବାର ଦିନ ଉତ୍ତୋଳିତ ହୋଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର