ପାକିସ୍ତାନରେ ଚିନି ସଙ୍କଟ, କିଲୋପିଛା ଦର ୧୨୦ ରୁ ୧୫୦ ଟଙ୍କା

The Sakala Picture
Published On

ଇସଲାମାବାଦ:ପାକିସ୍ତାନର ଅର୍ଥନୀତି ବ୍ୟବସ୍ଥା ଏବେ ଦୁର୍ବିସହ ହୋଇପଡ଼ିଥିବା ବେଳେ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀଗୁଡିକର ମୂଲ୍ୟବୃଦ୍ଧି ସାଧାରଣ ଲୋକଙ୍କ ପାଇଁ କାଳ ହୋଇଛି। ପୂର୍ବରୁ ପନିବରିବା ସମେତ ପେଟ୍ରୋଲ ଏବଂ ଔଷଧ ମୂଲ୍ୟକୁ ନେଇ ଲୋକେ ନାହିଁନଥÒବା ସମସ୍ୟାର ସମ୍ମୁଖୀନ ହୋଇ ଆସୁଥିବା ବେଳେ ଏବେ ପାକିସ୍ତାନରେ ଚିନି ସଙ୍କଟ ଦେଖାଦେଇଛି । ସ୍ଥିତି ଏଭଳି ସ୍ତରରେ ପହଞ୍ଚିଛି ଯେ ଲୋକେ ଚିନି କିଣିବାକୁ ଲମ୍ବା ଧାଡି ଲଗାଉଛନ୍ତି । କେବଳ ସେତିକି ନୁହେଁ ଚିନିକୁ ନେଇ ଯେଭଳି […]

ଇସଲାମାବାଦ:ପାକିସ୍ତାନର ଅର୍ଥନୀତି ବ୍ୟବସ୍ଥା ଏବେ ଦୁର୍ବିସହ ହୋଇପଡ଼ିଥିବା ବେଳେ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀଗୁଡିକର ମୂଲ୍ୟବୃଦ୍ଧି ସାଧାରଣ ଲୋକଙ୍କ ପାଇଁ କାଳ ହୋଇଛି। ପୂର୍ବରୁ ପନିବରିବା ସମେତ ପେଟ୍ରୋଲ ଏବଂ ଔଷଧ ମୂଲ୍ୟକୁ ନେଇ ଲୋକେ ନାହିଁନଥÒବା ସମସ୍ୟାର ସମ୍ମୁଖୀନ ହୋଇ ଆସୁଥିବା ବେଳେ ଏବେ ପାକିସ୍ତାନରେ ଚିନି ସଙ୍କଟ ଦେଖାଦେଇଛି । ସ୍ଥିତି ଏଭଳି ସ୍ତରରେ ପହଞ୍ଚିଛି ଯେ ଲୋକେ ଚିନି କିଣିବାକୁ ଲମ୍ବା ଧାଡି ଲଗାଉଛନ୍ତି । କେବଳ ସେତିକି ନୁହେଁ ଚିନିକୁ ନେଇ ଯେଭଳି କଳାବଜାର କରାନଯାଏ ସେଥିପାଇଁ ଜଣେ ବ୍ୟକ୍ତି ଚିନି କିଣିବା ପରେ ତାଙ୍କ ହାତରେ କଳା ଚିହ୍ନ ମଧ୍ୟ ଲଗାଯାଉଛି। ପାକିସ୍ତାନ ଏହାର ଚିନି ଆବଶ୍ୟକତାର ଅଧିକାଂଶ ଭାଗ ଭାରତ ଠାରୁ ଆମଦାନୀ କରିଥିଲା ବେଳେ ଗତବର୍ଷ ଠାରୁ ଦ୍ବିପାକ୍ଷିକ ସମ୍ପର୍କ କ୍ଷୁଣ୍ଣ ହେବା ପରେ ବାଣିଜ୍ୟିକ କାରବାର ଠପ୍‌ ହୋଇଯାଇଥିଲା। ତେବେ ଉଭୟ ରାଷ୍ଟ୍ରମଧ୍ୟରେ ସମ୍ପର୍କ ସୁଧାରିବା ସହ କିଛି ଦିନ ତଳେ ଭାରତରୁ ଚିନି ଏବଂ କପା ଆମଦାନୀ କରିବାକୁ ପାକିସ୍ତାନ ପକ୍ଷରୁ ଘୋଷଣା କରାଯାଇଥିଲା। ହେଲେ ପରବର୍ତ୍ତୀ ସମୟରେ ବିପକ୍ଷ ଦଳର ଘୋର ପ୍ରତିବାଦ ଯୋଗୁଁ ଏହି ପ୍ରସ୍ତାବ କାଟ ଖାଇଥିଲା। ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ନିଜ ଗାଦି ରକ୍ଷା ପାଇଁ ଭାରତରୁ ଚିନି ଏବଂ କପା ଆମଦାନୀ କରିବାକୁ ମନା କରିଦେଇଥିଲେ, ହେଲେ ପାକିସ୍ତାନର ଜନସାଧାରଣଙ୍କୁ ଏବେ ଏହାର ମୂଲ୍ୟ ଦେବାକୁ ପଡୁଛି। ବିଶେଷ କରି ଏବେ ରମଜାନ ଚାଲୁଥିବାରୁ ପାକିସ୍ତାନରେ ଚିନିର ଚାହିଦା ବୃଦ୍ଧି ପାଇଛି। କିନ୍ତୁ ଚାହିଦା ତୁଳନାରେ ଚିନି ଯୋଗାଣ ବହୁତ କମ୍‌ ରହିଛି। ଯାହାକୁ ନେଇ ଏବେ ସେଠାରେ କିଲୋ ପିଛା ଚିନି ମୂଲ୍ୟ ୧୨୦ ରୁ ୧୫୦ ଟଙ୍କାରେ ପହଞ୍ଚିଛି। ସାଧାରଣ ଚିନିକୁ ନେଇ ଲୋକମାନେ ଯେଭଳି ପରିସ୍ଥିତିର ସାମ୍ନା କରୁଛନ୍ତି ତାହା ଇମ୍ରାନ ସରକାରଙ୍କ ପାଇଁ ଆହୁରି ସମସ୍ୟା ସୃଷ୍ଟି କରିଛି। ଗୋଟିଏ ପକ୍ଷରେ ପାକିସ୍ତାନରେ ଏବେ ଗୃହଯୁଦ୍ଧ ଭଳି ପରିସ୍ଥିତି ଦେଖାଯାଇଥିବା ବେଳେ ଚିନିର ଅଭାବକୁ ନେଇ ପ୍ରଧାନମନ୍ତ୍ରୀ ଇମ୍ରାନ ବିରୋଧୀ ଦଳଙ୍କ ଶରବ୍ୟ ପାଲଟିଛନ୍ତି। ବର୍ତ୍ତମାନ ଫ୍ରାନ୍ସକୁ ବିରୋଧ କରି ପାକିସ୍ତାନରେ ବିଭିନ୍ନ ମୌଳବାଦୀ ସଂଗଠନ ପକ୍ଷରୁ ବିଭିନ୍ନ ସହରରେ ଯେଭଳି ବିକ୍ଷୋଭ ଜାରି ରହିଛି ତଦ୍ବାରା ସେଠାରେ ଗୃହଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ଯାହାକୁ ନେଇ ପାକିସ୍ତାନ ସରକାରଙ୍କ ସମସ୍ୟା ଦୁଇଗୁଣିତ ହୋଇଥିବା ବେଳେ ଦେଶରେ ଚିନିକୁ ନେଇ ଦେଖାଯାଇଥିବା ସମସ୍ୟା ସରକାରଙ୍କ ପାଇଁ ଆହୁରି ସଙ୍କଟ ସୃଷ୍ଟି କରିଛି।

ଆହୁରି ପଢ଼ନ୍ତୁ: ଗୋଟିଏ ମଣ୍ଡପ, ଜଣେ କନ୍ୟା ଆଉ ଦୁଇ ଜଣ ବର! ଏହି ନିଆରା ବିବାହର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ

19 Apr 2021 By The Sakala

https://www.thesakala.in/national-international/sugar-crisis-in-pakistan/article-1656
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର