ରାଷ୍ଟ୍ରପତିଙ୍କୁ ତାତ୍ସଲ୍ୟ ଘଟଣା: ନିଜ ମନ୍ତ୍ରୀଙ୍କ ଅଶାଳୀନ ମନ୍ତବ୍ୟ ପାଇଁ କ୍ଷମା ମାଗିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

The Sakala Picture
Published On

କୋଲକାତା: ମନ୍ତ୍ରୀ ଅଖିଳ ଗିରିଙ୍କ ଆପତ୍ତିଜନକ ମନ୍ତବ୍ୟ ପାଇଁ କ୍ଷମା ମାଗିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ରାଷ୍ଟ୍ରପତିଙ୍କୁ ତାତ୍ସଲ୍ୟ କରି ତାଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ଦେଇଥିବା ନିଜ ଦଳର ମନ୍ତ୍ରୀ ଅଖିଳ ଗିରିଙ୍କ ପାଇଁ କ୍ଷମା ମାଗିଲେ ତୃଣମୂଳ କଂଗ୍ରେସ ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ରାଷ୍ଟ୍ରପତିଙ୍କ ବିରୋଧରେ ଟିଏମସି ନେତା ଅଖିଳ ଗିରିଙ୍କ ଅଶାଳୀନ ମନ୍ତବ୍ୟ ପାଇଁ ବିରୋଧୀ ମମତାଙ୍କଠାରୁ କ୍ଷମା ପ୍ରାର୍ଥନା ଦାବି କରିଥିଲେ । […]

କୋଲକାତା: ମନ୍ତ୍ରୀ ଅଖିଳ ଗିରିଙ୍କ ଆପତ୍ତିଜନକ ମନ୍ତବ୍ୟ ପାଇଁ କ୍ଷମା ମାଗିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ରାଷ୍ଟ୍ରପତିଙ୍କୁ ତାତ୍ସଲ୍ୟ କରି ତାଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ଦେଇଥିବା ନିଜ ଦଳର ମନ୍ତ୍ରୀ ଅଖିଳ ଗିରିଙ୍କ ପାଇଁ କ୍ଷମା ମାଗିଲେ ତୃଣମୂଳ କଂଗ୍ରେସ ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ରାଷ୍ଟ୍ରପତିଙ୍କ ବିରୋଧରେ ଟିଏମସି ନେତା ଅଖିଳ ଗିରିଙ୍କ ଅଶାଳୀନ ମନ୍ତବ୍ୟ ପାଇଁ ବିରୋଧୀ ମମତାଙ୍କଠାରୁ କ୍ଷମା ପ୍ରାର୍ଥନା ଦାବି କରିଥିଲେ ।

ଆହୁରି ପଢ଼ନ୍ତୁ: ନେପାଳକୁ ପ୍ରତି ବିପଦର ଆଗୁଆ ସୂଚନା ଦେବ ଚୀନ୍!

ମନ୍ତ୍ରୀ ଅଖିଳ ଗିରିଙ୍କ ବିବାଦୀୟ ମନ୍ତବ୍ୟ ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର କ୍ଷମା ମାଗି କହିଛନ୍ତି ଯେ, ‘ସେ ଜଣେ ବହୁତ ଭଲ ମହିଳା। ମୁଁ ମୋର ବିଧାୟକଙ୍କ ମନ୍ତବ୍ୟକୁ ନିନ୍ଦା କରୁଛି। ମୁଁ କ୍ଷମା ମାଗୁଛି । ଅଖିଳ ଗିରି ଯାହା କରିଛନ୍ତି ତାହା ଭୁଲ । ଭବିଷ୍ୟତରେ ଯଦି ଏଭଳି ହୁଏ ତେବେ ଦଳ ଆକ୍ସନ୍ ନେବ। ମମତା କହିଛନ୍ତି ଯେ, ଅଖିଲ ଗିରିଙ୍କୁ ଏମିତି ତାତ୍ସଲ୍ୟ କରିବା ଉଚିତ୍‌ ନଥିଲା। ମୁଁ ରାଷ୍ଟ୍ରପତିଙ୍କୁ ସମ୍ମାନ କରେ ବୋଲି ମମତା କହିଛନ୍ତି। ବ୍ୟକ୍ତିଗତ ମନ୍ତବ୍ୟ ଦେବା ତାଙ୍କ ଦଳର ସଂସ୍କୃତିରେ ନାହିଁ ବୋଲି କହି ସେ କହିଛନ୍ତି ଏବଂ ଅଖିଳ ଗିରିଙ୍କ ମନ୍ତବ୍ୟକୁ ନେଇ ତାଙ୍କୁ ସତର୍କ କରାଯାଇଛି ।

ଆହୁରି ପଢ଼ନ୍ତୁ: ୩୬,୦୦୦ ଫୁଟ ଉଚ୍ଚରେ ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି: କିଛି ସେକେଣ୍ଡରେ ଫେଲ୍ ମାରିଲା ସମସ୍ତ ହାଇଡ୍ରୋଲିକ୍ସ, ୨୪ ଆହତ

ନନ୍ଦିଗ୍ରାମରେ ଏକ ସଭାକୁ ସମ୍ବୋଧନ ବେଳେ ଅଖିଳ ଗିରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପରେ ଅରୁଚିକର ମନ୍ତବ୍ୟ ଦେଇଥିଲେ। ତାଙ୍କର ଏହି ଭିଡ଼ିଓ ଭାଇରାଲ ହେବା ପରେ ବିରୋଧୀ ଶାସକ ଦଳ ଟିଏମସି ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସମାଲୋଚନା କରିଥିଲେ । ଅଖିଳ ଗିରିଙ୍କୁ ବରଖାସ୍ତ କରିବା ସହ ମମତା ସର୍ବସାଧାରଣରେ କ୍ଷମା ମାଗନ୍ତୁ ବୋଲି ସେମାନେ ଦାବି କରିଥିଲେ ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ମାରକୀ ନିର୍ମାଣ ପାଇଁ ମିଳିଲା ଅନୁମୋଦନ, ରଖାଗଲା ଏହି ସବୁ ସର୍ତ୍ତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର