ସ୍ମାର୍ଟ ଫୋନ୍‌ କିଣିବା ନିଶା; ଟଙ୍କା ପାଇଁ ରକ୍ତ ବିକିବାକୁ ୩୦ କି.ମି ବସ୍‌ରେ ଯାତ୍ରା କରି ହସ୍ପିଟାଲରେ ପହଞ୍ଚିଲା ନାବାଳିକା

The Sakala Picture
Published On

କୋଲକାତା: ଆଜିକାଲି ସବୁକିଛି ମୋବାଇଲ ଫୋନ ଦ୍ବାରା କରିବା ସମ୍ଭବ। ଏଥିପାଇଁ ପିଲାଙ୍କ ଠାରୁ ବୟସ୍କଙ୍କ ଯାଏଁ ସମସ୍ତେ ସ୍ମାର୍ଟଫୋନ ଉପରେ ନିର୍ଭରଶୀଳ ହୋଇପଡିଛନ୍ତି। କିନ୍ତୁ ସ୍ମାର୍ଟଫୋନ ନିଶାରେ ପଶ୍ଚିମବଙ୍ଗର ଜଣେ ନାବାଳିକା ଯାହା କରିଛନ୍ତି ତାହା ଶୁଣିଲେ ଅନେକ ହୁଏତ ଆଶ୍ଚର୍ଯ୍ୟ ହୋଇପଡ଼ିବେ। ପଶ୍ଚିମବଙ୍ଗର ଦିନାଜପୁରର ଜଣେ ନାବାଳିକା ସ୍ମାର୍ଟଫୋନ କିଣିବାକୁ ଅର୍ଥ ଯୋଗାଡ଼ କରିବା ଉଦ୍ଦେଶ୍ୟରେ ନିଜର ରକ୍ତ ବିକ୍ରି କରିବା ଲାଗି ଦୀର୍ଘ ୩୦ କିମି ବସ୍‌ରେ ଯାତ୍ରା କରି ହସ୍ପିଟାଲରେ ପହଞ୍ଚିଥିବା […]

କୋଲକାତା: ଆଜିକାଲି ସବୁକିଛି ମୋବାଇଲ ଫୋନ ଦ୍ବାରା କରିବା ସମ୍ଭବ। ଏଥିପାଇଁ ପିଲାଙ୍କ ଠାରୁ ବୟସ୍କଙ୍କ ଯାଏଁ ସମସ୍ତେ ସ୍ମାର୍ଟଫୋନ ଉପରେ ନିର୍ଭରଶୀଳ ହୋଇପଡିଛନ୍ତି। କିନ୍ତୁ ସ୍ମାର୍ଟଫୋନ ନିଶାରେ ପଶ୍ଚିମବଙ୍ଗର ଜଣେ ନାବାଳିକା ଯାହା କରିଛନ୍ତି ତାହା ଶୁଣିଲେ ଅନେକ ହୁଏତ ଆଶ୍ଚର୍ଯ୍ୟ ହୋଇପଡ଼ିବେ। ପଶ୍ଚିମବଙ୍ଗର ଦିନାଜପୁରର ଜଣେ ନାବାଳିକା ସ୍ମାର୍ଟଫୋନ କିଣିବାକୁ ଅର୍ଥ ଯୋଗାଡ଼ କରିବା ଉଦ୍ଦେଶ୍ୟରେ ନିଜର ରକ୍ତ ବିକ୍ରି କରିବା ଲାଗି ଦୀର୍ଘ ୩୦ କିମି ବସ୍‌ରେ ଯାତ୍ରା କରି ହସ୍ପିଟାଲରେ ପହଞ୍ଚିଥିବା ଘଟଣା ଏବେ ବିଭିନ୍ନ ମହଲରେ ଚର୍ଚ୍ଚିତ ପ୍ରସଙ୍ଗ ପାଲଟିଛି।

ଆହୁରି ପଢ଼ନ୍ତୁ: ହରିୟାଣାର ଯମୁନା ନଦୀରେ ଓଲଟିଲା ସେନା ଡଙ୍ଗା: ୨ ସ୍ପେଶାଲ ଫୋର୍ସ ଯବାନ ନିଖୋଜ

ମିଳିଥିବା ଖବର ଅନୁସାରେ ଦିନାଜପୁର ଜିଲ୍ଲା ତପନ ଅଞ୍ଚଳର ଜଣେ ଦ୍ବାଦଶ ଶ୍ରେଣୀ ଛାତ୍ରୀ ଅଚାନକ ଭାବେ ବାଲୁରଘାଟ ଜିଲ୍ଲା ହସ୍ପିଟାଲ୍‌ର ବ୍ଲଡ୍‌ବ୍ୟାଙ୍କରେ ପହଞ୍ଚି ନିଜର ରକ୍ତ ବିକ୍ରି କରିବାକୁ ଚାହୁଁଛନ୍ତି ବୋଲି କହିଥିଲେ। ତେବେ ରକ୍ତ ବିକିବା ପଛର କାରଣ ପଚାରିବାରୁ ପ୍ରଥମେ ସ୍ମାର୍ଟ ଫୋନ କଥା ଲୁଚାଇଥିଲେ ନାବାଳିକା। ନାବାଳିକା ଜଣକ ନିଜ ବାପା-ମା’ ନଥିବା ମିଛ କହିଥିଲେ। ପରେ ସବୁକଥା କହିଥିଲେ। ଗରିବ ଘର ହୋଇଥିଲେ ମଧ୍ୟ ସ୍ମାର୍ଟ ଫୋନ୍ ବ୍ୟବହାର କରିବାକୁ ଇଚ୍ଛା ଥିଲା। ଏଥିପାଇଁ ସେ ଏକ ସ୍ମାର୍ଟ ଫୋନ୍‌ ଅର୍ଡ଼ର କରିଥିଲେ। କିନ୍ତୁ ଫୋନର ଦାମ ୯୦୦୦ ଟଙ୍କା ଯୋଗାଡ଼ କରିପାରି ନଥିବାରୁ ରକ୍ତ ବିକିବାକୁ ନିଷ୍ପତ୍ତି ନେଇଥିଲେ ବୋଲି ନାବାଳିକା ଜଣକ କହିଥିଲେ। ଏଭଳି ବିଷୟ ଜାଣିବା ପରେ ରକ୍ତ ଭଣ୍ଡାର କର୍ମଚାରୀମାନେ ସମ୍ଭୀଭୂତ ହୋଇଯାଇଥିଲେ। ହେଲେ ରକ୍ତ ଭଣ୍ଡାରରେ ରକ୍ତ କିଣାଯାଏ ନାହିଁ ବୋଲି ସେମାନେ କହିବା ସହିତ ନାବାଳିକାକୁ ହସ୍ପିଟାଲ କର୍ମଚାରୀମାନେ ଶିଶୁ ଯତ୍ନ ବିଭାଗକୁ ସୂଚନା ଦେଇଥିଲେ। ପରେ ପରେ ସଂପୃକ୍ତ ନାବାଳିକାକୁ ଏକ ଏନଜିଓକୁ ହସ୍ତାନ୍ତର କରାଯିବା ପରେ ତାଙ୍କ ପରିବାରକୁ ଖବର ଦିଆଯାଇଥିଲା। ନାବାଳିକାଙ୍କ ପିତା ଜଣେ ପନିପରିବା ବିକ୍ରେତା ହୋଇଥିଲା ବେଳେ ଝିଅର ଏଭଳି କାର୍ଯ୍ୟକୁ ନେଇ କିଛି ଜାଣି ନଥିବା କହିଛନ୍ତି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ମାରକୀ ନିର୍ମାଣ ପାଇଁ ମିଳିଲା ଅନୁମୋଦନ, ରଖାଗଲା ଏହି ସବୁ ସର୍ତ୍ତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର