ମାଆ ପରି ସୁରକ୍ଷା ଦେଇ ଆମ୍ମାଙ୍କ ପାଖରେ ୩୦ ବର୍ଷ ଧରି ରହିଥିଲି, ତାଙ୍କ ଚିକିତ୍ସାରେ ମୁଁ ହସ୍ତକ୍ଷେପ କରିନାହିଁ : ଭି କେ ଶଶିକଳା

The Sakala Picture
Published On

ଚେନ୍ନାଇ : ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏଆଇଡିଏମକେ ନେତ୍ରୀ ଜେ ଜୟଲଳିତାଙ୍କ ମୃତ୍ୟୁ ପଛରେ ତାଙ୍କ ଘନିଷ୍ଠ ସହଯୋଗୀ ଭି କେ ଶଶିକଳାଙ୍କ ହାତ ଥିବା ସନ୍ଦେହ କରିଛି ତଦନ୍ତ କମିଟି। କେବଳ ଶଶିକଳା ନୁହନ୍ତି, ତାଙ୍କ ସହିତ ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ ସି ବିଜୟ ଭାସ୍କର,ପୂର୍ବତନ ସ୍ବାସ୍ଥ୍ୟ ସଚିବ ରାଧାକ୍ରିଷ୍ଣନ ଏବଂ ଡାକ୍ତର ଶିବକୁମାରଙ୍କ ଭୂମିକାକୁ ନେଇ ତଦନ୍ତ କମିଟି ସନ୍ଦେହ ପ୍ରକଟ କରିଛି। ଜୟଲଳିତାଙ୍କ ମୃତ୍ୟୁକୁ ନେଇ ବିବାଦ ସୃଷ୍ଟି ହେବା ପରେ […]

ଚେନ୍ନାଇ : ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏଆଇଡିଏମକେ ନେତ୍ରୀ ଜେ ଜୟଲଳିତାଙ୍କ ମୃତ୍ୟୁ ପଛରେ ତାଙ୍କ ଘନିଷ୍ଠ ସହଯୋଗୀ ଭି କେ ଶଶିକଳାଙ୍କ ହାତ ଥିବା ସନ୍ଦେହ କରିଛି ତଦନ୍ତ କମିଟି। କେବଳ ଶଶିକଳା ନୁହନ୍ତି, ତାଙ୍କ ସହିତ ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ ସି ବିଜୟ ଭାସ୍କର,ପୂର୍ବତନ ସ୍ବାସ୍ଥ୍ୟ ସଚିବ ରାଧାକ୍ରିଷ୍ଣନ ଏବଂ ଡାକ୍ତର ଶିବକୁମାରଙ୍କ ଭୂମିକାକୁ ନେଇ ତଦନ୍ତ କମିଟି ସନ୍ଦେହ ପ୍ରକଟ କରିଛି। ଜୟଲଳିତାଙ୍କ ମୃତ୍ୟୁକୁ ନେଇ ବିବାଦ ସୃଷ୍ଟି ହେବା ପରେ ତାମିଲନାଡୁ ସରକାରଙ୍କ ଦ୍ବାରା ୨୦୧୬, ସେପ୍ଟମ୍ବର ୨୨ ତାରିଖରେ ଜଷ୍ଟିସ୍‌ ଅରୁମୁଗୁସ୍ବାମୀଙ୍କ ନେତୃତ୍ବରେ ଏକ ଯାଞ୍ଚ କମିସନ ଗଠନ କରାଯାଇଥିଲା। ଏହି କମିଟି ମଙ୍ଗଳବାର ରିପୋର୍ଟ ପ୍ରକାଶ କରିଥିଲା ବେଳେ ଶଶିକଳାଙ୍କ ସମେତ ଉପରୋକ୍ତ ୪ ଜଣଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛି।

ଆହୁରି ପଢ଼ନ୍ତୁ: "ମୋ ପାଖରେ ଅଲୌକିକ ଶକ୍ତି ଅଛି...": ନାସିକରେ 'ଭଣ୍ଡ ବାବା' ମହେଶଗିରିର କଳାକାରନାମା, ଯୁବତୀଙ୍କୁ ଦୁଷ୍କର୍ମ ପରେ କରୁଥିଲା ବ୍ଲାକମେଲ୍

ଜଷ୍ଟିସ ଅରୁମୁଗାସ୍ୱାମୀଙ୍କ କମିଟି ତାଙ୍କ ରିପୋର୍ଟରେ କହିଛନ୍ତି, ଜୟଲଳିତାଙ୍କ ମୃତ୍ୟୁକୁ ନେଇ ଯାଞ୍ଚ ବେଳେ ଯେଉଁ ସଙ୍କେତ ମିଳିଛି ସେଥିରେ ଶଶିକଳାଙ୍କ ହାତ ରହିଛି। ଏଥିସହିତ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସି ବିଜୟ ଭାସ୍କର, ତତ୍କାଳୀନ ସ୍ୱାସ୍ଥ୍ୟ ସଚିବ ଜେ ରାଧାକ୍ରିଷ୍ଣନନ ଓ ମେଡିକାଲ ଡାକ୍ତର କେ ଏସ ଶିବକୁମାରଙ୍କ ଭୂମିକରେ ତ୍ରୁଟି ଥିବା ଜଣାପଡ଼ିଛି। ତେଣୁ ସେମାନଙ୍କ ବିରୋଧରେ ତଦନ୍ତ କରାଯିବା ଉଚିତ। ତତ୍କାଳୀନ ମୁଖ୍ୟ ଶାସନ ସଚିବ ରାମା ମୋହନ ରାଓ ଏବଂ ଜୟଲଳିତାଙ୍କ ଚିକିତ୍ସା ଦ୍ୱାୟିତ୍ୱରେ ଥିବା ଡାକ୍ତରମାନଙ୍କ ବିରୋଧରେ ମଧ୍ୟ ତଦନ୍ତ କରିବାକୁ ରିପୋର୍ଟରେ ସୁପାରିସ କରାଯାଇଛି। ଡାକ୍ତର ରିଚାର୍ଡ ବେଲା ଗୁରୁତର ଅସୁସ୍ଥ ଜୟଲଳିତାଙ୍କୁ ବିଦେଶ ସ୍ଥାନାନ୍ତର କରିବାକୁ ପ୍ରସ୍ତୁତ ହେଉଥିଲେ। କିନ୍ତୁ କାହିଁକି ତାଙ୍କୁ ଚିକିତ୍ସା ପାଇଁ ବିଦେଶକୁ ନିଆଗଲା ନାହିଁ ବୋଲି ରିପୋର୍ଟରେ ପ୍ରଶ୍ନ କରାଯାଇଛି।

ଆହୁରି ପଢ଼ନ୍ତୁ: ବିକାଜି ଫୁଡ୍ସର ପ୍ରତିଷ୍ଠାତା ଶିବ ରତନ ଅଗ୍ରୱାଲଙ୍କ ପରଲୋକ, ୭୪ ବର୍ଷ ବୟସରେ ହୃଦଘାତରେ ମୃତ୍ୟୁ

ରିପୋର୍ଟରେ ଆହୁରି କୁହାଯାଇଛି ଯେ , ରାଜ୍ୟ ସରକାରଙ୍କ ନିମନ୍ତ୍ରଣକ୍ରମେ ଆମେରିକା ଓ ବ୍ରିଟେନରୁ ଅଭିଜ୍ଞ ଡାକ୍ତରମାନେ ଆପୋଲୋ ହସ୍ପିଟାଲକୁ ଆସିଥିଲେ। ସେମାନେ ଜୟଲଳିତାଙ୍କ ଆଞ୍ଜିଓପ୍ଲାଷ୍ଟି କରିବାକୁ କହିଥିଲେ। କିନ୍ତୁ ହସ୍ପିଟାଲରେ ତାଙ୍କର ଆଞ୍ଜିଓପ୍ଲାଷ୍ଟି କରାଯାଇ ନଥିଲା। ଅଭିଜ୍ଞ ଡାକ୍ତରମାନଙ୍କ ପରାମର୍ଶକ୍ରମକୁ ହସ୍ପିଟାଲ କର୍ତ୍ତୃପକ୍ଷ ଚାପର ବଶବର୍ତ୍ତୀ ହୋଇ କାର୍ଯ୍ୟକାରୀ କରି ନାହାନ୍ତି ବୋଲି ଯାଞ୍ଚ ବେଳେ ଜଣାପଡ଼ିଥିବା କମିଟି କହିଛି। ତେଣୁ ସବୁ ଘଟଣାର ତଦନ୍ତ ନିହାତି ଆବଶ୍ୟକ ବୋଲି କମିସନ ସୁପାରିସ କରିଛନ୍ତି। ବିଜୟ ଭାସ୍କର ହେଉଛନ୍ତି ଏଆଇଏଡିଏମକେର ଜଣେ ବରିଷ୍ଠ ନେତା ଯିଏ କି ବର୍ତ୍ତମାନ ବିଧାୟକ ଅଛନ୍ତି। ଅରୁମୁଗାସ୍ୱାମୀ କମିସନ ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନଙ୍କୁ ଜୟଲଳିତାଙ୍କ ମୃତ୍ୟୁର ଯାଞ୍ଚ ରିପୋର୍ଟ ହସ୍ତାନ୍ତର କରିଥିଲେ। ମଙ୍ଗଳବାର ତାମିଲନାଡୁ ବିଧାନସଭାରେ ଏହି ରିପୋର୍ଟ ଉପସ୍ଥାପନ କରାଯାଇଥିଲା ବେେଳ ଏହାକୁ ନେଇ ବହୁ ସଦସ୍ୟଙ୍କ ପକ୍ଷରୁ ଉଦବେଗ ପ୍ରକଟ କରାଯାଇଛି।

ଆହୁରି ପଢ଼ନ୍ତୁ: ମୁମ୍ବାଇରେ ଆମେରିକା ଫେରନ୍ତାଙ୍କ ଉନ୍ମତ୍ତ କାଣ୍ଡ: କଲମା ପଢ଼ି ନପାରିବାରୁ ୨ ସୁରକ୍ଷାକର୍ମୀଙ୍କୁ ଛୁରାମାଡ଼

ଜୟଲଳିତାଙ୍କ ଚିକିତ୍ସାରେ ମୁଁ ହସ୍ତକ୍ଷେପ କରିନାହିଁ: ଭି.କେ. ଶଶୀକଳା

ୟଲଳିତାଙ୍କ ଡାକ୍ତରୀ ଚିକିତ୍ସାରେ କେବେ ହସ୍ତକ୍ଷେପ କରିନାହିଁ ବୋଲି ‘ଅରୁମୁଘାସ୍ବାମୀ ଆୟୋଗ’ ରିପୋର୍ଟ ଉପରେ ପ୍ରତିକ୍ରିୟା ବ୍ୟକ୍ତ କରି ମଙ୍ଗଳବାର ଦିନ ଭି.କେ. ଶଶୀକଳା କହିଛନ୍ତି। ଶଶୀକଳାଙ୍କ ବ୍ୟତୀତ ଆଉ ୩ଜଣ ମଧ୍ୟ ଜେ. ଜୟଲଳିତାଙ୍କ ଚିକିତ୍ସାରେ ହୋଇଥିବା ତ୍ରୁଟି ପାଇଁ ଦାୟୀ ବୋଲି ‘ଅରୁମୁଘାମୀ ଆୟୋଗ’ ଅଭିଯୋଗ କରିଛି। ଏଥିପାଇଁ, ସେ ଯେକୌଣସି ତଦନ୍ତ ପାଇଁ ପ୍ରସ୍ତୁତ ଥିବା କଥା କହିଛନ୍ତି।

ଭି.କେ. ଶଶୀକଳା ଆହୁରି ମଧ୍ୟ କହିଛନ୍ତି ମୋ ନାଁରେ ଯୋଗାଡ଼ କରାଯାଇଥିବା ମିଥ୍ୟା ପ୍ରମାଣ ବିଷୟରେ ଚିନ୍ତିତ ନୁହେଁ। ଏକଥା ମୋ କ୍ଷେତ୍ରରେ ନୂଆ ନୁହେଁ। ମୋ ଭଉଣୀର ଭାବମୂର୍ତ୍ତି କ୍ଷୁଣ୍ଣ କରାଯାଉଥିବାରୁ ଦୁଃଖ ଲାଗୁଛି। ମୁଁ ଜେଲ୍‌ ଯିବା ପରେ ଏଠାରେ ଆମ୍ମାଙ୍କ ଜୀବନକୁ ସ୍ବୀକୃତି ନ ଦେଇ ତାଙ୍କ ମୃତ୍ୟୁରୁ ରାଜନୈତିକ ଫାଇଦା ଉଠାଇଲେ। ଜୟଲଳିତାଙ୍କୁ ବଦନାମ କରିବା ପାଇଁ ସେମାନେ ‘ଡିଏମ୍‌କେ’ ଷଡ଼ଯନ୍ତ୍ରରେ ପଡ଼ିଗଲେ ବୋଲି ଭି.କେ. ଶଶୀକଳା କହିଛନ୍ତି।

ସେ ପୁଣି କହିଛନ୍ତି, ମତେ ରାଜନୀତିରୁ ବାସନ୍ଦ କରିବା ପାଇଁ ଅନେକ ବାଟ ରହିଛି। କିନ୍ତୁ, ଏଥି ନିମନ୍ତେ ଆମ୍ମାଙ୍କ ମୃତ୍ୟୁକୁ କାରଣ କରିବା ନିଷ୍ଠୁରତା। ଆମ୍ମାଙ୍କ ମୃତ୍ୟୁର ରାଜନୀତିକରଣ ପରେ ଏବେ ‘ଅରୁମୁଘାସ୍ବାମୀ ଆୟୋଗ ରିପୋର୍ଟ’କୁ ମଧ୍ୟ ରାଜନୀତି କରଣ କରାଯାଉଛି। ସେ ସୁସ୍ଥ ହୋଇ ଆସୁଥିବାରୁ ଡାକ୍ତରଖାନାରୁ ଡିସ୍‌ଚାର୍ଜ କରାଯିବାକୁ ପ୍ରସ୍ତୁତି ଚାଲିଥିଲା। ଦୁର୍ଭାଗ୍ୟକୁ ସେ ଆମକୁ ଛାଡ଼ି ଚାଲିଗଲେ। ତେଣୁ, ସୁପ୍ରିମ୍‌ କ‌ୋର୍ଟଙ୍କ ନିର୍ଦେଶାବଳୀ ନ ଦେଖି ଆୟୋଗ ମୋତେ ଦୋଷ ଦେବା କ’ଣ ଠିକ୍‌? ବୋଲି ସେ ପଚାରିଛନ୍ତି।ମାଆ ପରି ସୁରକ୍ଷା ଦେଇ ମୁଁ ପ୍ରାୟ ୩୦ ବର୍ଷ ଧରି ଆମ୍ମାଙ୍କ ପାଖରେ ରହିଥିଲି। ତାଙ୍କ ଚିକିତ୍ସାରେ ମୁଁ କଦାପି ହସ୍ତକ୍ଷେପ କରିନାହିଁ। ମୁଁ ଚାହୁଁଥିଲି ତାଙ୍କର ସବୁଠୁ ଭଲ ଚିକିତ୍ସା କରାଯାଉ। ଚିକିତ୍ସା ନିମନ୍ତେ ଆମ୍ମାଙ୍କୁ ବିଦେଶ ନେବାରେ ମୁଁ ବାଧା ଦେଇ ନ ଥିଲି ବୋଲି ଶଶୀକଳା କହିଛନ୍ତି।

19 Oct 2022 By The Sakala

ମାଆ ପରି ସୁରକ୍ଷା ଦେଇ ଆମ୍ମାଙ୍କ ପାଖରେ ୩୦ ବର୍ଷ ଧରି ରହିଥିଲି, ତାଙ୍କ ଚିକିତ୍ସାରେ ମୁଁ ହସ୍ତକ୍ଷେପ କରିନାହିଁ : ଭି କେ ଶଶିକଳା

ଚେନ୍ନାଇ : ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏଆଇଡିଏମକେ ନେତ୍ରୀ ଜେ ଜୟଲଳିତାଙ୍କ ମୃତ୍ୟୁ ପଛରେ ତାଙ୍କ ଘନିଷ୍ଠ ସହଯୋଗୀ ଭି କେ ଶଶିକଳାଙ୍କ ହାତ ଥିବା ସନ୍ଦେହ କରିଛି ତଦନ୍ତ କମିଟି। କେବଳ ଶଶିକଳା ନୁହନ୍ତି, ତାଙ୍କ ସହିତ ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ ସି ବିଜୟ ଭାସ୍କର,ପୂର୍ବତନ ସ୍ବାସ୍ଥ୍ୟ ସଚିବ ରାଧାକ୍ରିଷ୍ଣନ ଏବଂ ଡାକ୍ତର ଶିବକୁମାରଙ୍କ ଭୂମିକାକୁ ନେଇ ତଦନ୍ତ କମିଟି ସନ୍ଦେହ ପ୍ରକଟ କରିଛି। ଜୟଲଳିତାଙ୍କ ମୃତ୍ୟୁକୁ ନେଇ ବିବାଦ ସୃଷ୍ଟି ହେବା ପରେ ତାମିଲନାଡୁ ସରକାରଙ୍କ ଦ୍ବାରା ୨୦୧୬, ସେପ୍ଟମ୍ବର ୨୨ ତାରିଖରେ ଜଷ୍ଟିସ୍‌ ଅରୁମୁଗୁସ୍ବାମୀଙ୍କ ନେତୃତ୍ବରେ ଏକ ଯାଞ୍ଚ କମିସନ ଗଠନ କରାଯାଇଥିଲା। ଏହି କମିଟି ମଙ୍ଗଳବାର ରିପୋର୍ଟ ପ୍ରକାଶ କରିଥିଲା ବେଳେ ଶଶିକଳାଙ୍କ ସମେତ ଉପରୋକ୍ତ ୪ ଜଣଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛି।

ଜଷ୍ଟିସ ଅରୁମୁଗାସ୍ୱାମୀଙ୍କ କମିଟି ତାଙ୍କ ରିପୋର୍ଟରେ କହିଛନ୍ତି, ଜୟଲଳିତାଙ୍କ ମୃତ୍ୟୁକୁ ନେଇ ଯାଞ୍ଚ ବେଳେ ଯେଉଁ ସଙ୍କେତ ମିଳିଛି ସେଥିରେ ଶଶିକଳାଙ୍କ ହାତ ରହିଛି। ଏଥିସହିତ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସି ବିଜୟ ଭାସ୍କର, ତତ୍କାଳୀନ ସ୍ୱାସ୍ଥ୍ୟ ସଚିବ ଜେ ରାଧାକ୍ରିଷ୍ଣନନ ଓ ମେଡିକାଲ ଡାକ୍ତର କେ ଏସ ଶିବକୁମାରଙ୍କ ଭୂମିକରେ ତ୍ରୁଟି ଥିବା ଜଣାପଡ଼ିଛି। ତେଣୁ ସେମାନଙ୍କ ବିରୋଧରେ ତଦନ୍ତ କରାଯିବା ଉଚିତ। ତତ୍କାଳୀନ ମୁଖ୍ୟ ଶାସନ ସଚିବ ରାମା ମୋହନ ରାଓ ଏବଂ ଜୟଲଳିତାଙ୍କ ଚିକିତ୍ସା ଦ୍ୱାୟିତ୍ୱରେ ଥିବା ଡାକ୍ତରମାନଙ୍କ ବିରୋଧରେ ମଧ୍ୟ ତଦନ୍ତ କରିବାକୁ ରିପୋର୍ଟରେ ସୁପାରିସ କରାଯାଇଛି। ଡାକ୍ତର ରିଚାର୍ଡ ବେଲା ଗୁରୁତର ଅସୁସ୍ଥ ଜୟଲଳିତାଙ୍କୁ ବିଦେଶ ସ୍ଥାନାନ୍ତର କରିବାକୁ ପ୍ରସ୍ତୁତ ହେଉଥିଲେ। କିନ୍ତୁ କାହିଁକି ତାଙ୍କୁ ଚିକିତ୍ସା ପାଇଁ ବିଦେଶକୁ ନିଆଗଲା ନାହିଁ ବୋଲି ରିପୋର୍ଟରେ ପ୍ରଶ୍ନ କରାଯାଇଛି।

ରିପୋର୍ଟରେ ଆହୁରି କୁହାଯାଇଛି ଯେ , ରାଜ୍ୟ ସରକାରଙ୍କ ନିମନ୍ତ୍ରଣକ୍ରମେ ଆମେରିକା ଓ ବ୍ରିଟେନରୁ ଅଭିଜ୍ଞ ଡାକ୍ତରମାନେ ଆପୋଲୋ ହସ୍ପିଟାଲକୁ ଆସିଥିଲେ। ସେମାନେ ଜୟଲଳିତାଙ୍କ ଆଞ୍ଜିଓପ୍ଲାଷ୍ଟି କରିବାକୁ କହିଥିଲେ। କିନ୍ତୁ ହସ୍ପିଟାଲରେ ତାଙ୍କର ଆଞ୍ଜିଓପ୍ଲାଷ୍ଟି କରାଯାଇ ନଥିଲା। ଅଭିଜ୍ଞ ଡାକ୍ତରମାନଙ୍କ ପରାମର୍ଶକ୍ରମକୁ ହସ୍ପିଟାଲ କର୍ତ୍ତୃପକ୍ଷ ଚାପର ବଶବର୍ତ୍ତୀ ହୋଇ କାର୍ଯ୍ୟକାରୀ କରି ନାହାନ୍ତି ବୋଲି ଯାଞ୍ଚ ବେଳେ ଜଣାପଡ଼ିଥିବା କମିଟି କହିଛି। ତେଣୁ ସବୁ ଘଟଣାର ତଦନ୍ତ ନିହାତି ଆବଶ୍ୟକ ବୋଲି କମିସନ ସୁପାରିସ କରିଛନ୍ତି। ବିଜୟ ଭାସ୍କର ହେଉଛନ୍ତି ଏଆଇଏଡିଏମକେର ଜଣେ ବରିଷ୍ଠ ନେତା ଯିଏ କି ବର୍ତ୍ତମାନ ବିଧାୟକ ଅଛନ୍ତି। ଅରୁମୁଗାସ୍ୱାମୀ କମିସନ ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନଙ୍କୁ ଜୟଲଳିତାଙ୍କ ମୃତ୍ୟୁର ଯାଞ୍ଚ ରିପୋର୍ଟ ହସ୍ତାନ୍ତର କରିଥିଲେ। ମଙ୍ଗଳବାର ତାମିଲନାଡୁ ବିଧାନସଭାରେ ଏହି ରିପୋର୍ଟ ଉପସ୍ଥାପନ କରାଯାଇଥିଲା ବେେଳ ଏହାକୁ ନେଇ ବହୁ ସଦସ୍ୟଙ୍କ ପକ୍ଷରୁ ଉଦବେଗ ପ୍ରକଟ କରାଯାଇଛି।

ଜୟଲଳିତାଙ୍କ ଚିକିତ୍ସାରେ ମୁଁ ହସ୍ତକ୍ଷେପ କରିନାହିଁ: ଭି.କେ. ଶଶୀକଳା

ୟଲଳିତାଙ୍କ ଡାକ୍ତରୀ ଚିକିତ୍ସାରେ କେବେ ହସ୍ତକ୍ଷେପ କରିନାହିଁ ବୋଲି ‘ଅରୁମୁଘାସ୍ବାମୀ ଆୟୋଗ’ ରିପୋର୍ଟ ଉପରେ ପ୍ରତିକ୍ରିୟା ବ୍ୟକ୍ତ କରି ମଙ୍ଗଳବାର ଦିନ ଭି.କେ. ଶଶୀକଳା କହିଛନ୍ତି। ଶଶୀକଳାଙ୍କ ବ୍ୟତୀତ ଆଉ ୩ଜଣ ମଧ୍ୟ ଜେ. ଜୟଲଳିତାଙ୍କ ଚିକିତ୍ସାରେ ହୋଇଥିବା ତ୍ରୁଟି ପାଇଁ ଦାୟୀ ବୋଲି ‘ଅରୁମୁଘାମୀ ଆୟୋଗ’ ଅଭିଯୋଗ କରିଛି। ଏଥିପାଇଁ, ସେ ଯେକୌଣସି ତଦନ୍ତ ପାଇଁ ପ୍ରସ୍ତୁତ ଥିବା କଥା କହିଛନ୍ତି।

ଭି.କେ. ଶଶୀକଳା ଆହୁରି ମଧ୍ୟ କହିଛନ୍ତି ମୋ ନାଁରେ ଯୋଗାଡ଼ କରାଯାଇଥିବା ମିଥ୍ୟା ପ୍ରମାଣ ବିଷୟରେ ଚିନ୍ତିତ ନୁହେଁ। ଏକଥା ମୋ କ୍ଷେତ୍ରରେ ନୂଆ ନୁହେଁ। ମୋ ଭଉଣୀର ଭାବମୂର୍ତ୍ତି କ୍ଷୁଣ୍ଣ କରାଯାଉଥିବାରୁ ଦୁଃଖ ଲାଗୁଛି। ମୁଁ ଜେଲ୍‌ ଯିବା ପରେ ଏଠାରେ ଆମ୍ମାଙ୍କ ଜୀବନକୁ ସ୍ବୀକୃତି ନ ଦେଇ ତାଙ୍କ ମୃତ୍ୟୁରୁ ରାଜନୈତିକ ଫାଇଦା ଉଠାଇଲେ। ଜୟଲଳିତାଙ୍କୁ ବଦନାମ କରିବା ପାଇଁ ସେମାନେ ‘ଡିଏମ୍‌କେ’ ଷଡ଼ଯନ୍ତ୍ରରେ ପଡ଼ିଗଲେ ବୋଲି ଭି.କେ. ଶଶୀକଳା କହିଛନ୍ତି।

ସେ ପୁଣି କହିଛନ୍ତି, ମତେ ରାଜନୀତିରୁ ବାସନ୍ଦ କରିବା ପାଇଁ ଅନେକ ବାଟ ରହିଛି। କିନ୍ତୁ, ଏଥି ନିମନ୍ତେ ଆମ୍ମାଙ୍କ ମୃତ୍ୟୁକୁ କାରଣ କରିବା ନିଷ୍ଠୁରତା। ଆମ୍ମାଙ୍କ ମୃତ୍ୟୁର ରାଜନୀତିକରଣ ପରେ ଏବେ ‘ଅରୁମୁଘାସ୍ବାମୀ ଆୟୋଗ ରିପୋର୍ଟ’କୁ ମଧ୍ୟ ରାଜନୀତି କରଣ କରାଯାଉଛି। ସେ ସୁସ୍ଥ ହୋଇ ଆସୁଥିବାରୁ ଡାକ୍ତରଖାନାରୁ ଡିସ୍‌ଚାର୍ଜ କରାଯିବାକୁ ପ୍ରସ୍ତୁତି ଚାଲିଥିଲା। ଦୁର୍ଭାଗ୍ୟକୁ ସେ ଆମକୁ ଛାଡ଼ି ଚାଲିଗଲେ। ତେଣୁ, ସୁପ୍ରିମ୍‌ କ‌ୋର୍ଟଙ୍କ ନିର୍ଦେଶାବଳୀ ନ ଦେଖି ଆୟୋଗ ମୋତେ ଦୋଷ ଦେବା କ’ଣ ଠିକ୍‌? ବୋଲି ସେ ପଚାରିଛନ୍ତି।ମାଆ ପରି ସୁରକ୍ଷା ଦେଇ ମୁଁ ପ୍ରାୟ ୩୦ ବର୍ଷ ଧରି ଆମ୍ମାଙ୍କ ପାଖରେ ରହିଥିଲି। ତାଙ୍କ ଚିକିତ୍ସାରେ ମୁଁ କଦାପି ହସ୍ତକ୍ଷେପ କରିନାହିଁ। ମୁଁ ଚାହୁଁଥିଲି ତାଙ୍କର ସବୁଠୁ ଭଲ ଚିକିତ୍ସା କରାଯାଉ। ଚିକିତ୍ସା ନିମନ୍ତେ ଆମ୍ମାଙ୍କୁ ବିଦେଶ ନେବାରେ ମୁଁ ବାଧା ଦେଇ ନ ଥିଲି ବୋଲି ଶଶୀକଳା କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର