ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କଲେ ନିର୍ବାଚନ କମିଶନ,ନଭେମ୍ବର ୧୨ରେ ଭୋଟ ଗ୍ରହଣ

The Sakala Picture
Published On

ନୂଆଦିଲ୍ଲୀ : ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନ। ରାଜ୍ୟରେ ଗୋଟିଏ ପର୍ୟ୍ୟାୟରେ ନିର୍ବାଚନ ହେବ। ନଭେମ୍ବର ୧୨ ତାରିଖ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଡିସେମ୍ବର ୮ ତାରିଖ ପର୍ଯ୍ୟନ୍ତ ଭୋଟ କାଉଟିଂ ହେବ ବୋଲି ନିର୍ବାଚନ କମିଶନ ସୂଚନା ଦେଇଛନ୍ତି। ହିମାଚଳ ପ୍ରଦେଶ ବିଧାନସଭାର ୬୮ଟି ଆସନ ପାଇଁ ନଭେମ୍ବର ୧୨ରେ ଭୋଟ ଗ୍ରହଣ ହେବ ଓ ଡିସେମ୍ବର ୮ରେ ଗଣତି ହେବ । […]

ନୂଆଦିଲ୍ଲୀ : ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନ। ରାଜ୍ୟରେ ଗୋଟିଏ ପର୍ୟ୍ୟାୟରେ ନିର୍ବାଚନ ହେବ। ନଭେମ୍ବର ୧୨ ତାରିଖ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଡିସେମ୍ବର ୮ ତାରିଖ ପର୍ଯ୍ୟନ୍ତ ଭୋଟ କାଉଟିଂ ହେବ ବୋଲି ନିର୍ବାଚନ କମିଶନ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ରିୟାଦ୍ ବିମାନବନ୍ଦରରେ ହୁଥି ଆକ୍ରମଣ: ଜଣେ ଭାରତୀୟଙ୍କ ସମେତ ୧୩ ମୃତ, କାହିଁକି ସାଉଦିକୁ ଟାର୍ଗେଟ୍ କରୁଛନ୍ତି ୟେମେନ୍ ବିଦ୍ରୋହୀ?

ହିମାଚଳ ପ୍ରଦେଶ ବିଧାନସଭାର ୬୮ଟି ଆସନ ପାଇଁ ନଭେମ୍ବର ୧୨ରେ ଭୋଟ ଗ୍ରହଣ ହେବ ଓ ଡିସେମ୍ବର ୮ରେ ଗଣତି ହେବ । ଅକ୍ଟୋବର ୧୭ରୁ ଅକ୍ଟୋବର ୨୫ ମଧ୍ୟରେ ମନୋନୟନ ପତ୍ର ଦାଖଲ କରିହେବ ଓ ଅକ୍ଟୋବର ୨୯ ସୁଦ୍ଧା ମନୋନୟନ ପତ୍ର ପ୍ରତ୍ୟାହାର କରିହେବ ବୋଲି ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର ଶୁକ୍ରବାରଦିନ ଘୋଷଣା କରିଛନ୍ତି ।

ଆହୁରି ପଢ଼ନ୍ତୁ: ଭାରତ 'ମଧ୍ୟମ ଶକ୍ତି' ନୁହେଁ, ବରଂ ଅନ୍ୟକୁ ସଶକ୍ତ କରୁଥିବା ଶକ୍ତି: ଏସ ଜୟଶଙ୍କର

ତେବେ ନିର୍ବାଚନ କମିସନ ଆଜି ଗୁଜୁରାଟ ବିଧାନସଭା ଆସନ ପାଇଁ ତାରିଖ ଘୋଷଣା କରି ନାହାନ୍ତି । ଏହି ରାଜ୍ୟର ନିର୍ବାଚନ ତାରିଖ ପରେ ଘୋଷଣା ହେବ । ଗୋଟିଏ ରାଜ୍ୟର ନିର୍ବାଚନ ଫଳାଫଳ ଅନ୍ୟ ରାଜ୍ୟ ଉପରେ ପ୍ରଭାବ ପକାଇବ ନାହିଁ ବୋଲି ଶ୍ରୀ କୁମାର କହିଛନ୍ତି ।

ଆହୁରି ପଢ଼ନ୍ତୁ: ଇରାନରେ ଷ୍ଟାରଲିଙ୍କ ବ୍ୟବହାର କଲେ ମିଳିବ ମୃତ୍ୟୁଦଣ୍ଡ: ନୂଆ ଗୁପ୍ତଚର ଆଇନ୍‌କୁ ନେଇ କଡ଼ା ଚେତାବନୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର