ଜଷ୍ଟିସ ଡି ଓ୍ବାଇ ଚନ୍ଦ୍ରଚୂଡ଼ ହେବେ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି, CJI ୟୁୟୁ ଲଳିତ କଲେ ସୁପାରିଶ

The Sakala Picture
Published On

ନୂଆଦିଲ୍ଲୀ: ଜଷ୍ଟିସ ଡି ଓ୍ବାଇ ଚନ୍ଦ୍ରଚୂଡ଼ ହେବେ ପରବର୍ତ୍ତୀ CJI। ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ। ସେ ସୁପ୍ରିମକୋର୍ଟର ୫୦ତମ ପ୍ରଧାନ ବିଚାରପତି ଭାବେ ଦାୟିତ୍ବ ନେବେ। ଆସନ୍ତା ନଭେମ୍ବର ୮ ତାରିଖରେ ଅବସର ନେବେ ପ୍ରଧାନ ବିଚାରପତି ଜଷ୍ଟିସ ଲଳିତ । ନିଜ ଉତ୍ତରାଧିକାରୀ ଭାବେ ଚନ୍ଦ୍ରଚୂଡ଼ଙ୍କ ନାଁ ପ୍ରସ୍ତାବ ଦେଲେ CJI ୟୁୟୁ ଲଳିତ । ଏହା ପୂର୍ବରୁ ଆରମ୍ଭ ହୋଇଛି ନୂତନ ବିଚାରପତି ନିଯୁକ୍ତି ପ୍ରକ୍ରିୟା । […]

ନୂଆଦିଲ୍ଲୀ: ଜଷ୍ଟିସ ଡି ଓ୍ବାଇ ଚନ୍ଦ୍ରଚୂଡ଼ ହେବେ ପରବର୍ତ୍ତୀ CJI। ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ। ସେ ସୁପ୍ରିମକୋର୍ଟର ୫୦ତମ ପ୍ରଧାନ ବିଚାରପତି ଭାବେ ଦାୟିତ୍ବ ନେବେ। ଆସନ୍ତା ନଭେମ୍ବର ୮ ତାରିଖରେ ଅବସର ନେବେ ପ୍ରଧାନ ବିଚାରପତି ଜଷ୍ଟିସ ଲଳିତ । ନିଜ ଉତ୍ତରାଧିକାରୀ ଭାବେ ଚନ୍ଦ୍ରଚୂଡ଼ଙ୍କ ନାଁ ପ୍ରସ୍ତାବ ଦେଲେ CJI ୟୁୟୁ ଲଳିତ ।

ଆହୁରି ପଢ଼ନ୍ତୁ: ନେପାଳରେ ବନ୍ୟାର ତାଣ୍ଡବ: ୭୫୦୦ରୁ ଅଧିକ ଘର ଧ୍ୱଂସ, ରାସ୍ତା ଓ ପୋଲ ଭାଙ୍ଗିବା ଯୋଗୁଁ ବିପୁଳ କ୍ଷତି

ଏହା ପୂର୍ବରୁ ଆରମ୍ଭ ହୋଇଛି ନୂତନ ବିଚାରପତି ନିଯୁକ୍ତି ପ୍ରକ୍ରିୟା । ଏଥିଯୋଗୁ ସୁପ୍ରିମକୋର୍ଟର ନୂଆ ଉତ୍ତରାଧିକାରୀ ଚୟନ ପାଇଁ କେନ୍ଦ୍ର ଆଇନ ମନ୍ତ୍ରୀ ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖିଥିଲେ । ବର୍ତ୍ତମାନର ପ୍ରଧାନ ବିଚାରପତି ୟୁ ୟୁ ଲଳିତ ଆଇନ୍ ମନ୍ତ୍ରଣାଳୟକୁ ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କ ନାମ ସୁପାରିସ କରିଛନ୍ତି । ଜଷ୍ଟିସ ଚନ୍ଦ୍ରଚୂଡ଼ ହେଉଛନ୍ତି ସୁପ୍ରିମକୋର୍ଟର ସବୁଠୁ ବରିଷ୍ଠ ବିଚାରପତି । ସେ ଆଗାମୀ ଦୁଇ ବର୍ଷ ପାଇଁ ପ୍ରଧାନ ବିଚାରପତି ଦାୟିତ୍ବରେ ରହିବେ । ନଭେମ୍ବର ୯ ତାରିଖରେ ପ୍ରଧାନବିଚାରପତି ଭାବେ ଶପଥ ନେବେ ଜଷ୍ଟିସ ଚନ୍ଦ୍ରଚୂଡ଼ ।

ଆହୁରି ପଢ଼ନ୍ତୁ: ଇରାନ ସହ ଯୁଦ୍ଧ ପ୍ରସ୍ତୁତି: ୨୦୨୭ ଯାଏଁ ମଧ୍ୟପ୍ରାଚ୍ୟରେ ମୁତୟନ ରହିବେ ଆମେରିକୀୟ ସେନା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର