ଆଜିଠୁ ସୁପ୍ରିମକୋର୍ଟରେ ଆରମ୍ଭ ହେଲା ଶୁଣାଣିର ଲାଇଭ ଷ୍ଟ୍ରିମିଂ

The Sakala Picture
Published On

ନୂଆଦିଲ୍ଲୀ: ଆଜିଠୁ ସୁପ୍ରିମକୋର୍ଟରେ ଆରମ୍ଭ ହେଲା ଶୁଣାଣିର ଲାଇଭ ଷ୍ଟ୍ରିମିଂ । ୩ଟି ସ୍ୱତନ୍ତ୍ର ସାମ୍ବିଧାନିକ ଖଣ୍ଡପୀଠର ଲାଇଭ ଷ୍ଟ୍ରିମିଂ କରାଯାଉଛି । ବିଚାର ବିଭାଗରେ ସ୍ୱଚ୍ଛତା ରକ୍ଷା ଲାଗି ସୁପ୍ରିମକୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି । ୟୁଟ୍ୟୁବ ବା ଅନ୍ୟାନ୍ୟ ପ୍ଲାଟଫର୍ମ ବଦଳରେ NIC ପ୍ଲାଟଫର୍ମରେ ଶୁଣାଣିର ସିଧାପ୍ରସାରଣ କରାଯାଉଛି। ଆଜି ଲୋକମାନେ webcast.gov.in/scindia/ରେ ଏହାର ସାଧାରଣ ପ୍ରସାରଣ ୟୁଟ୍ୟୁବରେ ଦେଖିବାକୁ ସକ୍ଷମ ହୋଇଛନ୍ତି। ସିଜେଆଇ ଜଷ୍ଟିସ ୟୁ.ୟୁ.ଲଳିତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଅର୍ଥନୈତିକ ଭାବେ […]

ନୂଆଦିଲ୍ଲୀ: ଆଜିଠୁ ସୁପ୍ରିମକୋର୍ଟରେ ଆରମ୍ଭ ହେଲା ଶୁଣାଣିର ଲାଇଭ ଷ୍ଟ୍ରିମିଂ । ୩ଟି ସ୍ୱତନ୍ତ୍ର ସାମ୍ବିଧାନିକ ଖଣ୍ଡପୀଠର ଲାଇଭ ଷ୍ଟ୍ରିମିଂ କରାଯାଉଛି । ବିଚାର ବିଭାଗରେ ସ୍ୱଚ୍ଛତା ରକ୍ଷା ଲାଗି ସୁପ୍ରିମକୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି । ୟୁଟ୍ୟୁବ ବା ଅନ୍ୟାନ୍ୟ ପ୍ଲାଟଫର୍ମ ବଦଳରେ NIC ପ୍ଲାଟଫର୍ମରେ ଶୁଣାଣିର ସିଧାପ୍ରସାରଣ କରାଯାଉଛି। ଆଜି ଲୋକମାନେ webcast.gov.in/scindia/ରେ ଏହାର ସାଧାରଣ ପ୍ରସାରଣ ୟୁଟ୍ୟୁବରେ ଦେଖିବାକୁ ସକ୍ଷମ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ଆଇପିଏଲ୍ ପ୍ରତିଷ୍ଠାତା ଲଳିତ ମୋଦୀଙ୍କ ୮ଟି ବଡ଼ ଖୁଲାସା: ଦାଉଦ ଇବ୍ରାହିମ, ପିଏମ ମୋଦୀ ଏବଂ ପୁଅର ଅପହରଣକୁ ନେଇ କହିଲେ ବଡ଼ କଥା

ସିଜେଆଇ ଜଷ୍ଟିସ ୟୁ.ୟୁ.ଲଳିତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଅର୍ଥନୈତିକ ଭାବେ ଦୁର୍ବଳ ବର୍ଗ ବା EWS ମାମଲାର ଶୁଣାଣି କରୁଛନ୍ତି । ଏହି ମାମଲା ୧୦୩ତମ ସମ୍ବିଧାନ ସଂଶୋଧନକୁ ଚାଲେଞ୍ଜ କରୁଛି । ସେହିପରି ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଶିବସେନା ବିବାଦ ମାମଲାର ଶୁଣାଣି କରୁଛନ୍ତି । ଜଷ୍ଟିସ କାଉଲଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ସର୍ବଭାରତୀୟ ବାର୍ ପରୀକ୍ଷା ମାମଲାର ଶୁଣାଣି କରୁଛନ୍ତି ।

ଆହୁରି ପଢ଼ନ୍ତୁ: ଲଣ୍ଡନରେ ସିଜେଆଇ ସୂର୍ଯ୍ୟକାନ୍ତଙ୍କ କାର୍ଯ୍ୟକ୍ରମରେ ବିଶୃଙ୍ଖଳା: 'ଅଶୋଭନୀୟ ଆଚରଣ' କହି ନିନ୍ଦା କଲା ଭାରତୀୟ ହାଇକମିଶନ

ଆଗାମୀ ଦିନରେ ବିଭିନ୍ନ ଶୁଶାଣିର ସିଧାପ୍ରସାରଣ ଲାଗି ସୁପ୍ରିମକୋର୍ଟ ନିଜର ସ୍ୱତନ୍ତ୍ର ଓଟିଟି ପ୍ଲାଟଫର୍ମ ତିଆରି କରିବେ ବୋଲି ସୂଚନା ମିଳିଛି । ପୂର୍ବରୁ ମଧ୍ୟପ୍ରଦେଶ ହାଇକୋର୍ଟ ମଧ୍ୟ ଓଟିଟି ପ୍ଲାଟଫର୍ମରେ ଲାଇଭ ଷ୍ଟ୍ରିମିଂ କରିବାକୁ ପଦକ୍ଷେପ ନେଇଛନ୍ତି । ସୁପ୍ରିମକୋର୍ଟ ନିଜର ଏକ ଓଟିଟି ପ୍ଲାଟଫର୍ମ ତିଆରି କରିବା ନେଇ ଗୁରୁତ୍ୱ ଦେଇଥିଲେ ପ୍ରଧାନବିଚାରପତି ଜଷ୍ଟିସ ଲଳିତ ।

ଆହୁରି ପଢ଼ନ୍ତୁ: ନିଟ୍ ପୁନଃ ପରୀକ୍ଷା: ପ୍ରଶ୍ନପତ୍ର ସୁରକ୍ଷା ପାଇଁ ବାୟୁସେନାର MI-17 ହେଲିକପ୍ଟର ମୁତୟନ, ୧୮ଟି ସ୍ଥାନରୁ ହେବ ଏୟାରଲିଫ୍ଟ

27 Sep 2022 By The Sakala

ଆଜିଠୁ ସୁପ୍ରିମକୋର୍ଟରେ ଆରମ୍ଭ ହେଲା ଶୁଣାଣିର ଲାଇଭ ଷ୍ଟ୍ରିମିଂ

ନୂଆଦିଲ୍ଲୀ: ଆଜିଠୁ ସୁପ୍ରିମକୋର୍ଟରେ ଆରମ୍ଭ ହେଲା ଶୁଣାଣିର ଲାଇଭ ଷ୍ଟ୍ରିମିଂ । ୩ଟି ସ୍ୱତନ୍ତ୍ର ସାମ୍ବିଧାନିକ ଖଣ୍ଡପୀଠର ଲାଇଭ ଷ୍ଟ୍ରିମିଂ କରାଯାଉଛି । ବିଚାର ବିଭାଗରେ ସ୍ୱଚ୍ଛତା ରକ୍ଷା ଲାଗି ସୁପ୍ରିମକୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି । ୟୁଟ୍ୟୁବ ବା ଅନ୍ୟାନ୍ୟ ପ୍ଲାଟଫର୍ମ ବଦଳରେ NIC ପ୍ଲାଟଫର୍ମରେ ଶୁଣାଣିର ସିଧାପ୍ରସାରଣ କରାଯାଉଛି। ଆଜି ଲୋକମାନେ webcast.gov.in/scindia/ରେ ଏହାର ସାଧାରଣ ପ୍ରସାରଣ ୟୁଟ୍ୟୁବରେ ଦେଖିବାକୁ ସକ୍ଷମ ହୋଇଛନ୍ତି।

ସିଜେଆଇ ଜଷ୍ଟିସ ୟୁ.ୟୁ.ଲଳିତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଅର୍ଥନୈତିକ ଭାବେ ଦୁର୍ବଳ ବର୍ଗ ବା EWS ମାମଲାର ଶୁଣାଣି କରୁଛନ୍ତି । ଏହି ମାମଲା ୧୦୩ତମ ସମ୍ବିଧାନ ସଂଶୋଧନକୁ ଚାଲେଞ୍ଜ କରୁଛି । ସେହିପରି ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଶିବସେନା ବିବାଦ ମାମଲାର ଶୁଣାଣି କରୁଛନ୍ତି । ଜଷ୍ଟିସ କାଉଲଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ସର୍ବଭାରତୀୟ ବାର୍ ପରୀକ୍ଷା ମାମଲାର ଶୁଣାଣି କରୁଛନ୍ତି ।

ଆଗାମୀ ଦିନରେ ବିଭିନ୍ନ ଶୁଶାଣିର ସିଧାପ୍ରସାରଣ ଲାଗି ସୁପ୍ରିମକୋର୍ଟ ନିଜର ସ୍ୱତନ୍ତ୍ର ଓଟିଟି ପ୍ଲାଟଫର୍ମ ତିଆରି କରିବେ ବୋଲି ସୂଚନା ମିଳିଛି । ପୂର୍ବରୁ ମଧ୍ୟପ୍ରଦେଶ ହାଇକୋର୍ଟ ମଧ୍ୟ ଓଟିଟି ପ୍ଲାଟଫର୍ମରେ ଲାଇଭ ଷ୍ଟ୍ରିମିଂ କରିବାକୁ ପଦକ୍ଷେପ ନେଇଛନ୍ତି । ସୁପ୍ରିମକୋର୍ଟ ନିଜର ଏକ ଓଟିଟି ପ୍ଲାଟଫର୍ମ ତିଆରି କରିବା ନେଇ ଗୁରୁତ୍ୱ ଦେଇଥିଲେ ପ୍ରଧାନବିଚାରପତି ଜଷ୍ଟିସ ଲଳିତ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର