ନିର୍ବାଚନ ସମୟରେ ରାଜନୈତିକ ଦଳଙ୍କ ‘ମାଗଣା’ ପ୍ରତିଶ୍ରୁତି ଉପରେ କେନ୍ଦ୍ରଠୁ ଜବାବ ଲୋଡ଼ିଲେ ସୁପ୍ରିମକୋର୍ଟ, ଅଗଷ୍ଟ ୩ସୁଦ୍ଧା ଜବାବ୍ ଦେବାକୁ ନିର୍ଦେଶ

The Sakala Picture
Published On

ନୂଆଦିଲ୍ଲୀ : ନିର୍ବାଚନ ସମୟରେ ରାଜନୈତିକ ଦଳଗୁଡିକ ଦ୍ୱାରା ଦିଆଯାଉଥିବା ‘ଫ୍ରି’ ବା ମାଗଣା ସୁବିଧା ରୋକିବା ପାଇଁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କଠାରୁ ଜବାବ ମାଗିଛନ୍ତି। ଏହି ପ୍ରସଙ୍ଗରେ କେନ୍ଦ୍ରର ଉଦାସୀନତା ଉପରେ ପ୍ରଶ୍ନ ଉଠାଇଛନ୍ତି ସୁପ୍ରିମକୋର୍ଟ । ଆପଣ କାହିଁକି ଏହି ପ୍ରସଙ୍ଗରେ କୁଣ୍ଠା ପ୍ରକାଶ କରୁଛନ୍ତି ବୋଲି କେନ୍ଦ୍ରକୁ ପ୍ରଶ୍ନ କରିଛନ୍ତି କୋର୍ଟ । କେନ୍ଦ୍ରର ଉତ୍ତର ପରେ ରାଜନୈତିକ ଦଳମାନଙ୍କ ଦ୍ବାରା ଦିଆଯାଉଥିବା ମାଗଣା ସୁବିଧା ଜାରି ରହିବ କି ନାହିଁ ଆମେ ନିଷ୍ପତ୍ତି […]

ନୂଆଦିଲ୍ଲୀ : ନିର୍ବାଚନ ସମୟରେ ରାଜନୈତିକ ଦଳଗୁଡିକ ଦ୍ୱାରା ଦିଆଯାଉଥିବା ‘ଫ୍ରି’ ବା ମାଗଣା ସୁବିଧା ରୋକିବା ପାଇଁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କଠାରୁ ଜବାବ ମାଗିଛନ୍ତି। ଏହି ପ୍ରସଙ୍ଗରେ କେନ୍ଦ୍ରର ଉଦାସୀନତା ଉପରେ ପ୍ରଶ୍ନ ଉଠାଇଛନ୍ତି ସୁପ୍ରିମକୋର୍ଟ । ଆପଣ କାହିଁକି ଏହି ପ୍ରସଙ୍ଗରେ କୁଣ୍ଠା ପ୍ରକାଶ କରୁଛନ୍ତି ବୋଲି କେନ୍ଦ୍ରକୁ ପ୍ରଶ୍ନ କରିଛନ୍ତି କୋର୍ଟ । କେନ୍ଦ୍ରର ଉତ୍ତର ପରେ ରାଜନୈତିକ ଦଳମାନଙ୍କ ଦ୍ବାରା ଦିଆଯାଉଥିବା ମାଗଣା ସୁବିଧା ଜାରି ରହିବ କି ନାହିଁ ଆମେ ନିଷ୍ପତ୍ତି ନେବୁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଫ୍ରିବିଜ ରୋକିବା ପାଇଁ ରାଜ୍ୟଗୁଡିକୁ ରାଜସ୍ବ ଆବଣ୍ଟନ ନିୟନ୍ତ୍ରଣ କରାଯାଇପାରିବ କି ନାହିଁ ତାହା ଜାଣିବା ପାଇଁ ଶୀର୍ଷକୋର୍ଟ କେନ୍ଦ୍ର ଅର୍ଥ କମିଶନଙ୍କୁ ପଚାରିବାକୁ କହିଛନ୍ତି।

ଆହୁରି ପଢ଼ନ୍ତୁ: ଚାକିରି ନାଁରେ ବିଦେଶରେ ‘ସାଇବର ଦାସତ୍ୱ’: ଯୁବକଙ୍କୁ ବିକ୍ରି କରୁଥିବା ‘ଅଲି ବାବା’ ସହ ୨ ଦଲାଲ ଗିରଫ

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନଭି ରମନା, ଜଷ୍ଟିସ କୃଷ୍ଣ ମୁରାରୀ ଏବଂ ଜଷ୍ଟିସ ହିମା କୋହଲିଙ୍କ ନେତୃରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଅଗଷ୍ଟ ୩ ସୁଦ୍ଧା କେନ୍ଦ୍ରରୁ ଜବାବ ମାଗିଛନ୍ତି। ସୁପ୍ରିମକୋର୍ଟରେ ଶୁଣାଣି ବେଳେ ନିର୍ବାଚନ ଆୟୋଗ କହିଛନ୍ତି ଯେ କେବଳ କେନ୍ଦ୍ର ସରକାର ଏହି ପ୍ରସଙ୍ଗରେ ଆଇନ ପ୍ରସ୍ତୁତ କରିପାରିବେ। ଆମେ କିଛି କରିପାରିବୁ ନାହିଁ। କେନ୍ଦ୍ର ପକ୍ଷରୁ ଏଏସଜି କେ.ଏମ୍‌. ନଟରାଜ କହିଛନ୍ତି ଯେ ଏଗୁଡିକ ଏପରି ସମସ୍ୟା ଯାହାକୁ କେବଳ ଏଏସଆଇ ଦ୍ୱାରା ସମାଧାନ କରିବାକୁ ପଡିବ। ଏଥିପାଇଁ ଜଷ୍ଟିସ ରମନା ପ୍ରଶ୍ନ କରିଛନ୍ତି ତୁମେ ଏହା କାହିଁକି ନିଶ୍ଚିତ କରିବ ନାହିଁ ଯେ ତୁମର ଏହା ସହିତ କୌଣସି ସମ୍ପର୍କ ନାହିଁ ଏବଂ ନିର୍ବାଚନ ଆୟୋଗଙ୍କୁ ଏନେଇ ନିଷ୍ପତ୍ତି ନେବାକୁ ପଡିବ? ମୁଁ ପଚାରୁଛି ଭାରତ ସରକାର ବିଚାର କରୁଛନ୍ତି କି ଏହା ଏକ ଗୁରୁତର ପ୍ରସଙ୍ଗ ନୁହେଁ? ସରକାର ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବା ସହିତ ଏକ ବିସ୍ତୃତ ଉତ୍ତର ଫାଇଲ କରନ୍ତୁ ବୋଲି ରମନା କହିଛନ୍ତି।

ଆହୁରି ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍

ଏଥି ସହିତ, ରମନା କୋର୍ଟରେ ଉପସ୍ଥିତ ଥିବା ବରିଷ୍ଠ ଆଡଭୋକେଟ କପିଲ ସିବଲଙ୍କୁ କହିଥିଲେ ଯେ ସେ ଜଣେ ବରିଷ୍ଠ ଏମ୍‌ପି ଏବଂ ଏହାର ସମାଧାନ ପାଇଁ ପରାମର୍ଶ ଦେବା ଉଚିତ। ଏହା ଅତ୍ୟନ୍ତ ଗମ୍ଭୀର ବିଷୟ ବୋଲି ସିବଲ କହିଛନ୍ତି। ଯେତେବେଳେ ଅର୍ଥ ଆୟୋଗ ବିଭିନ୍ନ ରାଜ୍ୟ ପାଇଁ ଆବଣ୍ଟନ କରନ୍ତି, ସେତେବେଳେ ଏହା ରାଜ୍ୟର ଋଣକୁ ବିଚାରକୁ ନେବୋ ଜରୁରୀ। ଏହାର ମୁକାବିଲା ପାଇଁ ଅର୍ଥ ଆୟୋଗ ହେଉଛନ୍ତି ଉପଯୁକ୍ତ କର୍ତ୍ତୃପକ୍ଷ। ବୋଧହୁଏ ଆମେ ଏହି ଦିଗକୁ ଦେଖିବା ପାଇଁ ଆୟୋଗକୁ ଆମନ୍ତ୍ରଣ କରିପାରିବା। ଏଥି ସହ ଆବେଦନକାରୀ ବିଜେପି ନେତା ତଥା ଆଇନଜୀବୀ ଅଶ୍ୱିନୀ ଉପାଧ୍ୟାୟ କହିଛନ୍ତି ଯେ ଏହି ପ୍ରସଙ୍ଗ ଗୁରୁତର ଅଟେ।

ଆହୁରି ପଢ଼ନ୍ତୁ: ମହଙ୍ଗା ହେଲା ରୋଷେଇ ଗ୍ୟାସ୍: ଘରୋଇ ସିଲିଣ୍ଡର ପିଛା ବଢିଲା ୬୦ ଟଙ୍କା, କମର୍ସିଆଲ୍ ୧୧୫ଟଙ୍କା ବୃଦ୍ଧି

26 Jul 2022 By The Sakala

ନିର୍ବାଚନ ସମୟରେ ରାଜନୈତିକ ଦଳଙ୍କ ‘ମାଗଣା’ ପ୍ରତିଶ୍ରୁତି ଉପରେ କେନ୍ଦ୍ରଠୁ ଜବାବ ଲୋଡ଼ିଲେ ସୁପ୍ରିମକୋର୍ଟ, ଅଗଷ୍ଟ ୩ସୁଦ୍ଧା ଜବାବ୍ ଦେବାକୁ ନିର୍ଦେଶ

ନୂଆଦିଲ୍ଲୀ : ନିର୍ବାଚନ ସମୟରେ ରାଜନୈତିକ ଦଳଗୁଡିକ ଦ୍ୱାରା ଦିଆଯାଉଥିବା ‘ଫ୍ରି’ ବା ମାଗଣା ସୁବିଧା ରୋକିବା ପାଇଁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କଠାରୁ ଜବାବ ମାଗିଛନ୍ତି। ଏହି ପ୍ରସଙ୍ଗରେ କେନ୍ଦ୍ରର ଉଦାସୀନତା ଉପରେ ପ୍ରଶ୍ନ ଉଠାଇଛନ୍ତି ସୁପ୍ରିମକୋର୍ଟ । ଆପଣ କାହିଁକି ଏହି ପ୍ରସଙ୍ଗରେ କୁଣ୍ଠା ପ୍ରକାଶ କରୁଛନ୍ତି ବୋଲି କେନ୍ଦ୍ରକୁ ପ୍ରଶ୍ନ କରିଛନ୍ତି କୋର୍ଟ । କେନ୍ଦ୍ରର ଉତ୍ତର ପରେ ରାଜନୈତିକ ଦଳମାନଙ୍କ ଦ୍ବାରା ଦିଆଯାଉଥିବା ମାଗଣା ସୁବିଧା ଜାରି ରହିବ କି ନାହିଁ ଆମେ ନିଷ୍ପତ୍ତି ନେବୁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଫ୍ରିବିଜ ରୋକିବା ପାଇଁ ରାଜ୍ୟଗୁଡିକୁ ରାଜସ୍ବ ଆବଣ୍ଟନ ନିୟନ୍ତ୍ରଣ କରାଯାଇପାରିବ କି ନାହିଁ ତାହା ଜାଣିବା ପାଇଁ ଶୀର୍ଷକୋର୍ଟ କେନ୍ଦ୍ର ଅର୍ଥ କମିଶନଙ୍କୁ ପଚାରିବାକୁ କହିଛନ୍ତି।

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନଭି ରମନା, ଜଷ୍ଟିସ କୃଷ୍ଣ ମୁରାରୀ ଏବଂ ଜଷ୍ଟିସ ହିମା କୋହଲିଙ୍କ ନେତୃରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଅଗଷ୍ଟ ୩ ସୁଦ୍ଧା କେନ୍ଦ୍ରରୁ ଜବାବ ମାଗିଛନ୍ତି। ସୁପ୍ରିମକୋର୍ଟରେ ଶୁଣାଣି ବେଳେ ନିର୍ବାଚନ ଆୟୋଗ କହିଛନ୍ତି ଯେ କେବଳ କେନ୍ଦ୍ର ସରକାର ଏହି ପ୍ରସଙ୍ଗରେ ଆଇନ ପ୍ରସ୍ତୁତ କରିପାରିବେ। ଆମେ କିଛି କରିପାରିବୁ ନାହିଁ। କେନ୍ଦ୍ର ପକ୍ଷରୁ ଏଏସଜି କେ.ଏମ୍‌. ନଟରାଜ କହିଛନ୍ତି ଯେ ଏଗୁଡିକ ଏପରି ସମସ୍ୟା ଯାହାକୁ କେବଳ ଏଏସଆଇ ଦ୍ୱାରା ସମାଧାନ କରିବାକୁ ପଡିବ। ଏଥିପାଇଁ ଜଷ୍ଟିସ ରମନା ପ୍ରଶ୍ନ କରିଛନ୍ତି ତୁମେ ଏହା କାହିଁକି ନିଶ୍ଚିତ କରିବ ନାହିଁ ଯେ ତୁମର ଏହା ସହିତ କୌଣସି ସମ୍ପର୍କ ନାହିଁ ଏବଂ ନିର୍ବାଚନ ଆୟୋଗଙ୍କୁ ଏନେଇ ନିଷ୍ପତ୍ତି ନେବାକୁ ପଡିବ? ମୁଁ ପଚାରୁଛି ଭାରତ ସରକାର ବିଚାର କରୁଛନ୍ତି କି ଏହା ଏକ ଗୁରୁତର ପ୍ରସଙ୍ଗ ନୁହେଁ? ସରକାର ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବା ସହିତ ଏକ ବିସ୍ତୃତ ଉତ୍ତର ଫାଇଲ କରନ୍ତୁ ବୋଲି ରମନା କହିଛନ୍ତି।

ଏଥି ସହିତ, ରମନା କୋର୍ଟରେ ଉପସ୍ଥିତ ଥିବା ବରିଷ୍ଠ ଆଡଭୋକେଟ କପିଲ ସିବଲଙ୍କୁ କହିଥିଲେ ଯେ ସେ ଜଣେ ବରିଷ୍ଠ ଏମ୍‌ପି ଏବଂ ଏହାର ସମାଧାନ ପାଇଁ ପରାମର୍ଶ ଦେବା ଉଚିତ। ଏହା ଅତ୍ୟନ୍ତ ଗମ୍ଭୀର ବିଷୟ ବୋଲି ସିବଲ କହିଛନ୍ତି। ଯେତେବେଳେ ଅର୍ଥ ଆୟୋଗ ବିଭିନ୍ନ ରାଜ୍ୟ ପାଇଁ ଆବଣ୍ଟନ କରନ୍ତି, ସେତେବେଳେ ଏହା ରାଜ୍ୟର ଋଣକୁ ବିଚାରକୁ ନେବୋ ଜରୁରୀ। ଏହାର ମୁକାବିଲା ପାଇଁ ଅର୍ଥ ଆୟୋଗ ହେଉଛନ୍ତି ଉପଯୁକ୍ତ କର୍ତ୍ତୃପକ୍ଷ। ବୋଧହୁଏ ଆମେ ଏହି ଦିଗକୁ ଦେଖିବା ପାଇଁ ଆୟୋଗକୁ ଆମନ୍ତ୍ରଣ କରିପାରିବା। ଏଥି ସହ ଆବେଦନକାରୀ ବିଜେପି ନେତା ତଥା ଆଇନଜୀବୀ ଅଶ୍ୱିନୀ ଉପାଧ୍ୟାୟ କହିଛନ୍ତି ଯେ ଏହି ପ୍ରସଙ୍ଗ ଗୁରୁତର ଅଟେ।

https://www.thesakala.in/national-international/supreme-court-asks-central-government-to-seek-views-of-finance-commission-on-preventing-freebies-by-political-parties/article-13630
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର