ଦେବାଳିଆ ହେବ ପାକିସ୍ତାନ, ବର୍ତ୍ତିବାକୁ ଅନ୍ୟ ଦେଶକୁ ବିକ୍ରି କରିବ ସମ୍ପତ୍ତି

The Sakala Picture
Published On

ଇସଲାମାବାଦ: ସମ୍ପ୍ରତି ପାକିସ୍ତାନରେ ନଗଦ ସଙ୍କଟର ସମ୍ମୁଖୀନ ହେଉଥିବା ପାକିସ୍ତାନର ସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି। ସେଠାରେ ବର୍ତ୍ତମାନ ପରିଓ୍ତିତି ଏଭଳିୀ ହୋଇଛି ଯେ, ପାକିସ୍ତାନ ସରକାର ଦେଶ ଚଳାଇବା ପାଇଁ ସରକାରୀ ସମ୍ପତ୍ତି ବିକ୍ରି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦେଶର ଫେଡେରାଲ କ୍ୟାବିନେଟ ଏ ସମ୍ପର୍କିତ ନିୟମକୁ ଅନୁମୋଦନ ଦେଇଛି। ଏହି ନିୟମାନୁଯାୟୀ, ସମସ୍ତ ପ୍ରକ୍ରିୟା ଏବଂ ନିୟାମକ ଯାଞ୍ଚକୁ ଅତିକ୍ରମ କରି ସରକାରୀ ସମ୍ପତ୍ତି ଅନ୍ୟ ଦେଶକୁ ବିକ୍ରୟ କରିବାର ବ୍ୟବସ୍ଥା କରାଯାଇଛି। […]

ଇସଲାମାବାଦ: ସମ୍ପ୍ରତି ପାକିସ୍ତାନରେ ନଗଦ ସଙ୍କଟର ସମ୍ମୁଖୀନ ହେଉଥିବା ପାକିସ୍ତାନର ସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି। ସେଠାରେ ବର୍ତ୍ତମାନ ପରିଓ୍ତିତି ଏଭଳିୀ ହୋଇଛି ଯେ, ପାକିସ୍ତାନ ସରକାର ଦେଶ ଚଳାଇବା ପାଇଁ ସରକାରୀ ସମ୍ପତ୍ତି ବିକ୍ରି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦେଶର ଫେଡେରାଲ କ୍ୟାବିନେଟ ଏ ସମ୍ପର୍କିତ ନିୟମକୁ ଅନୁମୋଦନ ଦେଇଛି। ଏହି ନିୟମାନୁଯାୟୀ, ସମସ୍ତ ପ୍ରକ୍ରିୟା ଏବଂ ନିୟାମକ ଯାଞ୍ଚକୁ ଅତିକ୍ରମ କରି ସରକାରୀ ସମ୍ପତ୍ତି ଅନ୍ୟ ଦେଶକୁ ବିକ୍ରୟ କରିବାର ବ୍ୟବସ୍ଥା କରାଯାଇଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ଲଜ୍ଜ୍ୟା: ନାବାଳିକାଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା, କୁକୁର ଖାଉଥିବା ଗଳିତ ମୃତଦେହ ଉଦ୍ଧାର

ଖବର ଅନୁଯାୟୀ, ଦେଶର ଦେବାଳିଆ ବିପଦକୁ ଏଡାଇବା ପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଆନ୍ତଃରାଜ୍ୟ ବାଣିଜ୍ୟିକ ଟ୍ରାନ୍ସଫର ଅର୍ଡିନାନ୍ସ -୨୦୨୨ କୁ ଗୁରୁବାର ପାକିସ୍ତାନ କ୍ୟାବିନେଟ ଅନୁମୋଦନ ଦେଇଛି। ଏଥିରେ ଏକ ବ୍ୟବସ୍ଥା କରାଯାଇଛି, ଯାହା ଅନୁଯାୟୀ ଅନ୍ୟ ଦେଶକୁ ସମ୍ପତ୍ତି କିମ୍ବା ଅଂଶଧନ ବିକ୍ରୟ ବିରୋଧରେ ଦାଖଲ ହୋଇଥିବା ଆବେଦନର ଶୁଣାଣି ଅଦାଲତ କରିବେନାହିଁ। ଏବେ ପାକିସ୍ତାନ ସରକାର ତାଙ୍କର ପେଟ୍ରୋଲିୟମ ଓ ଗ୍ୟାସ କମ୍ପାନୀ ସହ ରାଷ୍ଟ୍ରାୟତ୍ତ ବିଦ୍ୟୁତ କମ୍ପାନୀଗୁଡିକର ଅଂଶଧନକୁ ସଂଯୁକ୍ତ ଆରବ ଏମିରେଟ୍ସକୁ ୨-୨.୫ ବିଲିୟନ ଡଲାରରେ ବିକ୍ରି କରିବାକୁ ଯାଉଛନ୍ତି। ଦେବାଳିଆ ହେବାରୁ ବର୍ତ୍ତିବାକୁ ସରକାର ଏଭଳି ନିଷ୍ପତ୍ତି ନେଇ ଥିବା ଜଣାଯାଇଛି। ରିପୋର୍ଟ ଅନୁଯାୟୀ, ପାକିସ୍ତାନ ରାଷ୍ଟ୍ରପତି ଆରିଫ ଅଲଭି ଏ ପର୍ଯ୍ୟନ୍ତ ଏହି ନିୟମରେ ସ୍ୱାକ୍ଷର କରିନାହାଁନ୍ତି। ଏଠାରେ ସଚନାଯୋଗ୍ୟ ଯେ, ସଂଯୁକ୍ତ ଆରବ ଏମିରେଟ୍ସ ଚଳିତବର୍ଷ ମେ’ ମାସରେ ପାକିସ୍ତାନର ବ୍ୟାଙ୍କରେ ନଗଦ ଅର୍ଥ ଜମା କରିବାକୁ ମନା କରିଦେଇଥିଲା କାରଣ ପାକିସ୍ତାନ ଏହା ପୂର୍ବରୁ ଆଣିଥିବା ଋଣ ପରିଶୋଧ କରିବାରେ ଖିଲାପ କରିଥିଲା।

ଆହୁରି ପଢ଼ନ୍ତୁ: ଦିଲ୍ଲୀ କାଳକାଜୀ ମନ୍ଦିର ନିକଟରେ ପୋଲିସ ବେଶରେ ଆସି ନାବାଳିକାଙ୍କୁ ଗଣଦୁଷ୍କର୍ମ, ଏନକାଉଣ୍ଟର ପରେ ଜଣେ ଗିରଫ

ନିକଟରେ ପାକିସ୍ତାନୀର ଅର୍ଥନୀତିଜ୍ଞ ଆଟିଫ ମିଆଁ ଦେଶର ପରିସ୍ଥିତିକୁ ନେଇ ଏକ ବଡ଼ ଚେତାବନୀ ଦେଇଥିଲେ। ପାକିସ୍ତାନୀ ଟଙ୍କା ମୂଲ୍ୟରେ ହ୍ରାସ ଘଟିବା ପରେ ପରିସ୍ଥିତି ଆହୁରି ଖରାପ ହେବାକୁ ଯାଉଛି ବୋଲି ସେ କହିଛନ୍ତି। ମିଆଁ ଗୋଟିଏ ପରେ ଗୋଟିଏ ଟୁଇଟ୍ କରି କହିଛନ୍ତି ଯେ ଗତ ତିନି ମାସ ମଧ୍ୟରେ ପାକିସ୍ତାନୀ ଟଙ୍କା ମୂଲ୍ୟ ୨୦ ପ୍ରତିଶତ ହ୍ରାସ ପାଇଛି। ପାକିସ୍ତାନ ସରକାରଙ୍କ ଆଗେର ଏବେ ସବୁଠାରୁ ବଡ ଆହ୍ବାନ ହେଉଛି ନିବେଶକ ଏବଂ ଜନସାଧାରଣଙ୍କ ବିଶ୍ୱସନୀୟତା ଫେରାଇ ଆଣିବା। ସେ ଲେଖିଛନ୍ତି ଯେ ବିଦେଶୀମାନଙ୍କ ଦୟା ଉପରେ ନିର୍ଭରଶୀଳ ପାକିସ୍ତାନ ସବୁକିଛି ହରାଇଛି। ଏହି ପାପରେ ରାଜନୈତିକ ଶ୍ରେଣୀ ହେଉଛି ସବୁଠାରୁ ବଡ ଭାଗଦାରୀ। ଦେଶକୁ ବର୍ତ୍ତମାନ ଶକ୍ତିଠାରୁ ଆରମ୍ଭ କରି ଔଷଧ ଏବଂ ଖାଦ୍ୟ ସାମଗ୍ରୀ ବାହାରୁ ଆମଦାନୀ କରାଯାଉଛି। ଅପରପକ୍ଷେ ଯଦି ମିଆଁଙ୍କ କଥାକୁ ବିଶ୍ୱାସକୁ ନିଆଯାଏ, ତେବେ ପାକିସ୍ତାନ ବର୍ତ୍ତମାନ କୌଣସି ଦୃଷ୍ଟିରୁ ସକ୍ଷମ ନାହିଁ। ଯେତେବେଳେ ପେଟ୍ରୋଲିୟମ ଦ୍ରବ୍ୟର ମୂଲ୍ୟ ବଢ଼ୁଥିଲା, ସେତେବେଳେ ପାକିସ୍ତାନ ସବୁଠାରୁ ସବୁଠାରୁ ଶସ୍ତା ମୂଲ୍ୟରେ ତେଲ ବିକ୍ରି କରୁଥିଲା।

ଆହୁରି ପଢ଼ନ୍ତୁ: ନ୍ୟୁୟର୍କରେ ତୀବ୍ର ବିରୋଧର ଶିକାର ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ, ଲାଗିଲା 'ଚୋର' ପୋଷ୍ଟର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର