ବିଜେପି ପାର୍ଟି ଅଫିସରେ ସିକ୍ୟୁରିଟ୍‌ ଗାର୍ଡ ଦରକାର ହେଲେ ‘ଅଗ୍ନିବୀର’ଙ୍କୁ ଅଗ୍ରାଧିକାର ଦିଆଯିବ : କୈଳାଶ ବିଜୟବର୍ଗୀୟ

The Sakala Picture
Published On

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ନେଇ ଏବେ ଦେଶବ୍ୟାପୀ ପ୍ରତିବାଦ କରାଯାଉଛି। ବିଭିନ୍ନ ରାଜ୍ୟରେ ଏହି ଯୋଜନାକୁ ବିରୋଧ କରି ବିଗତ ୪ ଦିନ ହେଲା ବିକ୍ଷୋଭ, ହିଂସା ଲାଗି ରହିଥିବା ବେଳେ ଦିନକୁ ଦିନ ସ୍ଥିତି ବିଗିଡ଼ିବାରେ ଲାଗିଛି। ଏହାରି ମଧ୍ୟରେ ଅଗ୍ନିପଥ ଯୋଜନାକୁ ନେଇ ଚାଲିଥିବା ପ୍ରତିବାଦ ରାଜନିତୀରେ ପରିଣତ ହୋଇଛି। କେନ୍ଦ୍ର ସରକାରଙ୍କ ଏହି ଯୋଜନାକୁ କଂଗ୍ରେସ ବିରୋଧ କରି ସତ୍ୟାଗ୍ରହ କରୁଛି। ଦଳ ପକ୍ଷରୁ ଦିଲ୍ଲୀର ଜନ୍ତର ମନ୍ତର […]

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ନେଇ ଏବେ ଦେଶବ୍ୟାପୀ ପ୍ରତିବାଦ କରାଯାଉଛି। ବିଭିନ୍ନ ରାଜ୍ୟରେ ଏହି ଯୋଜନାକୁ ବିରୋଧ କରି ବିଗତ ୪ ଦିନ ହେଲା ବିକ୍ଷୋଭ, ହିଂସା ଲାଗି ରହିଥିବା ବେଳେ ଦିନକୁ ଦିନ ସ୍ଥିତି ବିଗିଡ଼ିବାରେ ଲାଗିଛି। ଏହାରି ମଧ୍ୟରେ ଅଗ୍ନିପଥ ଯୋଜନାକୁ ନେଇ ଚାଲିଥିବା ପ୍ରତିବାଦ ରାଜନିତୀରେ ପରିଣତ ହୋଇଛି। କେନ୍ଦ୍ର ସରକାରଙ୍କ ଏହି ଯୋଜନାକୁ କଂଗ୍ରେସ ବିରୋଧ କରି ସତ୍ୟାଗ୍ରହ କରୁଛି। ଦଳ ପକ୍ଷରୁ ଦିଲ୍ଲୀର ଜନ୍ତର ମନ୍ତର ଠାରେ ସତ୍ୟାଗ୍ରହ କରାଯାଉଛି। ଏଥିରେ ଦଳର ଅନେକ ବରିଷ୍ଠ ନେତା ଯୋଗ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ୟେମେନରେ ହୁଥି ବିଦ୍ରୋହୀଙ୍କ ବଡ଼ ବିଜୟ: ରଣନୀତିକ ମୋଚା ସହର ଦଖଲ ପରେ ବିଶ୍ୱ ବାଣିଜ୍ୟ ପାଇଁ ବଢିଲା ବିପଦ

କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ମଧ୍ୟ ଟ୍ୱିଟରରେ ବିଜେପି ସରକାରକୁ କଡା ଭାଷାରେ ଟାର୍ଗେଟ କରିଛନ୍ତି ।ରାହୁଲ ଗାନ୍ଧି ଟ୍ୱିଟରରେ ଲେଖିଛନ୍ତି, ‘କେନ୍ଦ୍ର ସରକାର ବାରମ୍ବାର ନିଯୁକ୍ତି ଦେବା ନାମରେ ଦେଶରେ ବେରୋଜଗାରଙ୍କୁ ପ୍ରତାରିତ କରୁଛନ୍ତି। ମୋଦି ସରକାର ଦେଶର ବେରୋଜଗାର ଯୁବକଙ୍କୁ ଅଗ୍ନିପଥ ଉପରେ ଚାଲିବାକୁ ବାଧ୍ୟ କରୁଛନ୍ତି। ଏହାସହ ସେ କହିଛନ୍ତି ମୋଦି ସରକାର ଶାସନର ୮ ବର୍ଷ ମଧ୍ୟରେ ୧୬ କୋଟି ଚାକିରି ମିଳିବା କଥା, କିନ୍ତୁ ସେ କେବଳ ଯୁବକମାନଙ୍କୁ ‘ପକୁଡି ଛାଣିବା’ ପାଇଁ ଜ୍ଞାନ ବାଣ୍ଟୁଛନ୍ତି। ଦେଶର ଏଭଳି ପରିସ୍ଥିତି ପାଇଁ କେବଳ ପ୍ରଧାନମନ୍ତ୍ରୀ ଦାୟୀ ବୋଲି କଂଗ୍ରେସ ୟାଇନାଡ ସାଂସଦ ରାହୁଲ ଗାନ୍ଧି କହିଛନ୍ତି।’

ଆହୁରି ପଢ଼ନ୍ତୁ: ଦୀର୍ଘ ୬ ବର୍ଷ ପରେ ଗୁଆଙ୍ଗଜୋ-ଦିଲ୍ଲୀ ବିମାନ ସେବା ପୁଣି ଆରମ୍ଭ କରିବ ଚୀନ୍ ସଦର୍ଣ୍ଣ ଏୟାରଲାଇନ୍ସ

ଦେଶର ବିଭିନ୍ନ ବିରୋଧୀଦଳ ଦେଶବ୍ୟାପୀ ଜଳୁଥିବା ଅଗ୍ନିପଥ ନିଆଁକୁ ସମର୍ଥନ କରୁଥିବା ବେଳେ ବିଜେପି ନେତା ମଧ୍ୟ ନିଜ ସରକାରଙ୍କ ପଦକ୍ଷେପ ସପକ୍ଷରେ ବାହାରିଛନ୍ତି। ଅଗ୍ନିପଥ ଯୋଜନାକୁ ନେଇ ବିରୋଧୀ ଦଳମାନେ ଲଗାତାର ସରକାରଙ୍କୁ ଟାର୍ଗେଟ କରୁଥିବା ବେଳେ ବିଜେପିର ଜାତୀୟ ସାଧାରଣ ସମ୍ପାଦକ କୈଳାଶ ବିଜୟବର୍ଗୀୟଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସାମ୍ବାଦିକମାନଙ୍କୁ ସମ୍ବୋଧିତ କରି ସେ ଅଗ୍ନିପଥ ଯୋଜନା ଦେଶ ପାଇଁ ଠିକ୍ ବୋଲି କହିଛନ୍ତି।

ଆହୁରି ପଢ଼ନ୍ତୁ: MPSC ପେପର ଲିକ୍ ବିବାଦ: ଛାତ୍ରଙ୍କୁ ସମର୍ଥନ କଲା CJP, ଅଧ୍ୟକ୍ଷଙ୍କ ଇସ୍ତଫା ପାଇଁ ସେପ୍ଟେମ୍ବର ୨୪ ଡେଡଲାଇନ୍


ସେ କହିଛନ୍ତି ଯେ ଆମେରିକା, ଚୀନ୍ ଏବଂ ଫ୍ରାନ୍ସରେ ଚୁକ୍ତିନାମା ଆଧାରରେ ସେନା ନିଯୁକ୍ତ କରାଯାଏ। ଆମ ସେନାବାହିନୀରୁ ଅବସର ବୟସ ଅଧିକ ଥିଲା। ଯାହାକୁ ହ୍ରାସ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଯାହା ଫଳରେ ସେନାରେ ଅଧିକ ଯୁବକ ସାମିଲ ହୋଇପାରିବେ। ଯାହା ଫଳରେ ସେନାର ସାମର୍ଥ୍ୟ ବଢିବ। ତେବେ ସେନାରେ କାମ କରି ୪ ବର୍ଷ ପରେ ଜଣେ ଯୁବକ କ’ଣ କରିବ ବୋଲି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ସେ ଏକ ବିବାଦୀୟ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଯେତେବେଳେ ଜଣେ ଅଗ୍ନିବୀର ଟ୍ୟାଗ୍ ସହିତ ସେନାରୁ ଅବସର ନେବ, ସେହି ସମୟରେ ଯଦି ବିଜେପି କାର୍ଯ୍ୟାଳୟରେ ସିକ୍ୟୁରିଟ୍‌ ଗାର୍ଡ ରଖିବାକୁ ପଡିବ, ତେବେ ମୁଁ କେବଳ ଅଗ୍ନିବୀରଙ୍କୁ ଅଗ୍ରାଧିକାର ଦେବି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର