ରାଜସ୍ଥାନରେ ବାଲ୍ୟ ବିବାହର କରୁଣ ପରିଣତି: କୂଅରୁ ମିଳିଲା ୨ ଶିଶୁଙ୍କ ସହ ୫ ଜଣଙ୍କ ଶବ

The Sakala Picture
Published On

ଜୟପୁର: ଏକବିଂଶ ଶତାବ୍ଦୀର ଅତ୍ୟାଧୁନିକ ଯୁଗରେ ବି ବାଲ୍ୟ ବିବାହ ଭଳି ଏକ ଘୃଣ୍ୟ ପ୍ରଥାର ଅନ୍ତ ହୋଇନାହିଁ। ଏବେ ମଧ୍ୟ ଦେଶର ବିଭିନ୍ନ ଭାଗରେ ଏଭଳି ପ୍ରଥାର ପ୍ରଚଳନ ଭିନ୍ନ ଭିନ୍ନ ସଂପ୍ରଦାୟ ମଧ୍ୟରେ ବଳବତ୍ତର ରହିଛି। ରାଜସ୍ଥାନରେ ବାଲ୍ୟ ବିବାହ ପ୍ରଥା ସବୁଠୁ ଅଧିକ ଦେଖିବାକୁ ମିଳିଥିଲା ବେଳେ ଏବେ ଏହି ପ୍ରଥାକୁ ନେଇ ଘଟିଥିବା ଏକ କରୁଣ ପରିଣାମ ଖବର ସାମ୍ନାକୁ ଆସିଛି। ଜୟପୁର ଜିଲ୍ଲା ଡୁଡୁ ଟାଉନରେ ଘଟିଛି ଏହି ଅଭାବନୀୟ […]

ଜୟପୁର: ଏକବିଂଶ ଶତାବ୍ଦୀର ଅତ୍ୟାଧୁନିକ ଯୁଗରେ ବି ବାଲ୍ୟ ବିବାହ ଭଳି ଏକ ଘୃଣ୍ୟ ପ୍ରଥାର ଅନ୍ତ ହୋଇନାହିଁ। ଏବେ ମଧ୍ୟ ଦେଶର ବିଭିନ୍ନ ଭାଗରେ ଏଭଳି ପ୍ରଥାର ପ୍ରଚଳନ ଭିନ୍ନ ଭିନ୍ନ ସଂପ୍ରଦାୟ ମଧ୍ୟରେ ବଳବତ୍ତର ରହିଛି। ରାଜସ୍ଥାନରେ ବାଲ୍ୟ ବିବାହ ପ୍ରଥା ସବୁଠୁ ଅଧିକ ଦେଖିବାକୁ ମିଳିଥିଲା ବେଳେ ଏବେ ଏହି ପ୍ରଥାକୁ ନେଇ ଘଟିଥିବା ଏକ କରୁଣ ପରିଣାମ ଖବର ସାମ୍ନାକୁ ଆସିଛି। ଜୟପୁର ଜିଲ୍ଲା ଡୁଡୁ ଟାଉନରେ ଘଟିଛି ଏହି ଅଭାବନୀୟ ଘଟଣା। ଶନିବାର ଗୋଟିଏ କୂଅରୁ ୫ ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରେ ରହିଛନ୍ତି ୩ ଜଣ ମହିଳା ଏବଂ ଦୁଇ ଶିଶୁ। ଏହି ୫ ଜଣଙ୍କୁ ହତ୍ୟା କରି କୂଅକୁ ଫିଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଛି। ତେବେ ସବୁଠାରୁ ସ୍ପର୍ଶକାତର ବିଷୟ ହେଉଛି ମୃତ ୩ ଜଣ ମହିଳା ହେଉଛନ୍ତି ୩ ଭଉଣୀ ଏବଂ ସେମାନଙ୍କ ମଧ୍ୟରୁ ଦୁଇ ଜଣ ମଧ୍ୟ ଗର୍ଭବତୀ ଥିଲେ। ଆଉ ମୃତ ଦୁଇ ଶିଶୁଙ୍କ ମଧ୍ୟରୁ ଜଣଙ୍କର ବୟସ ୪ ଏବଂ ଅନ୍ୟଜଣଙ୍କର ମାତ୍ର ୨୭ ଦିନ। ଯୌତୁକ ଦାବିରେ ଶାଶୂ ଘର ଲୋକେ ଏମାନଙ୍କୁ ମାରି ଦେଇଥÒବା ଅଭିଯୋଗ ହୋଇଛି।

ଆହୁରି ପଢ଼ନ୍ତୁ: ବାୟୁସେନାରୁ ଅବସର ନେଲେ ପାକିସ୍ତାନର F-16 ଖସାଇଥିବା ହିରୋ ଅଭିନନ୍ଦନ ବର୍ଦ୍ଧମାନ, ଘରୋଇ ଏୟାରଲାଇନ୍ସ FLY91 ରେ ସାମିଲ

ମିଳିଥିବା ଖବର ଅନୁଯାୟୀ, ମୃତ କାଲୁ ଦେବୀ(୨୭) ,ମମତା(୨୩) ଏବଂ କମଳେଶ(୨୦) ହେଉଛନ୍ତି ତିନି ଭଉଣୀ। ସେମାନେ ଗୋଟିଏ ପରିବାରର ତିନି ଭାଇଙ୍କୁ ବାଲ୍ୟ ବିବାହ କରିଥିଲେ। ୨୦୦୩ରେ ସମସ୍ତଙ୍କ ବିବାହ ହୋଇଥିଲା ବେଳେ ସେତେବେଳେ ସବା ସାନ ଭଉଣୀ କମଳେଶର ବୟସ ମାତ୍ର ଏକବର୍ଷ ହୋଇଥିଲା। ସେମାନେ ପାଠ ପଢି ଉନ୍ନତ ହେବା ସହିତ କଠିନ ପରିଶ୍ରମ କରି ଜୀବନ ନିର୍ବାହ କରିବାକୁ ଚାହୁଁଥିଲେ। ବିବାହ କରି ମଧ୍ୟ କାଲୁ ବି.ଏ ଶେଷ ବର୍ଷର ଛାତ୍ରୀ ଥିଲେ। ସେହିପରି ମମତା ପୁଲିସ କନଷ୍ଟେବଳ ପରୀକ୍ଷାରେ ଯୋଗ୍ୟତା ହାସଲ କରିଥିଲେ। ସାନ ଭଉଣୀ କମଳେଶ କେନ୍ଦ୍ରୀୟ ବିଶ୍ବ ବିଦ୍ୟାଳୟରେ ନାମ ଲେଖାଇଥÒଲେ। କିନ୍ତୁ ସମସ୍ତେ ବର୍ଷ ବର୍ଷ ଧରି ଘରୋଇ କଳିର ଶିକାର ହୋଇ ଆସୁଥିଲେ। ସେମାନଙ୍କ ମଦ୍ୟପ ସ୍ବାମୀମାନଙ୍କ ଅକଥନୀୟ ଅତ୍ୟାଚାରର ଶିକାର ହେବା ସହିତ ଯୌତୁକକୁ ନେଇ ଶାଶୂ ଶ୍ବଶୁରଙ୍କ ଗଞ୍ଜନାର ମଧ୍ୟ ଶିକାର ହୋଇଥିଲେ।

ଆହୁରି ପଢ଼ନ୍ତୁ: ଏସସିଓ ସମ୍ମିଳନୀରେ ଭାରତ ସହ ସମ୍ପର୍କକୁ 'ଐତିହାସିକ' କହିଲା ଇରାନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର