ଅଟୋ ଡ୍ରାଇଭରଙ୍କ ପ୍ରଶଂସାରେ ଶତମୁଖ ଆନନ୍ଦ ମହିନ୍ଦ୍ରା, ନିଜ କମ୍ପାନୀର ସିଇଓଙ୍କୁ ଶିଖିବାକୁ ଦେଲେ ପରାମର୍ଶ

The Sakala Picture
Published On

ନୂଆଦିଲ୍ଲୀ: ବର୍ତ୍ତମାନ ଚେନ୍ନାଇର ଜଣେ ଅଟୋ ଡ୍ରାଇଭର ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାରେ ଅଛନ୍ତି। ଅଟୋ ଚାଳନା ସହ ତାଙ୍କ ଅଟୋରେ ମିଳୁଥିବା ସୁବିଧା ପାଇଁ ତାଙ୍କ କଥା ଆଲୋଚନାର ବିଷୟ ପାଲଟିଛି। ଏହାରି ମଧ୍ୟରେ ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ସେହି ଅଟୋ ଡ୍ରାଇଭରଙ୍କ ଫ୍ୟାନ୍‌ ହୋଇଯାଇଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ସେହି ଅଟୋ ଡ୍ରାଇଭରଙ୍କ ଏକ ଭିଡିଓକୁ ଟ୍ବିଟ କରି ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ଲେଖିଛନ୍ତି ଯେ […]

ନୂଆଦିଲ୍ଲୀ: ବର୍ତ୍ତମାନ ଚେନ୍ନାଇର ଜଣେ ଅଟୋ ଡ୍ରାଇଭର ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାରେ ଅଛନ୍ତି। ଅଟୋ ଚାଳନା ସହ ତାଙ୍କ ଅଟୋରେ ମିଳୁଥିବା ସୁବିଧା ପାଇଁ ତାଙ୍କ କଥା ଆଲୋଚନାର ବିଷୟ ପାଲଟିଛି। ଏହାରି ମଧ୍ୟରେ ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ସେହି ଅଟୋ ଡ୍ରାଇଭରଙ୍କ ଫ୍ୟାନ୍‌ ହୋଇଯାଇଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ସେହି ଅଟୋ ଡ୍ରାଇଭରଙ୍କ ଏକ ଭିଡିଓକୁ ଟ୍ବିଟ କରି ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ଲେଖିଛନ୍ତି ଯେ ଯଦି ଗୋଟିଏ ଏମ୍‌ବିଏ ଛାତ୍ର ଏହି ଅଟୋ ଡ୍ରାଇଭରଙ୍କ ସହ ଗୋଟିଏ ଦିନ ବିତେଇବ ତେବେ ସେ କଷ୍ଟମର ଏକ୍ସପ୍ରିଏନ୍ସ ମ୍ୟାନେଜମେଣ୍ଟ ଭଲ ଭାବେ ଶିଖିଯିବ କାରଣ ଏହି ଅଟୋ ଡ୍ରାଇଭର କେବଳ ଜଣେ ଡ୍ରାଇଭର ନୁହନ୍ତି ସେ ଜଣେ ମ୍ୟାନେଜମେଣ୍ଟ ପ୍ରଫେସର। କେବଳ ଏତିକି ନୁହେଁ ମହୀନ୍ଦ୍ର ଇଲେକ୍ଟ୍ରିକ୍‌ର ସିଇଓଙ୍କୁ ମଧ୍ୟ ଟ୍ବିଟ୍‌ କରି ଏହି ବ୍ୟକ୍ତିଙ୍କଠାରୁ କିଛି ଶିଖିବାକୁ  ଆନନ୍ଦ ମହିନ୍ଦ୍ରା ପରାମର୍ଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: MPSC ପେପର ଲିକ୍ ବିବାଦ: ଛାତ୍ରଙ୍କୁ ସମର୍ଥନ କଲା CJP, ଅଧ୍ୟକ୍ଷଙ୍କ ଇସ୍ତଫା ପାଇଁ ସେପ୍ଟେମ୍ବର ୨୪ ଡେଡଲାଇନ୍


ବାସ୍ତବରେ ‘ବେଟର ଇଣ୍ଡିଆ’  ଚେନ୍ନାଇର ଅଟୋ ଡ୍ରାଇଭର ଆନ୍ନା ଦୁରାଇଙ୍କ ଏକ ଭିଡିଓ ଟ୍ୱିଟ୍ କରିଛି। ଏଥିରେ ଆନ୍ନାଙ୍କ ଅନନ୍ୟ ପରିଚାଳନା ଦକ୍ଷତା ବିଷୟରେ କୁହାଯାଇଛି। ଏଥି ସହିତ ଆନ୍ନା ଦୁରାଇ ଚଳାଉଥିବା ଅଟୋଟି ଏକ ସାଧାରଣ ଅଟୋ ନୁହେଁ, କାରଣ ତାଙ୍କ ଅଟୋରେ ସମସ୍ତ ଅତ୍ୟାଧୁନିକ ସୁବିଧା ରହିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ। ଆନ୍ନାଙ୍କ ଅଟୋରେ ୱାଇ-ଫାଇ ସୁବିଧା ସହ ଗ୍ରାହକଙ୍କ ମନୋରଞ୍ଜନ ପାଇଁ ଟିଭି ମଧ୍ୟ ରହିଛି। ସେହିପରି ଅଟୋରେ ଏକ ଛୋଟ ଫ୍ରିଜ୍‌ ମଧ୍ୟ ରହିଛି। ଏଥି ସହିତ ଆନ୍ନା ଇଂରାଜୀ ଭାଷା ମଧ୍ୟ ବେଶ ଭଲ ଭାବେ କହିପାରନ୍ତି। ସେ ତାଙ୍କ ଅଟୋରେ ଯାତ୍ରା କରୁଥିବା  ଗ୍ରାହକଙ୍କୁ ଲାପଟପ୍ ଏବଂ ଟାବଲେଟ୍ ମଧ୍ୟ ପ୍ରଦାନ କରନ୍ତି। ଯାତ୍ରା କରିବା ସମୟରେ ଗ୍ରାହକ ଲାପଟପ୍ ଏବଂ ଟାବଲେଟ୍ ବ୍ୟବହାର କରିପାରିବେ। ଯଦି ତାଙ୍କ ଅଟୋରେ ଯାତ୍ରା କରୁଥିବା କୌଣସି ଗ୍ରାହକୁ କିଛି ପଢିବାକୁ ଚାହିଁବେ ତବେ ତାଙ୍କ ଅଟୋରେ ମଧ୍ୟ ବିଭିନ୍ନ ଖବର କାଗଜ ଓ ମାଗାଜିନ୍‌ ଉପଲବ୍ଧ ରହିଛି।

 

କରୋନା ମହାମାରୀ ସମୟରେ ଆନ୍ନା ତାକ ଅଟୋରେ ଯାତ୍ରା କରୁଥିବା ଗ୍ରାହକଙ୍କ ପାଇଁ ବେଶ ଯତ୍ନବାନ ମଧ୍ୟ। ଏଣୁ ସେ ତାଙ୍କ ଅଟୋରେ ସାନିଟାଇଜର ସହ ମାକ୍ସ ମଧ୍ୟ ରଖିଛନ୍ତି। ଯଦି କୌଣସି ଗ୍ରାହକ ଚାହିଁବେ ତେବେ ସେ ଆନ୍ନାଙ୍କ ଅଟୋରେ ଯାତ୍ରା କରିବା ସମୟରେ ମାକ୍ସ ନେଇପାରିବେ। ଆଉ ସବୁଠୁ ବଡ କଥା ହେଉଛି ଏସବୁ ଅତିରିକ୍ତ ସୁବିଧା ପାଇଁ ଆନ୍ନା ଦୁରାଇ ଗ୍ରାହକଙ୍କଠାରୁ କୌଣସି ଅତିରିକ୍ତ ଦେୟ ମଧ୍ୟ ଆଦାୟ କରନ୍ତି ନାହିଁ। ଆନ୍ନାଙ୍କ ଅଟୋ ରିକ୍ସା ଏବଂ ତାଙ୍କ ଜୀବନ ଉପରେ  ‘ବେଟର ଇଣ୍ଡିଆ’ ପକ୍ଷରୁ ଏକ ଭିଡିଓ ପ୍ରସ୍ତୁତ କରାଯାଇ ପୋଷ୍ଟ କରାଯାଇଛି। ଯାହାକୁ ଦେଖି ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ବେଶ ପ୍ରଶଂସା କରିଛନ୍ତି।

ଅନ୍ୟପଟେ ଚେନ୍ନାଇର ଜଣେ ଅଟୋ ଡ୍ରାଇଭର ଆନ୍ନା ଦୁରାଇଙ୍କ ପରିଚାଳନା ଦକ୍ଷତା କେବଳ ଆନନ୍ଦ ମହିନ୍ଦ୍ରାଙ୍କୁ ପ୍ରଭାବିତ କରିନାହିଁ, ବରଂ ଏହା ପୂର୍ବରୁ ମଧ୍ୟ ଅନେକ କମ୍ପାନୀ ତାଙ୍କର ପ୍ରଶଂସକ ଅଟନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ସେ କର୍ପୋରେଟ୍ ଅଫିସରେ ୪୦ ଟି ଭାଷଣ ଦେଇଛନ୍ତି । ଫେସବୁକରେ ଆନ୍ନାଙ୍କର ୧୦ ହଜାରରୁ ଅଧିକ ଫଲୋଅର ଅଛନ୍ତି। ଏଥି ସହିତ ଆନ୍ନା ବର୍ତ୍ତମାନ ପର୍ଯ୍ୟନ୍ତ ହୁଣ୍ଡାଇ, ଭୋଡାଫୋନ୍ ଏବଂ ରୟାଲ୍ ଏନ୍ଫିଲ୍ଡ ଭଳି କମ୍ପାନୀର କର୍ମଚାରୀମାନଙ୍କୁ ମ୍ୟାନେଜମେଣ୍ଟ ଶିକ୍ଷା ଦେଇଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର