୮ ବର୍ଷର ହିନ୍ଦୁ ବାଳକ ବିରୋଧରେ ଧର୍ମଦ୍ରୋହ ମାମଲା

The Sakala Picture
Published On

ନୂଆଦିଲ୍ଲୀ : ପାକିସ୍ତାନରେ ବିଭିନ୍ନ ସମୟରେ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଶୁଣିବାକୁ ମିଳିଥିଲା ବେଳେ ଏବେ ଆଉ ଏକ ଘଟଣା ବିଭିନ୍ନ ମହଲକୁ ବିସ୍ମିତ କରିଛି। ଏଠାରେ ଜଣେ ୮ ବର୍ଷୀୟ ହିନ୍ଦୁ ବାଳକ ନାଁରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଧର୍ମଦ୍ରୋହ(ଇସଲାମ୍‌ ବିରୋଧୀ) ଆଇନ ଅନୁସାରେ ମାମଲା ରୁଜୁ କରାଯାଇ ଗିରଫ କରାଯାଇଛି। ମାତ୍ର ଆଠ ବର୍ଷର ଜଣେ ବାଳକ ବିରୋଧରେ ଧର୍ମଦ୍ରୋହ ଲାଗୁ କରାଯିବା ସାରା ବିଶ୍ୱ ତଥା ପାକିସ୍ତାନରେ ପ୍ରଥମ ଘଟଣା ହୋଇଥÒଲା […]

ନୂଆଦିଲ୍ଲୀ : ପାକିସ୍ତାନରେ ବିଭିନ୍ନ ସମୟରେ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଶୁଣିବାକୁ ମିଳିଥିଲା ବେଳେ ଏବେ ଆଉ ଏକ ଘଟଣା ବିଭିନ୍ନ ମହଲକୁ ବିସ୍ମିତ କରିଛି। ଏଠାରେ ଜଣେ ୮ ବର୍ଷୀୟ ହିନ୍ଦୁ ବାଳକ ନାଁରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଧର୍ମଦ୍ରୋହ(ଇସଲାମ୍‌ ବିରୋଧୀ) ଆଇନ ଅନୁସାରେ ମାମଲା ରୁଜୁ କରାଯାଇ ଗିରଫ କରାଯାଇଛି। ମାତ୍ର ଆଠ ବର୍ଷର ଜଣେ ବାଳକ ବିରୋଧରେ ଧର୍ମଦ୍ରୋହ ଲାଗୁ କରାଯିବା ସାରା ବିଶ୍ୱ ତଥା ପାକିସ୍ତାନରେ ପ୍ରଥମ ଘଟଣା ହୋଇଥÒଲା ବେଳେ ଏହାକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି। ମିଳିଥିବା ସୂଚନା ଅନୁସାରେ, ଗତ ମାସରେ ବାଳକ ଜଣଙ୍କ ଗୋଟିଏ ମଦ୍ରାସାର ଲାଇବ୍ରେରୀରେ ଥିବା ଗାଲିଚା ଉପରେ ପରିଶ୍ରା କରି ଦେଇଥିଲା। ଏଠାରେ ଇସଲାମ ଧର୍ମର ପବିତ୍ର ବହି ରହିଥିଲା। ଏହି କାରଣରୁ ପ୍ରବଳ ବିବାଦ ସୃଷ୍ଟି ହୋଇଥିଲା। ଶେଷରେ ଏହି ବାଳକ ବିରୋଧରେ ଧର୍ମଦ୍ରୋହ ଦଫା ଲଗାଯାଇ ତାକୁ ଗିରଫ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ବିହାର ସୁପୌଲରେ ତୁମୁଳକାଣ୍ଡ: ପ୍ରେମିକକୁ ଉଦ୍ଧାର କରିବାକୁ ଯାଇ ଆକ୍ରମଣର ଶିକାର ହେଲା ପୋଲିସ, ଗାଡ଼ି ଭଙ୍ଗାରୁଜା

ଏବେ ଭୟରେ ଏକ ଗୁପ୍ତ ସ୍ଥାନରେ ରହିଥିବା ଏହି ପିଲାଟିର ପରିବାର ଲୋକ କହିଛନ୍ତି ଯେ, ଆମ ପିଲା କୌଣସି ଧର୍ମକୁ ଅପମାନିତ କରିବା ବିଷୟରେ କିଛି ବି ଜାଣିନି। ତାକୁ ଏହି ଘଟଣାରେ ଫସାଇ ଦିଆଯାଇଛି। ଏପରି କି ତା’ର ଅପରାଧ କ’ଣ ଓ କାହିଁକି ତା’କୁ ଗୋଟିଏ ସପ୍ତାହ ଜେଲରେ ରଖାଗଲା, ସେକଥା ବି ଠିକ୍‌ ଭାବେ ଜାଣିନି। ଆମେ ଘଟଣା ପରେ ଆମ ଦୋକାନ ଓ ଘର ଛାଡ଼ି ପଳାଇ ଆସିଛୁ। ଘଟଣାକୁ ନେଇ ଏବେ ହିନ୍ଦୁ ସଂପ୍ରଦାୟ ଲୋକମାନେ ବି ଭୟଭୀତ ରହିଥିବା ପରିବାର ଲୋକେ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ୧୯୪୭ରେ ଭାରତର ବିଭାଜନ ପରେ ପାକିସ୍ତାନରେ ଏହି ଆଇନ ପ୍ରଣୟନ କରାଯାଇଥିଲା। ତେବେ ୮୦ ଦଶକରେ ପାକିସ୍ତାନର ତତ୍‌କାଳୀନ ରାଷ୍ଟ୍ରପତି ଜିଆଉଲ୍‌ ହକ୍‌ଙ୍କ ସମୟରେ ଏହି ଆଇନ୍‌ରେ ପରିବର୍ତ୍ତନ କରାଯାଇ ଏହାକୁ ଆହୁରି ସଶକ୍ତ କରାଯାଇଥÒଲା। ତେବେ ପାକିସ୍ତାନରେ କେବଳ ହିନ୍ଦୁ ଏବଂ ଖ୍ରୀଷ୍ଟିଆନଙ୍କ ଭଳି ସଂଖ୍ୟାଲଘୁ ସଂପ୍ରଦାୟକୁ ହରକତ୍‌ କରିବା ଉଦ୍ଦେଶ୍ୟରେ ଏହି ଆଇନ ଲାଗୁ କରାଯାଉଛି ବୋଲି କୁହାଯାଉଛି।

ଆହୁରି ପଢ଼ନ୍ତୁ: ଚାକିରି ନାଁରେ ବିଦେଶରେ ‘ସାଇବର ଦାସତ୍ୱ’: ଯୁବକଙ୍କୁ ବିକ୍ରି କରୁଥିବା ‘ଅଲି ବାବା’ ସହ ୨ ଦଲାଲ ଗିରଫ

10 Aug 2021 By The Sakala

୮ ବର୍ଷର ହିନ୍ଦୁ ବାଳକ ବିରୋଧରେ ଧର୍ମଦ୍ରୋହ ମାମଲା

ନୂଆଦିଲ୍ଲୀ : ପାକିସ୍ତାନରେ ବିଭିନ୍ନ ସମୟରେ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଶୁଣିବାକୁ ମିଳିଥିଲା ବେଳେ ଏବେ ଆଉ ଏକ ଘଟଣା ବିଭିନ୍ନ ମହଲକୁ ବିସ୍ମିତ କରିଛି। ଏଠାରେ ଜଣେ ୮ ବର୍ଷୀୟ ହିନ୍ଦୁ ବାଳକ ନାଁରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଧର୍ମଦ୍ରୋହ(ଇସଲାମ୍‌ ବିରୋଧୀ) ଆଇନ ଅନୁସାରେ ମାମଲା ରୁଜୁ କରାଯାଇ ଗିରଫ କରାଯାଇଛି। ମାତ୍ର ଆଠ ବର୍ଷର ଜଣେ ବାଳକ ବିରୋଧରେ ଧର୍ମଦ୍ରୋହ ଲାଗୁ କରାଯିବା ସାରା ବିଶ୍ୱ ତଥା ପାକିସ୍ତାନରେ ପ୍ରଥମ ଘଟଣା ହୋଇଥÒଲା ବେଳେ ଏହାକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି। ମିଳିଥିବା ସୂଚନା ଅନୁସାରେ, ଗତ ମାସରେ ବାଳକ ଜଣଙ୍କ ଗୋଟିଏ ମଦ୍ରାସାର ଲାଇବ୍ରେରୀରେ ଥିବା ଗାଲିଚା ଉପରେ ପରିଶ୍ରା କରି ଦେଇଥିଲା। ଏଠାରେ ଇସଲାମ ଧର୍ମର ପବିତ୍ର ବହି ରହିଥିଲା। ଏହି କାରଣରୁ ପ୍ରବଳ ବିବାଦ ସୃଷ୍ଟି ହୋଇଥିଲା। ଶେଷରେ ଏହି ବାଳକ ବିରୋଧରେ ଧର୍ମଦ୍ରୋହ ଦଫା ଲଗାଯାଇ ତାକୁ ଗିରଫ କରାଯାଇଥିଲା।

ଏବେ ଭୟରେ ଏକ ଗୁପ୍ତ ସ୍ଥାନରେ ରହିଥିବା ଏହି ପିଲାଟିର ପରିବାର ଲୋକ କହିଛନ୍ତି ଯେ, ଆମ ପିଲା କୌଣସି ଧର୍ମକୁ ଅପମାନିତ କରିବା ବିଷୟରେ କିଛି ବି ଜାଣିନି। ତାକୁ ଏହି ଘଟଣାରେ ଫସାଇ ଦିଆଯାଇଛି। ଏପରି କି ତା’ର ଅପରାଧ କ’ଣ ଓ କାହିଁକି ତା’କୁ ଗୋଟିଏ ସପ୍ତାହ ଜେଲରେ ରଖାଗଲା, ସେକଥା ବି ଠିକ୍‌ ଭାବେ ଜାଣିନି। ଆମେ ଘଟଣା ପରେ ଆମ ଦୋକାନ ଓ ଘର ଛାଡ଼ି ପଳାଇ ଆସିଛୁ। ଘଟଣାକୁ ନେଇ ଏବେ ହିନ୍ଦୁ ସଂପ୍ରଦାୟ ଲୋକମାନେ ବି ଭୟଭୀତ ରହିଥିବା ପରିବାର ଲୋକେ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ୧୯୪୭ରେ ଭାରତର ବିଭାଜନ ପରେ ପାକିସ୍ତାନରେ ଏହି ଆଇନ ପ୍ରଣୟନ କରାଯାଇଥିଲା। ତେବେ ୮୦ ଦଶକରେ ପାକିସ୍ତାନର ତତ୍‌କାଳୀନ ରାଷ୍ଟ୍ରପତି ଜିଆଉଲ୍‌ ହକ୍‌ଙ୍କ ସମୟରେ ଏହି ଆଇନ୍‌ରେ ପରିବର୍ତ୍ତନ କରାଯାଇ ଏହାକୁ ଆହୁରି ସଶକ୍ତ କରାଯାଇଥÒଲା। ତେବେ ପାକିସ୍ତାନରେ କେବଳ ହିନ୍ଦୁ ଏବଂ ଖ୍ରୀଷ୍ଟିଆନଙ୍କ ଭଳି ସଂଖ୍ୟାଲଘୁ ସଂପ୍ରଦାୟକୁ ହରକତ୍‌ କରିବା ଉଦ୍ଦେଶ୍ୟରେ ଏହି ଆଇନ ଲାଗୁ କରାଯାଉଛି ବୋଲି କୁହାଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର