୮୦ ବର୍ଷ ବୟସରେ ୧୦୦୦ କିଲୋମିଟର ଘୋଡ଼ାରେ ଯାତ୍ରା

The Sakala Picture
Published On

ସାଧାରଣତଃ ବୟସ ଅଧିକ ହୋଇଗଲେ ବୁଲାବୁଲି କରିବାକୁ ଶରୀର ପାରେ ନାହିଁ । କିନ୍ତୁ ଏକଥା ଭୁଲ ପ୍ରମାଣିତ କରିଛନ୍ତି ୮୦ ବର୍ଷ ବୟସର ଜଣେ ବୃଦ୍ଧା। ବୟସର ଅପରାହ୍ନରେ ଉପସ୍ଥିତ ଥାନ୍ତି। ଆଉ ଏହା ଦ୍ବାରା ସେ ପ୍ରମାଣ କରିଛନ୍ତି ଯେ, ବୟସ କେବଳ ଏକ ସଂଖ୍ୟା ଓ ଜୀବନକୁ ଉପଭୋଗ କରିବାର ନିର୍ଦ୍ଦିଷ୍ଟ କିଛି ବୟସ ନ ଥାଏ। ଜେନ୍ ଡେଟିନ୍‌ ନାମକ ଏହି ବୃଦ୍ଧା ଜଣକ ଗତ ଅଗଷ୍ଟ ୩୧ରେ ଜିନିଷ ପତ୍ର […]

ସାଧାରଣତଃ ବୟସ ଅଧିକ ହୋଇଗଲେ ବୁଲାବୁଲି କରିବାକୁ ଶରୀର ପାରେ ନାହିଁ । କିନ୍ତୁ ଏକଥା ଭୁଲ ପ୍ରମାଣିତ କରିଛନ୍ତି ୮୦ ବର୍ଷ ବୟସର ଜଣେ ବୃଦ୍ଧା। ବୟସର ଅପରାହ୍ନରେ ଉପସ୍ଥିତ ଥାନ୍ତି। ଆଉ ଏହା ଦ୍ବାରା ସେ ପ୍ରମାଣ କରିଛନ୍ତି ଯେ, ବୟସ କେବଳ ଏକ ସଂଖ୍ୟା ଓ ଜୀବନକୁ ଉପଭୋଗ କରିବାର ନିର୍ଦ୍ଦିଷ୍ଟ କିଛି ବୟସ ନ ଥାଏ। ଜେନ୍ ଡେଟିନ୍‌ ନାମକ ଏହି ବୃଦ୍ଧା ଜଣକ ଗତ ଅଗଷ୍ଟ ୩୧ରେ ଜିନିଷ ପତ୍ର ବାନ୍ଧି ନିଜ ଘର ନର୍ଥମ୍ବରଲ୍ୟାଣ୍ଡରୁ ସ୍କଟ୍‌ଲ୍ୟାଣ୍ଡ ପର୍ଯ୍ୟନ୍ତ ତାଙ୍କର ଯାତ୍ରା ଆରମ୍ଭ କରିଛନ୍ତି ତେବେ ଏଥର କେବଳ ଘୋଡ଼ା ନୁହେଁ, ବରଂ ଦିବ୍ୟାଙ୍ଗ କୁକୁର ଡିଙ୍ଗି ସହିତ ଯାତ୍ରା କରିଛନ୍ତି ଜେନ୍। ଅବଶ୍ୟ ଏହା ହେଉଛି ତାଙ୍କର ୪୦ତମ ଯାତ୍ରା |

ଆହୁରି ପଢ଼ନ୍ତୁ: ମିଳିତ ଜାତିସଂଘ ରିପୋର୍ଟକୁ ଖାରଜ କଲା ଭାରତ: ଯୁବ ଆନ୍ଦୋଳନ ସମ୍ପର୍କିତ ଦାବିକୁ 'ଗୁଜବ' ଓ 'ଅସତ୍ୟ' କହିଲା ନୂଆଦିଲ୍ଲୀ

୧୯୭୨ ମସିହାରୁ ସେ ତାଙ୍କ ଘୋଡ଼ା (ଡାଇମଣ୍ଡ) ସହ ବାର୍ଷିକ ଯାତ୍ରା (ଆନୁଆଲ ଟ୍ରିପ୍) କରିଆସୁଛନ୍ତି। ଚଳିତବର୍ଷ ସେ ୧୦୦୦ କିଲୋମିଟର ଯାତ୍ରା କରିବା ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ଦିନରେ ସେ ପାଖାପାଖି ୨୫-୩୨ କିଲୋମିଟର ଯାତ୍ରା କରୁଛନ୍ତି। ଯାତ୍ରା ସମୟରେ ତମ୍ବୁ, ଖାଦ୍ୟ ଆଦି ଜରୁରୀ ସାମଗ୍ରୀ ସବୁକୁ ସେ ସାଙ୍ଗରେ ନେଇଯାଆନ୍ତି। ୪୦ ବର୍ଷ ତଳେ ପଶ୍ଚିମ ଦେଶକୁ ବୁଲିବାକୁ ବାହାରିଥିବା ବେଳେ ଲଙ୍ଗ୍ ଡିସଟାନ୍ସ ହାଇକିଙ୍ଗ ପ୍ରତି ତାଙ୍କର ଆଗ୍ରହ ସୃଷ୍ଟି ହେଲା |

ଆହୁରି ପଢ଼ନ୍ତୁ: ୨୦୧୮ ମାନହାନି ମାମଲା: ୟୁଟ୍ୟୁବର ଧ୍ରୁବ ରାଠୀଙ୍କ ବିରୋଧରେ ଜାମିନଯୋଗ୍ୟ ୱାରେଣ୍ଟ ଜାରି କଲେ ଦିଲ୍ଲୀ କୋର୍ଟ

ତେବେ ସେ ପ୍ରଥମ ଯାତ୍ରାରୁ ପ୍ରଭାବିତ ହୋଇ ଏହାକୁ ଏବେ ସୁଦ୍ଧା ଜାରି ରଖିଥିବା କହିଛନ୍ତି ପାଖାପାଖି ତାଙ୍କର ଯାତ୍ରା ଶେଷ ହେବାକୁ ପ୍ରାୟତଃ ୭ ସପ୍ତାହ ଲାଗିଥାଏ | ଏହା ସହ ପାଣିପାଗ ଉପରେ ତାଙ୍କର ଯାତ୍ରା ସମୟ ନିର୍ଭର କରିଥାଏ ବୋଲି କହିଛନ୍ତି ଜେନ୍।

ଆହୁରି ପଢ଼ନ୍ତୁ: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଡାଟା ଲିକ୍: ଡାର୍କ ୱେବରେ ୩,୮୯୭ ଗ୍ରାହକଙ୍କ ତଥ୍ୟ, ପାଣ୍ଠି ସୁରକ୍ଷିତ ଥିବା ନେଇ ବ୍ୟାଙ୍କର ସ୍ପଷ୍ଟୀକରଣ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର