ମନୋରଞ୍ଜନ
ଓଡ଼ିଶା
ଭାରତରେ କରୋନା ମୁକାବିଲା ପାଇଁ ଆଉ ୫ ଟିକାକୁ ମିଳିପାରେ ଅନୁମତି
ନୂଆଦିଲ୍ଲୀ: ଦେଶରେ ପୁଣି କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଟିକାକରଣ ମଧ୍ଯ ଚାଲିଛି। ଦେଶରେ କେତେକ ରାଜ୍ୟ କୋଭିଡ୍ ଟିକା ନିଅଣ୍ଟ ନେଇ ଅଭିଯୋଗ କରୁଥିବା ବେଳେ କେନ୍ଦ୍ର ସରକାର ଭ୍ୟାକ୍ସିନ୍ ଉତ୍ପାଦନ ବୃଦ୍ଧି ନେଇ ପଦକ୍ଷେପ ନେଉଛନ୍ତି । ଚଳିତ ବର୍ଷ ଅକ୍ଟୋବର ମାସ ସୁଦ୍ଧା ଭାରତକୁ ଆଉ ୫ ଟି କମ୍ପାନୀ ଦ୍ୱାରା ପ୍ରସ୍ତୁତ କୋଭିଡ-୧୯ ଟିକା ମିଳିବାର ସମ୍ଭାବନା ଦେଖାଦେଇଛି । ଭାରତ ବର୍ତ୍ତମାନ ୨ ଟି କୋଭିଡ ଟିକାକୁ ମଞ୍ଜୁରୀ ଦେଇଛି […]
ନୂଆଦିଲ୍ଲୀ: ଦେଶରେ ପୁଣି କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଟିକାକରଣ ମଧ୍ଯ ଚାଲିଛି। ଦେଶରେ କେତେକ ରାଜ୍ୟ କୋଭିଡ୍ ଟିକା ନିଅଣ୍ଟ ନେଇ ଅଭିଯୋଗ କରୁଥିବା ବେଳେ କେନ୍ଦ୍ର ସରକାର ଭ୍ୟାକ୍ସିନ୍ ଉତ୍ପାଦନ ବୃଦ୍ଧି ନେଇ ପଦକ୍ଷେପ ନେଉଛନ୍ତି । ଚଳିତ ବର୍ଷ ଅକ୍ଟୋବର ମାସ ସୁଦ୍ଧା ଭାରତକୁ ଆଉ ୫ ଟି କମ୍ପାନୀ ଦ୍ୱାରା ପ୍ରସ୍ତୁତ କୋଭିଡ-୧୯ ଟିକା ମିଳିବାର ସମ୍ଭାବନା ଦେଖାଦେଇଛି । ଭାରତ ବର୍ତ୍ତମାନ ୨ ଟି କୋଭିଡ ଟିକାକୁ ମଞ୍ଜୁରୀ ଦେଇଛି । ଯାହା ମଧ୍ୟରେ କୋଭିସିଲ୍ଡ ଓ କୋଭାକ୍ସିନ ଟିକା ରହିଛି ।
ଆହୁରି ପଢ଼ନ୍ତୁ: ଆଇଟିବିପି ମୁଖ୍ୟଙ୍କ ଅରୁଣାଚଳ ସୀମା ବୟାନ ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କଲେ ଅଭିଜିତ ଡିପକେ
ହେଲେ ଚଳିତ ବର୍ଷ ଶେଷ ପୂର୍ବରୁ ଭାରତକୁ ଆଉ ୫ ଟି କୋଭିଡ୍-୧୯ ଟିକା ମିଳିବାର ସୂଚନା ମିଳିଛି । ସେମାନଙ୍କ ମଧ୍ୟରେ ରହିଛି ସ୍ପୁଟନିକ୍ ଭି, ଜନସନ ଆଣ୍ଡ ଜନସନ, ନୋବାଭ୍ୟାକ୍ସ ଭ୍ୟାକ୍ସିନ୍ , ଜାଇଡସ କାଡିଲା ଭ୍ୟାକ୍ସିନ ଓ ଭାରତ ବାୟୋଟେକର ଇଟ୍ରାନସଲ ଭ୍ୟାକ୍ସିନ୍ ।
ଆହୁରି ପଢ଼ନ୍ତୁ: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଡାଟା ଲିକ୍: ଡାର୍କ ୱେବରେ ୩,୮୯୭ ଗ୍ରାହକଙ୍କ ତଥ୍ୟ, ପାଣ୍ଠି ସୁରକ୍ଷିତ ଥିବା ନେଇ ବ୍ୟାଙ୍କର ସ୍ପଷ୍ଟୀକରଣ
ସୂତ୍ରର ସୂଚନା ମୁତାବକ, ସ୍ପୁଟନିକ୍ ଭି ଟିକାକୁ ଆସନ୍ତା ୧୦ ଦିନ ମଧ୍ୟରେ ଭାରତ ସରକାର ଅନୁମତି ଦେଇପାରନ୍ତି ।






