ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୩ ଆତଙ୍କବାଦୀ ନିହତ

The Sakala Picture
Published On

ଶ୍ରୀନଗର: ବର୍ଷ ଆରମ୍ଭରୁ ଭାରତୀୟ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା । ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୩ ଆତଙ୍କବାଦୀ ନିହତ । ନିହତ ୩ଜଣ ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନ ଜୈଶ-ଇ-ମହମ୍ମଦର ସଦସ୍ୟ ବୋଲି ଜଣାପଡିଛି । ପୂର୍ବରୁ ପୁଲିସ ଓ ସୁରକ୍ଷାବଳ କାଶ୍ମୀରର ପୁଲୱାମା ଚାନ୍ଦଗ୍ରାମ ଅଞ୍ଚଳରେ ଚଳାଇଥିଲେ ଏନକାଉଣ୍ଟର ଅଭିଯାନ । ଏ ନେଇ ଏସିଆନ୍ ନ୍ୟୁଜ ଏଜେନ୍ସି ତରଫରୁ ସୂଚନା ମିଳିଛି । ଦକ୍ଷିଣ କାଶ୍ମୀରର ପୁଲୱାମା ଅନ୍ତର୍ଗତ ଚାନ୍ଦଗ୍ରାମ ଅଞ୍ଚଳରେ କିଛି ଆତଙ୍କବାଦୀ ଥିବା […]

ଶ୍ରୀନଗର: ବର୍ଷ ଆରମ୍ଭରୁ ଭାରତୀୟ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା । ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୩ ଆତଙ୍କବାଦୀ ନିହତ । ନିହତ ୩ଜଣ ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନ ଜୈଶ-ଇ-ମହମ୍ମଦର ସଦସ୍ୟ ବୋଲି ଜଣାପଡିଛି ।

ଆହୁରି ପଢ଼ନ୍ତୁ: ରାସ୍ତା କଡ଼ରେ ପୋହା-ଜିଲାପି ବିକିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀ, ଜାଣନ୍ତୁ କାହିଁକି କଲେ ଏମିତି ବିରୋଧ?

ପୂର୍ବରୁ ପୁଲିସ ଓ ସୁରକ୍ଷାବଳ କାଶ୍ମୀରର ପୁଲୱାମା ଚାନ୍ଦଗ୍ରାମ ଅଞ୍ଚଳରେ ଚଳାଇଥିଲେ ଏନକାଉଣ୍ଟର ଅଭିଯାନ । ଏ ନେଇ ଏସିଆନ୍ ନ୍ୟୁଜ ଏଜେନ୍ସି ତରଫରୁ ସୂଚନା ମିଳିଛି । ଦକ୍ଷିଣ କାଶ୍ମୀରର ପୁଲୱାମା ଅନ୍ତର୍ଗତ ଚାନ୍ଦଗ୍ରାମ ଅଞ୍ଚଳରେ କିଛି ଆତଙ୍କବାଦୀ ଥିବା ସୁରକ୍ଷାକର୍ମୀଙ୍କୁ ସୂଚନା ମିଳିଥିଲା । ବୁଧବାର ପାହାନ୍ତିରୁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ । ପୁଲିସକୁ ଦେଖି ପ୍ରଥମେ ଗୁଳିଚାଳନା କରିଥିଲେ ଅଜ୍ଞାତ ଆତଙ୍କବାଦୀ । ଜବାବରେ ସମଗ୍ର ଅଞ୍ଚଳକୁ ଘେରାଉ କରି ପାଲଟା ଗୁଳିମାଡ କରିଥିଲେ ସୁରକ୍ଷାକର୍ମୀ । ଦୀର୍ଘ ସମୟ ଧରି ଉଭୟଙ୍କ ମଧ୍ୟରେ ଜାରି ରହିଥିଲା ଗୁଳି ବିନିମୟ । ଏନକାଉଣ୍ଟରରେ ଜୈଶ-ଇ-ମହମ୍ମଦ ସଙ୍ଗଠନର ୩ ଆତଙ୍କବାଦୀ ନିହତ ହୋଇଥିଲେ । ସେଥିମଧ୍ୟରୁ ଜଣେ ପାକ୍ତିସ୍ତାନୀ ନାଗରିକ ଥିବା ଜଣାପଡ଼ିଛି । ଆତଙ୍କବାଦୀଙ୍କ ମୃତଦେହ ସହ ବିପୁଳ ପରିମାଣର ଗୁଳିଗୋଳା, ୨ଟି ଏମ୍-୪ କାର୍ବାଇନ୍, ଗୋଟିଏ ସିରିଜ ରାଫଲ ସହିତ ଅନେକ ଆପତ୍ତିଜନକ ଜବତ ହୋଇଛି ।

ଆହୁରି ପଢ଼ନ୍ତୁ: ଆମେରିକା-ଇରାନ ମଧ୍ୟରେ ପୁଣି ହେବ ଶାନ୍ତି ଆଲୋଚନା, 'ତେହେରାନକୁ ନେବାକୁ ପଡ଼ିବ ପରବର୍ତ୍ତୀ ପଦକ୍ଷେପ' କହିଲେ ଜେଡି ଭାନ୍ସ

05 Jan 2022 By The Sakala

ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୩ ଆତଙ୍କବାଦୀ ନିହତ

ଶ୍ରୀନଗର: ବର୍ଷ ଆରମ୍ଭରୁ ଭାରତୀୟ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା । ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୩ ଆତଙ୍କବାଦୀ ନିହତ । ନିହତ ୩ଜଣ ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନ ଜୈଶ-ଇ-ମହମ୍ମଦର ସଦସ୍ୟ ବୋଲି ଜଣାପଡିଛି ।

ପୂର୍ବରୁ ପୁଲିସ ଓ ସୁରକ୍ଷାବଳ କାଶ୍ମୀରର ପୁଲୱାମା ଚାନ୍ଦଗ୍ରାମ ଅଞ୍ଚଳରେ ଚଳାଇଥିଲେ ଏନକାଉଣ୍ଟର ଅଭିଯାନ । ଏ ନେଇ ଏସିଆନ୍ ନ୍ୟୁଜ ଏଜେନ୍ସି ତରଫରୁ ସୂଚନା ମିଳିଛି । ଦକ୍ଷିଣ କାଶ୍ମୀରର ପୁଲୱାମା ଅନ୍ତର୍ଗତ ଚାନ୍ଦଗ୍ରାମ ଅଞ୍ଚଳରେ କିଛି ଆତଙ୍କବାଦୀ ଥିବା ସୁରକ୍ଷାକର୍ମୀଙ୍କୁ ସୂଚନା ମିଳିଥିଲା । ବୁଧବାର ପାହାନ୍ତିରୁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ । ପୁଲିସକୁ ଦେଖି ପ୍ରଥମେ ଗୁଳିଚାଳନା କରିଥିଲେ ଅଜ୍ଞାତ ଆତଙ୍କବାଦୀ । ଜବାବରେ ସମଗ୍ର ଅଞ୍ଚଳକୁ ଘେରାଉ କରି ପାଲଟା ଗୁଳିମାଡ କରିଥିଲେ ସୁରକ୍ଷାକର୍ମୀ । ଦୀର୍ଘ ସମୟ ଧରି ଉଭୟଙ୍କ ମଧ୍ୟରେ ଜାରି ରହିଥିଲା ଗୁଳି ବିନିମୟ । ଏନକାଉଣ୍ଟରରେ ଜୈଶ-ଇ-ମହମ୍ମଦ ସଙ୍ଗଠନର ୩ ଆତଙ୍କବାଦୀ ନିହତ ହୋଇଥିଲେ । ସେଥିମଧ୍ୟରୁ ଜଣେ ପାକ୍ତିସ୍ତାନୀ ନାଗରିକ ଥିବା ଜଣାପଡ଼ିଛି । ଆତଙ୍କବାଦୀଙ୍କ ମୃତଦେହ ସହ ବିପୁଳ ପରିମାଣର ଗୁଳିଗୋଳା, ୨ଟି ଏମ୍-୪ କାର୍ବାଇନ୍, ଗୋଟିଏ ସିରିଜ ରାଫଲ ସହିତ ଅନେକ ଆପତ୍ତିଜନକ ଜବତ ହୋଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର