ଚୀନ ସୀମା ନିକଟରେ ଅଘଟଣ: ଘାଇକୁ ଖସିପଡ଼ିଲା ଟ୍ରକ, ୩ ଯବାନ ମୃତ

The Sakala Picture
Published On

ସିକିମ୍: ବୁଧବାର ପୂର୍ବ ସିକ୍କିମର ଏକ ଘାଟରେ ସେନା କର୍ମଚାରୀଙ୍କୁ ନେଇ ଯାଉଥିବା ଟ୍ରକ ଭାରସାମ୍ଯ ହରାଇ ଘାଇକୁ ଖସି ପଡିଥିଲା। ଫଳରେ ଘଟଣା ସ୍ଥଳରେ ୩ ଜଣଙ୍କର ମୃତ୍ଯୁ ଘଟିଥିବା ବେଳେ ତିନିଜଣ ଗୁରୁତର ଆହତ ହୋଇଛନ୍ତି। ଏ ନେଇ ସ୍ଥାନୀୟ ପୁଲିସ ସୂଚନା ଦେଇଛି। ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ,  ଏହି ଦୁର୍ଘଟଣା ନୂଆ ଜବାହରଲାଲ ନେହେରୁ ରୋଡରେ ଘଟିଛି। ଏହି ମାର୍ଗ ଗାଙ୍ଗଟକକୁ ସୋମଗୋ ହ୍ରଦ ଏବଂ ଭାରତ-ଚୀନ୍ ସୀମା ନିକଟ ନାଥୁଲା […]

ସିକିମ୍: ବୁଧବାର ପୂର୍ବ ସିକ୍କିମର ଏକ ଘାଟରେ ସେନା କର୍ମଚାରୀଙ୍କୁ ନେଇ ଯାଉଥିବା ଟ୍ରକ ଭାରସାମ୍ଯ ହରାଇ ଘାଇକୁ ଖସି ପଡିଥିଲା। ଫଳରେ ଘଟଣା ସ୍ଥଳରେ ୩ ଜଣଙ୍କର ମୃତ୍ଯୁ ଘଟିଥିବା ବେଳେ ତିନିଜଣ ଗୁରୁତର ଆହତ ହୋଇଛନ୍ତି। ଏ ନେଇ ସ୍ଥାନୀୟ ପୁଲିସ ସୂଚନା ଦେଇଛି।

ଆହୁରି ପଢ଼ନ୍ତୁ: ମିଳିତ ଜାତିସଂଘ ରିପୋର୍ଟକୁ ଖାରଜ କଲା ଭାରତ: ଯୁବ ଆନ୍ଦୋଳନ ସମ୍ପର୍କିତ ଦାବିକୁ 'ଗୁଜବ' ଓ 'ଅସତ୍ୟ' କହିଲା ନୂଆଦିଲ୍ଲୀ

ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ,  ଏହି ଦୁର୍ଘଟଣା ନୂଆ ଜବାହରଲାଲ ନେହେରୁ ରୋଡରେ ଘଟିଛି। ଏହି ମାର୍ଗ ଗାଙ୍ଗଟକକୁ ସୋମଗୋ ହ୍ରଦ ଏବଂ ଭାରତ-ଚୀନ୍ ସୀମା ନିକଟ ନାଥୁଲା ସହିତ ସଂଯୋଗ କରେ।

ଆହୁରି ପଢ଼ନ୍ତୁ: ୟେମେନ୍ ସରକାରୀ ସେନା ଶିବିର ଉପରେ ହୁଥି ବିଦ୍ରୋହୀଙ୍କ ବଡ଼ ଆକ୍ରମଣ, ୧୮ ନିହତ

ସେ କହିଛନ୍ତି ଯେ, ଟ୍ରକରେ କୁମାଓଁ ରେଜିମେଣ୍ଟର ୬ଜଣ ସୈନିକଙ୍କୁ ନେଇ ଗାଙ୍ଗଟକ ଅଭିମୁଖେ ଯାଉଥିଲାବେଳେ ଗାଡ଼ିଟି କୌଣସି କାରଣରୁ ଭାରସାମ୍ଯ ହରାଇଥିଲା।  ନିୟନ୍ତ୍ରଣ ହରାଇ ୬୦୦ ଫୁଟ ଗଭୀର ଘାଇରେ ପଡ଼ିଯାଇଥିଲା। ଫଳରେ ଡ୍ରାଇଭର ସମେତ ଅନ୍ୟ ଦୁଇ ସୈନିକ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଛନ୍ତି। ଘଟଣା ସ୍ଥଳରେ ସେନା, ବିଆରଓ, ପୁଲିସ ଏବଂ ସ୍ଥାନୀୟ ଲୋକେ ଏହି ଗୁର୍ଗମ ଅଞ୍ଚଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ। ତିନିଜଣ ଆହତ ସ ସୈନିକଙ୍କୁ ଉଦ୍ଧାରକରି ଗାଙ୍ଗଟକର ଆର୍ମି ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ।  ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ପଶ୍ଚିମବଙ୍ଗର ସିଲିଗୁଡୀକୁ ସ୍ଥାନାନ୍ତର କରାଯାଇଛି।

ଆହୁରି ପଢ଼ନ୍ତୁ: 'ଏହି ସଙ୍କଟ ପାଇଁ ଆପଣମାନେ ଦାୟୀ': କାର୍ବନ ନିର୍ଗମନ ଓ ଜଳବାୟୁ ପାଣ୍ଠିକୁ ନେଇ ପାଶ୍ଚାତ୍ୟ ଦେଶଗୁଡ଼ିକୁ ସମାଲୋଚନା କଲେ ପୀୟୂଷ ଗୋୟଲ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର