ମନୋରଞ୍ଜନ
ମାର୍କସିଟ୍ ଯୋଗ୍ୟତାର ମାପକାଠି ନୁହେଁ: ଏହାକୁ ପ୍ରମାଣିତ କରିଛନ୍ତି IAS ଅଞ୍ଜୁ ଶର୍ମା, RAS ଦଲପତ ସିଂହ, IPS ଜଗଦୀଶ ଓ ଆକାଶ କୁଲହରି
ନୂଆଦିଲ୍ଲୀ: ଜୀବନରେ ସଫଳତା ଓ ବିଫଳତା ଲାଗି ରହିଥାଏ । ବିଫଳତା ପରେ ବେଳେବେଳେ ଆମେ ସହଜରେ ହାର ମାନିଯାଇଥାଉ। ହେଲେ କୌଣସି ପରୀକ୍ଷରେ ଅସଫଳ ହେବା ଅର୍ଥ ନୁହେଁ ଆମେ ଆମ ଜୀବନରେ ଆଉ କିଛି କରିପାରିବା ନାହିଁ। ହେଲେ ବେଳେବେଳେ ଏହି ବିଫଳତା ହିଁ ସଫଳତାର ବାଟ ଖୋଲିଥାଏ। ଏମିତି କିଛି ଲୋକଙ୍କ ଜୀବନୀ କଥା କହିବାକୁ ଯାଉଛି ଯାହା ଆପଣଙ୍କ ପାଇଁ ପ୍ରେରଣା ପାଲଟିବ। ହାର ମାନିଯାଇଥିବା ଛାତ୍ରଛାତ୍ରୀଙ୍କୁ ନୁଆଁ ବାଟ ଦେଖାଇବାରେ […]
ନୂଆଦିଲ୍ଲୀ: ଜୀବନରେ ସଫଳତା ଓ ବିଫଳତା ଲାଗି ରହିଥାଏ । ବିଫଳତା ପରେ ବେଳେବେଳେ ଆମେ ସହଜରେ ହାର ମାନିଯାଇଥାଉ। ହେଲେ କୌଣସି ପରୀକ୍ଷରେ ଅସଫଳ ହେବା ଅର୍ଥ ନୁହେଁ ଆମେ ଆମ ଜୀବନରେ ଆଉ କିଛି କରିପାରିବା ନାହିଁ। ହେଲେ ବେଳେବେଳେ ଏହି ବିଫଳତା ହିଁ ସଫଳତାର ବାଟ ଖୋଲିଥାଏ। ଏମିତି କିଛି ଲୋକଙ୍କ ଜୀବନୀ କଥା କହିବାକୁ ଯାଉଛି ଯାହା ଆପଣଙ୍କ ପାଇଁ ପ୍ରେରଣା ପାଲଟିବ। ହାର ମାନିଯାଇଥିବା ଛାତ୍ରଛାତ୍ରୀଙ୍କୁ ନୁଆଁ ବାଟ ଦେଖାଇବାରେ ସାହାଯ୍ଯ କରିବ।
ବିଭିନ୍ନ ପରୀକ୍ଷାରେ ଜଣେ ବାଳକ ୧୯ ଥର ବିଫଳ ହୋଇଥିଲେ। ତାଙ୍କୁ +୨ ପାସ୍ କରିବାକୁ ଦୁଇ ବର୍ଷ ଲାଗିଗଥିଲା । ଜଣେ ଝିଅ ତା’ର ଦଶମର ଅର୍ଦ୍ଧ ବାର୍ଷିକ ପରୀକ୍ଷାରେ ବିଫଳ ହୋଇଥିଲା। ଏଥିସହିତ ଦଶମରେ କମ୍ ମାର୍କ ପାଇଥିବାରୁ ଜଣେ ବାଳକକୁ ସ୍କୁଲରୁ ବହିଷ୍କାର କରାଯାଇଥିଲା। କଳ୍ପନା କରନ୍ତୁ ଯଦି ମାର୍କସିଟ୍ ଯୋଗ୍ୟତାର ମାପ ଥିଲା ତେବେ ଏହି ଚାରି ଜଣଙ୍କ ସହିତ କ’ଣ ହୋଇଥାନ୍ତା। ମାର୍କ ସିଟ୍ କାହାର ଯୋଗ୍ୟତାର ମାପକାଠି ହୋଇପାରିବ ନାହିଁ ବୋଲି ଏମାନେ ପ୍ରମାଣିତ କରିଦେଇଛନ୍ତି।
RAS Dalpat Singh: ଦ୍ୱାଦଶରେ ୨ ଥର ବିଫଳ ହୋଇଥିଲେ

ଆରଏସଏସ ଦଲପତ ସିଂହ ମୋହନଲାଲ ସୁଖଦିଆ ବିଶ୍ୱବିଦ୍ୟାଳୟରେ ଫାଇନାନ୍ସ କଣ୍ଟ୍ରୋଲିଂ ଅଫିସର ଭାବରେ ନିଯୁକ୍ତ ହୋଇଛନ୍ତି। ଦଲପତ ସିଂହଙ୍କ ଅପେକ୍ଷା କୌଣସି ବ୍ୟକ୍ତି ଭଲ ଭାବରେ ଜାଣନ୍ତି ଯେ ବିଫଳତା ଜୀବନର ପୂର୍ଣ୍ଣ ଛେଦ ନୁହେଁ ବୋଲି। ଏହି ଠାରୁ ହିଁ ତାଙ୍କର ଆରମ୍ଭ ହୋଇଥାଏ ନୂଆ ସମ୍ଭାବନା।
ସେ ବିଭିନ୍ନ ପରୀକ୍ଷାରେ ୧୯ ଥର ବିଫଳ ହୋଇଥିଲେ। ପଡୋଶୀ, ବନ୍ଧୁ ଏବଂ ସମ୍ପର୍କୀୟମାନେ ପରୀକ୍ଷା ଦେବା ସମୟରେ ତାଙ୍କୁ ପରିହାସ କରୁଥିଲେ। ୧୯୯୧ ରେ ଦଲପତ୍ ସିଂହ ଆଭରେଜ ମର୍କ ସହିତ ଦଶମ ଶ୍ରେଣୀ ପାସ୍ କରିଥିଲେ। ୧୯୯୩ରୁ ୧୯୯୪ ପର୍ଯ୍ୟନ୍ତ ଦ୍ୱାଦଶରେ ବିଫଳ ହୋଇଥିଲେ। ୧୯୯୫ରେ ଗ୍ରେସ୍ ମାର୍କରେ ସେ ପାସ୍ ହୋଇଥିଲେ। ୧୯୯୬ ରୁ ୯୯ ମଧ୍ୟରେ ୪ଥର ବିଫଳ ପରେ ୨୦୦୦ ମସିହାରେ ଗ୍ରାଜୁଏସନ ପାସ କରିଥିଲେେ। ଏହି ସମୟରେ PMT, BSTC, PET, କୃଷି ବିଭାଗ, STE ଏବଂ ନର୍ସିଂର ଅନେକ ପରୀକ୍ଷା ଦେଇଥିଲେ। ହେଲେ ସମସ୍ତ ପରୀକ୍ଷାରେ ସେ ବିଫଳ ହୋଇଥିଲେ।
୨୦୦୩ ମସିହାରେ ତାଙ୍କର ପିଲାଦିନର ବନ୍ଧୁ ଅବିନାଶ ଚମ୍ପୱାଟ IASରେ ଅଲ ଇଣ୍ଡିଆରେ ଦ୍ୱିତୀୟ ମାନ୍ୟତା ପାଇଥିଲେ। ଏହା ପରେ ଦଲପତ ସିଂହ ନିଷ୍ପତ୍ତି ନେଇଥିଲେ ଯେ, ସେ ମଧ୍ୟ ଆଇଏଏସ୍ ପରୀକ୍ଷା ଦେବେ। କିନ୍ତୁ ଦ୍ୱିତୀୟ ପ୍ରୟାସରେ ମଧ୍ଯ ସଫଳ ହୋଇ ନ ଥିଲେ। ହେଲେ ସେ ହାର ମାନିନଥିଲେ। RAS ପରୀକ୍ଷାର ବିକଳ୍ପ ତାଙ୍କ ପାଇଁ ଖୋଲା ଥିଲା । ତୃତୀୟ ସୁଯୋଗରେ ଜଡିତ ହୋଇ RAS ପରୀକ୍ଷା ୨୦୦୮ରେ ୫୫ ରାଙ୍କ ପାଇବାରେ ସଫଳ ହୋଇଥିଲେ। ଏହାର ଫଳାଫଳ ୨୦୧୧ ରେ ଆସିଥିଲା ଏବଂ ସେ ଆକାଉଣ୍ଟସ୍ ସର୍ଭିସର କ୍ୟାଡର ପାଇଥିଲେ।
ଜଗଦୀଶ ବଙ୍ଗାରୱା: ଦଶମ ଶ୍ରେଣୀରେ ବିଫଳ ପରେ, ୨୩ ବର୍ଷ ବୟସରେ ଆଇପିଏସରେ ସଫଳ

ଜଗଦୀଶ ୨୩ବର୍ଷ ବୟସରେ ୨୦୧୮ରେ ସେ ଆଇପିଏସ୍ ଅଫିସର ହୋଇଥିଲେ। ୨୬ ବର୍ଷ ବୟସରେ ସେ ଗୁଜରାଟର କ୍ୟାଡରରେ ଯୋଗ ଦେଇଥିଲେ ଏବଂ ବର୍ତ୍ତମାନ ଗୁଜୁରାଟର ଦାହୋଦ ASP ଭାବରେ ନିଯୁକ୍ତ କରାଯାଇଛି। ତାଙ୍କୁ ତୀକ୍ଷ୍ଣ ପୁଲିସ କର୍ମଚାରୀଙ୍କ ମଧ୍ୟରେ ଗଣାଯାଏ |
ଅନେକ ଦକ୍ଷ ଅଧିକାରୀ ମଧ୍ୟ ଦଶମରେ ବିଫଳ ହୋଇଥିଲେ। ରାଜସ୍ଥାନର ବାଡମେର୍ ଜିଲ୍ଲାର ଏକ ଛୋଟ ଗାଁ ବାତୁ ସହରର ବାସିନ୍ଦା ଜଗଦୀଶ ବଙ୍ଗାରୱା । ସେ ଦ୍ୱିତୀୟ ପ୍ରୟାସରେ ଦଶମ ପରୀକ୍ଷାରେ ସଫଳ ହୋଇଥିଲେ। ଦ୍ୱାଦଶ ଶ୍ରେଣୀରେ ଗଣିତରେ କେବଳ ୩୮ମାର୍କ ମିଳିଥିଲା, କିନ୍ତୁ ମାର୍କସିଟ୍ ଜଗଦୀଶଙ୍କୁ ଅଟକାଇ ପାରିଲା ନାହିଁ। ସେ କଠିନ ପରିଶ୍ରମ ଏବଂ ନିଷ୍ଠା ସହିତ ଅଧ୍ୟୟନ ଜାରି ରଖିଥିଲେ। ୨୦୧୮ରେ ଭାରତୀୟ ସିଭିଲ ସର୍ଭିସେସ୍ ପରୀକ୍ଷା ଦେଇ ୪୮୬ ରାଙ୍କ ପାଇ ସଫଲତା ଅର୍ଜନ କରିଥିଲେ।
ଆଇପିଏସ୍ ଆକାଶ କୁଲହରି: କମ୍ ମାର୍କ ଯୋଗୁ ସ୍କୁଲରୁ ବିଦା ହୋଇଥିଲେ

ବିକାନେରର ବାସିନ୍ଦା ଆଇପିଏସ୍ ଆକାଶ କୁଲହରି। ସେ ବର୍ତ୍ତମାନର ୟୁପି ପୁଲିସର ଅଗ୍ନିଶମ ବିଭାଗର ଡିଜି। ଏହାପୂର୍ବରୁ ସେ କାନପୁରର ଅତିରିକ୍ତ ପୁଲିସ କମିଶନର ମଧ୍ୟ ରହିଛନ୍ତି। ଆକାଶ ବିକାନେରର କେନ୍ଦ୍ରୀୟ ବିଦ୍ୟାଲୟରେ ଅଧ୍ୟୟନ କରୁଥିଲେ। ୧୯୯୬ ମସିହାରେ ସେ ଦଶମ ପରୀକ୍ଷା ଦେଇଥିଲେ ୫୭% ମାର୍କ ପାଇଥିଲେ। କମ୍ ମାର୍କ ପାଇବା କାରଣରୁ ବିଦ୍ୟାଳୟରୁ ତାଙ୍କୁ ବାହାର କରି ଦିଆଯାଇଥିଲା।
ଆକାଶ ହାର ମାନିନଥିଲେ ଏବଂ ଏହା ପରେ କଠିନ ପରିଶ୍ରମ କରି ଦ୍ୱାଦଶ ବୋର୍ଡ ପରୀକ୍ଷାରେ ୮୫ ପ୍ରତିଶତ ମାର୍କ ହାସଲ କରିଥିଲେ। ପରେ ୨୦୦୧ରେ ସେ ଦୁଗଲ୍ କଲେଜ ବିକାନେରରୁ ବି.କମ୍ ଏବଂ ଦିଲ୍ଲୀର ଜେଏନୟୁ ୟୁନିଭରସିଟିରୁ ଏମ.କମ୍ କରିଥିଲେ। ୨୦୦୫ରେ MPhil ଏବଂ ୨୦୦୬ରେ ଆକାଶ ତାଙ୍କର ପ୍ରଥମ ପ୍ରୟାସରେ ସିଭିଲ୍ ସର୍ଭିସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ |
ଆଇଏଏସ୍ ଅଞ୍ଜୁ ଶର୍ମା: ଅଧା ବାର୍ଷିକ ପରୀକ୍ଷାରେ ବିଫଳ

ଜୟପୁରର ବାସିନ୍ଦା ଆଇଏଏସ୍ ଅଞ୍ଜୁ ଶର୍ମା ଗୁଜୁରାଟର ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟର ମୁଖ୍ୟ ସଚିବ ଅଟନ୍ତି। ଅଞ୍ଜୁ ମଧ୍ୟ ଜଣେ ଲେଖକ । ସେ ଏକ ପୁସ୍ତକ ଲେଖିଥିଲେ ଯାହାର ନାଁ ‘ ଆଇ ଅଫ ଦ ଷ୍ଟର୍ମ- ଡିସ୍କବର ଓ ଟୁ ସେଲ୍ଫ” ଯାହା ବହୁ ଲୋକପ୍ରିୟ ହୋଇଥିଲା । ଅଞ୍ଜୁ କହିଛନ୍ତି ଯେ ବିଫଳତା ଆପଣଙ୍କୁ ଯାହା ଶିଖାଏ, ଏହା ସଫଳତା ଶିଖାଇ ପାରିବ ନାହିଁ। ୧୯୯୩ରେ ସେ ଦଶମ ଶ୍ରେଣୀରେ ପଢୁଥିଲି । ଅଧା ବାର୍ଷିକ ପରୀକ୍ଷାରେ ପାସ କରି ପାରି ନ ଥିଲେ। ବିଫଳତା ଚାପ ଆଣିଥିଲା, ହେଲେ କିନ୍ତୁ ଏହା ନିଶ୍ଚିତ ଭାବରେ ଶିଖାଇ ଦେଇଥିଲା ଯେ, କୌଣସି କାର୍ଯ୍ୟ କରିବା ପାଇଁ ଯୋଜନା କେତେ ଗୁରୁତ୍ୱପୂର୍ଣ୍ଣ। ଏହା ପରେ ସେ ସ୍ଥିର କରିଥିଲେ ଯେ ପରୀକ୍ଷା ଯାହା ହେବ, ତାହା ଆଗରୁ ସେ ଅଧିକ ଶକ୍ତିଶାଳୀ ପ୍ରସ୍ତୁତ କରିବେ। ସେହି ବିଫଳତାରୁ ପାଇଥିବା ଶିକ୍ଷା ମୋର ପୁରା ଜୀବନକୁ ବଦଳାଇ ଦେଇଥିଲା ବୋଲି ଅଞ୍ଜୁ ଶର୍ମା କୁହନ୍ତି ।