ଆତଙ୍କବାଦୀ ଭାବି ସାଧାରଣ ନାଗରିକଙ୍କ ଉପରକୁ ସୁରକ୍ଷାକର୍ମୀଙ୍କ ଗୁଳିମାଡ, ୧୩ ମୃତ

The Sakala Picture
Published On

ନୂଆଦିଲ୍ଲୀ : ଶନିବାର ରାତିରେ ଉତ୍ତର-ପୂର୍ବ ରାଜ୍ୟ ନାଗାଲାଣ୍ଡର ମୋନ୍‌ ଜିଲ୍ଲା ଅନ୍ତର୍ଗତ ଓଟିଙ୍ଗ୍‌ରେ ଏକ ବଡ଼ ଘଟଣା ସାମ୍ନାକୁ ଆସିଛି। ସୁରକ୍ଷାକର୍ମୀଙ୍କ ଗୁଳିମାଡରେ ପ୍ରାୟ ୧୩ ଜଣ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି। ନାଗାଲାଣ୍ଡ୍‌ର ମୋନ୍‌ ଜିଲ୍ଲା ଅନ୍ତର୍ଗତ ଓଟିଙ୍ଗ୍‌ରେ ଆତଙ୍କବାଦୀ ବିରୋଧୀ ଅଭିଯାନରେ ‘ଭୁଲ ତଥ୍ୟ’ ଯୋଗୁଁ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଛି ବୋଲି ପୁଲିସ କହିଛି। ଏହି ଗୁଳିକାଣ୍ଡରେ ଜଣେ ନିରାପତ୍ତା ଯବାନଙ୍କର ମଧ୍ୟ ମୃତ୍ୟୁ ଘଟିଛି। ସୂଚନାଅନୁସାରେ ସୁରକ୍ଷାକର୍ମୀ ଆତଙ୍କବାଦୀ ବିରୋଧୀ ଅଭିଯାନ […]

ନୂଆଦିଲ୍ଲୀ : ଶନିବାର ରାତିରେ ଉତ୍ତର-ପୂର୍ବ ରାଜ୍ୟ ନାଗାଲାଣ୍ଡର ମୋନ୍‌ ଜିଲ୍ଲା ଅନ୍ତର୍ଗତ ଓଟିଙ୍ଗ୍‌ରେ ଏକ ବଡ଼ ଘଟଣା ସାମ୍ନାକୁ ଆସିଛି। ସୁରକ୍ଷାକର୍ମୀଙ୍କ ଗୁଳିମାଡରେ ପ୍ରାୟ ୧୩ ଜଣ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି। ନାଗାଲାଣ୍ଡ୍‌ର ମୋନ୍‌ ଜିଲ୍ଲା ଅନ୍ତର୍ଗତ ଓଟିଙ୍ଗ୍‌ରେ ଆତଙ୍କବାଦୀ ବିରୋଧୀ ଅଭିଯାନରେ ‘ଭୁଲ ତଥ୍ୟ’ ଯୋଗୁଁ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଛି ବୋଲି ପୁଲିସ କହିଛି। ଏହି ଗୁଳିକାଣ୍ଡରେ ଜଣେ ନିରାପତ୍ତା ଯବାନଙ୍କର ମଧ୍ୟ ମୃତ୍ୟୁ ଘଟିଛି।

ଆହୁରି ପଢ଼ନ୍ତୁ: ତେଲେଙ୍ଗାନା ପୋଲିସ ନିକଟରେ ଆତ୍ମସମର୍ପଣ କଲେ ୪୨ ମାଓବାଦୀ, ତେଲେଙ୍ଗାନାକୁ ମାଓମୁକ୍ତ ରାଜ୍ୟ କହିଲେ ଡିଜିପି

ସୂଚନାଅନୁସାରେ ସୁରକ୍ଷାକର୍ମୀ ଆତଙ୍କବାଦୀ ବିରୋଧୀ ଅଭିଯାନ କରୁଥିଲେ। ଏହି ସମୟରେ ଏକ ସୂଚନା ମିଳିଥିଲା କି ଆତଙ୍କବାଦୀ ଲୁଚି ରହିଛନ୍ତି । ଏହି ସୂଚନା ମିଳିବାପରେ ସୁରକ୍ଷା ବାହିନୀ ତିରୁ-ଓଟିଙ୍ଗ ରାସ୍ତାରେ ଜଗି ରହିଥିଲେ। ଏହି ସମୟରେ ସେହି ରାସ୍ତାଦେଇ କିଛି ଗ୍ରାମବାସୀ ମିନି ପିକ୍‌ ଅପ୍‌ ଟ୍ରକ୍‌ରେ ଘରକୁ ଫେରୁଥିଲେ। କିନ୍ତୁ ଭୁଲରେ ସୁରକ୍ଷାକର୍ମୀ ଗ୍ରାମବାସୀଙ୍କୁ ଆତଙ୍କୀ ବୋଲି ଭାବି ନେଇଥିଲେ। ଏହାପରେ ତାଙ୍କ ଉପରେ ଗୁଳିମାଡ କରିଦେଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ୧୨ରୁ ଅଧିକ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିଲେ।

ଆହୁରି ପଢ଼ନ୍ତୁ: ଇସଲାମାବାଦ ଆଲୋଚନା ପୂର୍ବରୁ ଇରାନର କଡ଼ା ବାର୍ତ୍ତା: ବିମାନରେ ମିନାବ୍ ଆକ୍ରମଣରେ ନିହତ ପିଲାଙ୍କ ଫଟୋ ରଖିଲେ ବାଚସ୍ପତି ଘାଲିବାଫ୍

ଏହି ଘଟଣା ଜଣା ପଡିବା ପରେ ଗ୍ରାମବାସୀ କ୍ରୋଧିତ ହୋଇ ସୁରକ୍ଷା ବାହିନୀକୁ ଘେରିଯାଇ ସେମାନଙ୍କ ଗାଡିକୁ ନିଆଁ ଲଗାଇଦେଇଥିଲେ। ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗିରହିଛି। ଏହି ଘଟଣା ପରେ ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ନେଫିଓ ରିଓ ଶାନ୍ତି ପାଇଁ ଲୋକଙ୍କୁ ନିବେଦନ କରିଛନ୍ତି। ଏହି ଘଟଣାର ଅନୁସନ୍ଧାନ ପାଇଁ ସେ ଏସଆଇଟି ଗଠନ କରିଛନ୍ତି।

ଆହୁରି ପଢ଼ନ୍ତୁ: ଯୀଶୁଖ୍ରୀଷ୍ଟଙ୍କ ଅବତାର ବୋଲି ନିଜକୁ ଦର୍ଶାଇଲେ ଡୋନାଲ୍ଡ ଟ୍ରମ୍ପ: ଟ୍ରୁଥ୍ ସୋସିଆଲରେ ଏଆଇ ଫଟୋ ଭାଇରାଲ୍

ମୁଖ୍ୟମନ୍ତ୍ରୀ ନେଫିଓ ରିଓ ଟ୍ବିଟ୍‌ କରି ଏହାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ଏବଂ ଏକ ଉଚ୍ଚ ସ୍ତରୀୟ ଏସଆଇଟି ଅନୁସନ୍ଧାନ କରିବ ଏବଂ ଦେଶର ଆଇନ ଅନୁଯାୟୀ ନ୍ୟାୟ ପ୍ରଦାନ କରାଯିବ। “ସୋମ, ଓଟିଙ୍ଗରେ ସାଧାରଣ ନାଗରିକଙ୍କ ହତ୍ୟା ଘଟାଇଥିବା ଦୁର୍ଭାଗ୍ୟଜନକ ଘଟଣା ଅତ୍ୟନ୍ତ ନିନ୍ଦନୀୟ। ଉଚ୍ଚ ସ୍ତରୀୟ ଏସଆଇଟି ଅନୁସନ୍ଧାନ କରିବ ଏବଂ ଆଇନ ଅନୁଯାୟୀ ନ୍ୟାୟ ପ୍ରଦାନ କରାଯିବ।

ଅନ୍ୟପଟେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ସେ ଟ୍ୱିଟ୍‌ କରି କହିଛନ୍ତି, ‘ନାଗାଲାଣ୍ଡର ଓଟିଙ୍ଗରେ ଘଟିଥିବା ଦୁର୍ଭାଗ୍ୟଜନକ ଘଟଣାକୁ ନେଇ ମୁଁ ଦୁଃଖିତ। ଯେଉଁମାନେ ପ୍ରାଣ ହରାଇଛନ୍ତି ସେମାନଙ୍କ ପରିବାର ପ୍ରତି ମୁଁ ଗଭୀର ସମବେଦନା ଜଣାଉଛି। ରାଜ୍ୟ ସରକାରଙ୍କ ଦ୍ୱାରା ସ୍ଥାପିତ ଏକ ଉଚ୍ଚ ସ୍ତରୀୟ ଏସଆଇଟି ଏହି ଘଟଣାର ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରିବ ଯାହାଦ୍ୱାରା ଶୋକସନ୍ତପ୍ତ ପରିବାର ନ୍ୟାୟ ପାଇବେ।’

05 Dec 2021 By The Sakala

ଆତଙ୍କବାଦୀ ଭାବି ସାଧାରଣ ନାଗରିକଙ୍କ ଉପରକୁ ସୁରକ୍ଷାକର୍ମୀଙ୍କ ଗୁଳିମାଡ, ୧୩ ମୃତ

ନୂଆଦିଲ୍ଲୀ : ଶନିବାର ରାତିରେ ଉତ୍ତର-ପୂର୍ବ ରାଜ୍ୟ ନାଗାଲାଣ୍ଡର ମୋନ୍‌ ଜିଲ୍ଲା ଅନ୍ତର୍ଗତ ଓଟିଙ୍ଗ୍‌ରେ ଏକ ବଡ଼ ଘଟଣା ସାମ୍ନାକୁ ଆସିଛି। ସୁରକ୍ଷାକର୍ମୀଙ୍କ ଗୁଳିମାଡରେ ପ୍ରାୟ ୧୩ ଜଣ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି। ନାଗାଲାଣ୍ଡ୍‌ର ମୋନ୍‌ ଜିଲ୍ଲା ଅନ୍ତର୍ଗତ ଓଟିଙ୍ଗ୍‌ରେ ଆତଙ୍କବାଦୀ ବିରୋଧୀ ଅଭିଯାନରେ ‘ଭୁଲ ତଥ୍ୟ’ ଯୋଗୁଁ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଛି ବୋଲି ପୁଲିସ କହିଛି। ଏହି ଗୁଳିକାଣ୍ଡରେ ଜଣେ ନିରାପତ୍ତା ଯବାନଙ୍କର ମଧ୍ୟ ମୃତ୍ୟୁ ଘଟିଛି।

ସୂଚନାଅନୁସାରେ ସୁରକ୍ଷାକର୍ମୀ ଆତଙ୍କବାଦୀ ବିରୋଧୀ ଅଭିଯାନ କରୁଥିଲେ। ଏହି ସମୟରେ ଏକ ସୂଚନା ମିଳିଥିଲା କି ଆତଙ୍କବାଦୀ ଲୁଚି ରହିଛନ୍ତି । ଏହି ସୂଚନା ମିଳିବାପରେ ସୁରକ୍ଷା ବାହିନୀ ତିରୁ-ଓଟିଙ୍ଗ ରାସ୍ତାରେ ଜଗି ରହିଥିଲେ। ଏହି ସମୟରେ ସେହି ରାସ୍ତାଦେଇ କିଛି ଗ୍ରାମବାସୀ ମିନି ପିକ୍‌ ଅପ୍‌ ଟ୍ରକ୍‌ରେ ଘରକୁ ଫେରୁଥିଲେ। କିନ୍ତୁ ଭୁଲରେ ସୁରକ୍ଷାକର୍ମୀ ଗ୍ରାମବାସୀଙ୍କୁ ଆତଙ୍କୀ ବୋଲି ଭାବି ନେଇଥିଲେ। ଏହାପରେ ତାଙ୍କ ଉପରେ ଗୁଳିମାଡ କରିଦେଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ୧୨ରୁ ଅଧିକ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିଲେ।

ଏହି ଘଟଣା ଜଣା ପଡିବା ପରେ ଗ୍ରାମବାସୀ କ୍ରୋଧିତ ହୋଇ ସୁରକ୍ଷା ବାହିନୀକୁ ଘେରିଯାଇ ସେମାନଙ୍କ ଗାଡିକୁ ନିଆଁ ଲଗାଇଦେଇଥିଲେ। ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗିରହିଛି। ଏହି ଘଟଣା ପରେ ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ନେଫିଓ ରିଓ ଶାନ୍ତି ପାଇଁ ଲୋକଙ୍କୁ ନିବେଦନ କରିଛନ୍ତି। ଏହି ଘଟଣାର ଅନୁସନ୍ଧାନ ପାଇଁ ସେ ଏସଆଇଟି ଗଠନ କରିଛନ୍ତି।

ମୁଖ୍ୟମନ୍ତ୍ରୀ ନେଫିଓ ରିଓ ଟ୍ବିଟ୍‌ କରି ଏହାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ଏବଂ ଏକ ଉଚ୍ଚ ସ୍ତରୀୟ ଏସଆଇଟି ଅନୁସନ୍ଧାନ କରିବ ଏବଂ ଦେଶର ଆଇନ ଅନୁଯାୟୀ ନ୍ୟାୟ ପ୍ରଦାନ କରାଯିବ। “ସୋମ, ଓଟିଙ୍ଗରେ ସାଧାରଣ ନାଗରିକଙ୍କ ହତ୍ୟା ଘଟାଇଥିବା ଦୁର୍ଭାଗ୍ୟଜନକ ଘଟଣା ଅତ୍ୟନ୍ତ ନିନ୍ଦନୀୟ। ଉଚ୍ଚ ସ୍ତରୀୟ ଏସଆଇଟି ଅନୁସନ୍ଧାନ କରିବ ଏବଂ ଆଇନ ଅନୁଯାୟୀ ନ୍ୟାୟ ପ୍ରଦାନ କରାଯିବ।

ଅନ୍ୟପଟେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ସେ ଟ୍ୱିଟ୍‌ କରି କହିଛନ୍ତି, ‘ନାଗାଲାଣ୍ଡର ଓଟିଙ୍ଗରେ ଘଟିଥିବା ଦୁର୍ଭାଗ୍ୟଜନକ ଘଟଣାକୁ ନେଇ ମୁଁ ଦୁଃଖିତ। ଯେଉଁମାନେ ପ୍ରାଣ ହରାଇଛନ୍ତି ସେମାନଙ୍କ ପରିବାର ପ୍ରତି ମୁଁ ଗଭୀର ସମବେଦନା ଜଣାଉଛି। ରାଜ୍ୟ ସରକାରଙ୍କ ଦ୍ୱାରା ସ୍ଥାପିତ ଏକ ଉଚ୍ଚ ସ୍ତରୀୟ ଏସଆଇଟି ଏହି ଘଟଣାର ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରିବ ଯାହାଦ୍ୱାରା ଶୋକସନ୍ତପ୍ତ ପରିବାର ନ୍ୟାୟ ପାଇବେ।’

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର