ଭାରତରେ ପ୍ରତି ୨ ମିନିଟ୍‌ରେ ଜନ୍ମ ନେଉଛନ୍ତି ୧୦୦ ଶିଶୁ, ଶିର୍ଷରେ ରହିଛି ଏହି ରାଜ୍ୟ…

The Sakala Picture
Published On

ନୂଆଦିଲ୍ଲୀ: ଭାରତରେ ପ୍ରତି ୨ ମିନିଟରେ ଶହେ ଶିଶୁ ଜନ୍ମ ହେଉଛନ୍ତି। ଏଥିରେ ଉତ୍ତରପ୍ରଦେଶ (ୟୁପି) ଏବଂ ବିହାରର କେବଳ ୩୪ ଶିଶୁ ସାମିଲ ଅଛନ୍ତି। ସାମ୍ପଲ ରେଜିଷ୍ଟ୍ରେସନ ସିଷ୍ଟମର ୨୦୨୦ ତଥ୍ୟ ଅନୁଯାୟୀ ପ୍ରତି ୨ ମିନିଟରେ ୟୁପିରେ କେବଳ ୨୨ ଶିଶୁ ଜନ୍ମ ହେଉଛନ୍ତି। ଏହା ପଛରେ ବିହାର (୧୨) ରହିଛି। ସେହିପରି ମଧ୍ୟପ୍ରଦେଶରେ ୮ ଜଣ, ରାଜସ୍ଥାନ ଏବଂ ମହାରାଷ୍ଟ୍ରରେ ୭ ଜଣ ଲେଖାଏଁ, ଗୁଜରାଟ ଏବଂ ପଶ୍ଚିମବଙ୍ଗରେ ୫ ଲେଖାଏଁ, ଆସାମ, […]

ନୂଆଦିଲ୍ଲୀ: ଭାରତରେ ପ୍ରତି ୨ ମିନିଟରେ ଶହେ ଶିଶୁ ଜନ୍ମ ହେଉଛନ୍ତି। ଏଥିରେ ଉତ୍ତରପ୍ରଦେଶ (ୟୁପି) ଏବଂ ବିହାରର କେବଳ ୩୪ ଶିଶୁ ସାମିଲ ଅଛନ୍ତି। ସାମ୍ପଲ ରେଜିଷ୍ଟ୍ରେସନ ସିଷ୍ଟମର ୨୦୨୦ ତଥ୍ୟ ଅନୁଯାୟୀ ପ୍ରତି ୨ ମିନିଟରେ ୟୁପିରେ କେବଳ ୨୨ ଶିଶୁ ଜନ୍ମ ହେଉଛନ୍ତି। ଏହା ପଛରେ ବିହାର (୧୨) ରହିଛି। ସେହିପରି ମଧ୍ୟପ୍ରଦେଶରେ ୮ ଜଣ, ରାଜସ୍ଥାନ ଏବଂ ମହାରାଷ୍ଟ୍ରରେ ୭ ଜଣ ଲେଖାଏଁ, ଗୁଜରାଟ ଏବଂ ପଶ୍ଚିମବଙ୍ଗରେ ୫ ଲେଖାଏଁ, ଆସାମ, ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ, ଝଡଖଣ୍ଡ, ଓଡ଼ିଶାରେ ୩ ଜଣ ଲେଖାଏଁ, ହରିୟାଣା, ପଞ୍ଜାବ, ଛତିଶଗଡ, କେରଳରେ ୨ ଲେଖାଏଁ ଏବଂ ଦିଲ୍ଲୀରେ ପ୍ରତି ୨ମିନିଟରେ ଜଣେ ଶିଶୁ ଜନ୍ମ ହେଉଛନ୍ତି।

ଆହୁରି ପଢ଼ନ୍ତୁ: ଅଖିଳେଶ ଯାଦବଙ୍କ ସାବତ ଭାଇ ପ୍ରତୀକ ଯାଦବଙ୍କ ପରଲୋକ: ୩୮ ବର୍ଷ ବୟସରେ ଆଖି ବୁଜିଲେ ମୁଲାୟମଙ୍କ ସାନ ପୁଅ

ତେବେ ଦେଶରେ ପ୍ରତି ୨ ମିନିଟରେ ଶହେ ଶିଶୁ ଜନ୍ମ ନେଉଥିବା ବେଳେ ଭାରତରେ କିନ୍ତୁ ପ୍ରଜନନ ହାର ୨%କୁ ଖସିଛି। ଗତମାସରେ ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ (ଏନ୍‌ଏଫ୍‌ଏଚ୍‌ଏସ୍‌)ର ସଦ୍ୟ ରିପୋର୍ଟରେ ଏ ସଂକ୍ରାନ୍ତ ତଥ୍ୟ ଉପସ୍ଥାପନ କରାଯାଇଛି। ଦେଶରେ ଶିଶୁ ଜନ୍ମ ହାର ୨.୨ ପ୍ରତିଶତରୁ କମି ୨%କୁ ଖସିଆସିଛି। ସବୁ ଧର୍ମ କ୍ଷେତ୍ରରେ ପ୍ରଜନନ ହାର କରୁଥବା ଦେଖିବାକୁ ମିଳିଛି। କନ୍ୟା ସନ୍ତାନ ଜନ୍ମକୁ ନେଇ ଲୋକଙ୍କ ମାନସିକତାରେ ମଧ୍ୟ ବଡ଼ ପରିବର୍ତ୍ତନ ଆସିଛି । ପୁଅ-ଝିଅ ମଧ୍ୟରେ କିଛି ଫରକ ନଦେଖି ଅଧିକାଂଶ ମହିଳା ପୁତ୍ର ସନ୍ତାନ ଜନ୍ମ ଦେବାର ମୋହ ତ୍ୟାଗ କରୁଛନ୍ତି। ଦେଶରେ ଦୁଇ ଝିଅଙ୍କୁ ଜନ୍ମ ଦେଇଥିବା ୬୫ ପ୍ରତିଶତ ମହିଳା ଏଭଳି ଅଛନ୍ତି ଯେଉଁମାନେ ପୁଅଙ୍କୁ ନେଇ କୌଣସି ଅଭିଳାଷ ରଖିନଥିବା କହିଛନ୍ତି।

ଆହୁରି ପଢ଼ନ୍ତୁ: ୭୯ ବର୍ଷୀୟ ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱାସ୍ଥ୍ୟକୁ ନେଇ ବଢୁଛି ଚିନ୍ତା: ନିଷ୍ପତ୍ତି ନେବା କ୍ଷମତା ଉପରେ ଉଠିଲା ପ୍ରଶ୍ନ

ଦେଶରେ ଉଚ୍ଚ ପ୍ରଜନନ ହାର ଥିବା ମୁସ୍‌ଲିମ ସଂପ୍ରଦାୟରେ ମଧ୍ୟ ପ୍ରଜନନ ହାର ଦ୍ରୁତ ଗତିରେ କମିଛି। ୨୦୧୫-୧୬ ସର୍ଭେ ତୁଳନାରେ ୨୦୧୯-୨୧ ସର୍ଭେରେ ମୁସ୍‌ଲିମ ସଂପ୍ରଦାୟରେ ପ୍ରଜନନ ହାର ଅନ୍ୟ ଧର୍ମ ଅପେକ୍ଷା ଦ୍ରୁତ ହ୍ରାସ ହେଉଥିବା ସାମ୍ନାକୁ ଆସିଛି। ଚଳିତ ସର୍ଭେ ରିପୋର୍ଟ ମୁସ୍‌ଲିମ୍‌ ସଂପ୍ରଦାୟର ପ୍ରଜନନ ହାର ୪.୪ ପ୍ରତିଶତରୁ ୨.୩୬କୁ ଖସି ଆସିଛି। ତେବେ ସର୍ଭେର ପ୍ରତ୍ୟେକ ପର୍ଯ୍ୟାୟରେ ମୁସ୍‌ଲିମଙ୍କ କ୍ଷେତ୍ରରେ ପ୍ରଜନନ ହାର ଦ୍ରୁତ ଗତିରେ କମିଥିଲେ ମଧ୍ୟ ଅନ୍ୟ ଧର୍ମ ତୁଳନାରେ ଏହା ଅଧିକ ରହିଛି। ଏନ୍‌ଏଫ୍‌ଏଚ୍‌ଏସ୍‌ ଦ୍ବାରା ଆଜି ପର୍ଯ୍ୟନ୍ତ ହୋଇଥିବା ୫ଟି ସର୍ଭେରେ ମୁସ୍‌ଲିମ ପ୍ରଜନନ ହାରରେ ୪୬.୫ ପ୍ରତିଶତ ହ୍ରାସ ଦେଖିବାକୁ ମିଳିଛି। ହିନ୍ଦୁଙ୍କ କ୍ଷେତ୍ରରେ ଏହା ୪୧.୨ ପ୍ରତିଶତ ରହିଛି। ଉତ୍ତରପ୍ରଦେଶରେ ହିନ୍ଦୁମାନଙ୍କ ପ୍ରଜନନ ହାର ୨.୨୯ ପ୍ରତିଶତ ରହିଥିବା ବେଳେ ତାମିଲନାଡ଼ୁରେ ଏହା ୧.୭୫ ରହିଛି । ୟୁପିରେ ମୁସ୍‌ଲିମଙ୍କ ପ୍ରଜନନ ହାର ୨.୬୬ ରହିଥିବା ବେଳେ ତାମିଲନାଡ଼ୁରେ ୧.୯୩ ରହିଛି।

ଆହୁରି ପଢ଼ନ୍ତୁ: ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଦାବି: ରାଜନୀତିରେ ପ୍ରବେଶ କରିବାକୁ ଦିଲଜିତ ଦୋସାଞ୍ଝଙ୍କ ଉପରେ ପଡ଼ୁଛି ଚାପ

07 Jun 2022 By The Sakala

ଭାରତରେ ପ୍ରତି ୨ ମିନିଟ୍‌ରେ ଜନ୍ମ ନେଉଛନ୍ତି ୧୦୦ ଶିଶୁ, ଶିର୍ଷରେ ରହିଛି ଏହି ରାଜ୍ୟ…

ନୂଆଦିଲ୍ଲୀ: ଭାରତରେ ପ୍ରତି ୨ ମିନିଟରେ ଶହେ ଶିଶୁ ଜନ୍ମ ହେଉଛନ୍ତି। ଏଥିରେ ଉତ୍ତରପ୍ରଦେଶ (ୟୁପି) ଏବଂ ବିହାରର କେବଳ ୩୪ ଶିଶୁ ସାମିଲ ଅଛନ୍ତି। ସାମ୍ପଲ ରେଜିଷ୍ଟ୍ରେସନ ସିଷ୍ଟମର ୨୦୨୦ ତଥ୍ୟ ଅନୁଯାୟୀ ପ୍ରତି ୨ ମିନିଟରେ ୟୁପିରେ କେବଳ ୨୨ ଶିଶୁ ଜନ୍ମ ହେଉଛନ୍ତି। ଏହା ପଛରେ ବିହାର (୧୨) ରହିଛି। ସେହିପରି ମଧ୍ୟପ୍ରଦେଶରେ ୮ ଜଣ, ରାଜସ୍ଥାନ ଏବଂ ମହାରାଷ୍ଟ୍ରରେ ୭ ଜଣ ଲେଖାଏଁ, ଗୁଜରାଟ ଏବଂ ପଶ୍ଚିମବଙ୍ଗରେ ୫ ଲେଖାଏଁ, ଆସାମ, ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ, ଝଡଖଣ୍ଡ, ଓଡ଼ିଶାରେ ୩ ଜଣ ଲେଖାଏଁ, ହରିୟାଣା, ପଞ୍ଜାବ, ଛତିଶଗଡ, କେରଳରେ ୨ ଲେଖାଏଁ ଏବଂ ଦିଲ୍ଲୀରେ ପ୍ରତି ୨ମିନିଟରେ ଜଣେ ଶିଶୁ ଜନ୍ମ ହେଉଛନ୍ତି।

ତେବେ ଦେଶରେ ପ୍ରତି ୨ ମିନିଟରେ ଶହେ ଶିଶୁ ଜନ୍ମ ନେଉଥିବା ବେଳେ ଭାରତରେ କିନ୍ତୁ ପ୍ରଜନନ ହାର ୨%କୁ ଖସିଛି। ଗତମାସରେ ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ (ଏନ୍‌ଏଫ୍‌ଏଚ୍‌ଏସ୍‌)ର ସଦ୍ୟ ରିପୋର୍ଟରେ ଏ ସଂକ୍ରାନ୍ତ ତଥ୍ୟ ଉପସ୍ଥାପନ କରାଯାଇଛି। ଦେଶରେ ଶିଶୁ ଜନ୍ମ ହାର ୨.୨ ପ୍ରତିଶତରୁ କମି ୨%କୁ ଖସିଆସିଛି। ସବୁ ଧର୍ମ କ୍ଷେତ୍ରରେ ପ୍ରଜନନ ହାର କରୁଥବା ଦେଖିବାକୁ ମିଳିଛି। କନ୍ୟା ସନ୍ତାନ ଜନ୍ମକୁ ନେଇ ଲୋକଙ୍କ ମାନସିକତାରେ ମଧ୍ୟ ବଡ଼ ପରିବର୍ତ୍ତନ ଆସିଛି । ପୁଅ-ଝିଅ ମଧ୍ୟରେ କିଛି ଫରକ ନଦେଖି ଅଧିକାଂଶ ମହିଳା ପୁତ୍ର ସନ୍ତାନ ଜନ୍ମ ଦେବାର ମୋହ ତ୍ୟାଗ କରୁଛନ୍ତି। ଦେଶରେ ଦୁଇ ଝିଅଙ୍କୁ ଜନ୍ମ ଦେଇଥିବା ୬୫ ପ୍ରତିଶତ ମହିଳା ଏଭଳି ଅଛନ୍ତି ଯେଉଁମାନେ ପୁଅଙ୍କୁ ନେଇ କୌଣସି ଅଭିଳାଷ ରଖିନଥିବା କହିଛନ୍ତି।

ଦେଶରେ ଉଚ୍ଚ ପ୍ରଜନନ ହାର ଥିବା ମୁସ୍‌ଲିମ ସଂପ୍ରଦାୟରେ ମଧ୍ୟ ପ୍ରଜନନ ହାର ଦ୍ରୁତ ଗତିରେ କମିଛି। ୨୦୧୫-୧୬ ସର୍ଭେ ତୁଳନାରେ ୨୦୧୯-୨୧ ସର୍ଭେରେ ମୁସ୍‌ଲିମ ସଂପ୍ରଦାୟରେ ପ୍ରଜନନ ହାର ଅନ୍ୟ ଧର୍ମ ଅପେକ୍ଷା ଦ୍ରୁତ ହ୍ରାସ ହେଉଥିବା ସାମ୍ନାକୁ ଆସିଛି। ଚଳିତ ସର୍ଭେ ରିପୋର୍ଟ ମୁସ୍‌ଲିମ୍‌ ସଂପ୍ରଦାୟର ପ୍ରଜନନ ହାର ୪.୪ ପ୍ରତିଶତରୁ ୨.୩୬କୁ ଖସି ଆସିଛି। ତେବେ ସର୍ଭେର ପ୍ରତ୍ୟେକ ପର୍ଯ୍ୟାୟରେ ମୁସ୍‌ଲିମଙ୍କ କ୍ଷେତ୍ରରେ ପ୍ରଜନନ ହାର ଦ୍ରୁତ ଗତିରେ କମିଥିଲେ ମଧ୍ୟ ଅନ୍ୟ ଧର୍ମ ତୁଳନାରେ ଏହା ଅଧିକ ରହିଛି। ଏନ୍‌ଏଫ୍‌ଏଚ୍‌ଏସ୍‌ ଦ୍ବାରା ଆଜି ପର୍ଯ୍ୟନ୍ତ ହୋଇଥିବା ୫ଟି ସର୍ଭେରେ ମୁସ୍‌ଲିମ ପ୍ରଜନନ ହାରରେ ୪୬.୫ ପ୍ରତିଶତ ହ୍ରାସ ଦେଖିବାକୁ ମିଳିଛି। ହିନ୍ଦୁଙ୍କ କ୍ଷେତ୍ରରେ ଏହା ୪୧.୨ ପ୍ରତିଶତ ରହିଛି। ଉତ୍ତରପ୍ରଦେଶରେ ହିନ୍ଦୁମାନଙ୍କ ପ୍ରଜନନ ହାର ୨.୨୯ ପ୍ରତିଶତ ରହିଥିବା ବେଳେ ତାମିଲନାଡ଼ୁରେ ଏହା ୧.୭୫ ରହିଛି । ୟୁପିରେ ମୁସ୍‌ଲିମଙ୍କ ପ୍ରଜନନ ହାର ୨.୬୬ ରହିଥିବା ବେଳେ ତାମିଲନାଡ଼ୁରେ ୧.୯୩ ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର