ଉତ୍ତରାଖଣ୍ଡ ଭୟଙ୍କର ହିମସ୍ଖଳନ : ୧୦ ପର୍ବତାରୋହୀଙ୍କ ମୃତ୍ୟୁ, ଏବେବି ଅନେକ ନିଖୋଜ

The Sakala Picture
Published On

ନୂଆଦିଲ୍ଲୀ : ଉତ୍ତରାଖଣ୍ଡ ଉତ୍ତର କାଶୀରେ ମଙ୍ଗଳବାର ବଡ଼ ଧରଣର ହିମସ୍ଖଳନ ହୋଇଛି । ଦୌପ୍ରଦୀର ଦାଣ୍ଡା-୨ ପର୍ବତରେ ଭୟଙ୍କର ହିମସ୍ଖଳନ ଯୋଗୁ ୧୦ ପର୍ବତାରୋହୀଙ୍କ ମୃତ୍ୟୁ ହୋଇଛି। ଏଥିସହ ଅନେକ ଏବେବି ବରଫ ତଳେ ଫଶି ରହିଛନ୍ତି। ଉଦ୍ଧାର ପାଇଁ ଘଟଣାସ୍ଥଳକୁ ସେନା, ଏନଡିଆରଏଫ, ଏସଡିଆରଏଫ, ଆଇଇଟିବିପି ଯବାନମାନେ ଯାଇଛନ୍ତି।ସମସ୍ତ ପ୍ରଶିକ୍ଷାର୍ଥୀ ପର୍ବତାରୋହୀ ଉତ୍ତରକାଶୀର ନେହେରୁ ପର୍ବତାରୋହଣ ପ୍ରତିଷ୍ଠାନର ସଦସ୍ୟ ଥିଲେ। ଉଲ୍ଲେଖଯୋଗ୍ୟ, ଉତ୍ତରାଖଣ୍ଡରେ ଆଜି ଏକ ବଡ଼ଧରଣର ହିମସ୍ଖଳନ ହେବା ଫଳରେ ଦାଣ୍ଡା-୨ ଶିଖରକୁ […]

ନୂଆଦିଲ୍ଲୀ : ଉତ୍ତରାଖଣ୍ଡ ଉତ୍ତର କାଶୀରେ ମଙ୍ଗଳବାର ବଡ଼ ଧରଣର ହିମସ୍ଖଳନ ହୋଇଛି । ଦୌପ୍ରଦୀର ଦାଣ୍ଡା-୨ ପର୍ବତରେ ଭୟଙ୍କର ହିମସ୍ଖଳନ ଯୋଗୁ ୧୦ ପର୍ବତାରୋହୀଙ୍କ ମୃତ୍ୟୁ ହୋଇଛି। ଏଥିସହ ଅନେକ ଏବେବି ବରଫ ତଳେ ଫଶି ରହିଛନ୍ତି। ଉଦ୍ଧାର ପାଇଁ ଘଟଣାସ୍ଥଳକୁ ସେନା, ଏନଡିଆରଏଫ, ଏସଡିଆରଏଫ, ଆଇଇଟିବିପି ଯବାନମାନେ ଯାଇଛନ୍ତି।ସମସ୍ତ ପ୍ରଶିକ୍ଷାର୍ଥୀ ପର୍ବତାରୋହୀ ଉତ୍ତରକାଶୀର ନେହେରୁ ପର୍ବତାରୋହଣ ପ୍ରତିଷ୍ଠାନର ସଦସ୍ୟ ଥିଲେ।

ଆହୁରି ପଢ଼ନ୍ତୁ: ଭାରତ-ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷରିତ: ୨୦ ବିଲିୟନ ଡଲାର ନିବେଶ ସହ ମିଳିବ ୫୦୦୦ ଭିସା

ଉଲ୍ଲେଖଯୋଗ୍ୟ, ଉତ୍ତରାଖଣ୍ଡରେ ଆଜି ଏକ ବଡ଼ଧରଣର ହିମସ୍ଖଳନ ହେବା ଫଳରେ ଦାଣ୍ଡା-୨ ଶିଖରକୁ ଚଢ଼ୁଥିବା ଏକ ଟ୍ରେକିଂ ଗ୍ରୁପ୍‌ର ୨୦ ଅଧିକ ପର୍ବତାରୋହୀ ବରଫ ତଳେ ଫସି ଯାଇଥିଲେ। ଏମାନେ ସମସ୍ତେ ଉତ୍ତରକାଶୀର ନେହେରୁ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମାଉଣ୍ଟେନନିଅରିଙ୍ଗ ସଦସ୍ୟ ଥିଲେ। ଏହି ଗ୍ରୁପରେ ୪୦ ଜଣ ପର୍ବତାରୋହୀ ଏବଂ ପ୍ରାୟ ୧୫ ଜଣ ପ୍ରଶିକ୍ଷକ ଅନ୍ତର୍ଭୁକ୍ତ ଥିଲେ।

ଆହୁରି ପଢ଼ନ୍ତୁ: ବିଦେଶରେ ପାଠପଢ଼ା ସହିତ ଚାକିରି କରୁଛନ୍ତି ଭାରତୀୟ ଛାତ୍ରୀ, କହିଲେ ଭାରତ ଓ ବିଦେଶ ମଧ୍ୟରେ ଥିବା ଫରକ : ଭିଡିଓ ଭାଇରାଲ୍

ହିମସ୍ଖଳନ ପରେ ଡ୍ରାଉପାଡି ଶିଖରକୁ ଯିବା ବାଟରେ ଏହି ୨୦ରୁ ଅଧିକ ପର୍ବତାରୋହୀ ଫସି ଯାଇଥିଲେ। ଏମାନଙ୍କୁ ଖୋଜିବା ଏବଂ ଉଦ୍ଧାର କରିବା ପାଇଁ ରାଜ୍ୟ ବିପର୍ଯ୍ୟୟ ବାହିନୀ ଏବଂ ଜାତୀୟ ବିପର୍ଯ୍ୟୟ ବାହିନୀକୁ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ।ଉଦ୍ଧାର କାର୍ଯ୍ୟରେ ବାୟୁସେନାର ଦୁଇଟି ଚିତା ହେଲିକପ୍ଟର ନିୟୋଜିତ ଅଛନ୍ତି। ଆଉ କିଛି ହେଲିକପ୍ଟରକୁ ଷ୍ଟାଣ୍ଡ ବାଏ ମୋଡରେ ରଖାଯାଇଥିବା ସେନା କହିଛି।

ଆହୁରି ପଢ଼ନ୍ତୁ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ: ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ, ବୁଥ୍ ଆଗରେ ଭୋଟରଙ୍କ ଲମ୍ବା ଧାଡ଼ି

ତେବେ ଇତି ମଧ୍ୟରେ ପୁଣି ହିମପାତ ଆରମ୍ଭ ହୋଇଯିବା ରେସ୍କ୍ୟୁ ଅପରେସନକୁ ପ୍ରଭାବିତ କରିଛି। ଉତ୍ତରାଖଣ୍ଡର କେଦାରନାଥ ନିକଟରେ ଗତ ୧ ତାରିଖ ଦିନ ବରଫ ଅତଡା ଧସିଥିବା ସାମ୍ନାକୁ ଆସିଥିଲା। ଶ୍ରୀ ବଦ୍ରୀନାଥ-କେଦାରନାଥ ମନ୍ଦିର ସମିତି ଅଧ୍ୟକ୍ଷ ଅଜେନ୍ଦ୍ର ଅଜେୟ ହିମାଳୟ କ୍ଷେତ୍ରରେ ସକାଳେ ହୀମସ୍ଖଳନ ହୋଇଥିବା ଓ ଏଥିରେ କେଦାରନାଥ ମନ୍ଦିରର କୌଣସି କ୍ଷତି ହୋଇନଥିବା କହିଛନ୍ତି। ସେହିପରି ବରଫ ପାହାଡ ଖସୁଥିବାର ଭଡିଓ ମଧ୍ୟ ସାମ୍ନାକୁ ଆସିଥିଲା। ଏଥିରେ ବରଫ ପାହାଡ ଦେଖୁ ଦେଖୁ ଭୂଷୁଡି ପଡିଥିଲା।

04 Oct 2022 By The Sakala

ଉତ୍ତରାଖଣ୍ଡ ଭୟଙ୍କର ହିମସ୍ଖଳନ : ୧୦ ପର୍ବତାରୋହୀଙ୍କ ମୃତ୍ୟୁ, ଏବେବି ଅନେକ ନିଖୋଜ

ନୂଆଦିଲ୍ଲୀ : ଉତ୍ତରାଖଣ୍ଡ ଉତ୍ତର କାଶୀରେ ମଙ୍ଗଳବାର ବଡ଼ ଧରଣର ହିମସ୍ଖଳନ ହୋଇଛି । ଦୌପ୍ରଦୀର ଦାଣ୍ଡା-୨ ପର୍ବତରେ ଭୟଙ୍କର ହିମସ୍ଖଳନ ଯୋଗୁ ୧୦ ପର୍ବତାରୋହୀଙ୍କ ମୃତ୍ୟୁ ହୋଇଛି। ଏଥିସହ ଅନେକ ଏବେବି ବରଫ ତଳେ ଫଶି ରହିଛନ୍ତି। ଉଦ୍ଧାର ପାଇଁ ଘଟଣାସ୍ଥଳକୁ ସେନା, ଏନଡିଆରଏଫ, ଏସଡିଆରଏଫ, ଆଇଇଟିବିପି ଯବାନମାନେ ଯାଇଛନ୍ତି।ସମସ୍ତ ପ୍ରଶିକ୍ଷାର୍ଥୀ ପର୍ବତାରୋହୀ ଉତ୍ତରକାଶୀର ନେହେରୁ ପର୍ବତାରୋହଣ ପ୍ରତିଷ୍ଠାନର ସଦସ୍ୟ ଥିଲେ।

ଉଲ୍ଲେଖଯୋଗ୍ୟ, ଉତ୍ତରାଖଣ୍ଡରେ ଆଜି ଏକ ବଡ଼ଧରଣର ହିମସ୍ଖଳନ ହେବା ଫଳରେ ଦାଣ୍ଡା-୨ ଶିଖରକୁ ଚଢ଼ୁଥିବା ଏକ ଟ୍ରେକିଂ ଗ୍ରୁପ୍‌ର ୨୦ ଅଧିକ ପର୍ବତାରୋହୀ ବରଫ ତଳେ ଫସି ଯାଇଥିଲେ। ଏମାନେ ସମସ୍ତେ ଉତ୍ତରକାଶୀର ନେହେରୁ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମାଉଣ୍ଟେନନିଅରିଙ୍ଗ ସଦସ୍ୟ ଥିଲେ। ଏହି ଗ୍ରୁପରେ ୪୦ ଜଣ ପର୍ବତାରୋହୀ ଏବଂ ପ୍ରାୟ ୧୫ ଜଣ ପ୍ରଶିକ୍ଷକ ଅନ୍ତର୍ଭୁକ୍ତ ଥିଲେ।

ହିମସ୍ଖଳନ ପରେ ଡ୍ରାଉପାଡି ଶିଖରକୁ ଯିବା ବାଟରେ ଏହି ୨୦ରୁ ଅଧିକ ପର୍ବତାରୋହୀ ଫସି ଯାଇଥିଲେ। ଏମାନଙ୍କୁ ଖୋଜିବା ଏବଂ ଉଦ୍ଧାର କରିବା ପାଇଁ ରାଜ୍ୟ ବିପର୍ଯ୍ୟୟ ବାହିନୀ ଏବଂ ଜାତୀୟ ବିପର୍ଯ୍ୟୟ ବାହିନୀକୁ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ।ଉଦ୍ଧାର କାର୍ଯ୍ୟରେ ବାୟୁସେନାର ଦୁଇଟି ଚିତା ହେଲିକପ୍ଟର ନିୟୋଜିତ ଅଛନ୍ତି। ଆଉ କିଛି ହେଲିକପ୍ଟରକୁ ଷ୍ଟାଣ୍ଡ ବାଏ ମୋଡରେ ରଖାଯାଇଥିବା ସେନା କହିଛି।

ତେବେ ଇତି ମଧ୍ୟରେ ପୁଣି ହିମପାତ ଆରମ୍ଭ ହୋଇଯିବା ରେସ୍କ୍ୟୁ ଅପରେସନକୁ ପ୍ରଭାବିତ କରିଛି। ଉତ୍ତରାଖଣ୍ଡର କେଦାରନାଥ ନିକଟରେ ଗତ ୧ ତାରିଖ ଦିନ ବରଫ ଅତଡା ଧସିଥିବା ସାମ୍ନାକୁ ଆସିଥିଲା। ଶ୍ରୀ ବଦ୍ରୀନାଥ-କେଦାରନାଥ ମନ୍ଦିର ସମିତି ଅଧ୍ୟକ୍ଷ ଅଜେନ୍ଦ୍ର ଅଜେୟ ହିମାଳୟ କ୍ଷେତ୍ରରେ ସକାଳେ ହୀମସ୍ଖଳନ ହୋଇଥିବା ଓ ଏଥିରେ କେଦାରନାଥ ମନ୍ଦିରର କୌଣସି କ୍ଷତି ହୋଇନଥିବା କହିଛନ୍ତି। ସେହିପରି ବରଫ ପାହାଡ ଖସୁଥିବାର ଭଡିଓ ମଧ୍ୟ ସାମ୍ନାକୁ ଆସିଥିଲା। ଏଥିରେ ବରଫ ପାହାଡ ଦେଖୁ ଦେଖୁ ଭୂଷୁଡି ପଡିଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର