ଜାତିସଂଘରେ ପାକିସ୍ତାନକୁ ଭାରତର ଜବାବ : ଆତଙ୍କବାଦୀଙ୍କୁ ପାଳିବା ପାଇଁ ଭାରତ ପାକିସ୍ତାନକୁ ନିନ୍ଦା କରିଛି

The Sakala Picture
Published On

ନୂଆଦିଲ୍ଲୀ: ଜାତିସଂଘ ସାଧାରଣ ପରିଷଦ୍‌ରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ କଶ୍ମୀର ସଂକ୍ରାନ୍ତରେ ଦେଇଥିବା ମନ୍ତବ୍ୟ ଉପରେ ଜବାବ ଦେବା ଅଧିକାର ସାବ୍ୟସ୍ତ କରି ଭାରତ କହିଛି, ଆତଙ୍କବାଦୀଙ୍କ ପ୍ରତ୍ୟକ୍ଷ ସହାୟକ ଭାବେ ପାକିସ୍ତାନ ବିଶ୍ୱ ବିଦିତ। ଜାତିସଂଘ ସାଧାରଣ ପରିଷଦ୍‌ରେ ଭାରତର ପ୍ରଥମ ସଚିବ ସ୍ନେହା ଦୁବେ କହିଛନ୍ତି, ଆତଙ୍କବାଦୀଙ୍କୁ ପାଳନ କରିବା, ସାହାଯ୍ୟ ଦେବା ଓ ସିଧାସଳଖ ସମର୍ଥନ କରିବାରେ ପାକିସ୍ତାନର ସ୍ଥାୟୀ ଇତିହାସ ଓ ନୀତି ରହିଛି। ଜାତିସଂଘ ନିଷିଦ୍ଧ କରିଥିବା ଆତଙ୍କବାଦୀମାନଙ୍କ […]

ନୂଆଦିଲ୍ଲୀ: ଜାତିସଂଘ ସାଧାରଣ ପରିଷଦ୍‌ରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ କଶ୍ମୀର ସଂକ୍ରାନ୍ତରେ ଦେଇଥିବା ମନ୍ତବ୍ୟ ଉପରେ ଜବାବ ଦେବା ଅଧିକାର ସାବ୍ୟସ୍ତ କରି ଭାରତ କହିଛି, ଆତଙ୍କବାଦୀଙ୍କ ପ୍ରତ୍ୟକ୍ଷ ସହାୟକ ଭାବେ ପାକିସ୍ତାନ ବିଶ୍ୱ ବିଦିତ। ଜାତିସଂଘ ସାଧାରଣ ପରିଷଦ୍‌ରେ ଭାରତର ପ୍ରଥମ ସଚିବ ସ୍ନେହା ଦୁବେ କହିଛନ୍ତି, ଆତଙ୍କବାଦୀଙ୍କୁ ପାଳନ କରିବା, ସାହାଯ୍ୟ ଦେବା ଓ ସିଧାସଳଖ ସମର୍ଥନ କରିବାରେ ପାକିସ୍ତାନର ସ୍ଥାୟୀ ଇତିହାସ ଓ ନୀତି ରହିଛି। ଜାତିସଂଘ ନିଷିଦ୍ଧ କରିଥିବା ଆତଙ୍କବାଦୀମାନଙ୍କ ମଧ୍ୟରୁ ବିପୁଳସଂଖ୍ୟକ ଆତଙ୍କବାଦୀଙ୍କୁ ପାକିସ୍ତାନ ସହାୟତା ଦେଇଥିବାର ପ୍ରତ୍ୟକ୍ଷ ପ୍ରମାଣ ରହିଛି।

ଆହୁରି ପଢ଼ନ୍ତୁ: ଆମେରିକା ଏବଂ ଇରାନ ମଧ୍ୟରେ ଐତିହାସିକ ଶାନ୍ତି ଚୁକ୍ତି: ପରମାଣୁ କାର୍ଯ୍ୟକ୍ରମ ଉପରେ ରୋକ ଏବଂ ହରମୁଜ୍ ପ୍ରଣାଳୀ ଖୋଲିବାକୁ ନିଷ୍ପତ୍ତି

ଓସାମା ବିନ୍‌ ଲାଡେନ୍‌ ପାକିସ୍ତାନରେ ଆଶ୍ରୟ ନେଇଥିଲେ। ଆଜି ମଧ୍ୟ ପାକିସ୍ତାନର ନେତୃତ୍ବ ତାଙ୍କୁ ଜଣେ ‘ସହିଦ’ ଭାବେ ଗୌରବାନ୍ବିତ କରୁଛି। ସେ ଆହୁରି ମଧ୍ୟ କହିଛନ୍ତି, ଦୁଃଖର ବିଷୟ, ଜାତିସଂଘ ପ୍ରଦତ୍ତ ଏହି ମଞ୍ଚରେ ପାକିସ୍ତାନର ନେତା ପ୍ରଥମ କରି ମୋ ଦେଶ ବିରୋଧରେ ମିଥ୍ୟା ଓ ବିଦ୍ବେଷଭରା ପ୍ରଚାର କରୁନାହିଁ। ପାକିସ୍ତାନରେ ଆତଙ୍କବାଦୀମାନେ ନିଶୁଳ୍କ ସୁବିଧା ସୁଯୋଗ ପାଉଥିବା ବେଳେ ସାଧାରଣ ଜନତା ବିଶେଷକରି ସଂଖ୍ୟାଲଘୁ ସଂପ୍ରଦାୟଙ୍କ ଜୀବନ ଓଲଟପାଲଟ ହୋଇଯାଇଛି। ଆପଣା ଦେଶର କରୁଣ ପରିସ୍ଥିତି ଉପରୁ ବିଶ୍ବର ଦୃଷ୍ଟି ହଟାଇବା ଲାଗି ପାକିସ୍ତାନୀ ନେତା ଏଭଳି ବୃଥା ଉଦ୍ୟମ କରୁଛନ୍ତି।

ଆହୁରି ପଢ଼ନ୍ତୁ: FATF ର ନୂତନ ଉପାଧ୍ୟକ୍ଷ ଭାବେ ନିଯୁକ୍ତ ହେଲେ ୧୯୯୪ ବ୍ୟାଚ୍ ର ଆଇଏଏସ୍ ଅଧିକାରୀ ବିବେକ ଅଗ୍ରୱାଲ

ପାକିସ୍ତାନ ଉପରେ ଦୋଷାରୋପ କରି ଦୁବେ ଆହୁରି ମଧ୍ୟ କହିଛନ୍ତି, ଆତଙ୍କବାଦୀଙ୍କୁ ପାଳନ-ପୋଷଣ କରି ପାକିସ୍ତାନ ଅଗ୍ନିସଂଯୋଗକାରୀ ହୋଇଥିବା ବେଳେ ଅଗ୍ନିନିର୍ବାପକର ଛଦ୍ମବେଶ ଧାରଣ କରିଛି। ବରଂ ବେଆଇନ ଭାବେ ଦଖଲ କରିଥିବା ଅଞ୍ଚଳଗୁଡ଼ିକୁ ପାକିସ୍ତାନ ତୁରନ୍ତ ଛାଡ଼ି ଦେବା ଉଚିତ। ସୂଚନାଯୋଗ୍ୟ, ଶୁକ୍ରବାର ସନ୍ଧ୍ୟାରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କର ପୂର୍ବରୁ ରେକର୍ଡ ହୋଇଥିବା ଏକ ଭାଷଣ ଜାତିସଂଘର ସାଧାରଣ ପରିଷଦ୍‌ ବୈଠକରେ ପ୍ରସାରିତ ହୋଇଥିଲା। ନୂଆଦିଲ୍ଲୀ କଶ୍ମୀରରେ ମାନବ ଅଧିକାର ଉଲ୍ଲଂଘନ କରୁଛି ବୋଲି ସେଥିରେ ସେ କହିଥିଲେ।

ଆହୁରି ପଢ଼ନ୍ତୁ: କୋଲକାତାର ତାରାତଲାରେ ଭୁଶୁଡିଲା ନିର୍ମାଣାଧୀନ ଗୋଦାମର ଛାତ, ଭଗ୍ନାବଶେଷ ତଳେ ଅନେକ ଶ୍ରମିକ ଫସିରହିଥିବା ଆଶଙ୍କା

25 Sep 2021 By The Sakala

ଜାତିସଂଘରେ ପାକିସ୍ତାନକୁ ଭାରତର ଜବାବ : ଆତଙ୍କବାଦୀଙ୍କୁ ପାଳିବା ପାଇଁ ଭାରତ ପାକିସ୍ତାନକୁ ନିନ୍ଦା କରିଛି

ନୂଆଦିଲ୍ଲୀ: ଜାତିସଂଘ ସାଧାରଣ ପରିଷଦ୍‌ରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ କଶ୍ମୀର ସଂକ୍ରାନ୍ତରେ ଦେଇଥିବା ମନ୍ତବ୍ୟ ଉପରେ ଜବାବ ଦେବା ଅଧିକାର ସାବ୍ୟସ୍ତ କରି ଭାରତ କହିଛି, ଆତଙ୍କବାଦୀଙ୍କ ପ୍ରତ୍ୟକ୍ଷ ସହାୟକ ଭାବେ ପାକିସ୍ତାନ ବିଶ୍ୱ ବିଦିତ। ଜାତିସଂଘ ସାଧାରଣ ପରିଷଦ୍‌ରେ ଭାରତର ପ୍ରଥମ ସଚିବ ସ୍ନେହା ଦୁବେ କହିଛନ୍ତି, ଆତଙ୍କବାଦୀଙ୍କୁ ପାଳନ କରିବା, ସାହାଯ୍ୟ ଦେବା ଓ ସିଧାସଳଖ ସମର୍ଥନ କରିବାରେ ପାକିସ୍ତାନର ସ୍ଥାୟୀ ଇତିହାସ ଓ ନୀତି ରହିଛି। ଜାତିସଂଘ ନିଷିଦ୍ଧ କରିଥିବା ଆତଙ୍କବାଦୀମାନଙ୍କ ମଧ୍ୟରୁ ବିପୁଳସଂଖ୍ୟକ ଆତଙ୍କବାଦୀଙ୍କୁ ପାକିସ୍ତାନ ସହାୟତା ଦେଇଥିବାର ପ୍ରତ୍ୟକ୍ଷ ପ୍ରମାଣ ରହିଛି।

ଓସାମା ବିନ୍‌ ଲାଡେନ୍‌ ପାକିସ୍ତାନରେ ଆଶ୍ରୟ ନେଇଥିଲେ। ଆଜି ମଧ୍ୟ ପାକିସ୍ତାନର ନେତୃତ୍ବ ତାଙ୍କୁ ଜଣେ ‘ସହିଦ’ ଭାବେ ଗୌରବାନ୍ବିତ କରୁଛି। ସେ ଆହୁରି ମଧ୍ୟ କହିଛନ୍ତି, ଦୁଃଖର ବିଷୟ, ଜାତିସଂଘ ପ୍ରଦତ୍ତ ଏହି ମଞ୍ଚରେ ପାକିସ୍ତାନର ନେତା ପ୍ରଥମ କରି ମୋ ଦେଶ ବିରୋଧରେ ମିଥ୍ୟା ଓ ବିଦ୍ବେଷଭରା ପ୍ରଚାର କରୁନାହିଁ। ପାକିସ୍ତାନରେ ଆତଙ୍କବାଦୀମାନେ ନିଶୁଳ୍କ ସୁବିଧା ସୁଯୋଗ ପାଉଥିବା ବେଳେ ସାଧାରଣ ଜନତା ବିଶେଷକରି ସଂଖ୍ୟାଲଘୁ ସଂପ୍ରଦାୟଙ୍କ ଜୀବନ ଓଲଟପାଲଟ ହୋଇଯାଇଛି। ଆପଣା ଦେଶର କରୁଣ ପରିସ୍ଥିତି ଉପରୁ ବିଶ୍ବର ଦୃଷ୍ଟି ହଟାଇବା ଲାଗି ପାକିସ୍ତାନୀ ନେତା ଏଭଳି ବୃଥା ଉଦ୍ୟମ କରୁଛନ୍ତି।

ପାକିସ୍ତାନ ଉପରେ ଦୋଷାରୋପ କରି ଦୁବେ ଆହୁରି ମଧ୍ୟ କହିଛନ୍ତି, ଆତଙ୍କବାଦୀଙ୍କୁ ପାଳନ-ପୋଷଣ କରି ପାକିସ୍ତାନ ଅଗ୍ନିସଂଯୋଗକାରୀ ହୋଇଥିବା ବେଳେ ଅଗ୍ନିନିର୍ବାପକର ଛଦ୍ମବେଶ ଧାରଣ କରିଛି। ବରଂ ବେଆଇନ ଭାବେ ଦଖଲ କରିଥିବା ଅଞ୍ଚଳଗୁଡ଼ିକୁ ପାକିସ୍ତାନ ତୁରନ୍ତ ଛାଡ଼ି ଦେବା ଉଚିତ। ସୂଚନାଯୋଗ୍ୟ, ଶୁକ୍ରବାର ସନ୍ଧ୍ୟାରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କର ପୂର୍ବରୁ ରେକର୍ଡ ହୋଇଥିବା ଏକ ଭାଷଣ ଜାତିସଂଘର ସାଧାରଣ ପରିଷଦ୍‌ ବୈଠକରେ ପ୍ରସାରିତ ହୋଇଥିଲା। ନୂଆଦିଲ୍ଲୀ କଶ୍ମୀରରେ ମାନବ ଅଧିକାର ଉଲ୍ଲଂଘନ କରୁଛି ବୋଲି ସେଥିରେ ସେ କହିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର