ଜାଣନ୍ତୁ ସୌନ୍ଦର୍ଯ୍ୟ, ତ୍ୱଚା, କେଶ ଏବଂ ଦାନ୍ତ ପାଇଁ ତେଜପତ୍ରର ଉପକାରିତା …

The Sakala Picture
Published On

ଆମ ଖାଦ୍ୟରେ ସ୍ୱାଦ ବଢାଇବା ପାଇଁ ତେଜପତ୍ର ବ୍ୟବହୃତ ହୁଏ। ଆମେ ଅନୁଭବ କରୁ ଯେ ତେଜପତ୍ର କେବଳ ଖାଦ୍ୟରେ ଭଲ ସୁଗନ୍ଧ ଆଣିବାରେ ସାହାଯ୍ୟ କରେ। କିନ୍ତୁ ଆଜି ଆମେ ଆପଣଙ୍କୁ ତେଜପତ୍ରର ଆହୁରି ଅନେକ ଉପକାରିତା ଗୁଣ ବିଷୟରେ ଜଣାଇବୁ। ତେଜପତ୍ର ଆମ ଚର୍ମ ଏବଂ କେଶକୁ ମଧ୍ୟ ସୁନ୍ଦର କରିଥାଏ। ସୌନ୍ଦର୍ୟ୍ୟ ବଢାଇବା ପାଇଁ ତେଜପତ୍ର ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ମୁଖକୁ ଚିକ୍କଣ କରିଥାଏ ଯେଉଁମାନଙ୍କ ମୁହଁରେ ଦାଗ ବା ପିମ୍ପଲ୍ […]

ଆମ ଖାଦ୍ୟରେ ସ୍ୱାଦ ବଢାଇବା ପାଇଁ ତେଜପତ୍ର ବ୍ୟବହୃତ ହୁଏ। ଆମେ ଅନୁଭବ କରୁ ଯେ ତେଜପତ୍ର କେବଳ ଖାଦ୍ୟରେ ଭଲ ସୁଗନ୍ଧ ଆଣିବାରେ ସାହାଯ୍ୟ କରେ। କିନ୍ତୁ ଆଜି ଆମେ ଆପଣଙ୍କୁ ତେଜପତ୍ରର ଆହୁରି ଅନେକ ଉପକାରିତା ଗୁଣ ବିଷୟରେ ଜଣାଇବୁ। ତେଜପତ୍ର ଆମ ଚର୍ମ ଏବଂ କେଶକୁ ମଧ୍ୟ ସୁନ୍ଦର କରିଥାଏ। ସୌନ୍ଦର୍ୟ୍ୟ ବଢାଇବା ପାଇଁ ତେଜପତ୍ର ପ୍ରମୁଖ ଭୂମିକା ଗ୍ରହଣ କରିଥାଏ।

ଆହୁରି ପଢ଼ନ୍ତୁ: ବଳକା କିମ୍ବା ବାସି ଭାତକୁ ଫୋପାଡ଼ନ୍ତୁ ନାହିଁ, ଚେହେରାରେ ଆଣିବ ପ୍ରାକୃତିକ ଚମକ; ଜାଣନ୍ତୁ ଏହି ଭାଇରାଲ୍ ସ୍କିନ୍ ଗ୍ଲୋ ସିକ୍ରେଟ୍

ମୁଖକୁ ଚିକ୍କଣ କରିଥାଏ

ଯେଉଁମାନଙ୍କ ମୁହଁରେ ଦାଗ ବା ପିମ୍ପଲ୍ ଥାଏ। ତେଜପତ୍ର ସେମାନଙ୍କ ପାଇଁ ଲାଭଦାୟକ ଅଟେ। ଏହାର ପେଷ୍ଟକୁ ଲଗାଇବା ଦ୍ୱାରା ମୁହଁରେ ଚମକ ଆସିଥାଏ ଏବଂ ସଫା ହୋଇଥାଏ। ଏହାର ପେଷ୍ଟ ବ୍ୟତୀତ ଆପଣ ତେଜପତ୍ରକୁ ପାଣିରେ ଫୁଟାଇ ସେହି ପାଣିରେ ମୁହଁ ମଧ୍ୟ ଧୋଇ ପାରିବେ। ଏହା ଆହୁରି ଭଲ ଫଳ ଦେଇଥାଏ।

ଆହୁରି ପଢ଼ନ୍ତୁ: ପିଲାମାନଙ୍କ ପାଇଁ ବିପଜ୍ଜନକ ହୋଇପାରେ ପ୍ରବଳ ଗ୍ରୀଷ୍ମପ୍ରବାହ: NDMA ପକ୍ଷରୁ ସତର୍କ ସୂଚନା

ସୂର୍ଯ୍ୟକିରଣରେ ତ୍ୱଚା କଳା ପଡ଼ିଲେ ଏହା ଅତ୍ୟନ୍ତ ଲାଭଦାୟକ

ଯେଉଁମାନଙ୍କର ମୁହଁ ଶକ୍ତିଶାଳୀ ସୂର୍ଯ୍ୟ କିରଣ ଦ୍ୱାରା କଳା ପଡ଼ିଯାଏ, ସେମାନଙ୍କ ପାଇଁ ଏହା ଅତ୍ୟନ୍ତ ଉପକାରୀ ଅଟେ। ମୁହଁକୁ ତେଜପତ୍ର ପାଣିରେ ଧୋଇବା ଦ୍ୱାରା ସନ୍ ଟ୍ୟାନ୍ ଦୂର ହୋଇଥାଏ ଏବଂ ମୁହଁର ଉଜ୍ଜ୍ବଳତା ବଜାୟ ରହିଥାଏ।

କେଶର ଦୃଢ଼ତା ବଜାୟ ରଖେ

ତେଜପତ୍ର ପାଣି କେଶକୁ ସୁନ୍ଦର ଏବଂ ଶକ୍ତିଶାଳୀ କରିଥାଏ। ତେଲରେ ତେଜପତ୍ର ପକାଇ ସେହି ତେଲକୁ କେଶରେ ଲଗାଇଲେ କେଶର ମୂଳ ମଜବୁତ ହୁଏ ଏବଂ ତେଜପତ୍ର ପାଣିରେ ଧୋଇବା ଦ୍ୱାରା କେଶ ନରମ ଏବଂ ସାଇନିଂ ହୋଇଥାଏ।

ରୁପି ସମସ୍ୟା ଦୂର ହୁଏ

ଯେଉଁମାନଙ୍କର କେଶରେ ରୁପି ଅଛି, ସେମାନେ ଏହି ପତ୍ରର ଏକ ପେଷ୍ଟ ଲଗାଇବା ଉଚିତ୍। ପେଷ୍ଟରେ ଦହି ମିଶ୍ରଣ କରି ଲଗାଇଲେ ବହୁତ ଭଲ ଫଳ ମିଳିଥାଏ।

ଦାନ୍ତକୁ ଧଳା ରଖିବାରେ ସହାୟକ ହୋଇଥାଏ।

ଦାନ୍ତ ପାଇଁ ତେଜପତ୍ର ପାଉଡର ଉପକାରୀ ଅଟେ। ପତ୍ରକୁ ଶୁଖାଇ ପାଉଡର ତିଆରି କରନ୍ତୁ। ଏହାକୁ ଟୁଥପେଷ୍ଟ ଭାବରେ ବ୍ୟବହାର କଲେ ଦାନ୍ତ ଉଜ୍ଜ୍ୱଳ ହୋଇଥାଏ।

21 Feb 2021 By The Sakala

ଜାଣନ୍ତୁ ସୌନ୍ଦର୍ଯ୍ୟ, ତ୍ୱଚା, କେଶ ଏବଂ ଦାନ୍ତ ପାଇଁ ତେଜପତ୍ରର ଉପକାରିତା …

ଆମ ଖାଦ୍ୟରେ ସ୍ୱାଦ ବଢାଇବା ପାଇଁ ତେଜପତ୍ର ବ୍ୟବହୃତ ହୁଏ। ଆମେ ଅନୁଭବ କରୁ ଯେ ତେଜପତ୍ର କେବଳ ଖାଦ୍ୟରେ ଭଲ ସୁଗନ୍ଧ ଆଣିବାରେ ସାହାଯ୍ୟ କରେ। କିନ୍ତୁ ଆଜି ଆମେ ଆପଣଙ୍କୁ ତେଜପତ୍ରର ଆହୁରି ଅନେକ ଉପକାରିତା ଗୁଣ ବିଷୟରେ ଜଣାଇବୁ। ତେଜପତ୍ର ଆମ ଚର୍ମ ଏବଂ କେଶକୁ ମଧ୍ୟ ସୁନ୍ଦର କରିଥାଏ। ସୌନ୍ଦର୍ୟ୍ୟ ବଢାଇବା ପାଇଁ ତେଜପତ୍ର ପ୍ରମୁଖ ଭୂମିକା ଗ୍ରହଣ କରିଥାଏ।

ମୁଖକୁ ଚିକ୍କଣ କରିଥାଏ

ଯେଉଁମାନଙ୍କ ମୁହଁରେ ଦାଗ ବା ପିମ୍ପଲ୍ ଥାଏ। ତେଜପତ୍ର ସେମାନଙ୍କ ପାଇଁ ଲାଭଦାୟକ ଅଟେ। ଏହାର ପେଷ୍ଟକୁ ଲଗାଇବା ଦ୍ୱାରା ମୁହଁରେ ଚମକ ଆସିଥାଏ ଏବଂ ସଫା ହୋଇଥାଏ। ଏହାର ପେଷ୍ଟ ବ୍ୟତୀତ ଆପଣ ତେଜପତ୍ରକୁ ପାଣିରେ ଫୁଟାଇ ସେହି ପାଣିରେ ମୁହଁ ମଧ୍ୟ ଧୋଇ ପାରିବେ। ଏହା ଆହୁରି ଭଲ ଫଳ ଦେଇଥାଏ।

ସୂର୍ଯ୍ୟକିରଣରେ ତ୍ୱଚା କଳା ପଡ଼ିଲେ ଏହା ଅତ୍ୟନ୍ତ ଲାଭଦାୟକ

ଯେଉଁମାନଙ୍କର ମୁହଁ ଶକ୍ତିଶାଳୀ ସୂର୍ଯ୍ୟ କିରଣ ଦ୍ୱାରା କଳା ପଡ଼ିଯାଏ, ସେମାନଙ୍କ ପାଇଁ ଏହା ଅତ୍ୟନ୍ତ ଉପକାରୀ ଅଟେ। ମୁହଁକୁ ତେଜପତ୍ର ପାଣିରେ ଧୋଇବା ଦ୍ୱାରା ସନ୍ ଟ୍ୟାନ୍ ଦୂର ହୋଇଥାଏ ଏବଂ ମୁହଁର ଉଜ୍ଜ୍ବଳତା ବଜାୟ ରହିଥାଏ।

କେଶର ଦୃଢ଼ତା ବଜାୟ ରଖେ

ତେଜପତ୍ର ପାଣି କେଶକୁ ସୁନ୍ଦର ଏବଂ ଶକ୍ତିଶାଳୀ କରିଥାଏ। ତେଲରେ ତେଜପତ୍ର ପକାଇ ସେହି ତେଲକୁ କେଶରେ ଲଗାଇଲେ କେଶର ମୂଳ ମଜବୁତ ହୁଏ ଏବଂ ତେଜପତ୍ର ପାଣିରେ ଧୋଇବା ଦ୍ୱାରା କେଶ ନରମ ଏବଂ ସାଇନିଂ ହୋଇଥାଏ।

ରୁପି ସମସ୍ୟା ଦୂର ହୁଏ

ଯେଉଁମାନଙ୍କର କେଶରେ ରୁପି ଅଛି, ସେମାନେ ଏହି ପତ୍ରର ଏକ ପେଷ୍ଟ ଲଗାଇବା ଉଚିତ୍। ପେଷ୍ଟରେ ଦହି ମିଶ୍ରଣ କରି ଲଗାଇଲେ ବହୁତ ଭଲ ଫଳ ମିଳିଥାଏ।

ଦାନ୍ତକୁ ଧଳା ରଖିବାରେ ସହାୟକ ହୋଇଥାଏ।

ଦାନ୍ତ ପାଇଁ ତେଜପତ୍ର ପାଉଡର ଉପକାରୀ ଅଟେ। ପତ୍ରକୁ ଶୁଖାଇ ପାଉଡର ତିଆରି କରନ୍ତୁ। ଏହାକୁ ଟୁଥପେଷ୍ଟ ଭାବରେ ବ୍ୟବହାର କଲେ ଦାନ୍ତ ଉଜ୍ଜ୍ୱଳ ହୋଇଥାଏ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp