ପିଲାମାନଙ୍କ ପାଇଁ ବିପଜ୍ଜନକ ହୋଇପାରେ ପ୍ରବଳ ଗ୍ରୀଷ୍ମପ୍ରବାହ: NDMA ପକ୍ଷରୁ ସତର୍କ ସୂଚନା

Suryakanta Picture
Published On

ଦେଶରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ ଏହା ଛୋଟ ପିଲାମାନଙ୍କ ପାଇଁ ଅତ୍ୟନ୍ତ ବିପଜ୍ଜନକ ସାବ୍ୟସ୍ତ ହୋଇପାରେ। ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (NDMA) ପିଲାମାନଙ୍କ ଠାରେ ଦେଖାଯାଉଥିବା ଗ୍ରୀଷ୍ମ ଜନିତ ରୋଗ ଏବଂ ହିଟ୍ ଷ୍ଟ୍ରୋକ୍ (Heat Stroke) ସମ୍ପର୍କରେ ସତର୍କ ସୂଚନା ଜାରି କରିଛନ୍ତି। ଏହି ପରିସ୍ଥିତିରୁ ପିଲାଙ୍କୁ ରକ୍ଷା କରିବା ପାଇଁ ଅଭିଭାବକମାନେ ବିଶେଷ ଧ୍ୟାନ ଦେବା ଆବଶ୍ୟକ।

ଆହୁରି ପଢ଼ନ୍ତୁ: ଦୀର୍ଘ ସମୟ ଧରି ବସି ରହୁଛନ୍ତି କି? ଫିଟନେସ୍ କୋଚ୍ ଡାନ୍ ଗୋ'ଙ୍କଠାରୁ ଶିଖନ୍ତୁ ସୁସ୍ଥ ରହିବାର '୫-ମିନିଟ୍ ଏକ୍ସରସାଇଜ୍ ସ୍ନାକ୍' ଫଣ୍ଡା

ଗ୍ରୀଷ୍ମ ଜନିତ ରୋଗର ବିଭିନ୍ନ ପର୍ଯ୍ୟାୟ

NDMA ପକ୍ଷରୁ ଗ୍ରୀଷ୍ମ ଜନିତ ରୋଗର ଲକ୍ଷଣଗୁଡ଼ିକୁ ମୁଖ୍ୟତଃ ତିନୋଟି ଭାଗରେ ବିଭକ୍ତ କରାଯାଇଛି। ସେଗୁଡ଼ିକ ହେଲା ପ୍ରାରମ୍ଭିକ ଲକ୍ଷଣ, ଚେତାବନୀ ଲକ୍ଷଣ ଏବଂ ଜରୁରୀକାଳୀନ ଲକ୍ଷଣ। ପିଲାଙ୍କ ଶରୀରରେ ଏହିସବୁ ଲକ୍ଷଣ ପ୍ରତି ଧ୍ୟାନ ଦେଲେ ବଡ଼ ବିପଦରୁ ବର୍ତ୍ତି ହେବ।

ଆହୁରି ପଢ଼ନ୍ତୁ: ସ୍କିନକେୟାର ସେରମ୍ କିଣିବାକୁ ଯାଉଛନ୍ତି କି? ଉପାଦାନରୁ ଆରମ୍ଭ କରି ସ୍କିନ୍ ଟାଇପ୍ ପର୍ଯ୍ୟନ୍ତ, କିଣିବା ପୂର୍ବରୁ ଜାଣନ୍ତୁ ଏହିସବୁ କଥା

ପ୍ରାରମ୍ଭିକ ଓ ଚେତାବନୀ ଲକ୍ଷଣ

 

ଆହୁରି ପଢ଼ନ୍ତୁ: ଅବସରପ୍ରାପ୍ତ ଏୟାର ମାର୍ଶଲ ଜିତେନ୍ଦ୍ର ମିଶ୍ର ହେଲେ ରାମ ମନ୍ଦିର ଟ୍ରଷ୍ଟର ପ୍ରଥମ ସିଇଓ

ପ୍ରାଥମିକ ପର୍ଯ୍ୟାୟରେ ପିଲାମାନଙ୍କୁ ଅତ୍ୟଧିକ ଶୋଷ ଲାଗିବା, କ୍ଳାନ୍ତ ଅନୁଭବ କରିବା ଏବଂ ଅଧିକ ଝାଳ ବୋହିବା ଭଳି ଲକ୍ଷଣ ଦେଖାଦିଏ। ଏହାଛଡ଼ା ମୁଣ୍ଡବିନ୍ଧା, ବିରକ୍ତିଭାବ, ମାଂସପେଶୀରେ ଯନ୍ତ୍ରଣା କିମ୍ବା ବାନ୍ତି ଲାଗିବା ଆଦି ଚେତାବନୀ ଲକ୍ଷଣ ଭାବରେ ବିବେଚନା କରାଯାଏ। ଏହି ସମୟରେ ତୁରନ୍ତ ସତର୍କ ହେବା ଜରୁରୀ ଅଟେ।

ଜରୁରୀକାଳୀନ ଲକ୍ଷଣ ଏବଂ ପଦକ୍ଷେପ

ଯଦି ପିଲାର ଶରୀରର ତାପମାତ୍ରା ଅତ୍ୟଧିକ ବୃଦ୍ଧି ପାଏ, ଝାଳ ବୋହିବା ବନ୍ଦ ହୋଇଯାଏ, ଚେତା ହରାଇବା ଭଳି ସ୍ଥିତି ଉପୁଜେ କିମ୍ବା ଶ୍ୱାସକ୍ରିୟାରେ ଅସୁବିଧା ହୁଏ, ତେବେ ଏହା ଏକ ଜରୁରୀକାଳୀନ ପରିସ୍ଥିତି। ଏଭଳି ସ୍ଥିତିରେ ବିଳମ୍ବ ନକରି ତୁରନ୍ତ ଡାକ୍ତରୀ ସହାୟତା ନେବା ଆବଶ୍ୟକ।

ଗ୍ରୀଷ୍ମରୁ ବର୍ତ୍ତିବା ପାଇଁ ସୁରକ୍ଷା ଉପାୟ

ଗ୍ରୀଷ୍ମପ୍ରବାହରୁ ରକ୍ଷା ପାଇବା ପାଇଁ ପିଲାମାନଙ୍କୁ ବାରମ୍ବାର ପାଣି ପିଆଇବା ନିହାତି ଜରୁରୀ ବୋଲି NDMA ପରାମର୍ଶ ଦେଇଛି। ଏହାବ୍ୟତୀତ ପିଲାଙ୍କୁ ହାଲୁକା ଏବଂ ସୂତା ପୋଷାକ ପିନ୍ଧାଇବା, ଖରା ସମୟରେ ବାହାରକୁ ନଛାଡ଼ିବା ଏବଂ ତାଜା ଫଳରସ ବା ଲେମ୍ବୁ ପାଣି ଦେବା ଦ୍ୱାରା ସେମାନଙ୍କୁ ସୁସ୍ଥ ରଖାଯାଇପାରିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp