ରାଜଧାନୀରେ ଆତଙ୍କରାଜ, ଆପାର୍ଟମେଣ୍ଟରେ ପଶି ଗୁଣ୍ଡାଗିରି କରୁଛନ୍ତି ଦୁର୍ବୃତ୍ତ

The Sakala Picture
Published On

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆତଙ୍କରାଜ । ସହିଦନଗର ଥାନା ବାଙ୍କୁଆଳରେ ଥିବା ଏକ ଆପର୍ଟମେଣ୍ଟରେ ଯୁବକଙ୍କ ଆତଙ୍କରାଜ। ଆପର୍ଟମେଣ୍ଟରେ ପଶି ଟେକା ପଥର ମାଡ଼ କରିବା ସହ ଭଙ୍ଗାରୁଜା କରିଛନ୍ତି କିଛି ଦୁର୍ବୁତ୍ତ। ଏନେଇ ଆପର୍ଟମେଣ୍ଟ ବାସିନ୍ଦା ଥାନାରେ ଏତଲା ଦେଇଛନ୍ତି। ସୂଚନା ଅନୁସାରେ, ଦୁଇ ଜଣ ଯୁବକ ନିଶାସକ୍ତ ଅବସ୍ଥା଼ରେ ଗତକାଲି ଅପରାହ୍ଣ ପ୍ରାୟ ୪ଟା ସମୟରେ ଏକ ଆପାର୍ଟମେଣ୍ଟ ଭିତରେ ପଶି ହଠାତ ଟେକା ପଥର ମାଡ଼ କରିବା ସହ ପାର୍କିଂରେ ଥିବା ସାଇକେଲ […]

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆତଙ୍କରାଜ । ସହିଦନଗର ଥାନା ବାଙ୍କୁଆଳରେ ଥିବା ଏକ ଆପର୍ଟମେଣ୍ଟରେ ଯୁବକଙ୍କ ଆତଙ୍କରାଜ। ଆପର୍ଟମେଣ୍ଟରେ ପଶି ଟେକା ପଥର ମାଡ଼ କରିବା ସହ ଭଙ୍ଗାରୁଜା କରିଛନ୍ତି କିଛି ଦୁର୍ବୁତ୍ତ। ଏନେଇ ଆପର୍ଟମେଣ୍ଟ ବାସିନ୍ଦା ଥାନାରେ ଏତଲା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଘର କବାଟ ଭାଙ୍ଗି ଆଲମିରାରୁ ୮ ଭରି ସୁନା ସମେତ ନଗଦ ୩ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ସୂଚନା ଅନୁସାରେ, ଦୁଇ ଜଣ ଯୁବକ ନିଶାସକ୍ତ ଅବସ୍ଥା଼ରେ ଗତକାଲି ଅପରାହ୍ଣ ପ୍ରାୟ ୪ଟା ସମୟରେ ଏକ ଆପାର୍ଟମେଣ୍ଟ ଭିତରେ ପଶି ହଠାତ ଟେକା ପଥର ମାଡ଼ କରିବା ସହ ପାର୍କିଂରେ ଥିବା ସାଇକେଲ ଓ ଗାଡ଼ି ଭଙ୍ଗାରୁଜା ମଧ୍ୟ କରିଥିଲେ । କେବଳ ଏତିକି ନୁହେଁ ଆପାର୍ଟମେଣ୍ଟରେ ନିୟୋଜିତ ଥିବା ସିକ୍ୟୁରିଟି ଗାର୍ଡ଼ଙ୍କୁ ମଧ୍ୟ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଘଟଣା ପରେ ସେଠି ରହୁଥିବା ଲୋକମାନେ ଭୟଭୀତ ହୋଇଯାଇଛନ୍ତି ଓ ଏ ନେଇ ଥାନାରେ ଏତଲା ବି ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ଏପ୍ରିଲ ୨୭ରୁ ରାଜ୍ୟର ସମସ୍ତ ସରକାରୀ, ବେସରକାରୀ ସ୍କୁଲ ଛୁଟି

ସୋଶିଆଲ ମିଡିଆରେ ଏ ନେଇ ଏକ ଭିଡିଓ ବି ଭାଇରାଲ ହେଉଛି । ତେବେ ଏହି ଭିଡିଓ ଆଧାରରେ ପୋଲିସ ଏହି ଦୁଇ ଯୁବକଙ୍କୁ ଚିହ୍ନଟ କରିବା ସହ ତାଙ୍କୁ ଗିରଫ କରିବାକୁ ତଦନ୍ତ ଚଲାଇଛି। ତେବେ ଏହି ୨ ଦୁର୍ବୃତ୍ତ ଦୁଇଜଣ ସ୍ଥାନୀୟ ବାସିନ୍ଦା ହୋଇଥିବା ସନ୍ଦେହ କରାଯାଉଛି।

ଆହୁରି ପଢ଼ନ୍ତୁ: ପୁଣି ବିବାଦରେ FM ସ୍ୱୟଂଶାସିତ ମହାବିଦ୍ୟାଳୟ: ଛାତ୍ରୀଙ୍କୁ ଅଧ୍ୟାପକଙ୍କ ପ୍ରେମ ନିବେଦନ, ହ୍ଵାଟସଆପ୍ ଡାର୍ଟି ମେସେଜ୍ ଭାଇରାଲ୍

04 Nov 2021 By The Sakala

ରାଜଧାନୀରେ ଆତଙ୍କରାଜ, ଆପାର୍ଟମେଣ୍ଟରେ ପଶି ଗୁଣ୍ଡାଗିରି କରୁଛନ୍ତି ଦୁର୍ବୃତ୍ତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆତଙ୍କରାଜ । ସହିଦନଗର ଥାନା ବାଙ୍କୁଆଳରେ ଥିବା ଏକ ଆପର୍ଟମେଣ୍ଟରେ ଯୁବକଙ୍କ ଆତଙ୍କରାଜ। ଆପର୍ଟମେଣ୍ଟରେ ପଶି ଟେକା ପଥର ମାଡ଼ କରିବା ସହ ଭଙ୍ଗାରୁଜା କରିଛନ୍ତି କିଛି ଦୁର୍ବୁତ୍ତ। ଏନେଇ ଆପର୍ଟମେଣ୍ଟ ବାସିନ୍ଦା ଥାନାରେ ଏତଲା ଦେଇଛନ୍ତି।

ସୂଚନା ଅନୁସାରେ, ଦୁଇ ଜଣ ଯୁବକ ନିଶାସକ୍ତ ଅବସ୍ଥା଼ରେ ଗତକାଲି ଅପରାହ୍ଣ ପ୍ରାୟ ୪ଟା ସମୟରେ ଏକ ଆପାର୍ଟମେଣ୍ଟ ଭିତରେ ପଶି ହଠାତ ଟେକା ପଥର ମାଡ଼ କରିବା ସହ ପାର୍କିଂରେ ଥିବା ସାଇକେଲ ଓ ଗାଡ଼ି ଭଙ୍ଗାରୁଜା ମଧ୍ୟ କରିଥିଲେ । କେବଳ ଏତିକି ନୁହେଁ ଆପାର୍ଟମେଣ୍ଟରେ ନିୟୋଜିତ ଥିବା ସିକ୍ୟୁରିଟି ଗାର୍ଡ଼ଙ୍କୁ ମଧ୍ୟ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଘଟଣା ପରେ ସେଠି ରହୁଥିବା ଲୋକମାନେ ଭୟଭୀତ ହୋଇଯାଇଛନ୍ତି ଓ ଏ ନେଇ ଥାନାରେ ଏତଲା ବି ଦେଇଛନ୍ତି ।

ସୋଶିଆଲ ମିଡିଆରେ ଏ ନେଇ ଏକ ଭିଡିଓ ବି ଭାଇରାଲ ହେଉଛି । ତେବେ ଏହି ଭିଡିଓ ଆଧାରରେ ପୋଲିସ ଏହି ଦୁଇ ଯୁବକଙ୍କୁ ଚିହ୍ନଟ କରିବା ସହ ତାଙ୍କୁ ଗିରଫ କରିବାକୁ ତଦନ୍ତ ଚଲାଇଛି। ତେବେ ଏହି ୨ ଦୁର୍ବୃତ୍ତ ଦୁଇଜଣ ସ୍ଥାନୀୟ ବାସିନ୍ଦା ହୋଇଥିବା ସନ୍ଦେହ କରାଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର