ପାରିବାରିକ କଳହରୁ ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ

The Sakala Picture
Published On

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଧିନ ନାଭାଲ ଫାଣ୍ଡି ଅନ୍ତର୍ଗତ ବିଧାରପୁର ଗ୍ରାମରେ ଶୁକ୍ରବାର ସକାଳେ ଜଣେ ଯୁବକ ବେକରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିବାର ନେଇ ଅଭିଯୋଗ ହୋଇଛି। ପାରିବାରିକ କଳହ ଯୋଗୁଁ ଆତ୍ମହତ୍ୟା କରିଥିବା ନେଇ ସନ୍ଦେହ କରାଯାଉଥିବା ବେଳେ ମୃତ୍ୟୁର କାରଣ ଏଯାବତ୍ ଅସ୍ପଷ୍ଟ ରହିଛି। ସୂଚନା ଅନୁଯାୟୀ ଚିଲିକା ବ୍ଲକ ଅଠରବାଟିଆ ପଞ୍ଚାୟତ ଅନ୍ତର୍ଗତ ବିଧାରପୁର ଗ୍ରାମର ରଘୁନାଥ ଜେନାଙ୍କ ପୁଅ ଆଲୋକ କୁମାର ଜେନା କୌଣସି କାରଣ ବଶତଃ […]

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଧିନ ନାଭାଲ ଫାଣ୍ଡି ଅନ୍ତର୍ଗତ ବିଧାରପୁର ଗ୍ରାମରେ ଶୁକ୍ରବାର ସକାଳେ ଜଣେ ଯୁବକ ବେକରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିବାର ନେଇ ଅଭିଯୋଗ ହୋଇଛି। ପାରିବାରିକ କଳହ ଯୋଗୁଁ ଆତ୍ମହତ୍ୟା କରିଥିବା ନେଇ ସନ୍ଦେହ କରାଯାଉଥିବା ବେଳେ ମୃତ୍ୟୁର କାରଣ ଏଯାବତ୍ ଅସ୍ପଷ୍ଟ ରହିଛି।

ଆହୁରି ପଢ଼ନ୍ତୁ: କୋଷ୍ଟାଲ ହାଇଓ୍ବେକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲା ବିଜେଡ଼ି; 'ଏ ପ୍ରକଳ୍ପ ପର୍ଯ୍ୟଟନ ବିକାଶରେ ସହାୟକ ହେବ ନାହିଁ'

ସୂଚନା ଅନୁଯାୟୀ ଚିଲିକା ବ୍ଲକ ଅଠରବାଟିଆ ପଞ୍ଚାୟତ ଅନ୍ତର୍ଗତ ବିଧାରପୁର ଗ୍ରାମର ରଘୁନାଥ ଜେନାଙ୍କ ପୁଅ ଆଲୋକ କୁମାର ଜେନା କୌଣସି କାରଣ ବଶତଃ ଶୁକ୍ରବାର ସକାଳେ ନିଜ ଘରେ ବେକରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିଲେ। ତେବେ କିଛି ସମୟ ପରେ ପରିବାର ଲୋକ ଏହା ଜାଣିଲା ପରେ ଆଲୋକଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖି ସଂଗେ ସଂଗେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଯାଇଥିଲେ। ହେଲେ ଡାକ୍ତର ସେଠାରେ ଆଲୋକଙ୍କୁ ମୃତ ଘୋଷଣା କରିବା ସହ ଏ ବିଷୟରେ ବାଲୁଗାଁ ପୋଲିସକୁ ସୂଚନା ଦେଇଥିଲେ। ଖବର ପାଇ ନାଭାଲ ଫାଣ୍ଡି ଅଧିକାରୀ ଦିଲୀପ ସାହୁ ସଂଗେ ସଂଗେ ଘଟଣା ସ୍ଥଳରେ ପହଞ୍ଚି ଆଲୋକଙ୍କ ଶବକୁ ଜବତ କରି ପୋଷ୍ଟମର୍ଟମ ନିମନ୍ତେ ପଠାଇବା ସହ ବାଲୁଗାଁ ଥାନା କେସ ନମ୍ବର ୭/୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ବିଧାରପୁର ଗ୍ରାମର ଆଲୋକଙ୍କ ଘରକୁ ଯାଇ ତଦନ୍ତ ଜାରି ରଖିଛନ୍ତି। ପ୍ରାଥମିକ ତଦନ୍ତରୁ ପାରିବାରିକ କଳହ ଯୋଗୁଁ ଆତ୍ମହତ୍ୟା କରିଥିବା ନେଇ ସନ୍ଦେହ କରାଯାଉଥିବା ସ୍ଥଳେ, ଏଯାବତ୍ ମୃତ୍ୟୁର କାରଣ ସ୍ପଷ୍ଟ ଜଣା ପଡିନାହିଁ। ତେବେ ତଦନ୍ତ ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ନାଭାଲ ଫାଣ୍ଡି ଅଧିକାରୀ ଶ୍ରୀ ସାହୁ କହିଛନ୍ତି।

ଆହୁରି ପଢ଼ନ୍ତୁ: ଦୀଘା ଜଗନ୍ନାଥ ମନ୍ଦିର ନାମରୁ ‘ଧାମ’ ଶବ୍ଦ ହଟାଇବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୋହନ ମାଝୀ

25 Jun 2021 By The Sakala

ପାରିବାରିକ କଳହରୁ ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଧିନ ନାଭାଲ ଫାଣ୍ଡି ଅନ୍ତର୍ଗତ ବିଧାରପୁର ଗ୍ରାମରେ ଶୁକ୍ରବାର ସକାଳେ ଜଣେ ଯୁବକ ବେକରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିବାର ନେଇ ଅଭିଯୋଗ ହୋଇଛି। ପାରିବାରିକ କଳହ ଯୋଗୁଁ ଆତ୍ମହତ୍ୟା କରିଥିବା ନେଇ ସନ୍ଦେହ କରାଯାଉଥିବା ବେଳେ ମୃତ୍ୟୁର କାରଣ ଏଯାବତ୍ ଅସ୍ପଷ୍ଟ ରହିଛି।

ସୂଚନା ଅନୁଯାୟୀ ଚିଲିକା ବ୍ଲକ ଅଠରବାଟିଆ ପଞ୍ଚାୟତ ଅନ୍ତର୍ଗତ ବିଧାରପୁର ଗ୍ରାମର ରଘୁନାଥ ଜେନାଙ୍କ ପୁଅ ଆଲୋକ କୁମାର ଜେନା କୌଣସି କାରଣ ବଶତଃ ଶୁକ୍ରବାର ସକାଳେ ନିଜ ଘରେ ବେକରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିଲେ। ତେବେ କିଛି ସମୟ ପରେ ପରିବାର ଲୋକ ଏହା ଜାଣିଲା ପରେ ଆଲୋକଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖି ସଂଗେ ସଂଗେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଯାଇଥିଲେ। ହେଲେ ଡାକ୍ତର ସେଠାରେ ଆଲୋକଙ୍କୁ ମୃତ ଘୋଷଣା କରିବା ସହ ଏ ବିଷୟରେ ବାଲୁଗାଁ ପୋଲିସକୁ ସୂଚନା ଦେଇଥିଲେ। ଖବର ପାଇ ନାଭାଲ ଫାଣ୍ଡି ଅଧିକାରୀ ଦିଲୀପ ସାହୁ ସଂଗେ ସଂଗେ ଘଟଣା ସ୍ଥଳରେ ପହଞ୍ଚି ଆଲୋକଙ୍କ ଶବକୁ ଜବତ କରି ପୋଷ୍ଟମର୍ଟମ ନିମନ୍ତେ ପଠାଇବା ସହ ବାଲୁଗାଁ ଥାନା କେସ ନମ୍ବର ୭/୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ବିଧାରପୁର ଗ୍ରାମର ଆଲୋକଙ୍କ ଘରକୁ ଯାଇ ତଦନ୍ତ ଜାରି ରଖିଛନ୍ତି। ପ୍ରାଥମିକ ତଦନ୍ତରୁ ପାରିବାରିକ କଳହ ଯୋଗୁଁ ଆତ୍ମହତ୍ୟା କରିଥିବା ନେଇ ସନ୍ଦେହ କରାଯାଉଥିବା ସ୍ଥଳେ, ଏଯାବତ୍ ମୃତ୍ୟୁର କାରଣ ସ୍ପଷ୍ଟ ଜଣା ପଡିନାହିଁ। ତେବେ ତଦନ୍ତ ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ନାଭାଲ ଫାଣ୍ଡି ଅଧିକାରୀ ଶ୍ରୀ ସାହୁ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର