ଗଞ୍ଜାମରେ ପ୍ରଦୀପଙ୍କୁ ବିରୋଧ, ଜୋର ଧରିଲା ‘ଗୋପାଳପୁର ବିଧାୟକ ପଦ ଛାଡ଼’ ଦାବି

The Sakala Picture
Published On

ଗୋପାଳପୁର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଓ ଟାଟାରେ ଚାକିରି ନାଁରେ ଠକେଇ ମାମଲାରେ ଛନ୍ଦି ହୋଇଥିବା ପ୍ରଦୀପ ପାଣିଗ୍ରାହୀଙ୍କ ଲାଗି ଅଡ଼ୁଆ ବଢ଼ିବାରେ ଲାଗିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗତକାଲିଠୁ ଭିଜିଲାନ୍ସ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ସହଯୋଗୀଙ୍କ ଘରେ ରେଡ୍‌ କରୁଥିବା ବେଳେ ଗଞ୍ଜାମରେ ପ୍ରଦୀପଙ୍କୁ ଜୋର ବିରୋଧ କରାଯାଇଥିବା ଦେଖିବାକୁ ମିଳିଛି। ଜଣେ ଜନପ୍ରତିନିଧି ହୋଇ ଜନତାଙ୍କୁ ଠକି ଅୟସ୍ କରୁଥିବା ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ସ୍ୱର […]

ଗୋପାଳପୁର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଓ ଟାଟାରେ ଚାକିରି ନାଁରେ ଠକେଇ ମାମଲାରେ ଛନ୍ଦି ହୋଇଥିବା ପ୍ରଦୀପ ପାଣିଗ୍ରାହୀଙ୍କ ଲାଗି ଅଡ଼ୁଆ ବଢ଼ିବାରେ ଲାଗିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗତକାଲିଠୁ ଭିଜିଲାନ୍ସ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ସହଯୋଗୀଙ୍କ ଘରେ ରେଡ୍‌ କରୁଥିବା ବେଳେ ଗଞ୍ଜାମରେ ପ୍ରଦୀପଙ୍କୁ ଜୋର ବିରୋଧ କରାଯାଇଥିବା ଦେଖିବାକୁ ମିଳିଛି। ଜଣେ ଜନପ୍ରତିନିଧି ହୋଇ ଜନତାଙ୍କୁ ଠକି ଅୟସ୍ କରୁଥିବା ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ସ୍ୱର ଶାଣିତ ହେବାରେ ଲାଗିଛି । ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ କାର୍ୟ୍ୟାଳୟ ଆଗରେ ପ୍ରତିବାଦ କରିଛନ୍ତି ସ୍ଥାନୀୟ ଯୁବକ । ପ୍ରଦୀପ ପାଣିଗ୍ରାହୀଙ୍କୁ ଗୋପାଳପୁର ବିଧାୟକ ପଦରୁ ହଟାଇବା ଲାଗି ଲୋକାୟୁକ୍ତଙ୍କୁ ନିବେଦନ କରିଛନ୍ତି ।

ଆହୁରି ପଢ଼ନ୍ତୁ: OSSTET-୨୦୨୫ ରେଜଲ୍ଟ ପ୍ରକାଶିତ, ୭୨.୩୮ ପ୍ରତିଶତ ପିଲା ଉତ୍ତୀର୍ଣ୍ଣ

ଆହୁରି ପଢ଼ନ୍ତୁ: ଗାଁ ଗାଁରେ ବେଆଇନ କୋଚିଂ ସେଣ୍ଟର: ସରକାରୀ ନିୟମକୁ ଫୁ କରି ଟିଉସନ କରୁଛନ୍ତି ସରକାରୀ ଶିକ୍ଷକ

ପ୍ରଥମେ ନିଜ ନିର୍ବାଚନ ମଣ୍ଡଳୀ ବାସିନ୍ଦାଙ୍କ ବିଶ୍ୱାସ ଭାଙ୍ଗିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ନିଯୁକ୍ତି କରାଇ ଦେବେ କହି ଶହ ଶହ ଆଶାୟୀ ଯୁବକ ଯୁବତୀଙ୍କ ଠାରୁ ବିପୁଳ ଅର୍ଥ ସଂଗ୍ରହ କରି ଠକେଇ କଲେ। ଯେତେବେଳେ ଏହା ପ୍ରଘଟ ହେଲା, ବିଜେଡି ସୁପ୍ରିମୋ ଜନସ୍ବାର୍ଥ ବିରୋଧୀ କାର୍ଯ୍ୟ ହେତୁ ତାଙ୍କୁ ଦଳରୁ ବହିଷ୍କାର କରିଥିଲେ। ଆଉ ଏବେ ଜଣେ ଜନ ପ୍ରତିନିଧି ହୋଇ ସୁଦ୍ଧା ବେଆଇନ ଭାବେ ୫ କୋଟିରୁ ଊର୍ଦ୍ଧ୍ଵ ଟଙ୍କା ଜମା କରିଥିବା ଜଣା ପଡ଼ିବା ପରେ ଲୋକାୟୁକ୍ତଙ୍କ ନିର୍ଦ୍ଦେଶକ୍ରମେ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଥିଲା। ମତଦାତାଙ୍କ ବିଶ୍ବାସ ଭଙ୍ଗ କରିବା ସହ ଜନପ୍ରତିନିଧି ଭାବେ ନୈତିକତା ଉଲ୍ଲଂଘନ କରିଛନ୍ତି ପ୍ରଦୀପ ପାଣିଗ୍ରାହୀ। ଏଣୁ ଜଣେ ବିଧାୟକ ରୂପେ ସେ ଆଉ ଜନତାଙ୍କ ପ୍ରତିନିଧିତ୍ଵ କରିବାକୁ ମଧ୍ୟ ଯୋଗ୍ୟ ନାହାନ୍ତି। ତେଣୁ ତାଙ୍କୁ ତୁରନ୍ତ ବିଧାୟକ ପଦରୁ ମଧ୍ୟ ବହିଷ୍କାର କରାଯାଉ। ଗୋପାଳପୁର ନିର୍ବାଚନ ମଣ୍ଡଳୀ ରେ ଏହି ଦାବି ଜୋର ଧରିବାରେ ଲାଗିଛି। ଦୁର୍ନୀତି ନିବାରଣ ବିଭାଗର ୨୩ ଘଣ୍ଟିଆ ଚଢ଼ାଉ ପରେ ଏହି ଦାବିରେ ଅଞ୍ଚଳବାସୀ, ଯୁବଗୋଷ୍ଠୀ ସାମନାକୁ ଆସିଛନ୍ତି। ରଙ୍ଗେଇଲୁଣ୍ଡା ବ୍ଲକ୍ ଅଫିସ୍ ଆଗରେ ବ୍ୟାନର୍ ପ୍ରଦର୍ଶନ ସହ ସ୍ଲୋଗାନ ଦେଇ ପ୍ରଦୀପ ପାଣିଗ୍ରାହୀଙ୍କୁ ବିଧାୟକ ପଦରୁ ବହିଷ୍କାର ଲାଗି ଲୋକାୟୁକ୍ତଙ୍କ ନିକଟରେ ଦାବି ଜଣାଇଛନ୍ତି।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିର ପର୍ବପର୍ବାଣି ଓ ଯାନିଯାତ୍ରା ଚୂଡ଼ାନ୍ତ: ଜୁଲାଇ ୧୬ରେ ରଥଯାତ୍ରା, ୨୫ରେ ସୁନାବେଶ

18 Oct 2021 By The Sakala

ଗଞ୍ଜାମରେ ପ୍ରଦୀପଙ୍କୁ ବିରୋଧ, ଜୋର ଧରିଲା ‘ଗୋପାଳପୁର ବିଧାୟକ ପଦ ଛାଡ଼’ ଦାବି

ଗୋପାଳପୁର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଓ ଟାଟାରେ ଚାକିରି ନାଁରେ ଠକେଇ ମାମଲାରେ ଛନ୍ଦି ହୋଇଥିବା ପ୍ରଦୀପ ପାଣିଗ୍ରାହୀଙ୍କ ଲାଗି ଅଡ଼ୁଆ ବଢ଼ିବାରେ ଲାଗିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗତକାଲିଠୁ ଭିଜିଲାନ୍ସ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ସହଯୋଗୀଙ୍କ ଘରେ ରେଡ୍‌ କରୁଥିବା ବେଳେ ଗଞ୍ଜାମରେ ପ୍ରଦୀପଙ୍କୁ ଜୋର ବିରୋଧ କରାଯାଇଥିବା ଦେଖିବାକୁ ମିଳିଛି। ଜଣେ ଜନପ୍ରତିନିଧି ହୋଇ ଜନତାଙ୍କୁ ଠକି ଅୟସ୍ କରୁଥିବା ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ସ୍ୱର ଶାଣିତ ହେବାରେ ଲାଗିଛି । ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ କାର୍ୟ୍ୟାଳୟ ଆଗରେ ପ୍ରତିବାଦ କରିଛନ୍ତି ସ୍ଥାନୀୟ ଯୁବକ । ପ୍ରଦୀପ ପାଣିଗ୍ରାହୀଙ୍କୁ ଗୋପାଳପୁର ବିଧାୟକ ପଦରୁ ହଟାଇବା ଲାଗି ଲୋକାୟୁକ୍ତଙ୍କୁ ନିବେଦନ କରିଛନ୍ତି ।

ପ୍ରଥମେ ନିଜ ନିର୍ବାଚନ ମଣ୍ଡଳୀ ବାସିନ୍ଦାଙ୍କ ବିଶ୍ୱାସ ଭାଙ୍ଗିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ନିଯୁକ୍ତି କରାଇ ଦେବେ କହି ଶହ ଶହ ଆଶାୟୀ ଯୁବକ ଯୁବତୀଙ୍କ ଠାରୁ ବିପୁଳ ଅର୍ଥ ସଂଗ୍ରହ କରି ଠକେଇ କଲେ। ଯେତେବେଳେ ଏହା ପ୍ରଘଟ ହେଲା, ବିଜେଡି ସୁପ୍ରିମୋ ଜନସ୍ବାର୍ଥ ବିରୋଧୀ କାର୍ଯ୍ୟ ହେତୁ ତାଙ୍କୁ ଦଳରୁ ବହିଷ୍କାର କରିଥିଲେ। ଆଉ ଏବେ ଜଣେ ଜନ ପ୍ରତିନିଧି ହୋଇ ସୁଦ୍ଧା ବେଆଇନ ଭାବେ ୫ କୋଟିରୁ ଊର୍ଦ୍ଧ୍ଵ ଟଙ୍କା ଜମା କରିଥିବା ଜଣା ପଡ଼ିବା ପରେ ଲୋକାୟୁକ୍ତଙ୍କ ନିର୍ଦ୍ଦେଶକ୍ରମେ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଥିଲା। ମତଦାତାଙ୍କ ବିଶ୍ବାସ ଭଙ୍ଗ କରିବା ସହ ଜନପ୍ରତିନିଧି ଭାବେ ନୈତିକତା ଉଲ୍ଲଂଘନ କରିଛନ୍ତି ପ୍ରଦୀପ ପାଣିଗ୍ରାହୀ। ଏଣୁ ଜଣେ ବିଧାୟକ ରୂପେ ସେ ଆଉ ଜନତାଙ୍କ ପ୍ରତିନିଧିତ୍ଵ କରିବାକୁ ମଧ୍ୟ ଯୋଗ୍ୟ ନାହାନ୍ତି। ତେଣୁ ତାଙ୍କୁ ତୁରନ୍ତ ବିଧାୟକ ପଦରୁ ମଧ୍ୟ ବହିଷ୍କାର କରାଯାଉ। ଗୋପାଳପୁର ନିର୍ବାଚନ ମଣ୍ଡଳୀ ରେ ଏହି ଦାବି ଜୋର ଧରିବାରେ ଲାଗିଛି। ଦୁର୍ନୀତି ନିବାରଣ ବିଭାଗର ୨୩ ଘଣ୍ଟିଆ ଚଢ଼ାଉ ପରେ ଏହି ଦାବିରେ ଅଞ୍ଚଳବାସୀ, ଯୁବଗୋଷ୍ଠୀ ସାମନାକୁ ଆସିଛନ୍ତି। ରଙ୍ଗେଇଲୁଣ୍ଡା ବ୍ଲକ୍ ଅଫିସ୍ ଆଗରେ ବ୍ୟାନର୍ ପ୍ରଦର୍ଶନ ସହ ସ୍ଲୋଗାନ ଦେଇ ପ୍ରଦୀପ ପାଣିଗ୍ରାହୀଙ୍କୁ ବିଧାୟକ ପଦରୁ ବହିଷ୍କାର ଲାଗି ଲୋକାୟୁକ୍ତଙ୍କ ନିକଟରେ ଦାବି ଜଣାଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର