ୟୁଥ ଫର ସେବା ପକ୍ଷରୁ ‘ପେଣ୍ଟ ଏ ଦିଆ କାର୍ଯ୍ଯକ୍ରମ’ ଅନୁଷ୍ଠିତ

The Sakala Picture
Published On

ଭୁବନେଶ୍ବର: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ୟୁଥ ଫର ସେବା ଦ୍ୱାରା ଏକ ନିଆରା କାର୍ଯ୍ଯକ୍ରମ ପେଣ୍ଟ ଏ ଦିଆ (Paint A Diya) ରାଜଧାନୀ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସ୍ୱତନ୍ତ୍ର କାର୍ଯ୍ଯକ୍ରମ ଭୁବନେଶ୍ବରର ୟୁନିଟ ୬ ସ୍ଥିତ ସତ୍ୟଭାମା ଦେବୀ ମୂକ ବଧିର ମହାବିଦ୍ୟାଳୟଠାରେ ମହାବିଦ୍ୟାଳୟର ଅନୁଷ୍ଠାତା ନିରୋଜ ଲକ୍ଷ୍ମୀ ମହାପାତ୍ରଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା । ବର୍ତ୍ତମାନ ବଜାରରେ ଅନେକ ଦାମୀ ଡିଜାଇନର ଦୀପ ଉପଲବ୍ଧ ଓ ଲିଚୁ […]

ଭୁବନେଶ୍ବର: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ୟୁଥ ଫର ସେବା ଦ୍ୱାରା ଏକ ନିଆରା କାର୍ଯ୍ଯକ୍ରମ ପେଣ୍ଟ ଏ ଦିଆ (Paint A Diya) ରାଜଧାନୀ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସ୍ୱତନ୍ତ୍ର କାର୍ଯ୍ଯକ୍ରମ ଭୁବନେଶ୍ବରର ୟୁନିଟ ୬ ସ୍ଥିତ ସତ୍ୟଭାମା ଦେବୀ ମୂକ ବଧିର ମହାବିଦ୍ୟାଳୟଠାରେ ମହାବିଦ୍ୟାଳୟର ଅନୁଷ୍ଠାତା ନିରୋଜ ଲକ୍ଷ୍ମୀ ମହାପାତ୍ରଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା ।

ଆହୁରି ପଢ଼ନ୍ତୁ: ସୋସିଆଲ୍‌ ମିଡିଆରେ ଅଶ୍ଳୀଳ ଭାଷା ପ୍ରୟୋଗ କଲେ ହେବ କଡ଼ା ଆକ୍ସନ, ଲାଗିବ ଅପରାଧ ଆକ୍ଟ

ବର୍ତ୍ତମାନ ବଜାରରେ ଅନେକ ଦାମୀ ଡିଜାଇନର ଦୀପ ଉପଲବ୍ଧ ଓ ଲିଚୁ ଲାଇଟ ଥିବା ବେଳେ ମାଟି ଦୀପର ଚାହିଦା କମି କମି ଆସୁଛି । ଉକ୍ତ କାର୍ଯ୍ଯକ୍ରମର ମୁଖ୍ୟ ଲକ୍ଷ୍ୟ ହେଉଛି ଲୋକଙ୍କ ମଧ୍ୟରେ ମାଟି ଦୀପକୁ ଅଧିକ ଆଦୃତ କରାଇବା। ମାଟି ଦୀପ କ୍ରୟ ଦ୍ୱାରା ସ୍ଥାନୀୟ ବିକ୍ରେତା ଏବଂ ସ୍ଥାନୀୟ କୁମ୍ଭାର ମାନେ ଉପକୃତ ହେବେ । ୟୁଥ ଫର ସେବାର କାର୍ଯ୍ଯକ୍ରମରେ ଭାଗ ନେଇ ପିଲାମାନଙ୍କୁ ନିଜର ଲୁକାହିତ କଳା ପଦର୍ଶନ କରିବା ପାଇଁ ଏକ ସୁଯୋଗ ମଧ୍ୟ ମିଳିଥିଲା। ପିଲାମାନେ ବିଭିନ୍ନ ରଙ୍ଗ ବ୍ୟବହାର କରି ମାଟି ଦୀପ ମାନଙ୍କରେ ସୁନ୍ଦର ସୁନ୍ଦର ଡିଜାଇନ ଆଙ୍କିଥିଲେ । ସେମାନଙ୍କ ମୁଖରେ ଥିବା ଉଲ୍ଲାସ ଅତୁଳନୀୟ ଥିଲା ।

ଆହୁରି ପଢ଼ନ୍ତୁ: ନବୀନ ପଟ୍ଟନାୟକଙ୍କ ଛଡା ବିଜୁ ଲିଗାସୀ ଆଉ କେହିନାହାନ୍ତି ଓଡ଼ିଶାରେ: ପଞ୍ଚାନନ କାନୁନଗୋ

ସଂଗଠନର ସଂଯୋଜକ ସୁବ୍ରତ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି କାର୍ଯ୍ଯକ୍ରମକୁ ଜ୍ଞାନ ରଞ୍ଜନ ଦାସ ସମ୍ପାଦନ କରିଥିଲେ ଏବଂ ୟୁଥ ଫର ସେବାର ଅନ୍ୟ ସଦସ୍ୟ ଅତିକ, ବିଭୁ ରଞ୍ଜନ, ଅଭିଜିତ ଓ ସଂଗ୍ରାମ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ସତ୍ୟଭାମା ଦେବୀ ବଧିର ମହାବିଦ୍ୟାଳୟର ପାଖାପାଖି ୫୦ ଜଣ ଛାତ୍ରଛାତ୍ରୀ ଏଥିରେ ଭାଗ ନେଇଥିଲେ।

ଆହୁରି ପଢ଼ନ୍ତୁ: ପୋଲିସ SI ନିଯୁକ୍ତି କେଳେଙ୍କାରୀ: ଭୁବନେଶ୍ବର ଖଣ୍ଡଗିରି ସ୍ଥିତ ଟେକ୍ନୋ ସ୍କୁଲ୍‌ କ୍ୟାମ୍ପସ୍‌ରେ CBI ରେଡ୍‌

23 Oct 2022 By The Sakala

ୟୁଥ ଫର ସେବା ପକ୍ଷରୁ ‘ପେଣ୍ଟ ଏ ଦିଆ କାର୍ଯ୍ଯକ୍ରମ’ ଅନୁଷ୍ଠିତ

ଭୁବନେଶ୍ବର: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ୟୁଥ ଫର ସେବା ଦ୍ୱାରା ଏକ ନିଆରା କାର୍ଯ୍ଯକ୍ରମ ପେଣ୍ଟ ଏ ଦିଆ (Paint A Diya) ରାଜଧାନୀ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସ୍ୱତନ୍ତ୍ର କାର୍ଯ୍ଯକ୍ରମ ଭୁବନେଶ୍ବରର ୟୁନିଟ ୬ ସ୍ଥିତ ସତ୍ୟଭାମା ଦେବୀ ମୂକ ବଧିର ମହାବିଦ୍ୟାଳୟଠାରେ ମହାବିଦ୍ୟାଳୟର ଅନୁଷ୍ଠାତା ନିରୋଜ ଲକ୍ଷ୍ମୀ ମହାପାତ୍ରଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା ।

ବର୍ତ୍ତମାନ ବଜାରରେ ଅନେକ ଦାମୀ ଡିଜାଇନର ଦୀପ ଉପଲବ୍ଧ ଓ ଲିଚୁ ଲାଇଟ ଥିବା ବେଳେ ମାଟି ଦୀପର ଚାହିଦା କମି କମି ଆସୁଛି । ଉକ୍ତ କାର୍ଯ୍ଯକ୍ରମର ମୁଖ୍ୟ ଲକ୍ଷ୍ୟ ହେଉଛି ଲୋକଙ୍କ ମଧ୍ୟରେ ମାଟି ଦୀପକୁ ଅଧିକ ଆଦୃତ କରାଇବା। ମାଟି ଦୀପ କ୍ରୟ ଦ୍ୱାରା ସ୍ଥାନୀୟ ବିକ୍ରେତା ଏବଂ ସ୍ଥାନୀୟ କୁମ୍ଭାର ମାନେ ଉପକୃତ ହେବେ । ୟୁଥ ଫର ସେବାର କାର୍ଯ୍ଯକ୍ରମରେ ଭାଗ ନେଇ ପିଲାମାନଙ୍କୁ ନିଜର ଲୁକାହିତ କଳା ପଦର୍ଶନ କରିବା ପାଇଁ ଏକ ସୁଯୋଗ ମଧ୍ୟ ମିଳିଥିଲା। ପିଲାମାନେ ବିଭିନ୍ନ ରଙ୍ଗ ବ୍ୟବହାର କରି ମାଟି ଦୀପ ମାନଙ୍କରେ ସୁନ୍ଦର ସୁନ୍ଦର ଡିଜାଇନ ଆଙ୍କିଥିଲେ । ସେମାନଙ୍କ ମୁଖରେ ଥିବା ଉଲ୍ଲାସ ଅତୁଳନୀୟ ଥିଲା ।

ସଂଗଠନର ସଂଯୋଜକ ସୁବ୍ରତ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି କାର୍ଯ୍ଯକ୍ରମକୁ ଜ୍ଞାନ ରଞ୍ଜନ ଦାସ ସମ୍ପାଦନ କରିଥିଲେ ଏବଂ ୟୁଥ ଫର ସେବାର ଅନ୍ୟ ସଦସ୍ୟ ଅତିକ, ବିଭୁ ରଞ୍ଜନ, ଅଭିଜିତ ଓ ସଂଗ୍ରାମ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ସତ୍ୟଭାମା ଦେବୀ ବଧିର ମହାବିଦ୍ୟାଳୟର ପାଖାପାଖି ୫୦ ଜଣ ଛାତ୍ରଛାତ୍ରୀ ଏଥିରେ ଭାଗ ନେଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର