ଜନ୍ତୁପ୍ରେମୀଙ୍କ ପାଇଁ ଖୁସି ଖବର : ନନ୍ଦନକାନନରେ ୯ଟି ଛୁଆ ଜନ୍ମ କଲା ହଳଦିଆ ଆନାକୋଣ୍ଡା

The Sakala Picture
Published On

ଭୁବନେଶ୍ବର : ନନ୍ଦନକାନନ ପାଇଁ ଗୌରବ ଆଣିଦେଇଛି ହଳଦିଆ ଆନାକୋଣ୍ଡା। ନନ୍ଦନକାନନରେ ଏହି ପାଣି ବୋଡ଼ା ଜାତୀୟ ସାପର ବଂଶ ବୃଦ୍ଧି ହୋଇଥିବାରୁ ଜନ୍ତୁପ୍ରେମୀ ମହଲରେ ଖୁସି ଖେଳିଯାଇଛି। ଗତକାଲି ଗୋଟିଏ ଆନାକୋଣ୍ଡା ଜନ୍ମ ହୋଇଥିବା ବେଳେ ଆଜି ଆଉ ୮ ଟି ଆନାକୋଣ୍ଡା ଜନ୍ମ ହୋଇଛି। ଭୁବନେଶ୍ବର OUAT ଟିମ୍‌ ସହ ନନ୍ଦନକାନନ ସରୀସୃପ ଉଦ୍ୟାନ ଡାକ୍ତରଙ୍କ ସହାୟତାରେ ମାଈ ଆନାକୋଣ୍ଡାର ଡେଲିଭରି କରାଯାଇଛି। ଉଭୟ ମା ଓ ଶାବକ ଙ୍କୁ ସ୍ୱତନ୍ତ୍ର ଅବଜର୍ଭଭେସନରେ ରଖାଯାଇ […]

ଭୁବନେଶ୍ବର : ନନ୍ଦନକାନନ ପାଇଁ ଗୌରବ ଆଣିଦେଇଛି ହଳଦିଆ ଆନାକୋଣ୍ଡା। ନନ୍ଦନକାନନରେ ଏହି ପାଣି ବୋଡ଼ା ଜାତୀୟ ସାପର ବଂଶ ବୃଦ୍ଧି ହୋଇଥିବାରୁ ଜନ୍ତୁପ୍ରେମୀ ମହଲରେ ଖୁସି ଖେଳିଯାଇଛି। ଗତକାଲି ଗୋଟିଏ ଆନାକୋଣ୍ଡା ଜନ୍ମ ହୋଇଥିବା ବେଳେ ଆଜି ଆଉ ୮ ଟି ଆନାକୋଣ୍ଡା ଜନ୍ମ ହୋଇଛି। ଭୁବନେଶ୍ବର OUAT ଟିମ୍‌ ସହ ନନ୍ଦନକାନନ ସରୀସୃପ ଉଦ୍ୟାନ ଡାକ୍ତରଙ୍କ ସହାୟତାରେ ମାଈ ଆନାକୋଣ୍ଡାର ଡେଲିଭରି କରାଯାଇଛି। ଉଭୟ ମା ଓ ଶାବକ ଙ୍କୁ ସ୍ୱତନ୍ତ୍ର ଅବଜର୍ଭଭେସନରେ ରଖାଯାଇ ସ୍ୱାସ୍ଥ୍ୟ ଅବସ୍ଥାକୁ ପ୍ରାଣୀ ଚିକିତ୍ସାକଙ୍କ ଦ୍ୱାରା ନିରୀକ୍ଷଣ କରାଯାଉଛି।

ଆହୁରି ପଢ଼ନ୍ତୁ: UPI ପ୍ରସଙ୍ଗରେ ନବୀନଙ୍କ ବଡ଼ ବୟାନ: 'ସାଧାରଣ ଲୋକ ଓ କ୍ଷୁଦ୍ର ବ୍ୟବସାୟୀଙ୍କ ସ୍ୱାର୍ଥ ସୁରକ୍ଷିତ ରହିବା ଦରକାର'


ବିଶ୍ୱର ବିଶାଳକାୟ ସାପ ଭାବେ ଜଣାଶୁଣା ଏହି ଜାତିର ସାପ ପ୍ରାୟତଃ ଦକ୍ଷିଣ ଆମେରିକାରେ ଦେଖାଯାଆନ୍ତି। ବର୍ଷା ଋତୁ ଆସିଲେ ଏମାନେ ମିଳନ ହୁଅନ୍ତି | ଏହି ମିଳନ ପ୍ରକ୍ରିୟା ପ୍ରାୟ ଏପ୍ରିଲ ମେ ମାସ ପର୍ଯ୍ୟନ୍ତ ଚାଲିଥାଏ। ଗୋଟିଏ ମାଈ ଆନାକୋଣ୍ଡା ସହ ୧୦ ରୁ ୧୨ ଅଣ୍ଡିରା ଆନାକୋଣ୍ଡା ମିଳନ ହେବାକୁ ରୁଣ୍ଡ ହୋଇଥାନ୍ତି। ଦୁଇରୁ ଚାରି ସପ୍ତାହ ପର୍ଯ୍ୟନ୍ତ ସେମାନେ ମିଳନ ପାଇଁ ରୁଣ୍ଡ ହୋଇ ରୁହନ୍ତି। ମାଈ ଆନାକୋଣ୍ଡା ସହ ମିଳନ ହେବାକୁ ସେମାନଙ୍କ ଭିତରେ ପ୍ରତିଦ୍ବନ୍ଦ୍ବିତା ଲାଗିଥାଏ। ମାଈ ଆନାକୋଣ୍ଡା ଏକାଥରେକେ ୨୦ ରୁ ୪୦ ଟି ଛୁଆ ଜନ୍ମ କରିଥାଏ। ବେଳେ ବେଳେ ଏମାନେ ୧୦୦ ଟି ପର୍ଯ୍ୟନ୍ତ ଛୁଆ ଜନ୍ମ କରିଥାନ୍ତି। ଜନ୍ମ ହୋଇଥିବା ଛୁଆଟିର ଲମ୍ବ ପ୍ରାୟ ୨ ଫୁଟରୁ ୩ ଫୁଟ ଭିତରେ ହୋଇଥାଏ | ଯୌବନପ୍ରାପ୍ତ ହେବା ପର୍ଯ୍ୟନ୍ତ ଏମାନେ ଶୀଘ୍ର ଶୀଘ୍ର ବଢି଼ଥାନ୍ତି | ଏହାପରେ ଏମାନେ ଧୀରେ ଧୀରେ ବଢି଼ଥାନ୍ତି। ଚାରି/ପାଞ୍ଚ ବର୍ଷ ବୟସରେ ଆନାକୋଣ୍ଡାଗୁଡ଼ିକ ପ୍ରଜନନକ୍ଷମ ହୋଇଥାନ୍ତି। ଚାରି ପ୍ରଜାତିର ଆନାକୋଣ୍ଡା ଦେଖାଯାନ୍ତି। ସବୁଜ, ହଳଦିଆ, ଚିତା ଚିତା ଓ ବୋଲିଭିଆ ଏହି ଚାରି ପ୍ରଜାତିର ଆନାକୋଣ୍ଡା ଚି଼ହ୍ନଟ ହୋଇଛନ୍ତି ।


ସାଧାରଣତଃ ସାପ ଅଣ୍ଡା ଦେଉଥିବା ବେଳେ ଏମାନେ ଅଣ୍ଡା ଦେଇ ନ ଥାନ୍ତି। ମାଈ ଆନାକୋଣ୍ଡା ପଟରେ ଏକ ତରଳାକୃତିର ଅଣ୍ଡା ହୋଇଥାଏ। ଏହି ତରଳାକୃତିର ଅଣ୍ଡା ଭିତରେ ଥିବା କେଶରରୁ ସାପ ଭୃଣ ସୃଷ୍ଟି ହୋଇଥାଏ। କେଶରରୁ ପୋଷଣ ପାଇ ଧୀରେ ଧୀରେ ବଢ଼ି ପେଟରେ ଛୁଆ ହୋଇଥାଏ। ୬ ରୁ ୭ ମାସ ଭିତରେ ମା ଆନାକୋଣ୍ଡା ଜନ୍ମ କରିଥାଏ। ପାଣିରେ ଏମାନେ ଖୁବ ଜୋରରେ ଯାଇପାରନ୍ତି। ପାଣିରେ ଥିବା ଜୀବ ଓ ପାଣି ପିଇବାକୁ ଆସୁଥିବା ଜୀବମାନଙ୍କୁ ଏମାନେ ଶିକାର କରି ଖାଇଥାନ୍ତି। ପ୍ରଥମେ ଶିକାରକୁ ଗୁଡେଇ ହୋଇ ଜାବୁଡି ଧରି ରଖନ୍ତି। ଯେତେବେଳେ ଶିକାର ନିସ୍ତେଜ ହୋଇଯାଏ ତାକୁ ଗିଳି ଦେଇଥାନ୍ତି। ହରିଣ ଭଳି ବଡ଼ ବଡ଼ ଜନ୍ତୁଙ୍କୁ ଅନାୟାସରେ ଏମାନେ ଗିଳି ଦେଇପାରନ୍ତି। ସବୁଜ ଆନାକୋଣ୍ଡା ବେଳେ ବେଳେ ଏତେ ବଡ଼ ଜନ୍ତୁକୁ ଗିଳିଦିଏ ଯେ ଯାହା ଦ୍ୱାରା ସେ  ମରିଯାଏ। ଥରେ ଗୋଟେ ବଡ ଜନ୍ତୁ ଗିଳିଦେଲେ ପ୍ରାୟ ମାସେ ପର୍ଯ୍ୟନ୍ତ ଆଉ ଖାଇ ନ ଥାନ୍ତି। ନନ୍ଦନକାନନ ପୂର୍ବରୁ ଥିବା ଆନାକୋଣ୍ଡାକୁ ମିଶାଇ ବର୍ତ୍ତମାନ ଏହି ସଂଖ୍ୟା ୧୫କୁ ବୃଦ୍ଧି ପାଇଛି।  ଜଙ୍ଗଲୀ ଆନାକୋଣ୍ଡା ପ୍ରାୟ ୧୦ ବର୍ଷ ପର୍ଯ୍ୟନ୍ତ ବଞ୍ଚୁଥିବା ବେଳେ ସାଧାରଣ ଆନାକୋଣ୍ଡା ୩0ବର୍ଷ ପର୍ଯ୍ୟନ୍ତ ବଞ୍ଚନ୍ତି | ସୂଚନା ଯୋଗ୍ୟ ୨୦୧୯ ନଭେମ୍ବର ମାସରେ ମାଡ୍ରାସ କ୍ରୋକୋଡ଼ାଇଲ ଟ୍ରଷ୍ଟରୁ ୮ଟି ହଳଦିଆ ଆନାକୋଣ୍ଡା ନନ୍ଦନକାନନକୁ ଆସିଥିଲା। ପରିବେଶ ଓ ଜଳବାୟୁ ସହିତ ଖାପ ଖୁଆଇ ନ ପାରିବାରୁ  ଅନ୍ତନାଳୀ ସଂକ୍ରମିତ ହୋଇଯିବାରୁ ରକ୍ତ ଝାଡା ହୋଇ ୩ଟି ମରିଯାଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର