ସନ୍ତାନ ନହେବାରୁ ତଡ଼ିଦେଇଥିଲେ ଶାଶୂଘର ଲୋକେ; ବଞ୍ଚିବାର ରାହା ଦେଖାଇଲା ‘ମାଧ୍ୟମ’

The Sakala Picture
Published On

ଭୁବନେଶ୍ୱର: ଅନେକଙ୍କୁ ବଞ୍ଚିବାର ରାହା ଦେଖାଇଛି ମାଧ୍ୟମ। ଶାଶୂ ଘର ଏବଂ ସ୍ୱାମୀଠୁ ଦୂରେଇ ଯାଇଥିବା ଦୁଇଟି ପରିବାରକୁ ଯୋଡ଼ିପାରିଛି। ଏହିପରି ନିବେଦିତାଙ୍କୁ ବଞ୍ଚିବାର ରାହା ଦେଖାଇଛି ମାଧ୍ୟମ। ଗତ ୨୦୧୩ ମସିହା ନଭେମ୍ୱର ମାସ ୨୨ତାରିଖରେ ନିବେଦିତା(ଛଦ୍ମନାମ) ଏବଂ ପ୍ରଦୀପ (ଛଦ୍ମନାମ) ଉଭୟ ଭଲ ପାଇ ବିବାହ କରିଥିଲେ। ବିବାହ ପରେ ଶାଶୂ ଘର ପରିବାରର ସଦସ୍ୟମାନେ ନିବେଦିତାଙ୍କୁ ଖୁବ୍‌‌ ଭଲ ପାଉଥିଲେ। ବିବାହର କିଛି ବର୍ଷ ପରେ ଉଭୟ ଦମ୍ପତିଙ୍କର କୌଣସି ସନ୍ତାନ ସନ୍ତତି […]

ଭୁବନେଶ୍ୱର: ଅନେକଙ୍କୁ ବଞ୍ଚିବାର ରାହା ଦେଖାଇଛି ମାଧ୍ୟମ। ଶାଶୂ ଘର ଏବଂ ସ୍ୱାମୀଠୁ ଦୂରେଇ ଯାଇଥିବା ଦୁଇଟି ପରିବାରକୁ ଯୋଡ଼ିପାରିଛି। ଏହିପରି ନିବେଦିତାଙ୍କୁ ବଞ୍ଚିବାର ରାହା ଦେଖାଇଛି ମାଧ୍ୟମ। ଗତ ୨୦୧୩ ମସିହା ନଭେମ୍ୱର ମାସ ୨୨ତାରିଖରେ ନିବେଦିତା(ଛଦ୍ମନାମ) ଏବଂ ପ୍ରଦୀପ (ଛଦ୍ମନାମ) ଉଭୟ ଭଲ ପାଇ ବିବାହ କରିଥିଲେ। ବିବାହ ପରେ ଶାଶୂ ଘର ପରିବାରର ସଦସ୍ୟମାନେ ନିବେଦିତାଙ୍କୁ ଖୁବ୍‌‌ ଭଲ ପାଉଥିଲେ। ବିବାହର କିଛି ବର୍ଷ ପରେ ଉଭୟ ଦମ୍ପତିଙ୍କର କୌଣସି ସନ୍ତାନ ସନ୍ତତି ହେଉନଥିବାରୁ ସେମାନେ ଅନେକ ଡାକ୍ତରଙ୍କ ପରାମର୍ଶ ନେଇ ଚିକିତ୍ସା କରାଇଥିଲେ ମଧ୍ୟ କିଛି ସୁଫଳ ମିଳିନଥିଲା। ଏନେଇ ପରିବାର ସଦସ୍ୟ ନିବେଦିତାଙ୍କୁ ବିଭିନ୍ନ ମନ୍ତବ୍ୟ ଦେଉଥିବାରୁ ପରିବାରରେ ସର୍ବଦା କଳହ ଲାଗିରହୁଥିଲା। ପ୍ରଦୀପ ନିଜ ପରିବାର ସଦସ୍ୟଙ୍କ କଥାରେ ପରିଚାଳିତ ହୋଇ ନିବେଦିତାଙ୍କୁ ଅଣଦେଖା କରିବାରୁ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ମଧରେ ମନୋମାଳିନ୍ୟ ଦେଖା ଦେଇଥିଲା। ଶେଷରେ କୌଣସି ଉପାୟ ନପାଇ ନିବେଦିତା ‘ମାଧ୍ୟମ’ କାର୍ଯ୍ୟାଳୟକୁ ଆସି ନିଜର ଅସୁବିଧା ବିଷୟରେ ଜଣାଇଥିଲେ।

ଆହୁରି ପଢ଼ନ୍ତୁ: ମାନସିକ ରୋଗ ବିଶେଷଜ୍ଞଙ୍କୁ ଦେଖାକରନ୍ତୁ ନିଶିକାନ୍ତ ଦୁବେ: ନବୀନ ପଟ୍ଟନାୟକ

ମାଧ୍ୟମ ପକ୍ଷରୁ ଉଭୟ ପକ୍ଷର ପରିବାର ସଦସ୍ୟଙ୍କୁ ‘ମାଧ୍ୟମ’ କାର୍ଯ୍ୟାଳୟକୁ ଡକାଯାଇ କାଉନସେଲିଂ କରାଯାଇଥିଲା, ତା’ ସହିତ ଆଧୁନିକ ଯୁଗର ଉନ୍ନତ ଚିକିତ୍ସା ପଦ୍ଧତି ପାଇଁ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଲାଗି କୁହାଯାଇଥିଲା। ନିବେଦିତାଙ୍କୁ ଶାଶୂ ଘରେ ତାଙ୍କର ସନ୍ତାନ ସନ୍ତତି ନହେବା ନେଇ କୌଣସି ପ୍ରକାର କଳହ କିମ୍ୱା ମନୋମାଳିନ୍ୟ ନକରିବା ଲାଗି ମଧ୍ୟ ପରାମର୍ଶ ଦିଆଗଲା। ପ୍ରଦୀପଙ୍କୁ ବୁଝାଇବା ପରେ ସେ ନିଜ ସ୍ତ୍ରୀ ନିବେଦିତାଙ୍କୁ ସବୁ ପ୍ରକାର ସହଯୋଗ କରିବାର ପ୍ରତିଶୃତି ଦେଇଥିଲେ। କାଉନସେଲିଙ୍ଗ ପରେ ପ୍ରଦୀପ ଏବଂ ନିବେଦିତା ପୋଷ୍ୟ ସନ୍ତାନ ଗ୍ରହଣ କରି ନିଜର ଭବିଷ୍ୟତ ଜୀବନ ଖୁସିରେ ବିତାଇବା ଲାଗି ସମ୍ମତି ଜଣାଇ ଥିଲେ। ଏଥିରେ ଉଭୟଙ୍କ ପରିବାର ସଦସ୍ୟ ପ୍ରଦୀପ ଏବଂ ନିବେଦିତା ନିଷ୍ପତିରେ ସହମତି ଜଣାଇ ଥିଲେ।

ଆହୁରି ପଢ଼ନ୍ତୁ: ବେଦାନ୍ତ ଆଲୁମିନିୟମର ପ୍ରକଳ୍ପ ବିଦ୍ୟାରେ ୧୮୦୦ରୁ ଅଧିକ ଛାତ୍ରଛାତ୍ରୀ ଉପକୃତ

ଗତ ମଇ ମାସରେ ଭୁବନେଶ୍ୱରସ୍ଥିତ ଡିସିପିଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ମହିଳା ସହଯୋଗ କେନ୍ଦ୍ର ‘ମାଧ୍ୟମ’ରେ ସମୁଦାୟ ୧୮ଟି ଅଭିଯୋଗ ପଞ୍ଜୀକରଣ କରାଯାଇଥିବା ବେଳେ, ସେଥିମଧ୍ୟରୁ ୧୪ଟି ଘଟଣାର ଆପୋଷ ବୁଝାମଣା ମାଧ୍ୟମରେ ମାମଲାର ସମାଧାନ କରାଯାଇପାରିଛି। ସେହିପରି ଜଣେ ମହିଳାଙ୍କୁ ଡାକ୍ତରୀ ସହାୟତା ଯୋଗାଇ ଦିଆଯାଇଥିବା ବେଳେ ଜଣେ ମହିଳାଙ୍କୁ ଆଇନଗତ ସୁରକ୍ଷା ଯୋଗାଇ ଦିଆଯାଇଛି, ଏବଂ ଅନ୍ୟ ଜଣଙ୍କ କ୍ଷେତ୍ରରେ ସମ୍ପୃକ୍ତ ଥାନାରେ ମାମଲା ରୁଜୁ କରିବା ଲାଗି ପରାମର୍ଶ ଦିଆଯାଇଛି। ଗତ ୨୦୧୪ ମସିହା ସେପ୍ଟେମ୍ୱର ୩ତାରିଖରେ କାର୍ଯ୍ୟ ଆରମ୍ଭ କରିଥିବା ‘ମାଧ୍ୟମ’ ଅନେକ ପରିବାରକୁ ଯୋଡ଼ିଛି।

ଆହୁରି ପଢ଼ନ୍ତୁ: ବିଜୁ ବାବୁଙ୍କୁ ବିଜେପି ସାଂସଦଙ୍କ ଅପମାନ: ସାରା ରାଜ୍ୟରେ ପ୍ରତିକ୍ରିୟା; ବିଜେଡିର ତୀବ୍ର ପ୍ରତିବାଦ

10 Jun 2023 By The Sakala

ସନ୍ତାନ ନହେବାରୁ ତଡ଼ିଦେଇଥିଲେ ଶାଶୂଘର ଲୋକେ; ବଞ୍ଚିବାର ରାହା ଦେଖାଇଲା ‘ମାଧ୍ୟମ’

ଭୁବନେଶ୍ୱର: ଅନେକଙ୍କୁ ବଞ୍ଚିବାର ରାହା ଦେଖାଇଛି ମାଧ୍ୟମ। ଶାଶୂ ଘର ଏବଂ ସ୍ୱାମୀଠୁ ଦୂରେଇ ଯାଇଥିବା ଦୁଇଟି ପରିବାରକୁ ଯୋଡ଼ିପାରିଛି। ଏହିପରି ନିବେଦିତାଙ୍କୁ ବଞ୍ଚିବାର ରାହା ଦେଖାଇଛି ମାଧ୍ୟମ। ଗତ ୨୦୧୩ ମସିହା ନଭେମ୍ୱର ମାସ ୨୨ତାରିଖରେ ନିବେଦିତା(ଛଦ୍ମନାମ) ଏବଂ ପ୍ରଦୀପ (ଛଦ୍ମନାମ) ଉଭୟ ଭଲ ପାଇ ବିବାହ କରିଥିଲେ। ବିବାହ ପରେ ଶାଶୂ ଘର ପରିବାରର ସଦସ୍ୟମାନେ ନିବେଦିତାଙ୍କୁ ଖୁବ୍‌‌ ଭଲ ପାଉଥିଲେ। ବିବାହର କିଛି ବର୍ଷ ପରେ ଉଭୟ ଦମ୍ପତିଙ୍କର କୌଣସି ସନ୍ତାନ ସନ୍ତତି ହେଉନଥିବାରୁ ସେମାନେ ଅନେକ ଡାକ୍ତରଙ୍କ ପରାମର୍ଶ ନେଇ ଚିକିତ୍ସା କରାଇଥିଲେ ମଧ୍ୟ କିଛି ସୁଫଳ ମିଳିନଥିଲା। ଏନେଇ ପରିବାର ସଦସ୍ୟ ନିବେଦିତାଙ୍କୁ ବିଭିନ୍ନ ମନ୍ତବ୍ୟ ଦେଉଥିବାରୁ ପରିବାରରେ ସର୍ବଦା କଳହ ଲାଗିରହୁଥିଲା। ପ୍ରଦୀପ ନିଜ ପରିବାର ସଦସ୍ୟଙ୍କ କଥାରେ ପରିଚାଳିତ ହୋଇ ନିବେଦିତାଙ୍କୁ ଅଣଦେଖା କରିବାରୁ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ମଧରେ ମନୋମାଳିନ୍ୟ ଦେଖା ଦେଇଥିଲା। ଶେଷରେ କୌଣସି ଉପାୟ ନପାଇ ନିବେଦିତା ‘ମାଧ୍ୟମ’ କାର୍ଯ୍ୟାଳୟକୁ ଆସି ନିଜର ଅସୁବିଧା ବିଷୟରେ ଜଣାଇଥିଲେ।

ମାଧ୍ୟମ ପକ୍ଷରୁ ଉଭୟ ପକ୍ଷର ପରିବାର ସଦସ୍ୟଙ୍କୁ ‘ମାଧ୍ୟମ’ କାର୍ଯ୍ୟାଳୟକୁ ଡକାଯାଇ କାଉନସେଲିଂ କରାଯାଇଥିଲା, ତା’ ସହିତ ଆଧୁନିକ ଯୁଗର ଉନ୍ନତ ଚିକିତ୍ସା ପଦ୍ଧତି ପାଇଁ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଲାଗି କୁହାଯାଇଥିଲା। ନିବେଦିତାଙ୍କୁ ଶାଶୂ ଘରେ ତାଙ୍କର ସନ୍ତାନ ସନ୍ତତି ନହେବା ନେଇ କୌଣସି ପ୍ରକାର କଳହ କିମ୍ୱା ମନୋମାଳିନ୍ୟ ନକରିବା ଲାଗି ମଧ୍ୟ ପରାମର୍ଶ ଦିଆଗଲା। ପ୍ରଦୀପଙ୍କୁ ବୁଝାଇବା ପରେ ସେ ନିଜ ସ୍ତ୍ରୀ ନିବେଦିତାଙ୍କୁ ସବୁ ପ୍ରକାର ସହଯୋଗ କରିବାର ପ୍ରତିଶୃତି ଦେଇଥିଲେ। କାଉନସେଲିଙ୍ଗ ପରେ ପ୍ରଦୀପ ଏବଂ ନିବେଦିତା ପୋଷ୍ୟ ସନ୍ତାନ ଗ୍ରହଣ କରି ନିଜର ଭବିଷ୍ୟତ ଜୀବନ ଖୁସିରେ ବିତାଇବା ଲାଗି ସମ୍ମତି ଜଣାଇ ଥିଲେ। ଏଥିରେ ଉଭୟଙ୍କ ପରିବାର ସଦସ୍ୟ ପ୍ରଦୀପ ଏବଂ ନିବେଦିତା ନିଷ୍ପତିରେ ସହମତି ଜଣାଇ ଥିଲେ।

ଗତ ମଇ ମାସରେ ଭୁବନେଶ୍ୱରସ୍ଥିତ ଡିସିପିଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ମହିଳା ସହଯୋଗ କେନ୍ଦ୍ର ‘ମାଧ୍ୟମ’ରେ ସମୁଦାୟ ୧୮ଟି ଅଭିଯୋଗ ପଞ୍ଜୀକରଣ କରାଯାଇଥିବା ବେଳେ, ସେଥିମଧ୍ୟରୁ ୧୪ଟି ଘଟଣାର ଆପୋଷ ବୁଝାମଣା ମାଧ୍ୟମରେ ମାମଲାର ସମାଧାନ କରାଯାଇପାରିଛି। ସେହିପରି ଜଣେ ମହିଳାଙ୍କୁ ଡାକ୍ତରୀ ସହାୟତା ଯୋଗାଇ ଦିଆଯାଇଥିବା ବେଳେ ଜଣେ ମହିଳାଙ୍କୁ ଆଇନଗତ ସୁରକ୍ଷା ଯୋଗାଇ ଦିଆଯାଇଛି, ଏବଂ ଅନ୍ୟ ଜଣଙ୍କ କ୍ଷେତ୍ରରେ ସମ୍ପୃକ୍ତ ଥାନାରେ ମାମଲା ରୁଜୁ କରିବା ଲାଗି ପରାମର୍ଶ ଦିଆଯାଇଛି। ଗତ ୨୦୧୪ ମସିହା ସେପ୍ଟେମ୍ୱର ୩ତାରିଖରେ କାର୍ଯ୍ୟ ଆରମ୍ଭ କରିଥିବା ‘ମାଧ୍ୟମ’ ଅନେକ ପରିବାରକୁ ଯୋଡ଼ିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର