୧୮ ମାସ କହିଥିଲେ ୩୯ ମାସ ବିତିଗଲାଣି, ଏଯାଏଁ ସରୁନି ହଂସପାଳ ଫ୍ଲାଏଓଭର୍‌‌ ନିର୍ମାଣ କାମ

The Sakala Picture
Published On

ଭୁବନେଶ୍ୱର : ତାରିଖ ୯ ଜୁନ୍‌‌ ୨୦୨୦। ସାଂସଦ ଅପରାଜିତା ଷଡ଼ଙ୍ଗୀ ହଂସପାଳ ଫ୍ଲାଏଓଭରର ଶିଳାନ୍ୟାସ କରିଥିଲେ। ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ(ଏନ୍‌‌ଏଚ୍‌‌ଏଆଇ) ୩୦ କୋଟି ଟଙ୍କା ବ୍ୟୟରେ ଏହି ଫ୍ଲାଏଓଭରକୁ ୧୮ ମାସ ଅର୍ଥାତ୍‌‌ ୨୦୨୧ ଡିସେମ୍ବର ସୁଦ୍ଧା ଶେଷ କରିବାକୁ ଧାର୍ଯ୍ୟ କରିଥିଲା। ହେଲେ ଘୋଷଣାକୁ ୩୯ ମାସ ବିତିଯାଇଥିଲେ ମଧ୍ୟ ଫ୍ଲାଏଓଭର୍‌‌ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିପାରିନି। ଠିକାସଂସ୍ଥା ଦିନେ କାମ କଲେ ୮ ଦିନ କାମ ବନ୍ଦ ରଖୁଛି। ଫଳରେ ସ୍ଥାନୀୟ ଲୋକେ […]

ଭୁବନେଶ୍ୱର : ତାରିଖ ୯ ଜୁନ୍‌‌ ୨୦୨୦। ସାଂସଦ ଅପରାଜିତା ଷଡ଼ଙ୍ଗୀ ହଂସପାଳ ଫ୍ଲାଏଓଭରର ଶିଳାନ୍ୟାସ କରିଥିଲେ। ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ(ଏନ୍‌‌ଏଚ୍‌‌ଏଆଇ) ୩୦ କୋଟି ଟଙ୍କା ବ୍ୟୟରେ ଏହି ଫ୍ଲାଏଓଭରକୁ ୧୮ ମାସ ଅର୍ଥାତ୍‌‌ ୨୦୨୧ ଡିସେମ୍ବର ସୁଦ୍ଧା ଶେଷ କରିବାକୁ ଧାର୍ଯ୍ୟ କରିଥିଲା। ହେଲେ ଘୋଷଣାକୁ ୩୯ ମାସ ବିତିଯାଇଥିଲେ ମଧ୍ୟ ଫ୍ଲାଏଓଭର୍‌‌ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିପାରିନି। ଠିକାସଂସ୍ଥା ଦିନେ କାମ କଲେ ୮ ଦିନ କାମ ବନ୍ଦ ରଖୁଛି। ଫଳରେ ସ୍ଥାନୀୟ ଲୋକେ ପ୍ରତିଦିନ ଯମଯନ୍ତ୍ରଣା ଭୋଗୁଛନ୍ତି। ନହରକଣ୍ଟା ପାର୍ଶ୍ବରୁ ବାହାରୁଥିବା ଲୋକଙ୍କୁ ରସୁଲଗଡ଼ ଆସିବାକୁ ୩ କି.ମି. ସିମ୍ଫୋନୀ ମଲ୍‌‌ ପାଖରୁ ବୁଲିବୁଲି ଆସିବାକୁ ପଡୁଛି।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଭୟାବହ ଯୁଦ୍ଧ ସ୍ଥିତି ଲାଗି ‘ଇଫ୍ତାର ଓ ଇଦ୍ ମିଲନ’
ପାଳନ କରିବନି ବିଜେଡି

ସେହିଭଳି ବାଲିଅନ୍ତା ପାର୍ଶ୍ବରୁ ପାହାଳ କିମ୍ବା କଟକ ଯାଉଥିବା ଲୋକମାନଙ୍କୁ ମଧ୍ୟ ପ୍ରାୟ ୩ କି.ମି.ରୁ ଅଧିକ ଦୂର ରାସ୍ତା ଅଯଥାରେ ବୁଲିବାକୁ ପଡୁଛି। ଫଳରେ ସ୍ଥାନୀୟ ଅଞ୍ଚଳର ପ୍ରାୟ ୨୦ ହଜାରରୁ ଅଧିକ ଲୋକ ଘରୁ ବାହାରିବାକୁ ଭୟ କରୁଛନ୍ତି। ଏନେଇ ବାରମ୍ବାର ଏନ୍‌‌ଏଚ୍‌‌ଏଆଇ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ ହେଁ କେହି କର୍ଣ୍ଣପାତ କରୁନାହାନ୍ତି। ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଶିଳାନ୍ୟାସବେଳେ ଯେମିତି ପ୍ରଚାର କରିଥିଲେ, ଏବେ କାମ ବିଳମ୍ବକୁ ନେଇ ସାମାନ୍ୟତମ ପ୍ରତିକ୍ରିୟା ପ୍ରକାଶ କରୁନାହାନ୍ତି। ଯାହାକୁ ନେଇ ଲୋକଙ୍କ ଭିତରେ ଅସନ୍ତୋଷର ନିଆଁ କୁହୁଳିବାରେ ଲାଗିଛି।

ଆହୁରି ପଢ଼ନ୍ତୁ: କାଲି ନିଜ ଜନ୍ମକଲା ୨ ଶିଶୁଙ୍କୁ କୂଅରେ ପକାଇ ହତ୍ୟା କରିଥିଲା, ଆଜି ନିଜେ ଆତ୍ମହତ୍ୟା କଲା ମାଆ

ସୂଚନା ଅନୁସାରେ, ନହରକଣ୍ଟା, ରୁଦ୍ରପୁର, ବାଲିଅନ୍ତା ସମେତ ସ୍ଥାନୀୟ ଅଞ୍ଚଳରେ ଗଢ଼ି ଉଠିଥିବା ଏକାଧିକ ଆବାସିକ କଲୋନି ବାସିନ୍ଦାଙ୍କର ଏହି ଛକ ଲାଇଫ୍‌‌ଲାଇନ୍‌‌ କହିଲେ ଅତ୍ୟୁକ୍ତି ହେବ ନାହିଁ। ହେଲେ ଏନ୍‌‌ଏଚ୍‌‌ଏଆଇର ମନମୁଖୀ କାମ ପାଇଁ ଦୀର୍ଘ ୩ ବର୍ଷ ହେଲାଣି ଏହି ଲୋକମାନେ ପ୍ରତିଦିନ ଘରୁ ବାହାରିବାକୁ ଭୟ କରୁଛନ୍ତି। ବିଶେଷକରି କର୍ମଜୀବୀ ମହିଳା ଓ ବରିଷ୍ଠ ନାଗରିକମାନେ ଏକପ୍ରକାର ଗୃହବନ୍ଦୀ ହୋଇ ରହିଛନ୍ତି। କାରଣ ଓଲା, ଉବେର ଭଳି ବିଭିନ୍ନ ଘେରାଇ ପରିବହନକାରୀ ସଂସ୍ଥା ପକ୍ଷରୁ ଏହି ଅଞ୍ଚଳରୁ ବୁକିଂ ରଖୁନାହାନ୍ତି। କାରଣ ଗୋଟିଏ ଭଡ଼ା ପାଇଁ ଅନ୍ୟୁନ ୩ କିଲୋମିଟର ବୁଲିବାକୁ ପଡୁଛି।

ଆହୁରି ପଢ଼ନ୍ତୁ: କୋରାପୁଟକୁ ବନ୍ଦେ ଭାରତ ସ୍ଲିପର ବା ସ୍ପେସାଲ୍‌ ଟ୍ରେନ୍‌ ଚଳାଚଳ କରିବା ପାଇଁ ରାଜ୍ୟସଭାରେ ଦାବି କଲେ ସାଂସଦ ମାନସ

ଏହାସହ ଫ୍ଲାଏଓଭର୍‌‌ କାମ ଚାଲୁଥିବାରୁ ରାସ୍ତା ସଂକୁଚିତ ରହୁଛି। ଫଳରେ ପ୍ରତିଦିନ ପୂର୍ବାହ୍ଣ ୧୦ଟାରୁ ୧୨ଟା ଓ ଅପରାହ୍ଣ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ଘଣ୍ଟା ଘଣ୍ଟା ଧରି ରାସ୍ତା ଜାମ୍‌‌ ରହୁଛି। କେବଳ ଫ୍ଲାଏଓଭର୍‌‌ ପାଇଁ ଏଭଳି ଭିଡ଼ ହେଉଥିବା ସ୍ଥାନୀୟ ଲୋକେ କହିଛନ୍ତି। ପ୍ରତିଦିନ ସାଧାରଣ ଲୋକଙ୍କ ଏଭଳି ସମସ୍ୟା କ’ଣ ସାଂସଦଙ୍କ ଆଖିକୁ ଦେଖାଯାଉନି, ନା ଜାଣିଶୁଣି ଚୁପ୍‌‌ ରହିଛନ୍ତି। ତାକୁ ନେଇ ଏବେ ପ୍ରଶ୍ନ ଉଠୁଛି। କାରଣ ନିର୍ମାଣ ପୂର୍ବରୁ ସାଂସଦଙ୍କ ତତ୍ତ୍ୱାବଧାନରେ ଏହି ଫ୍ଲାଏଓଭର୍‌‌ ନିର୍ମାଣ ହେଉଥିବା ନେଇ ଯେଉଁ ପ୍ରଚାର କରୁଥିଲେ, ଏବେ କାମ ବିଳମ୍ବବେଳେ ତା’ର କାଣିଚାଏ ତତ୍ପରତା ପ୍ରକାଶ କରାଯାଉନି। ଯାହାକୁ ନେଇ ସାଂସଦଙ୍କ କାର୍ଯ୍ୟଦକ୍ଷତା ବାରିହୋଇପଡୁଛି।

ଏନେଇ ସ୍ଥାନୀୟ ବାସିନ୍ଦା ତଥା ଉତ୍ତର ଭୁବନେଶ୍ୱର ଉନ୍ନୟନ ପରିଷଦର ସଭାପତି ପ୍ରଭାତ ଦାସଙ୍କ କହିବାନୁସାରେ, ଏହି ଫ୍ଲାଏଓଭର୍‌‌ ନିର୍ମାଣ ବିଳମ୍ବ ନେଇ ଏନ୍‌‌ଏଚ୍‌‌ଏଆଇ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ ସେମୋନେ କର୍ଣ୍ଣପାତ କରୁନାହାନ୍ତି। ପୂର୍ବରୁ ମାର୍ଚ୍ଚ ମାସରେ ତାଙ୍କ ସହ ଆଲୋଚନା ହୋଇଥିଲା। ମାର୍ଚ୍ଚ ସୁଦ୍ଧା ଗୋଟିଏ ପାର୍ଶ୍ବ ଓ ଏପ୍ରିଲ୍‌‌ ଶେଷ ସୁଦ୍ଧା ଉଭୟ ପାର୍ଶ୍ବ ଶେଷ କରିବା ସହ ମେ’ ମାସ ସୁଦ୍ଧା ସମ୍ପୂର୍ଣ୍ଣ ଫ୍ଲାଏଓଭର୍‌‌ କାମ ଶେଷ ହେବ ବୋଲି କହିଥିଲେ। ହେଲେ ଏ ପର୍ଯ୍ୟନ୍ତ ଗୋଟିଏ ପାର୍ଶ୍ବ ସମ୍ପୂର୍ଣ୍ଣ ଶେଷ ହୋଇପାରିନି। ଏନ୍‌‌ଏଚ୍‌‌ଏଆଇ କର୍ତ୍ତୃପକ୍ଷ ଠିକାସଂସ୍ଥା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଆଗାମୀ ଦିନେର ଏନ୍‌‌ଏଚ୍‌‌ଏଆଇ କାର୍ଯ୍ୟାଳୟ ଘେରଉ କରିବୁ ବୋଲି ଚେତାବନୀ ଦେଇଛନ୍ତି।

ଅନ୍ୟ ଜଣେ ବାସିନ୍ଦା ବ୍ରହ୍ମାନନ୍ଦ ପଣ୍ଡାଙ୍କ କହିବାନୁସାରେ, ଆମେ ଏନ୍‌‌ଏଚ୍‌‌ଏଆଇ କାମରେ ଅତିଷ୍ଠ ହୋଇଗଲୁଣି। ଆସନ୍ତା ଅକ୍ଟୋବର ଶେଷ ସୁଦ୍ଧା କାମ ଶେଷ ନ ହେଲେ ଜାତୀୟ ରାଜପଥ ଅବରୋଧ କରିବୁ ବୋଲି ଚରମବାଣୀ ଶୁଣାଇଛନ୍ତି। ଏ ସମ୍ପର୍କରେ ଏନ୍‌‌ଏଚ୍‌‌ଏଆଇର ନିର୍ବାହୀ ଯନ୍ତ୍ରୀ ପଙ୍କଜ ସିଂଘଲଙ୍କ କହିବାନୁସାରେ, ବର୍ତ୍ତମାନ ସୁଦ୍ଧା ୭୦ ପ୍ରତିଶତ କାମ ଶେଷ ହୋଇଛି। ଠିକାସଂସ୍ଥାର ମନ୍ଥର ଗତି କାମ ପାଇଁ ତାକୁ ନୋଟିସ୍‌‌ କରାଯାଇଛି। ଉଲ୍ଲେଖଥାଉ କି, ଠିକାସଂସ୍ଥା ବାରମ୍ବାର କାମରେ ଅବହେଳା କରୁଥିଲେ ହେଁ ଏନ୍‌‌ଏଚ୍‌‌ଏଆଇ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା କର୍ତ୍ତୃପକ୍ଷଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି।

15 Sep 2023 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର