ମନୋରଞ୍ଜନ
ଚାକିରି ଦେବାକୁ କହି ଠକେଇ ମାମଲା: ବନ୍ଧାହେଲେ ମହିଳା ସ୍ଵେଚ୍ଛାସେବୀ ପରିଚୟ ଦେଉଥିବା ମହିଳା
ଭୁବନେଶ୍ୱର: ଚାକିରି ଦେବାକୁ କହି ଠକେଇ ମାମଲାରେ ବନ୍ଧାହେଲେ ମହିଳା ସ୍ଵେଚ୍ଛାସେବୀ ପରିଚୟ ଦେଉଥିବା ଜଣେ ମହିଳା । ସୁରେଶ୍ଵରୀ ଜେନା ନାମକ ଜଣେ ମହିଳାଙ୍କୁ ଗିରଫ କରିଛି ଖଣ୍ଡଗିରି ପୋଲିସ । ଖଣ୍ଡଗିରି ଥାନା ପୋଲିସର ଏକ ଟିମ୍ କେନ୍ଦୁଝରରୁ ସୁରେଶ୍ଵରୀଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ଚାକିରି ଦେବାକୁ କହି ଠକେଇ ନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ଗିରଫ ଭୟରେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ ସୁରେଶ୍ଵରୀ । ହାଇକୋର୍ଟଙ୍କ ପକ୍ଷରୁ ଜାମିନ ଅଗ୍ରାହ୍ୟ ପରେ ନିର୍ଦ୍ଦେଶ କ୍ରମେ ପୋଲିସ ସୁରେଶ୍ଵରୀଙ୍କୁ ଗିରଫ କରିଥିବା ସୂଚନା ।





