ରେଭେନ୍ସା ବିଶ୍ୱବିଦ୍ୟାଳୟରେ ୱାର୍ଡେନ୍ ସଂଘର ପ୍ରତିବାଦ: ବିଧାୟକ ପ୍ରକାଶ ସେଠୀ କ୍ଷମା ମାଗନ୍ତୁ ବୋଲି ଦାବି
କଟକ: ବଢ଼ିଲା ରେଭେନ୍ସା ବିଶ୍ବବିଦ୍ୟାଳୟ ୱାର୍ଡେନ୍-ବିଧାୟକ କଳି । ବିଶ୍ୱବିଦ୍ୟାଳୟ ପ୍ରସଙ୍ଗରେ ରାଜନୈତିକ ହସ୍ତକ୍ଷେପକୁ ବିରୋଧ କରି ଏବଂ ଶିକ୍ଷକମାନଙ୍କ ମର୍ଯ୍ୟାଦା ତଥା ଅନୁଷ୍ଠାନର ସ୍ୱାୟତ୍ତତା ଦାବିରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ୱାର୍ଡେନ ସଂଘ ପକ୍ଷରୁ କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରାଯାଇଛି।
ଶିକ୍ଷକମାନେ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ସେଭେନ୍ ପିଲାର୍ସ ଅଫ୍ ୱିଜଡମ୍ ଠାରୁ ଏକ ଶୋଭାଯାତ୍ରାରେ ବାହାରି କୁଳପତିଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ସେମାନେ ଏକ ୪ ଦଫା ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ଦାବିଗୁଡ଼ିକ ମଧ୍ୟରେ ବିଧାୟକ ପ୍ରକାଶ ସେଠୀଙ୍କ ଦ୍ୱାରା ସାର୍ବଜନୀନ କ୍ଷମା ପ୍ରାର୍ଥନା, ବିଶ୍ୱବିଦ୍ୟାଳୟ ପ୍ରଶାସନରେ କୌଣସି ରାଜନୈତିକ ହସ୍ତକ୍ଷେପ ନକରିବା, ଶିକ୍ଷକମାନଙ୍କ ମର୍ଯ୍ୟାଦା ରକ୍ଷା କରିବା ଏବଂ କୁଳପତିଙ୍କ କାର୍ଯ୍ୟାଳୟ ତଥା ଅନୁଷ୍ଠାନକୁ ସମ୍ମାନ ଜଣାଇବା ଅନ୍ତର୍ଭୁକ୍ତ।
ସୂଚନାଯୋଗ୍ୟ, ଅଗଷ୍ଟ ୩ ତାରିଖରେ ହଷ୍ଟେଲ ସମସ୍ୟାକୁ ନେଇ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ସମୟରେ ଏହି ଘଟଣାର ସୂତ୍ରପାତ ହୋଇଥିଲା। ଶିକ୍ଷକ ସଂଘର ଅଭିଯୋଗ ଅନୁଯାୟୀ, ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ମୁଖ୍ୟ ୱାର୍ଡେନ ତଥା ଜଣେ ବରିଷ୍ଠ ପ୍ରଫେସରଙ୍କ ପ୍ରତି ଅଶୋଭନୀୟ ଆଚରଣ ପ୍ରଦର୍ଶନ କରାଯିବା ସହ କଟୁ ମନ୍ତବ୍ୟ ଦିଆଯାଇଥିଲା। ଜଣେ ପ୍ରଫେସର କହିଛନ୍ତି ଯେ, "ଯେତେବେଳେ କୁଳପତି ଏବଂ ଅନ୍ୟାନ୍ୟ ଅଧିକାରୀମାନେ ଛାତ୍ରଛାତ୍ରୀଙ୍କୁ ବୁଝାଇ ପରିସ୍ଥିତି ଶାନ୍ତ କରିଥିଲେ, ସେହି ସମୟରେ କଟକ ସଦର ବିଧାୟକ ସେଠାରେ ପହଞ୍ଚି ଛାତ୍ରମାନଙ୍କୁ ଉସକାଇଥିଲେ ଏବଂ ବରିଷ୍ଠ ପ୍ରଫେସରଙ୍କ ପ୍ରତି ଅସମ୍ମାନଜନକ ଶବ୍ଦ ବ୍ୟବହାର କରିଥିଲେ।" ଆଶ୍ଚର୍ଯ୍ୟର କଥା ହେଉଛି, ଛାତ୍ରମାନେ ବିଧାୟକଙ୍କୁ ଡାକିନଥିବା ସ୍ପଷ୍ଟ କରିଛନ୍ତି। ଏହି ବିବାଦ ପରେ ମଙ୍ଗଳବାର ଦିନ ସମସ୍ତ ହଷ୍ଟେଲ ୱାର୍ଡେନ ଏବଂ ଡେପୁଟି ୱାର୍ଡେନମାନେ ସେମାନଙ୍କର ସାମୂହିକ ଇସ୍ତଫା ପ୍ରଦାନ କରିଛନ୍ତି।