ନବୀନଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ କାହିଁକି ମିଛ ପ୍ରଚାର କରୁଥିଲେ ପ୍ରଧାନମନ୍ତ୍ରୀ, ରାଜ୍ୟସଭାରେ ପ୍ରଶ୍ନ କଲେ ସୁଲତା…

The Sakala Picture
Published On

ନୂଆଦିଲ୍ଲୀ : ଚଳିତ ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠୁ ନେଇ ବିଜେପି ଶାସିତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଓଡ଼ିଶାକୁ ନିର୍ବାଚନ ପ୍ରଚାର ପାଇଁ ଆସିଥିଲେ। ନିର୍ବାଚନ ସମୟରେ ବିଭିନ୍ନ ସମସ୍ୟାକୁ ଉଠାଇ ପ୍ରଚାର କରିବା ବଦଳରେ ବିଜେପି ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ମିଛ ପ୍ରଚାର କରି ରାଜନୀତି କରୁଥିଲା। କେନ୍ଦ୍ରମନ୍ତ୍ରୀ ଓ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ କଥା ଛାଡନ୍ତୁ ଖୋଦ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ […]

ନୂଆଦିଲ୍ଲୀ : ଚଳିତ ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠୁ ନେଇ ବିଜେପି ଶାସିତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଓଡ଼ିଶାକୁ ନିର୍ବାଚନ ପ୍ରଚାର ପାଇଁ ଆସିଥିଲେ। ନିର୍ବାଚନ ସମୟରେ ବିଭିନ୍ନ ସମସ୍ୟାକୁ ଉଠାଇ ପ୍ରଚାର କରିବା ବଦଳରେ ବିଜେପି ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ମିଛ ପ୍ରଚାର କରି ରାଜନୀତି କରୁଥିଲା। କେନ୍ଦ୍ରମନ୍ତ୍ରୀ ଓ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ କଥା ଛାଡନ୍ତୁ ଖୋଦ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ଗାରିମା ଭୁଲି ନିର୍ବାଚନ ସମୟରେ ନବୀନଙ୍କ ସ୍ୱାସ୍ଥ୍ୟବସ୍ଥା ଭଲନଥିବା କହିଥିଲେ। ଯାହାକୁ ନେଇ ଆଜି ରାଜ୍ୟସଭାରେ ବିଜେପିକୁ ଟାର୍ଗେଟ କରିଛନ୍ତି ବିଜେଡି ସାଂସଦ ସୁଲତା ଦେଓ।

ଆହୁରି ପଢ଼ନ୍ତୁ: ଲଗାଣ ବର୍ଷା କାରଣରୁ ଜାମୁଘାଟ ଅସ୍ଥାୟୀ ପୋଲ ଉପରେ ୩ ଫୁଟର ପାଣି, ୮ଟି ପଞ୍ଚାୟତକୁ ଯୋଗାଯୋଗ ବିଛିନ୍ନ

ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ମତ ଦେବା ସମୟରେ ବିଜେଡି ସାଂସଦ ସୁଲତା ଦେଓ କହିଥିଲେ, ରାଷ୍ଟ୍ରପତି ନିଜ ଅଭିଭାଷଣରେ କହିଥିଲେ କେନ୍ଦ୍ରରେ ସ୍ଥିର ଓ ବହୁମତର ସରକାର ଚାଲିଛି । କିନ୍ତୁ ବାସ୍ତବରେ କେନ୍ଦ୍ରରେ ମେଣ୍ଟ ସରକାର ଚାଲିଛି । ରାଷ୍ଟ୍ରପତି ବୋଧ ହୁଏ ନିର୍ବାଚନ ଫଳାଫଳ ବାବଦରେ ସ୍ପଷ୍ଟ ସୂଚନା ପାଇନାହାଁନ୍ତି। ଏହା ବହୁମତର ସରକାର ନୁହେଁ। ଏହା NDA(ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସ) ସରକାର ନୁହେଁ ଏହା NNDA(ନୀତିଶ-ନାଇଡୁ ଡେମୋକ୍ରାଟିକ୍ ଆଲାଏନ୍ସ) ବୋଲି ବିଜେଡି ସାଂସଦ ସୁଲତା ଦେଓ କହିଛନ୍ତି।

ଆହୁରି ପଢ଼ନ୍ତୁ: ଆସନ୍ତା ୯ରେ ଖୋଲିବ ହୀରାକୁଦ ଡ୍ୟାମ୍ ଗେଟ୍, ନିଷ୍କାସିତ ହେବ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ

ଏହାପରେ ସାଂସଦ ସୁଲତା ଦେଓ କହିଥିଲେ ନିର୍ବାଚନ ସମୟରେ ନବୀନଙ୍କ ସ୍ୱାସ୍ଥ୍ୟବସ୍ଥା ଭଲନଥିବା କହିଥିଲେ ପ୍ରଧାନମନ୍ତ୍ରୀ । ସେତେବେଳେ ପ୍ରଧାନମନ୍ତ୍ରୀ ନିଜ ଗାରିମା ଭୁଲି ଯାଇଥିଲେ । ନବୀନଙ୍କୁ ବନ୍ଦୀ କରି ରଖାଯାଇଛି ଏବଂ ବିଜେପି ସରକାର ଆସିଲେ ନବୀନଙ୍କ ସ୍ୱାସ୍ଥ୍ୟବସ୍ଥାର ଯାଞ୍ଚ କରିବାକୁ ଏକ କମିଟି ଗଠନ କରିବାକୁ କହିଥିଲେ । ରାଜ୍ୟରେ ବିଜେପି ସରକାର ଶପଥ ନେବା ବେଳେ ମଞ୍ଚରେ ନବୀନ ଓ ମୋଦୀ ଉପସ୍ଥିତ ଥିଲେ, ସେତେବେଳେ ପ୍ରଧାନମନ୍ତ୍ରୀ ଜାଣିପାରିଥିବେ ନବୀନଙ୍କ ସ୍ୱାସ୍ଥ୍ୟବସ୍ଥା କେମିତି ଅଛି । ତାହେଲେ ନିର୍ବାଚନ ବେଳେ ପ୍ରଧାନମନ୍ତ୍ରୀ ଏମିତି ମିଛ ପ୍ରଚାର କାହିଁକି କରୁଥିଲେ ବୋଲି ପ୍ରଶ୍ନ କରିଛନ୍ତି ସୁଲତା ।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଖୋଲିବ ହୀରାକୁଦ ଗେଟ୍, ଡ୍ୟାମ୍‌ରୁ ଛଡ଼ାଯିବ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଏଥି ସହିତ ବିଜେପି ଚଳିତ ନିର୍ବାଚନ ସମୟରେ ଓଡ଼ିଶାରେ କରିଥିବା ବିଭିନ୍ନ ମିଛ ପ୍ରଚାରକୁ ନେଇ ମଧ୍ୟ ବର୍ଷିଛନ୍ତି ସୁଲତା। ସେ କହିଛନ୍ତି ଓଡ଼ିଶାରେ ନିର୍ବାଚନ ପ୍ରଚାର ସମୟରେ ବିଜେପି କହିଥିଲା, ମହାପ୍ରଭୁଙ୍କ ରତ୍ନଭଣ୍ଡାର ଚାବି ତାମିଲନାଡୁ ଚାଲି ଯାଇଛି । କିନ୍ତୁ ମହାପ୍ରଭୁଙ୍କ ଆଦ୍ୟସେବକ ଗଜପତି ମହାରାଜ ସ୍ପଷ୍ଟ କରିଛନ୍ତି ଚାବି ସୁରକ୍ଷିତ ଅଛି । ତାହେଲେ ନିର୍ବାଚନ ବେଳେ ଏମିତି ମିଛ କାହିଁକି କହୁଥିଲେ । ଏଥିପାଇଁ ଓଡ଼ିଶାବାସୀଙ୍କୁ ବିଜେପି କ୍ଷମା ମାଗିବା ଉଚିତ। ଏଥି ମହାପ୍ରଭୁ ଜଗନ୍ନାଥଙ୍କ ରତ୍ନ ଭଣ୍ଡାର ବିଜେପି ସରକାରକୁ ଆସିଲେ ୬ ଦିନରେ ଖୋଲିବାକୁ କହିଥିଲେ । କିନ୍ତୁ ଏପର୍ଯ୍ୟନ୍ତ ରତ୍ନଭଣ୍ଡାର ଖୋଲିଲାନି । ଏହା କଣ ଜୁମଲା ଥିଲା କି ବୋଲି ପ୍ରଶ୍ନ କରିଛନ୍ତି ସୁଲତା।

ଅନ୍ୟପଟେ ପୂର୍ବ ସରକାର ସମୟରେ ଭକ୍ତମାନେ ଶ୍ରୀମନ୍ଦିରର ଦୁଇଟି ଦ୍ୱାର ସିଂହଦ୍ୱାର ଏବଂ ପଶ୍ଚିମ ଦ୍ୱାର (କେବଳ ପୁରୀବାସୀ) ଦେଇ ଭିତରକୁ ଯାଉଥିଲେ। କୋଭିଡ୍‌ ସଂକ୍ରମଣ ପରଠାରୁ ଭକ୍ତଙ୍କ ଶୃଙ୍ଖଳିତ ଏବଂ ସୁରକ୍ଷିତ ଦର୍ଶନ ନିମନ୍ତେ ପ୍ରଶାସନ ପକ୍ଷରୁ କିଛି କଟକଣା ଲଗାଯାଇଥିଲା। ସେଥିରେ ଏହି ପ୍ରବେଶ କଟକଣା ମଧ୍ୟ ରହିଥିଲା। କେବଳ ସିଂହଦ୍ୱାର ଦେଇ ପ୍ରବେଶ କରୁଥିଲେ ଭକ୍ତ। ଜଷ୍ଟିସ ବିପି ଦାସ କମିସନଙ୍କ ଶ୍ରୀମନ୍ଦିର ଭିଡକୁ ନେଇ ସମୀକ୍ଷା ପରେ ପୂର୍ବ ସରକାର ଏହି ନିଷ୍ପତ୍ତି ନେଇଥିଲେ। ହେଲେ ବିଜେପି ସରକାରକୁ ଆସିଲେ ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିବାକୁ କହିଥିଲେ । ସରକାରକୁ ଆସିବା ପରେ ଭକ୍ତଙ୍କ ପାଇଁ ୪ ଦ୍ୱାର ଖୋଲିଲେ କିନ୍ତୁ ସ୍ଥିତି ଏମିତି ହେଲା ଯେ, ଦଳଚକଟା ଭଳି ପରିସ୍ଥିତି ସୃଷ୍ଟି ହେଲା । ତେଣୁ ପୁଣିଥରେ ସେହି ଗୋଟିଏ ଦ୍ୱାର ଦେଇ ପ୍ରବେଶ ଓ ୩ ଦ୍ୱାର ବାଟେ ବାହାରକୁ ଛାଡିଲେ। ନବୀନ ସରକାର କ’ଣ ପାଇଁ ୨ଟି ଦ୍ୱାରରେ ପ୍ରବେଶ ଅନୁମତି ଦେଇଥିଲେ, ତାହା ତର୍ଜମା ନକରି ବିଜେପି କେବଳ ରାଜନୈତିକ ଉଦେଶ୍ୟରେ ୪ ଦ୍ବାର ଖୋଲି ଦେଲା। ଆଉ ଏବେ ପୁଣି ବନ୍ଦ କଲା ।

ସେହିପରି ଓଡ଼ିଶାର ୮ଟି ଜିଲ୍ଲାକୁ ଏଯାଏଁ ରେଳ ସଂଯୋଗ ହୋଇନଥିବାକୁ ନେଇ ମଧ୍ୟ ବିଜେପି ଉପରେ ବର୍ଷିଛନ୍ତି ସୁଲତା। ସେ କହିଛନ୍ତି ଓଡ଼ିଶାରୁ ରେଲୱେ ସିଂହଭାଗ ରାଜସ୍ୱ ପାଉଛି, କିନ୍ତୁ ଏବେ ପର୍ଯ୍ୟନ୍ତ ଓଡ଼ିଶାର ୮ ଜିଲ୍ଲାକୁ ରେଳ ସଂଯୋଗ ହୋଇନାହିଁ ।ପୂର୍ବରୁ ନବୀନ ସରକାର ମଧ୍ୟ ଘୋଷଣା କରିଥିଲେ ଓଡ଼ିଶାର ଯେଉଁଜିଲ୍ଲାକୁ ରେଳ ସଂଯୋଗ ନାହିଁ, ରେଳ ବିଭାଗ ସେ କାମ କରୁ ଆମେ ୫୦ ପ୍ରତିଶତ ଅର୍ଥ ସହ ଜମି ମାଗଣାରେ ଯୋଗଇଦେବୁ। କିନ୍ତୁ ବିଜେପି କଲା ନାହିଁ। ଓଡ଼ିଶାର ୮ ଜିଲ୍ଲାକୁ ଯେତେବେଳେ ଟ୍ରେନ୍ ସଂଯୋଗ ନାହିଁ ସେତେବେଳେ ବିଜେପି ବୁଲେଟ ଟ୍ରେନର ସୁନେଲୀ ସ୍ୱପ୍ନ ଦେଖାଯାଉଛି ବୋଲି କହି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ସୁଲତା।

02 Jul 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର