ପାରିବାରିକ କଳହ ନାଁ ଅନ୍ୟକିଛି କାରଣ ପାଇଁ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଲେ ରାଇମୋହନ….

The Sakala Picture
Published On

ଭୁବନେଶ୍ବର : ଦମଦାର ଅଭିନୟ ଓ ଜବରଦସ୍ତ ଡାଇଲଗ୍ ପାଇଁ ସମଗ୍ର ରାଜ୍ୟବାସୀଙ୍କ ନିକଟରେ ପରିଚିତ ଥିଲେ ରାଇମୋହନ ପରିଡା। ଓଡ଼ିଆ ଚଳଚ୍ଚିତ୍ର ଓ ଧାରାବାହିକରେ ରାଇମୋହନ ପରିଡ଼ା ଯେମିତି ନିଖୁଣ ଅଭିନୟ କରୁଥିଲେ, ଯାତ୍ରା ମଞ୍ଚରେ ମଧ୍ୟ ସେ ଦର୍ଶକଙ୍କୁ ଅନୁରୂପ ଭାବେ ମତୁଆଲା କରୁଥିଲେ।ନେଗେଟିଭ୍ ଚରିତ୍ରର ତାଙ୍କର ମୃତ୍ୟୁ ଏମିତି ଯିଏ ଦେଖିବ ତାର ଲୋମ ଟାଙ୍କୁରି ଉଠିବ। ପରଦା ଉପରେ ଏଣ୍ଟ୍ରି ହେଲେ ବାଜେ ତାଳି। ବିନ୍ଦାସ, ଖୁସ୍ ମିଜାଜ୍ ଲୋକ ପ୍ରିୟ […]

ଭୁବନେଶ୍ବର : ଦମଦାର ଅଭିନୟ ଓ ଜବରଦସ୍ତ ଡାଇଲଗ୍ ପାଇଁ ସମଗ୍ର ରାଜ୍ୟବାସୀଙ୍କ ନିକଟରେ ପରିଚିତ ଥିଲେ ରାଇମୋହନ ପରିଡା। ଓଡ଼ିଆ ଚଳଚ୍ଚିତ୍ର ଓ ଧାରାବାହିକରେ ରାଇମୋହନ ପରିଡ଼ା ଯେମିତି ନିଖୁଣ ଅଭିନୟ କରୁଥିଲେ, ଯାତ୍ରା ମଞ୍ଚରେ ମଧ୍ୟ ସେ ଦର୍ଶକଙ୍କୁ ଅନୁରୂପ ଭାବେ ମତୁଆଲା କରୁଥିଲେ।ନେଗେଟିଭ୍ ଚରିତ୍ରର ତାଙ୍କର ମୃତ୍ୟୁ ଏମିତି ଯିଏ ଦେଖିବ ତାର ଲୋମ ଟାଙ୍କୁରି ଉଠିବ। ପରଦା ଉପରେ ଏଣ୍ଟ୍ରି ହେଲେ ବାଜେ ତାଳି। ବିନ୍ଦାସ, ଖୁସ୍ ମିଜାଜ୍ ଲୋକ ପ୍ରିୟ ଅଭିନେତା ରାଇମୋହନ ଆଉ ଏଇ ଦୁନିଆରେ ନାହାନ୍ତି। ଚିର ନିଦ୍ରାରେ ଶୋଇ ଯାଇଛନ୍ତି ସଭିଙ୍କ ଅତି ପ୍ରିୟ ରାଇ ଭାଇ। ଭୁବନେଶ୍ୱରର ମଞ୍ଚେଶ୍ୱରସ୍ଥିତ ପ୍ରାଚୀ ବିହାର ଘରୁ ଶୁକ୍ରବାର ଝୁଲନ୍ତା ଅବସ୍ଥାରେ ମିଳିଛି ତାଙ୍କ ମୃତଦେହ। ସେ ଆତ୍ମହତ୍ୟା କରିଛନ୍ତି । ତେବେ ସେ ହଠାତ୍‌ କାହିଁକି ଏପରି ଚରମ ପଦକ୍ଷେପ ଉଠାଇଲେ ତାହା ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଆହୁରି ପଢ଼ନ୍ତୁ: ଖଣି ଆଇନ ସଂଶୋଧନ: ଆଇନ ମାଧ୍ୟମରେ ରାଜ୍ୟର ଅଧିକାର ଛଡାଇ ନିଆଯାଇଛି, ଅର୍ଥନୈତିକ ଅବରୋଧ କରିବ ବିଜେଡି

ରାଇମୋହନଙ୍କ ଭଳି ବ୍ୟକ୍ତିତ୍ବ ଆତ୍ମହତ୍ୟା କରିବେ ତାହା ସହଜରେ ଗ୍ରହଣ କରି ପାରୁନାହାନ୍ତି ତାଙ୍କ ପ୍ରଶଂସକ ଏବଂ ପଡୋଶୀ। ସବୁବେଳେ ହସ ହସ ମୁହଁ ଏବଂ ଖୁସି ମିଜାସରେ ରହୁଥିବା ଲୋକଟି ଏପରି ନିଷ୍ପତ୍ତି କଣ ପାଇଁ ନେଲେ? ସେ ବହୁତ ଇଶ୍ବର ବିଶ୍ବାସୀ ଥିଲେ, ଆତ୍ମହତ୍ୟା ଭଳି ନିଷ୍ପତ୍ତିକୁ ଘୃଣା କରୁଥିଲେ । କିନ୍ତୁ ଆଜି କଣ ପାଇଁ ଏପରି କଲେ ତାହା କେହି ବୁଝି ପାରୁନାହାନ୍ତି। ତାଙ୍କ ମୃତ୍ୟୁ ପଛର କାରଣ କଣ? ଏନେଇ ପୁଲିସ ତଦନ୍ତ କରୁଥିବା ବେଳେ  ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ଯେ ପାରିବାରିକ କଳହ ପାଇଁ ଅଭିନେତା ରାଇମୋହନ ପରିଡା ଆତ୍ମହତ୍ୟା କରିଥାଇ ପାରନ୍ତି । ପୁଲିସ ପାରିବାରିକ କଳହକୁ ନେଇ ତଦନ୍ତ କରୁଛି।

ଆହୁରି ପଢ଼ନ୍ତୁ: ସନ୍ତାନର ମଙ୍ଗଳ କାମନା କରି ଶ୍ରଦ୍ଧା ଓ ଭକ୍ତିର ସହ ରାଜ୍ୟରେ ପାଳିତ ହେଉଛି ପାରମ୍ପରିକ ‘ଷଠି ଓଷା’

ସୂଚନା ଅନୁସାରେ କିଛି କାମରେ ଘରୁ ବାହାରକୁ ଯାଇଥିବା ତାଙ୍କ ପତ୍ନୀ ଓ ଝିଅଙ୍କ ମୋବାଇଲ୍କୁ ହ୍ୱାଟ୍ସଆପ୍ ମେସେଜ୍ ଆସିଲା ଗୁଡ-ବାଏ । ଏହାପରେ ତାଙ୍କ ବଡ ଝିଅ ମେସେଜର ରିପ୍ଲାଏ ଦେଇଥିଲେ ହେଲେ ରାଇମୋହନ ଆଉ ଉତ୍ତର ଦେଇ ନଥିଲେ । ତା’ପରେ କଲ ମଧ୍ୟ କରିଥିଲେ କିନ୍ତୁ ଉତ୍ତର ମିଳିନଥିଲା । ତାଙ୍କ ବଡ଼ ଝିଅ ପାଖରେ ରହୁଥିବା ପୁତୁରାଙ୍କୁ ଜଣାଇ ଥିଲେ । ସେ ଆସି ଦେଖିଥିଲେ ଯେ ଗ୍ରୀଲ ଦିଆ ଯାଇଛି ହେଲେ ଘରର କବାଟ ସବୁ ଖୋଲା ରହିଛି । ଦେଖିଲେ ରାଇମୋହନ ପରିଡା ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ସେ ଏହାପରେ ରାଇମୋହନଙ୍କ ବଡ଼ ଝିଅକୁ କଲ କରିଥିଲେ ଏବଂ ପୁଲିସକୁ ମଧ୍ୟ ଜଣାଇଥିଲେ । ପୁଲିସ ଘଟଣା ସ୍ଥଳରେ ପହଁଚିଲା ବେଳକୁ ରାଇମୋହନଙ୍କୁ ପରିବାର ଲୋକ ଓହ୍ଲାଇ ଦେଇଛନ୍ତି । ପାଖରେ ତାଙ୍କ ବଡ଼ ଝିଅ, ସାନ ଝିଅ ଓ ପତ୍ନୀ ଉପସ୍ଥିତ ଥିଲେ ।

ଆହୁରି ପଢ଼ନ୍ତୁ: ରାୟଗଡ଼ାରେ ଗୁଣିଗାରେଡ଼ି ସନ୍ଦେହରେ ହତ୍ୟା ଘଟଣା: ୧୨ ଗ୍ରାମବାସୀ ଗିରଫ

ଆତ୍ମହତ୍ୟା ଖବର ପାଇବା ମାତ୍ରେ ତାଙ୍କ ପାଖ ପଡ଼ୋଶୀଙ୍କଠାରୁ ଆରମ୍ଭ କରି ଓଡ଼ିଆ ସିନେ ଜଗତର ଅନେକ କଳାକାର ତାଙ୍କ ଶେଷ ଦର୍ଶନ ପାଇଁ ବାସଭବନ ଆଗରେ ରୁଣ୍ଡ ହୋଇଥିଲେ । ଆଉ ସମସ୍ତଙ୍କ ମୁହଁରେ ଥିଲା ସେଇ ଗୋଟିଏ ପ୍ରଶ୍ନ । କ’ଣ ସତରେ ରାଇମୋହନ ସାର୍ ଆତ୍ମହତ୍ୟା କରିଛନ୍ତି ? ଏତେ ବଡ଼ ଲୋକ, ପୁଣି ଏତେ ଲୋକଙ୍କୁ ଦେଉଥିଲେ ପ୍ରେରଣା, ସେ କେମିତି ଆତ୍ମହତ୍ୟା କରିବା କଥା ଭାବି ପାରିଲେ ? ସେ ଭାରି ହସଖୁସିର ଲୋକ ଥିଲେ । ତାଙ୍କ ଆତ୍ମହତ୍ୟା ଖବର ଯିଏ ବି ଶୁଣୁଛି ସିଏ ଅବିଶ୍ୱାସ କରୁଛି ।

ଅନ୍ୟପଟେ ରାଇମୋହନ ପରିଡାଙ୍କ ପଡୋଶୀ କହିଛନ୍ତି ରାଇମୋହନ ପରିଡା ଥିଲେ ଆମ ପାଇଁ ଠିକଣା। ଯଦି କେହି ବାହାର ଲୋକ ଆମ ଘର ଖୋଜି ପଅନ୍ତି ନାହିଁ ତେବେ ରାଇମୋହନ କଥା କହିଲେ ସମସ୍ତେ ଜାଣି ପାରନ୍ତି। ପ୍ରାଚୀବିହାର ସ୍ଥିତ ଅଞ୍ଚଳରେ ସମସ୍ତଙ୍କ ଘର ସହିତ ତାଙ୍କର ଥିଲା ନିବିଡ଼ ସମ୍ପର୍କ। କେହି ତାଙ୍କର ବିରୋଧୀ ନଥିଲେ। ବାହାଘର, ବ୍ରତଘର ଓ ଅନ୍ୟାନ୍ୟ ଉତ୍ସବରେ ଯିଏ ଡାକୁ କି ନ ଡାକୁ ନିଜର ଭାବି ପହଞ୍ଚିଯାଉଥିଲେ। ସେ ସମସ୍ତଙ୍କୁ ଭଲ ପାଆନ୍ତି, ବିଶେଷ କରି ପରିବାର ଲୋକଙ୍କୁ ବହୁତ ଅଧିକ, ନିଜ ପତ୍ନୀଙ୍କୁ ଲକ୍ଷ୍ମୀ ବୋଲି କୁହନ୍ତି, ତାଙ୍କର ଦୁଇ ଝିଅ ଜୀବନ। ସେ ସର୍ବଦା ଚାହୁଁଥିଲେ ତାଙ୍କ ପରିବାର ଖୁସି। ହେଲେ ହଠାତ ଏପରି କାହିଁକି କଲେ ତାହା ସମସ୍ତଙ୍କ ମନକୁ ଆନ୍ଦୋଳିତ କରୁଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର