ମୌସୁମୀ ପ୍ରତ୍ୟାବର୍ତ୍ତନ ଲାଗି ପାଗ ଅନୁକୂଳ: ଥରାଇବ ବିଜୁଳି, ଘଡ଼ଘଡ଼ି

The Sakala Picture
Published On

ଭୁବନେଶ୍ୱର : ସୋମବାରଠାରୁ ଦେଶରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅପସାରଣ ଆରମ୍ଭ ହେବ। ପ୍ରଥମେ ରାଜସ୍ଥାନ ପଟୁ ମୌସୁମୀ ପ୍ରତ୍ୟାବର୍ତ୍ତନ କରିବ। ଏନେଇ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୂ ସୂଚନା ଦିଆଯାଇଛି। ସାଧାରଣ ଭାବେ ଅକ୍ଟୋବର ୧୫ ସୁଦ୍ଧା ମୌସୁମୀ ଓଡ଼ିଶାରୁ ବିଦାୟ ନେଇଥାଏ। ତେବେ ଚଳିତ ବର୍ଷ ଅକ୍ଟୋବର ଆରମ୍ଭରୁ ଏକ ଲଘୁଚାପ ଆଶଙ୍କା ଥିବାରୁୁ ମୌସୁମୀ ପ୍ରତ୍ୟାବର୍ତ୍ତନ ନେଇ ସ୍ପଷ୍ଟ ସୂଚନା ମିଳିନାହିଁ। ଅନ୍ୟପଟେ ଆସନ୍ତା […]

ଭୁବନେଶ୍ୱର : ସୋମବାରଠାରୁ ଦେଶରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅପସାରଣ ଆରମ୍ଭ ହେବ। ପ୍ରଥମେ ରାଜସ୍ଥାନ ପଟୁ ମୌସୁମୀ ପ୍ରତ୍ୟାବର୍ତ୍ତନ କରିବ। ଏନେଇ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୂ ସୂଚନା ଦିଆଯାଇଛି। ସାଧାରଣ ଭାବେ ଅକ୍ଟୋବର ୧୫ ସୁଦ୍ଧା ମୌସୁମୀ ଓଡ଼ିଶାରୁ ବିଦାୟ ନେଇଥାଏ। ତେବେ ଚଳିତ ବର୍ଷ ଅକ୍ଟୋବର ଆରମ୍ଭରୁ ଏକ ଲଘୁଚାପ ଆଶଙ୍କା ଥିବାରୁୁ ମୌସୁମୀ ପ୍ରତ୍ୟାବର୍ତ୍ତନ ନେଇ ସ୍ପଷ୍ଟ ସୂଚନା ମିଳିନାହିଁ।

ଆହୁରି ପଢ଼ନ୍ତୁ: ପୂର୍ବ ଶତ୍ରୁତାରୁ ଗାଁରେ ବୁଲିଲା ଖଣ୍ଡା, ଗୋଷ୍ଠି ସଂଘର୍ଷରେ ୩ ଜଣ ଗୁରୁତର

ଅନ୍ୟପଟେ ଆସନ୍ତା ୨୯ ତାରିଖରେ ଉତ୍ତର ଆଣ୍ଡାମାନ ସାଗର ପାର୍ଶ୍ବବର୍ତ୍ତୀ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ। ପରବର୍ତ୍ତୀ ୨୪ ଘଣ୍ଟାରେ ନେବ ଲଘୁଚାପ ରୂପ। ପାଗ ଅନୁକୂଳ ଥିବାରୁ ଏହି ଲଘୁଚାପ ଘନୀଭୂତ ହୋଇପାରେ। ପରେ ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ବର୍ତ୍ତମାନ ଓଡ଼ିଶା ଉପରେ ବିଭିନ୍ନ ପାଣିପାଗ ନିୟାମକ ରହିଥିବାରୁ ରାଜ୍ୟର କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେଉଛି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ, ବିଦ୍ୟୁତ ସଂଯୋଗ ପାଇଁ ନେଉଥିଲେ ୨୦ ହଜାର ଲାଞ୍ଚ

ସୋମବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ମୟୂରଭଞ୍ଜ, କେନ୍ଦୁଝର, ଝାରସୁଗୁଡ଼ା,. ସୁନ୍ଦରଗଡ଼ ଓ ବରଗଡ଼ରେ ବିଜୁଳି ଘଡ଼ଘଡ଼ି ଆଶଙ୍କା ଥିବାରୁ ଏହି ଜିଲ୍ଲାରେ ସତର୍କତା ଅବଲମ୍ବନ ପାଇଁ ପରାମର୍ଶ ଦିଆଯାଇଛି। ଗତ ୨୪ ଘଣ୍ଟାରେ ତାଳଚେରରେ ୩୦ ମିମି ବର୍ଷା ହୋଇଥିବା ବେଳେ ଟିଟିଲାଗଡ଼ ୨୬, ନବରଙ୍ଗପୁର ୧୮, ପାରଳାଖେମୁଣ୍ଡି ୧୧ ଓ ଢେଙ୍କାନାଳରେ ୧୦ ମିମି ବର୍ଷା ରେକର୍ଡ କରାଯାଇଛି।

ଆହୁରି ପଢ଼ନ୍ତୁ: ଏଣିକି ହ୍ୱାଟସଆପରେ ମିଳିବ ରାଜସ୍ବ ସେବା, 'ଆମ ସାଥୀ ୟୁନିଫାଏଡ୍‌ ହ୍ବାଟ୍ସଆପ୍‌ ବଟ’ ଶୁଭାରମ୍ଭ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp