ରାଜ୍ୟର ବିଭିନ୍ନ ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ଉପନିର୍ବାଚନ ପାଇଁ ଚାଲିଛି ମତଦାନ, ଅଗଷ୍ଟ ୧୧ରେ ଭୋଟ୍ ଗଣତି
ଭୁବନେଶ୍ବର : ଆଜି ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ଉପନିର୍ବାଚନ ପାଇଁ ମତଦାନ ଚାଲିଛି। ଗୋଟିଏ ଜିଲ୍ଲା ପରିଷଦ ସଭ୍ୟ, ୬ଟି ସରପଞ୍ଚ, ୬୪ଟି ୱାର୍ଡ ମେମ୍ବର ଓ ୯ଟି ପଞ୍ଚାୟତ ସମିତି ସଦସ୍ୟ ପଦ ପାଇଁ ମତଦାନ ହେଉଛି । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି । ମତଦାନ ଦିନ ଗୋଟାଏ ଯାଏଁ ଚାଲିବ। ଆସନ୍ତା ୧୧ ତାରିଖରେ ଭୋଟ ଗଣତି କରାଯାଇ ଫଳାଫଳ ଘୋଷଣା ହେବ। କଟକ ଜିଲ୍ଲାର ଡମପଡ଼ା, ଶରଧାପୁର, ଗଞ୍ଜାମ ଜିଲ୍ଲାର ଅମୃତୁଲୁ, […]
ଭୁବନେଶ୍ବର : ଆଜି ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ଉପନିର୍ବାଚନ ପାଇଁ ମତଦାନ ଚାଲିଛି। ଗୋଟିଏ ଜିଲ୍ଲା ପରିଷଦ ସଭ୍ୟ, ୬ଟି ସରପଞ୍ଚ, ୬୪ଟି ୱାର୍ଡ ମେମ୍ବର ଓ ୯ଟି ପଞ୍ଚାୟତ ସମିତି ସଦସ୍ୟ ପଦ ପାଇଁ ମତଦାନ ହେଉଛି । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି । ମତଦାନ ଦିନ ଗୋଟାଏ ଯାଏଁ ଚାଲିବ। ଆସନ୍ତା ୧୧ ତାରିଖରେ ଭୋଟ ଗଣତି କରାଯାଇ ଫଳାଫଳ ଘୋଷଣା ହେବ।
କଟକ ଜିଲ୍ଲାର ଡମପଡ଼ା, ଶରଧାପୁର, ଗଞ୍ଜାମ ଜିଲ୍ଲାର ଅମୃତୁଲୁ, ମୟୂରଭଞ୍ଜର ପାନପତ୍ରିଆ, ନବରଙ୍ଗପୁରର ସାନମ୍ବଦା, ପୁରୀର ବୀରରାମଚନ୍ଦ୍ରପୁର ପଞ୍ଚାୟତରେ ସରପଞ୍ଚ ପଦବୀ ପାଇଁ ମତଦାନ ହେଉଛି। ଯାଜପୁର ଜିଲ୍ଲାର ଜୋନ୍ ନଂ-୧୫, ଧର୍ମଶାଳାରେ ଜିଲ୍ଲା ପରିଷଦ ସଭ୍ୟ ପାଇଁ ବି ମତଦାନ ହେଉଛି। ବଲାଙ୍ଗୀରର ଗୋଟିଏ ୱାର୍ଡ, ବାଲେଶ୍ବରର ୨ଟି, ବରଗଡ଼ର ୫ଟି, କଟକର ୩ଟି, ଗଞ୍ଜାମର ୬ଟି, ଯାଜପୁରର ୨ଟି, କଳାହାଣ୍ଡିର ୪ଟି, କେନ୍ଦ୍ରାପଡ଼ାର ଗୋଟିଏ, କେନ୍ଦୁଝରର ୩ଟି, କୋରାପୁଟର ୨ଟି, ମୟୂରଭଞ୍ଜର ୪ଟି, ନବରଙ୍ଗପୁରର ୧୦ଟି ୱାର୍ଡ, ନୟାଗଡ଼ର ୨ଟି, ସୁବର୍ଣ୍ଣପୁରର ଗୋଟିଏ ୱାର୍ଡରେ ୱାର୍ଡ ମେମ୍ବର ପଦବୀ ଓ ୮ଟି ଜିଲ୍ଲାରେ ୯ଟି ପଞ୍ଚାୟତ ସମିତି ସଭ୍ୟ ପାଇଁ ଆଜି ମତଦାନ ହେଉଛି।
କିଛି ଆସନରେ ନିର୍ବାଚିତ ପ୍ରତିନିଧିଙ୍କ ମୃତ୍ୟୁ, କିଛି ଆସନରେ ଇସ୍ତଫା ଓ ଆଉ କିଛି ପ୍ରତିନିଧି ଅଯୋଗ୍ୟ ଘୋଷିତ ହୋଇଥିବାରୁ ଉପନିର୍ବାଚନ ଆବଶ୍ୟକ ହୋଇଥିଲା । ମୟୂରଭଞ୍ଜ ଜିଲ୍ଲାର ୬ଟି ୱାର୍ଡ ଏବଂ ସୁବର୍ଣ୍ଣପୁର ଜିଲ୍ଲାର ୧୨ଟି ୱାର୍ଡରେ ସଂରକ୍ଷିତ ପ୍ରାର୍ଥୀ ନମିଳିବାରୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବେଳେ ମତଦାନ ହୋଇ ପାରିନଥିଲା। ପରବର୍ତ୍ତୀ ସମୟରେ ଏସବୁ ଆସନ ଅଣସଂରକ୍ଷିତ କରାଯାଇଥିଲା । ଏସବୁ ଆସନରେ ମଧ୍ୟ ଆଜି ମତଦାନ ହେଉଛି।