ଅକ୍ଟୋବର ପହିଲାରୁ ସବୁ ଗାଡ଼ିରେ ଭିଏଲ୍‌‌ଟିଡି ଓ ପାନିକ ବଟନ୍‌‌ ବାଧ୍ୟତାମୂଳକ

The Sakala Picture
Published On

ଭୁବନେଶ୍ୱର : ଚଳିତ ବର୍ଷ ଅକ୍ଟୋବର ୧ ତାରିଖ ପରଠାରୁ ପଞ୍ଜିକୃତ ହେବାକୁ ଥିବା ସମସ୍ତ ନୂଆ ଯାତ୍ରୀବାହୀ ଗାଡ଼ିରେ ଭେହିକିଲ୍‌‌ ଲୋକେସନ୍‌‌ ଟ୍ରାକିଂ ଡିଭାଇସ୍‌‌ (ଭିଏଲ୍‌‌ଟିଡି) ଏବଂ ପାନିକ ବଟନ୍‌‌ (ବିପଦ ସଙ୍କେତ ସ୍ୱିଚ୍‌‌) ଲାଗିକରି ଆସିବ। ସେହିପରି ମାଲବାହୀ ଗାଡ଼ିରେ ଭିଏଲ୍‌‌ଟିଡି ଲାଗିବ। ସେହିପରି ଚଳିତ ବର୍ଷ ସେପ୍ଟେମ୍ବର ୩୦ ପୂର୍ବରୁ ପଞ୍ଜିକୃତ ହୋଇଥିବା ଉପରୋକ୍ତ ବର୍ଗର ଯାତ୍ରୀବାହୀ ଗାଡ଼ିରେ ଭିଏଲ୍‌‌ଟିଡି ଏବଂ ପାନିକ ବଟନ୍‌‌ ଲଗାଇବା ବାଧ୍ୟତାମୂଳକ ହେବ। ସେଥିପାଇଁ ଚଳିତ ବର୍ଷ […]

ଭୁବନେଶ୍ୱର : ଚଳିତ ବର୍ଷ ଅକ୍ଟୋବର ୧ ତାରିଖ ପରଠାରୁ ପଞ୍ଜିକୃତ ହେବାକୁ ଥିବା ସମସ୍ତ ନୂଆ ଯାତ୍ରୀବାହୀ ଗାଡ଼ିରେ ଭେହିକିଲ୍‌‌ ଲୋକେସନ୍‌‌ ଟ୍ରାକିଂ ଡିଭାଇସ୍‌‌ (ଭିଏଲ୍‌‌ଟିଡି) ଏବଂ ପାନିକ ବଟନ୍‌‌ (ବିପଦ ସଙ୍କେତ ସ୍ୱିଚ୍‌‌) ଲାଗିକରି ଆସିବ। ସେହିପରି ମାଲବାହୀ ଗାଡ଼ିରେ ଭିଏଲ୍‌‌ଟିଡି ଲାଗିବ। ସେହିପରି ଚଳିତ ବର୍ଷ ସେପ୍ଟେମ୍ବର ୩୦ ପୂର୍ବରୁ ପଞ୍ଜିକୃତ ହୋଇଥିବା ଉପରୋକ୍ତ ବର୍ଗର ଯାତ୍ରୀବାହୀ ଗାଡ଼ିରେ ଭିଏଲ୍‌‌ଟିଡି ଏବଂ ପାନିକ ବଟନ୍‌‌ ଲଗାଇବା ବାଧ୍ୟତାମୂଳକ ହେବ। ସେଥିପାଇଁ ଚଳିତ ବର୍ଷ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ସମୟ ଦିଆଯାଇଛି। ଏ ନେଇ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଆହୁରି ପଢ଼ନ୍ତୁ: ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି, ନୂଆ ଆବେଦନ କରିଛନ୍ତି ୩ ଲକ୍ଷରୁ ଉର୍ଦ୍ଧ୍ୱ ମହିଳା

ରାଜ୍ୟରେ ଭିଏଲ୍‌‌ଟିଡି ପ୍ରକଳ୍ପ ପରିଚାଳନା ପାଇଁ ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଠାରେ ଏକ କମାଣ୍ଡ ସେଣ୍ଟର ନିର୍ମାଣ ଶେଷ ହୋଇଥିବା ବେଳେ ଖୁବ୍‌‌ଶୀଘ୍ର ଏହାର ଉଦ୍‌‌ଘାଟନ ହେବାକୁ ଯାଉଛି। ତେବେ ଭିଏଲ୍‌‌ଟିଡି କାର୍ଯ୍ୟକାରୀ କରିବା ନିମନ୍ତେ ବିଏସ୍‌‌ଏନ୍‌‌ଏଲ୍‌‌ ଏକ ସଫ୍ଟୱେର ପ୍ରସ୍ତୁତ କରିବ। ଏଥିପାଇଁ ବିଏସ୍‌‌ଏନ୍‌‌ଏଲ୍‌‌ ତିନି ମାସ ସମୟ ନେଇଥିବା ଜଣାପଡ଼ିଛି। ମୋଟାମୋଟି ଭାବେ କହିବାକୁ ଗଲେ ସଫ୍ଟୱେର ପ୍ରସ୍ତୁତ ହୋଇଗଲେ ରାଜ୍ୟରେ ଭିଏଲ୍‌‌ଟିଡି ଏବଂ ପାନିକ ବଟନ୍‌‌ କାର୍ଯ୍ୟକାରୀ ହୋଇଯିବ। ସୂଚନା ଅନୁସାରେ ଦିଲ୍ଲୀର ନିର୍ଭୟା ଘଟଣା ପରିପ୍ରେକ୍ଷୀରେ ଦେଶର ସମସ୍ତ ରାଜ୍ୟରେ ଯାତ୍ରୀବାହୀ ଓ ମାଲବାହୀ ଗାଡ଼ିରେ ଭିଏଲ୍‌‌ଟିଡି ଏବଂ ପାନିକ୍‌‌ ବଟନ୍‌‌ ଲଗାଇବାକୁ କେନ୍ଦ୍ର ସରକାର ବାଧ୍ୟତାମୂଳକ କରିଥିଲେ।

ଆହୁରି ପଢ଼ନ୍ତୁ: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ OCCL ନିର୍ବାହୀ ଯନ୍ତ୍ରୀ ସଞ୍ଜୟ କିସପଟ୍ଟାଙ୍କୁ ଗିରଫ କଲା ଭିଜିଲାନ୍ସ

ସେଥିପାଇଁ ନିର୍ଭୟା ପାଣ୍ଠିରୁ ରାଜ୍ୟ ମାନଙ୍କୁ ଅର୍ଥ ଯୋଗାଇ ଦିଆଯାଇଛି। ତେବେ ଦେଶର ଚାରିଟି ରାଜ୍ୟ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଲାଗି ପଦକ୍ଷେପ ନେଇଥିବା ବେଳେ ସେଥିରେ ଓଡ଼ିଶା ହେଉଛି ଅନ୍ୟତମ ରାଜ୍ୟ। ଭେହିକିଲ୍‌‌ ଲୋକେସନ୍‌‌ ଟ୍ରାକିଂ ଆପ୍‌‌ ଓ ସଫ୍ଟୱେର ପ୍ରସ୍ତୁତ କରିବା ଲାଗି ରାଜ୍ୟ ପରିବହନ ବିଭାଗ ଏବଂ ବିଏସ୍‌‌ଏନ୍‌‌ଏଲ୍‌‌ ମଧ୍ୟରେ ୨୦୨୨, ଅକ୍ଟୋବର ମାସରେ ଏକ ବୁଝାମଣା ସ୍ୱାକ୍ଷରିତ ହୋଇଥିଲା। ଯୋଜନା ଅନୁସାରେ କମାଣ୍ଡ ସେଣ୍ଟର ଭିଏଲ୍‌‌ଟିଡି ଲାଗିଥିବା ପ୍ରତ୍ୟେକ ଗାଡ଼ିର ଗତିବିଧି ଉପରେ ନଜର ରଖିପାରିବ। ଭୌଗୋଳିକ ସୂଚନା ବ୍ୟବସ୍ଥା (ଜିଆଇଏସ୍‌‌) ମ୍ୟାପ୍‌‌ରେ ଯେ କୌଣସି ଗାଡ଼ିର ଅବସ୍ଥିତି ଜାଣିହେବ।

ଆହୁରି ପଢ଼ନ୍ତୁ: ଗୋଟି ପହଣ୍ଡିରେ ଝୁଲିଝୁଲି ଆସି ରଥାରୁଢ଼ ହେଲେ ପ୍ରଭୁ ବଳଭଦ୍ର, ପରେ ଶୂନ୍ୟ ପହଣ୍ଡିରେ ଆସି ରଥରେ ବିଜେ କଲେ ଦେବୀ ସୁଭଦ୍ରା

ସେହିପରି ଯାତ୍ରୀବାହୀ ଗାଡ଼ିରେ ଲାଗିଥିବା ପାନିକ୍‌‌ ବଟନ୍‌‌କୁ ଜରୁରୀ ସ୍ଥିତିରେ କୌଣସି ଯାତ୍ରୀ ଟିପିଲେ କମାଣ୍ଡ ସେଣ୍ଟରରେ ଆଲାର୍ମ ବାଜିବ। ଫଳରେ କମାଣ୍ଡ ସେଣ୍ଟରରୁ ଗାଡ଼ିର ଅବସ୍ଥିତି ଥିବା ସମ୍ପୃକ୍ତ ଜିଲ୍ଲାର ଏସ୍‌‌ପି ଏବଂ ନିକଟସ୍ଥ ଥାନାକୁ ସହାୟତା ପାଇଁ ସୂଚନା ପହଞ୍ଚିବ। ସୂଚନା ପାଇବା ପରେ ସହାୟତା ତଥା ଉଦ୍ଧାର ପାଇଁ ପୁଲିସ ଏବଂ ଅନ୍ୟ ବଳ କମ୍‌‌ ସମୟ ଭିତରେ ପହଞ୍ଚି ପାରିବେ। ଗାଡ଼ି ଭିତରେ ଅସଦାଚରଣ, ଚୋରି ଅବା କୌଣସି ଅପ୍ରତିକିର ପରିସ୍ଥିତି ହେଉ, ଦୁର୍ଘଟଣା ହେଉ ସବୁ ସମୟରେ ପାନିକ୍‌‌ ବଟନ୍‌‌ ଯାତ୍ରୀମାନଙ୍କ ପାଇଁ ବରଦାନ ସାଜିବ। ଅପରାଧ ଉପରେ ଅଙ୍କୁଶ ଲାଗିବ, ଦୁର୍ଘଟଣାରେ ଜୀବନ ରକ୍ଷା ସମ୍ଭବ ହେବ।

ସେହିପରି ମାଲବାହୀ ଗାଡ଼ି କୌଣସି ଅନିୟମିତତାରେ ଜଡିତ ଥିଲେ ସେମାନଙ୍କୁ ଧରିବା ସମ୍ଭବ ହେବ। ବିଶେଷକରି ବେଆଇନ୍‌‌ ପରିବହନ ଉପରେ ଅଙ୍କୁଶ ଲାଗିବ। ଗାଡ଼ି ଚୋରି ହେଲେ ମଧ୍ୟ ତାକୁ ଠାବ କରିବା ସହଜ ହେବ। ସଡ଼କ ସୁରକ୍ଷା ବିଶେଷଜ୍ଞ ତଥା ଆଇନଜୀବୀ ସୁବ୍ରତ ନନ୍ଦ କହିଛନ୍ତି, ସଡ଼କ ସୁରକ୍ଷା ଓ ଯାତ୍ରୀଙ୍କ ସୁରକ୍ଷା ଦିଗରେ ଭିଏଲ୍‌‌ଟିଡି ଏବଂ ପାନିକ୍‌‌ ବଟନ୍‌‌ ବହୁତ ଉପାଦେୟ ହୋଇପାରିବ। ଖୁସିର କଥା ଯେ ଅନ୍ୟ ତିନିଟି ରାଜ୍ୟ ସମେତ ଓଡ଼ିଶା ସରକାର ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ପଦକ୍ଷେପ ନେଇଛନ୍ତି।

19 Jul 2023 By The Sakala

ଅକ୍ଟୋବର ପହିଲାରୁ ସବୁ ଗାଡ଼ିରେ ଭିଏଲ୍‌‌ଟିଡି ଓ ପାନିକ ବଟନ୍‌‌ ବାଧ୍ୟତାମୂଳକ

ଭୁବନେଶ୍ୱର : ଚଳିତ ବର୍ଷ ଅକ୍ଟୋବର ୧ ତାରିଖ ପରଠାରୁ ପଞ୍ଜିକୃତ ହେବାକୁ ଥିବା ସମସ୍ତ ନୂଆ ଯାତ୍ରୀବାହୀ ଗାଡ଼ିରେ ଭେହିକିଲ୍‌‌ ଲୋକେସନ୍‌‌ ଟ୍ରାକିଂ ଡିଭାଇସ୍‌‌ (ଭିଏଲ୍‌‌ଟିଡି) ଏବଂ ପାନିକ ବଟନ୍‌‌ (ବିପଦ ସଙ୍କେତ ସ୍ୱିଚ୍‌‌) ଲାଗିକରି ଆସିବ। ସେହିପରି ମାଲବାହୀ ଗାଡ଼ିରେ ଭିଏଲ୍‌‌ଟିଡି ଲାଗିବ। ସେହିପରି ଚଳିତ ବର୍ଷ ସେପ୍ଟେମ୍ବର ୩୦ ପୂର୍ବରୁ ପଞ୍ଜିକୃତ ହୋଇଥିବା ଉପରୋକ୍ତ ବର୍ଗର ଯାତ୍ରୀବାହୀ ଗାଡ଼ିରେ ଭିଏଲ୍‌‌ଟିଡି ଏବଂ ପାନିକ ବଟନ୍‌‌ ଲଗାଇବା ବାଧ୍ୟତାମୂଳକ ହେବ। ସେଥିପାଇଁ ଚଳିତ ବର୍ଷ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ସମୟ ଦିଆଯାଇଛି। ଏ ନେଇ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ରାଜ୍ୟରେ ଭିଏଲ୍‌‌ଟିଡି ପ୍ରକଳ୍ପ ପରିଚାଳନା ପାଇଁ ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଠାରେ ଏକ କମାଣ୍ଡ ସେଣ୍ଟର ନିର୍ମାଣ ଶେଷ ହୋଇଥିବା ବେଳେ ଖୁବ୍‌‌ଶୀଘ୍ର ଏହାର ଉଦ୍‌‌ଘାଟନ ହେବାକୁ ଯାଉଛି। ତେବେ ଭିଏଲ୍‌‌ଟିଡି କାର୍ଯ୍ୟକାରୀ କରିବା ନିମନ୍ତେ ବିଏସ୍‌‌ଏନ୍‌‌ଏଲ୍‌‌ ଏକ ସଫ୍ଟୱେର ପ୍ରସ୍ତୁତ କରିବ। ଏଥିପାଇଁ ବିଏସ୍‌‌ଏନ୍‌‌ଏଲ୍‌‌ ତିନି ମାସ ସମୟ ନେଇଥିବା ଜଣାପଡ଼ିଛି। ମୋଟାମୋଟି ଭାବେ କହିବାକୁ ଗଲେ ସଫ୍ଟୱେର ପ୍ରସ୍ତୁତ ହୋଇଗଲେ ରାଜ୍ୟରେ ଭିଏଲ୍‌‌ଟିଡି ଏବଂ ପାନିକ ବଟନ୍‌‌ କାର୍ଯ୍ୟକାରୀ ହୋଇଯିବ। ସୂଚନା ଅନୁସାରେ ଦିଲ୍ଲୀର ନିର୍ଭୟା ଘଟଣା ପରିପ୍ରେକ୍ଷୀରେ ଦେଶର ସମସ୍ତ ରାଜ୍ୟରେ ଯାତ୍ରୀବାହୀ ଓ ମାଲବାହୀ ଗାଡ଼ିରେ ଭିଏଲ୍‌‌ଟିଡି ଏବଂ ପାନିକ୍‌‌ ବଟନ୍‌‌ ଲଗାଇବାକୁ କେନ୍ଦ୍ର ସରକାର ବାଧ୍ୟତାମୂଳକ କରିଥିଲେ।

ସେଥିପାଇଁ ନିର୍ଭୟା ପାଣ୍ଠିରୁ ରାଜ୍ୟ ମାନଙ୍କୁ ଅର୍ଥ ଯୋଗାଇ ଦିଆଯାଇଛି। ତେବେ ଦେଶର ଚାରିଟି ରାଜ୍ୟ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଲାଗି ପଦକ୍ଷେପ ନେଇଥିବା ବେଳେ ସେଥିରେ ଓଡ଼ିଶା ହେଉଛି ଅନ୍ୟତମ ରାଜ୍ୟ। ଭେହିକିଲ୍‌‌ ଲୋକେସନ୍‌‌ ଟ୍ରାକିଂ ଆପ୍‌‌ ଓ ସଫ୍ଟୱେର ପ୍ରସ୍ତୁତ କରିବା ଲାଗି ରାଜ୍ୟ ପରିବହନ ବିଭାଗ ଏବଂ ବିଏସ୍‌‌ଏନ୍‌‌ଏଲ୍‌‌ ମଧ୍ୟରେ ୨୦୨୨, ଅକ୍ଟୋବର ମାସରେ ଏକ ବୁଝାମଣା ସ୍ୱାକ୍ଷରିତ ହୋଇଥିଲା। ଯୋଜନା ଅନୁସାରେ କମାଣ୍ଡ ସେଣ୍ଟର ଭିଏଲ୍‌‌ଟିଡି ଲାଗିଥିବା ପ୍ରତ୍ୟେକ ଗାଡ଼ିର ଗତିବିଧି ଉପରେ ନଜର ରଖିପାରିବ। ଭୌଗୋଳିକ ସୂଚନା ବ୍ୟବସ୍ଥା (ଜିଆଇଏସ୍‌‌) ମ୍ୟାପ୍‌‌ରେ ଯେ କୌଣସି ଗାଡ଼ିର ଅବସ୍ଥିତି ଜାଣିହେବ।

ସେହିପରି ଯାତ୍ରୀବାହୀ ଗାଡ଼ିରେ ଲାଗିଥିବା ପାନିକ୍‌‌ ବଟନ୍‌‌କୁ ଜରୁରୀ ସ୍ଥିତିରେ କୌଣସି ଯାତ୍ରୀ ଟିପିଲେ କମାଣ୍ଡ ସେଣ୍ଟରରେ ଆଲାର୍ମ ବାଜିବ। ଫଳରେ କମାଣ୍ଡ ସେଣ୍ଟରରୁ ଗାଡ଼ିର ଅବସ୍ଥିତି ଥିବା ସମ୍ପୃକ୍ତ ଜିଲ୍ଲାର ଏସ୍‌‌ପି ଏବଂ ନିକଟସ୍ଥ ଥାନାକୁ ସହାୟତା ପାଇଁ ସୂଚନା ପହଞ୍ଚିବ। ସୂଚନା ପାଇବା ପରେ ସହାୟତା ତଥା ଉଦ୍ଧାର ପାଇଁ ପୁଲିସ ଏବଂ ଅନ୍ୟ ବଳ କମ୍‌‌ ସମୟ ଭିତରେ ପହଞ୍ଚି ପାରିବେ। ଗାଡ଼ି ଭିତରେ ଅସଦାଚରଣ, ଚୋରି ଅବା କୌଣସି ଅପ୍ରତିକିର ପରିସ୍ଥିତି ହେଉ, ଦୁର୍ଘଟଣା ହେଉ ସବୁ ସମୟରେ ପାନିକ୍‌‌ ବଟନ୍‌‌ ଯାତ୍ରୀମାନଙ୍କ ପାଇଁ ବରଦାନ ସାଜିବ। ଅପରାଧ ଉପରେ ଅଙ୍କୁଶ ଲାଗିବ, ଦୁର୍ଘଟଣାରେ ଜୀବନ ରକ୍ଷା ସମ୍ଭବ ହେବ।

ସେହିପରି ମାଲବାହୀ ଗାଡ଼ି କୌଣସି ଅନିୟମିତତାରେ ଜଡିତ ଥିଲେ ସେମାନଙ୍କୁ ଧରିବା ସମ୍ଭବ ହେବ। ବିଶେଷକରି ବେଆଇନ୍‌‌ ପରିବହନ ଉପରେ ଅଙ୍କୁଶ ଲାଗିବ। ଗାଡ଼ି ଚୋରି ହେଲେ ମଧ୍ୟ ତାକୁ ଠାବ କରିବା ସହଜ ହେବ। ସଡ଼କ ସୁରକ୍ଷା ବିଶେଷଜ୍ଞ ତଥା ଆଇନଜୀବୀ ସୁବ୍ରତ ନନ୍ଦ କହିଛନ୍ତି, ସଡ଼କ ସୁରକ୍ଷା ଓ ଯାତ୍ରୀଙ୍କ ସୁରକ୍ଷା ଦିଗରେ ଭିଏଲ୍‌‌ଟିଡି ଏବଂ ପାନିକ୍‌‌ ବଟନ୍‌‌ ବହୁତ ଉପାଦେୟ ହୋଇପାରିବ। ଖୁସିର କଥା ଯେ ଅନ୍ୟ ତିନିଟି ରାଜ୍ୟ ସମେତ ଓଡ଼ିଶା ସରକାର ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ପଦକ୍ଷେପ ନେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର