ସକ୍ରିୟ ରାଜନୀତିରୁ ସନ୍ୟାସ ନେଲେ କାର୍ତ୍ତିକ ପାଣ୍ଡିଆନ

The Sakala Picture
Published On

ଭୁବନେଶ୍ବର : ସକ୍ରିୟ ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିଛନ୍ତି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ଏକ ଭିଡିଓ ବାର୍ତ୍ତା ଜରିଆରେ ସେ ନିଜର ଏହି ନିଷ୍ପତ୍ତି ଘୋଷଣା କରିଛନ୍ତି। ବିଧାନସଭା ନିର୍ବାଚନରେ ବିଜେଡିର ପରାଜୟ ପାଇଁ ପାଣ୍ଡିଆନ ଦଳୀୟ କର୍ମୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି । ସେ କହିଛନ୍ତି ଯେ, ପିଲାଟି ଦିନରୁ ଆଇଏଏସ ଅଫିସର ହୋଇ ଲୋକଙ୍କ ସେବା କରିବା ତାଙ୍କର ସ୍ୱପ୍ନ ଥିଲା । ଆଉ ମହାପ୍ରଭୁଙ୍କ କୃପାରୁ ସେହି ସ୍ୱପ୍ନ ସାକାର […]

ଭୁବନେଶ୍ବର : ସକ୍ରିୟ ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିଛନ୍ତି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ଏକ ଭିଡିଓ ବାର୍ତ୍ତା ଜରିଆରେ ସେ ନିଜର ଏହି ନିଷ୍ପତ୍ତି ଘୋଷଣା କରିଛନ୍ତି। ବିଧାନସଭା ନିର୍ବାଚନରେ ବିଜେଡିର ପରାଜୟ ପାଇଁ ପାଣ୍ଡିଆନ ଦଳୀୟ କର୍ମୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି ।

ଆହୁରି ପଢ଼ନ୍ତୁ: ପୁଣି ଅଶାନ୍ତ ରାଜଧାନୀ; ଦିନ ଦ୍ୱିପ୍ରହରରେ ବୁଲିଲା ଖଣ୍ଡା, ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

ସେ କହିଛନ୍ତି ଯେ, ପିଲାଟି ଦିନରୁ ଆଇଏଏସ ଅଫିସର ହୋଇ ଲୋକଙ୍କ ସେବା କରିବା ତାଙ୍କର ସ୍ୱପ୍ନ ଥିଲା । ଆଉ ମହାପ୍ରଭୁଙ୍କ କୃପାରୁ ସେହି ସ୍ୱପ୍ନ ସାକାର ହେଲା । ୧୨ ବର୍ଷ ପୂର୍ବେ ସେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଯୋଗ ଦେଇଥିଲେ । ନବୀନ ପଟ୍ଟନାୟକଙ୍କ ସହ କାମ କରିବା ଏକ ସମ୍ମାନର ବିଷୟ ବୋଲି ପାଣ୍ଡିଆନ କହିଛନ୍ତି। ନବୀନ ପଟ୍ଟନାୟକଙ୍କଠାରୁ ସେ ଅନେକ କଥା ଶିଖିଛନ୍ତି । ଓଡ଼ିଶାବାସୀଙ୍କ ସ୍ନେହ ଶ୍ରଦ୍ଧା ପାଇଁ ସେ କୃତଜ୍ଞ ବୋଲି କାର୍ତ୍ତିକ ପାଣ୍ଡିଆନ କହିଛନ୍ତି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ପୁଲିସର ଦମନଲୀଳା: ବିଜୟଚୌକରେ ବିଜେଡିର ପ୍ରତିବାଦ

https://www.youtube.com/watch?v=HJEEEJPUVHM&t=203s

ଆହୁରି ପଢ଼ନ୍ତୁ: ରାଜ୍ୟରେ ପ୍ରଥମ: ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପକୁ ଆନ୍ତର୍ଜାତିକ ସ୍ତରରେ ସ୍ୱୀକୃତି ପାଇଁ ଓଡ଼ିଶା ସରକାରଙ୍କ ପ୍ରସ୍ତାବ

ପାଣ୍ଡିଆନ ଆହୁରି ମଧ୍ୟ କହିଛନ୍ତି ରାଜନୀତିକୁ ଆସିବାରେ ମୋର କୌଣସି ଉଦ୍ଦେଶ୍ୟ ନଥିଲା କେବଳ ପ୍ରିୟର ନେତା ନବୀନ ପଟ୍ଟନାୟକଙ୍କୁ ସହାୟତା କରିବାକୁ ରାଜନୀତିକୁ ଆସିଥିଲି । ସେ ଏହା ମଧ୍ୟ କହିଛନ୍ତି ନବୀନ ପଟ୍ଟନାୟକ ମୋର ଗୁରୁ । ବିଜେଡିର କୌଣସି ପଦରେ ନଥିଲି କିମ୍ବା ରାଜନୀତି ଲଢୁନଥିଲି । ରାଜ୍ୟରେ ବିଭିନ୍ନ ସ୍ଥାନରେ ଜିଲ୍ଲାପାଳ ଭାବରେ କାର୍ଯ୍ୟ କରିଛି । ମୟୂରଭଞ୍ଜ ଠାରୁ ଆରମ୍ଭ କରି ଗଞ୍ଜାମ ଜିଲ୍ଲା ପର୍ଯ୍ୟନ୍ତ କାର୍ଯ୍ୟ କରିଛି । ୧୨ ବର୍ଷ ତଳେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଯୋଗ ଦେଇଥିଲି । ୨୦୨୩ରେ ଆଇଏଏସ ରୁ ଅବସର ନେଇ ନଭେମ୍ବର ୨୭ରେ ରାଜନୀତିରେ ଯୋଗ ଦେଇଥିଲେ । ସେ କହିଛନ୍ତି କରୋନା ସମୟରେ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲା ବୁଲି ସ୍ୱାସ୍ଥ୍ୟ କେନ୍ଦ୍ରର ସମୀକ୍ଷା କରିଥିଲି ଏବଂ ବାତ୍ୟା ସମୟରେ ନବୀନ ବାବୁଙ୍କୁ ସହଯୋଗ କରିଥିଲି । ମୋ ବିରୋଧରେ ଅପପ୍ରଚାର ବିଜୁ ଜନତା ଦଳକୁ ପରାଜୟ କରିଛି । ହାତ ଯୋଡ଼ି ବିଜେଡିର କର୍ମୀମାନଙ୍କୁ କ୍ଷମା ମାଗିଲେ କାର୍ତ୍ତିକ ପାଣ୍ଡିଆନ । ରାଜନୀତିର ଏହି ଯାତ୍ରାରେ କାହାକୁ ଆଘାତ ଦେଇଥିଲେ ମୁଁ ଦୁଃଖିତ । ଭିଡ଼ିଓ ବାର୍ତ୍ତା ଜାରିକରି ଘୋଷଣା କଲେ କାର୍ତ୍ତିକ ପାଣ୍ଡିଆନ ।

09 Jun 2024 By The Sakala

ସକ୍ରିୟ ରାଜନୀତିରୁ ସନ୍ୟାସ ନେଲେ କାର୍ତ୍ତିକ ପାଣ୍ଡିଆନ

ଭୁବନେଶ୍ବର : ସକ୍ରିୟ ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିଛନ୍ତି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ଏକ ଭିଡିଓ ବାର୍ତ୍ତା ଜରିଆରେ ସେ ନିଜର ଏହି ନିଷ୍ପତ୍ତି ଘୋଷଣା କରିଛନ୍ତି। ବିଧାନସଭା ନିର୍ବାଚନରେ ବିଜେଡିର ପରାଜୟ ପାଇଁ ପାଣ୍ଡିଆନ ଦଳୀୟ କର୍ମୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି ।

ସେ କହିଛନ୍ତି ଯେ, ପିଲାଟି ଦିନରୁ ଆଇଏଏସ ଅଫିସର ହୋଇ ଲୋକଙ୍କ ସେବା କରିବା ତାଙ୍କର ସ୍ୱପ୍ନ ଥିଲା । ଆଉ ମହାପ୍ରଭୁଙ୍କ କୃପାରୁ ସେହି ସ୍ୱପ୍ନ ସାକାର ହେଲା । ୧୨ ବର୍ଷ ପୂର୍ବେ ସେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଯୋଗ ଦେଇଥିଲେ । ନବୀନ ପଟ୍ଟନାୟକଙ୍କ ସହ କାମ କରିବା ଏକ ସମ୍ମାନର ବିଷୟ ବୋଲି ପାଣ୍ଡିଆନ କହିଛନ୍ତି। ନବୀନ ପଟ୍ଟନାୟକଙ୍କଠାରୁ ସେ ଅନେକ କଥା ଶିଖିଛନ୍ତି । ଓଡ଼ିଶାବାସୀଙ୍କ ସ୍ନେହ ଶ୍ରଦ୍ଧା ପାଇଁ ସେ କୃତଜ୍ଞ ବୋଲି କାର୍ତ୍ତିକ ପାଣ୍ଡିଆନ କହିଛନ୍ତି।

https://www.youtube.com/watch?v=HJEEEJPUVHM&t=203s

ପାଣ୍ଡିଆନ ଆହୁରି ମଧ୍ୟ କହିଛନ୍ତି ରାଜନୀତିକୁ ଆସିବାରେ ମୋର କୌଣସି ଉଦ୍ଦେଶ୍ୟ ନଥିଲା କେବଳ ପ୍ରିୟର ନେତା ନବୀନ ପଟ୍ଟନାୟକଙ୍କୁ ସହାୟତା କରିବାକୁ ରାଜନୀତିକୁ ଆସିଥିଲି । ସେ ଏହା ମଧ୍ୟ କହିଛନ୍ତି ନବୀନ ପଟ୍ଟନାୟକ ମୋର ଗୁରୁ । ବିଜେଡିର କୌଣସି ପଦରେ ନଥିଲି କିମ୍ବା ରାଜନୀତି ଲଢୁନଥିଲି । ରାଜ୍ୟରେ ବିଭିନ୍ନ ସ୍ଥାନରେ ଜିଲ୍ଲାପାଳ ଭାବରେ କାର୍ଯ୍ୟ କରିଛି । ମୟୂରଭଞ୍ଜ ଠାରୁ ଆରମ୍ଭ କରି ଗଞ୍ଜାମ ଜିଲ୍ଲା ପର୍ଯ୍ୟନ୍ତ କାର୍ଯ୍ୟ କରିଛି । ୧୨ ବର୍ଷ ତଳେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଯୋଗ ଦେଇଥିଲି । ୨୦୨୩ରେ ଆଇଏଏସ ରୁ ଅବସର ନେଇ ନଭେମ୍ବର ୨୭ରେ ରାଜନୀତିରେ ଯୋଗ ଦେଇଥିଲେ । ସେ କହିଛନ୍ତି କରୋନା ସମୟରେ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲା ବୁଲି ସ୍ୱାସ୍ଥ୍ୟ କେନ୍ଦ୍ରର ସମୀକ୍ଷା କରିଥିଲି ଏବଂ ବାତ୍ୟା ସମୟରେ ନବୀନ ବାବୁଙ୍କୁ ସହଯୋଗ କରିଥିଲି । ମୋ ବିରୋଧରେ ଅପପ୍ରଚାର ବିଜୁ ଜନତା ଦଳକୁ ପରାଜୟ କରିଛି । ହାତ ଯୋଡ଼ି ବିଜେଡିର କର୍ମୀମାନଙ୍କୁ କ୍ଷମା ମାଗିଲେ କାର୍ତ୍ତିକ ପାଣ୍ଡିଆନ । ରାଜନୀତିର ଏହି ଯାତ୍ରାରେ କାହାକୁ ଆଘାତ ଦେଇଥିଲେ ମୁଁ ଦୁଃଖିତ । ଭିଡ଼ିଓ ବାର୍ତ୍ତା ଜାରିକରି ଘୋଷଣା କଲେ କାର୍ତ୍ତିକ ପାଣ୍ଡିଆନ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର